Author: sanitelevision

ଆଉ ଚଳିବନି ବିଲ୍ଡରଙ୍କ ମନମାନି। ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ । ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି । ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି । ଏଣିକି ୨୦ ହଜାର ଟଙ୍କାରେ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ପଞ୍ଜିକରଣ କରାଯିବ । ରାଜସ୍ବ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି ।ଆସୋସିଏସନ୍ ଅଫ ଆଲଟି ବା ବାସଗୃହ କ୍ରେତାଙ୍କ ସଂଘ ନାମରେ ପଞ୍ଜୀକୃତ ହେବ କମନ୍ ଏରିଆ। ଏଥିପାଇଁ ରେଜିଷ୍ଟ୍ରେସନ୍ ନିୟମରେ ସଂଶୋଧନ ଆଣିଲା ରାଜସ୍ବ ବିଭାଗ। ପୂର୍ବରୁ କମନ୍ ଏରିଆ ରେଜିଷ୍ଟ୍ରେସନ ଫିକୁ ନେଇ ଉପୁଜିଥିଲା ଦ୍ୱନ୍ଦ୍ଵ। ୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଆଇନ ଆସିବା ସତ୍ତ୍ବେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣରେ ଏହା ବାଧକ ସୃଷ୍ଟି…

Read More

ଏମ୍ସକୁ ହେବ ଆମ୍ବୁଲାନ୍ସ କରିଡର । ଖଣ୍ଡଗିରିରୁ ଏମ୍ସ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟରୁ ଗୋଟିଏ ଲେନ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ ।ଫଳରେ ଖଣ୍ଡଗିରି ଛକ ଅତିକ୍ରମ କରିବା ପରେ ଜଣେ ସିଧାସଳଖ ଏମ୍ସରେ ପହଞ୍ଚିପାରିବ । ବୁଧବାର ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏମ୍‌ସର ଚାରିପାଖର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଶେଷକରି ଏହି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନ ଭିତରେ ଥିବା ସ୍ୱେରେଜ୍ ବ୍ୟବସ୍ଥା, ଭିତର ଓ ଚାରିପାଖର ରାସ୍ତାର…

Read More

ଧଉଳି ନଦୀପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ତୃତୀୟ ଅଭିଯୁକ୍ତ ହେଲା ସତ୍ୟ ପ୍ରକାଶ ହାତୀ ଓରଫ ଜୋକର୍ ହାତୀ। ତାକୁ ଗଞ୍ଜାମରୁ ଗିରଫ କରାଯାଇଥିବାର ସୂଚନା ରହିଛି। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୧୦ ତାରିଖ ଦିନ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ତିନି ଜଣ ଅଭିଯୁକ୍ତ । ଯାହାର ମାଷ୍ଟରମାଇଣ୍ଡ ଥିଲା ଏହି ଜୋକର ହାପି । ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Read More

ଛତିଶଗଡ଼ର ସୁକମା ଜିଲ୍ଲାରେ ବଡ଼ ସଫଳତା । ସୁରକ୍ଷା ବାହିନୀ ମାଓବାଦୀଙ୍କ ବିରୋଧରେ ଏନ୍‌କାଉଣ୍ଟର । ତେବେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ମହିଳା ସମେତ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି। ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ଧରଣର ଟାର୍ଗେଟ କରିବାକୁ ଯୋଜନା କରୁଥିଲେ । ଅପରେସନରେ ଡିଆରଜି ଯବାନ ସାମିଲ ହୋଇଛନ୍ତି। ଏବେବି ଗୁଳି ବିନିମୟ ଜାରି ରହିଛି ।ସୂଚନା ଥାଉକି, ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୮୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁକମା, ବିଜାପୁର ଓ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୫ ଜଣଙ୍କୁ ନିପାତ କରାଯାଇଥିଲା ।

Read More

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶତାୟୁ ରାମ ସୁତାର ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ୧୯୨୫ ଫେବୃଆରୀ ୧୯ରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋନ୍ଦୁର ଗ୍ରାମରେ ଏକ ସାଧାରଣ ପରିବାରରେ ରାମ ସୁତାରଙ୍କ ଜନ୍ମ। ପିଲାଦିନରୁ ମୂର୍ତ୍ତି ତିଆରି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ମୁମ୍ଵାଇ ସ୍ଥିତ ଜେ.ଜେ ସ୍କୁଲ ଅଫ ଆର୍ଟ ଆଣ୍ଡ ଆର୍କିଟେକଚରରେ ପାଠ ପଢି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଭାରତୀୟ ମୂର୍ତ୍ତିକଳାକୁ ନୂଆ ଶିଖରକୁ ନେବା ଦିଗରେ ତାଙ୍କରେ ଉଲ୍ଲେଖନୀୟ ଅବଦାନ ରହିଛି। କେବଳ ଷ୍ଟାଚ୍ୟୁ ଅଫ୍ ୟୁନିଟି ନୁହେଁ ସେ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ଧ୍ୟାନ ମୁଦ୍ରାରେ ବସିଥିବା ଏବଂ ଛତ୍ରପତି…

Read More

ଶୀତରେ ଥରୁଛି ସାରା ଓଡିଶା । ଅନେକ ଜିଲ୍ଲାରେ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ଆଗାମୀ 7 ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପ୍ରବଳ ଥଣ୍ଡା ଜାରି ରହିବ । ସେପଟେ ଆଗାମୀ 2 ଦିନ ଯାଏଁ ଘନ କୁହୁଡି ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସାଧାରଣତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ବେସି ଅନୁଭୂତ ହେବ । ତେବେ ଆହୁରି 48 ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ସମ୍ଭାବନା ରହିଛି । କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ ଏହି 3 ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Read More

ନୂଆ ବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟାଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ଘୋଷଣା । ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପାଖରେ ରାସନ କାର୍ଡର ଅଭାବ ନାହିଁ । ଏଯାଏଁ ରାଜ୍ୟରେ ୬ ଲକ୍ଷ ୩୯ ହଜାର ବଣ୍ଟା ସରିଛି । ଆହୁରି ୧୫ ଲକ୍ଷ କାର୍ଡ ଆମ ପାଖରେ ଅଛି । ପ୍ରାୟ ୧୫ ଲକ୍ଷ ୩୩ ହଜାର ଆବେଦନ ଆସିଛି । ଅଯୋଗ୍ୟଙ୍କୁ ବାଦ୍ ଦେଇ ସମସ୍ତ ଯୋଗ୍ୟଙ୍କୁ ମିଳିବ ରାସନ କାର୍ଡ ।ତେବେ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Read More

ଆଇପିଏଲ ୨୦୨୬ ପାଇଁ ଶେଷ ହେଲା ନିଲମୀ । ୩୬୯ ଖେଳାଳିଙ୍କ ମଧ୍ୟରୁ ୭୭ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ନିଜ ନିଜ ଦଳରେ ସାମିଲ କରିଛନ୍ତି । ବୁଧବାର ଆବୁଧାବିରେ ଆୟୋଜିତ ମିନି ଅକ୍ସନରେ ୫ ଜଣ ଖେଳାଳିଙ୍କୁ ୧୦ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ମିଳିଛି । ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଖେଳାଳି ଥିବାବେଳେ ୨ ଜଣ ଭାରତୀୟ ଅନକ୍ୟାପଡ ଖେଳାଳି ସାମିଲ ଅଛନ୍ତି । ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି କ୍ୟାମେରନ ଗ୍ରୀନ, ଯାହାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟିରେ କିଣିଛି । ସେ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ମଧ୍ୟ । KKR ମଧ୍ୟ ଶ୍ରୀଲଙ୍କାର ଦ୍ରୁତ ବୋଲର ମାଥିଶା ପାଥିରାନାଙ୍କ ପାଇଁ ୧୮ କୋଟି ଖର୍ଚ୍ଚ କରିଛି। ଏପଟେ, ଚେନ୍ନାଇ ସୁପର କିଙ୍ଗସ୍ ଦୁଇ ଅନ୍ କ୍ୟାପ୍ ଖେଳାଳି, ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମାଙ୍କ ପାଇଁ…

Read More

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । କଠୋର ପଦକ୍ଷେପ ନେଇ କିପରି ବନ୍ଦ କରାଯିବ ଆଲୋଚନା ଚାଲିଛି ।ମନ୍ଦିର ପ୍ରଶାସନର ସ୍ପଷ୍ଟ ଚେତାବନୀ ସତ୍ତ୍ୱେ ବାରମ୍ବାର ନିୟମ ଉଲଂଘନ ହେଉଛିମ ଯେଉଁ କାର୍ଯ୍ୟକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। “କିଛି ଲୋକ ନିୟମକୁ ଅବମାନନା କରି ମନ୍ଦିର ଭିତରେ ମୋବାଇଲ୍ ଫୋନ୍, କ୍ୟାମେରା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ନେଉଛନ୍ତି। ଏଥିପାଇଁ ସରକାରଙ୍କୁ କଠୋର ଆଇନଗତ ବ୍ୟବସ୍ଥା ଉପରେ ବିଚାର କରିବାକୁ ପଡିବ।ଏପରି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ପ୍ରକୃତ ଭକ୍ତ ନୁହଁନ୍ତି ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ସେମାନେ ଦର୍ଶନ ପାଇଁ ମନ୍ଦିର ଯାଆନ୍ତି ନାହିଁ ବରଂ କେବଳ ନାଟକ ଏବଂ ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରିବା ପାଇଁ ଯାଉଛନ୍ତି।

Read More

ନବୀନ ନିବାସରେ ନୂଆପଡ଼ା ପରାଜୟର ଚର୍ଚ୍ଚା । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ନୂଆପଡ଼ା ଜିଲ୍ଲା ସଭାପତି, ପ୍ରାର୍ଥିନୀ ଓ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱ ।ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ। ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ପଡ଼ିବ। ତେବେ ଏହି ଆଲୋଚନା ପରେ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ନେହାଙ୍ଗିନୀ ଛୁରିଆ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି। ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ବୁଥ୍ ରିଗିଂ କରି ବିଜେପି ବିଜୟ ହାସଲ କରିଛି । ପ୍ରଶାସନ ସାହାଯ୍ୟରେ ବୁଥ୍ ରିଗିଂ କରାଯାଇଛି । ପରାଜୟ ପରେ ବି ଆମେ ନୂଆପଡ଼ାରେ ବସିନୁ ଲୋକଙ୍କ…

Read More