Author: sanitelevision

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି lକ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ l ଉଭୟ କ୍ୟାଲେଣ୍ଡରରେ ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ ଏବଂ ପାରମ୍ପରିକ ପଥର ଖୋଦେଇ ଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ରଥଯାତ୍ରା ସମ୍ବନ୍ଧୀୟ ଭବ୍ୟ ଚିତ୍ର ଗୁଡିକ ଉପସ୍ଥାପିତ କରାଯାଇଛି। ଆଗାମୀ ଦୁଇ ତିନି ଦନ ପରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ନିମନ୍ତେ ଉପଲବ୍ଧ ହେବ ।

Read More

ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା ହେବା ପରେ ଏହା ତାଙ୍କର ପ୍ରଥମ ସାଧାରଣ ସଭା ଥିଲା। ରାଲି ସମୟରେ ସେ ଶାସକ ଡିଏମକେକୁ ଟାର୍ଗେଟ କରି କହିଥିଲେ ଯେ ଏହା ମନ୍ଦ ରାଜନୀତି କରୁଛି। ସେ ଟିଭିକେକୁ ଏକ ପବିତ୍ର ଦଳ ଭାବରେ ମଧ୍ୟ ବର୍ଣ୍ଣନା କରିଥିଲେ। ସେ ଡ଼ିଏମକେ ଦଳକୁ “ଦୁଷ୍ଟ ଶକ୍ତି” ବୋଲି କହିଥିଲେ । ୨୦୨୬ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରି ସେ କହିଥିଲେ ଯେ ଏହି ନିର୍ବାଚନ ଭିନ୍ନ ହେବ ଏବଂ ଲୋକମାନେ ସବୁକିଛି ବୁଝାଇଦେବେ।ବିଜୟ ପଚାରିଥିଲେ, “NEET ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଶିକ୍ଷା ଋଣ ଛାଡ କରିବା ଭଳି କେତେ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା?” ସେ ଦୁର୍ନୀତି ଅଭିଯୋଗ ଆଣି କହିଥିଲେ ଯେ ଆଖୁ ଏବଂ ଧାନ ପାଇଁ ଦର ସ୍ଥିର କରାଯାଇଥିଲା,…

Read More

ହାର୍ଡକୋର ମାଓବାଦୀ ସହଯୋଗୀର ଆତ୍ମସମର୍ପଣ । ମୋଛୁ ଏବଂ ଅନମୋଲ ସହିତ ମିଶି କରୁଥିଲା ବଡ଼ ଅପରେସନ । ରାଉରକେଲା ପୋଲିସ କବଳରେ ବର୍ତ୍ତମାନ ଜଣେ କୁଖ୍ୟାତ ୧୫ ବର୍ଷୀୟ ମାଓବାଦୀ ରୋୟା କାଲୁଣ୍ଡି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୀତିରେ ଅନୁପ୍ରାଣିତ ହୋଇ କରିଛି ସରେଣ୍ଡର।ରୋୟା କାଲୁଣ୍ଡି ଓରଫ ଗଣେଶ ନାମକ ଏହି କ୍ୟାଡର ଜଣକ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର କଣ୍ଟୋଡ୍ୟା ଗ୍ରାମର ବାସିନ୍ଦା। ଗଣେଶଙ୍କଠାରୁ ଏକ ୯ ଏମଏମ କାର୍ବାଇନ୍ ଉଦ୍ଧାର କରାଯାଇଛି।ସରକାରୀ ରେକର୍ଡ ଅନୁଯାୟୀ, ବରିଷ୍ଠ ମୁଖିଆଙ୍କ ଦ୍ୱାରା ନିଯୁକ୍ତି ପାଇବା ପରେ ସେ ୨୦୨୨ ମସିହାରେ ମାତ୍ର ୧୨ ବର୍ଷ ବୟସରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ସରଣ୍ଡା ଏବଂ କୋଲହାନ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଅସ୍ତ୍ରଶସ୍ତ୍ର ପରିବହନ ସହ ବିସ୍ଫୋରକ ପରିଚାଳନା କରୁଥିଲେ ଏବଂ ଗୁଇନ୍ଦା ଅଭିଯାନ ମଧ୍ୟ ପରିଚାଳନା କରୁଥିଲେ।ବାଙ୍କୋ ପଥର…

Read More

ବାଲେଶ୍ଵର ଜିଲ୍ଲା ସୋର ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଖାଇବା ପାଇଁ ଆସିଥିବା ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ଜବତ । ଆହାର କେନ୍ଦ୍ରର ଜଣେ ମହିଳା କର୍ମଚାରୀ ଉକ୍ତ ଯୁବକ ଜଣଙ୍କୁପଛ ପଟେ କ’ଣ ରଖିଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଯୁବକ ଜଣଙ୍କ ଖେଳନା ବନ୍ଧୁକ ବୋଲି କହିଥିଲେ । ମହିଳା ଜଣଙ୍କ ବନ୍ଧୁକଟି ଦେବାକୁ କହିବା ସହ ତାଙ୍କ ଠାରୁ ଛଡାଇ ନେଇଥିଲେ । ଏ ସମ୍ପର୍କରେ ପୋଲିସକୁ ଖବର ଦେବାରୁ ଉକ୍ତ ଯୁବକ ଜଣଙ୍କ ବନ୍ଧୁକ ଛାଡି ୧୦ ଫୁଟ ଉଚ୍ଚ ପାଚେରୀ ଡେଇଁ ଦୌଡି ପଳାଇ ଯାଇଥିଲା । ଅଭିଯୋଗ ପାଇବା ପରେ ସୋର ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି l ଡାକ୍ତରଖାନା ପଛରେ ଥିବା ବଣରେ ଯୁବକ ଜଣଙ୍କ ଲୁଚିଥିଲା । କିଛି ସ୍ଥାନୀୟ ଯୁବକ ବଣରୁ ମଣିପୁର ଅଞ୍ଚଳର ବାପୁନ ନାମକ ଯୁବକକୁ…

Read More

ଲୋକସଭାରେ ପାରିତ ହେଲା ଭିବି- ଜୀ ରାମ ଜୀ ବିଲ । ମନରେଗା ନାଁ ପରିବର୍ତ୍ତନ ହୋଇ ଭିବି- ଜୀ ରାମ ଜୀ ବିଲ ଲୋକସଭାରେ ପାରିତ ହୋଇଛି । ଏନେଇ ସଂସଦରେ ବିରୋଧୀ ଦଳ ପ୍ରବଳ ନାରାବାଜି କରିଛନ୍ତି । ବିଲର କାଗଜ ପତ୍ର ଫୋପାଡି ବିଶୃଙ୍ଖଳା କରିଛନ୍ତି ବିରୋଧୀ । ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ ବିରୋଧୀ । ମହାତ୍ମାଗାନ୍ଧୀଙ୍କୁ ଏହା ଅସମ୍ମାନ ବୋଲି କହିଥିଲେ ।MGNREGA ନାଁ ବଦଳାଇ VB-G RAM G କରିବା ଜାତିର ପିତାଙ୍କୁ ସରକାରଙ୍କ ଅସମ୍ମାନ ବୋଲି ବିରୋଧୀ କହିଛନ୍ତି । ଜବାବରେ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି, ୨୦୦୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇଥିଲା । ପ୍ରଥମେ ଏହି ଯୋଜନା ସହ ମହତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇନଥିଲା । ଏହି ଯୋଜନାରେ…

Read More

ବିଧାୟକ ଦରମା ବୃଦ୍ଧି ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆ ଯାଇଛି।ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି ବିଜେପି ବିଧାୟକ । ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୁରୁବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଛନ୍ତି । ସୁଚନା ମୁତାବକ ରାଜ୍ୟ ସରକାର ବଢ଼ାଇଛନ୍ତି ବିଧାୟକଙ୍କ ଦରମା ଏବଂ ଭତ୍ତା । ବର୍ଦ୍ଧିତ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ୧ ଲକ୍ଷ ଦରମା ଏକ ଉତ୍ତମ ଜୀବନଶୈଳୀ ବଜାୟ ରଖିବା ପାଇଁ ପର୍ୟ୍ୟାପ୍ତ ନୁହେଁ ବୋଲି ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଧାୟକ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀ ମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରିଛନ୍ତି ।ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି…

Read More

କିସ୍‌ ଛାତ୍ର ମୃତ୍ୟୁ ମାମଲାରେ ପୋଲିସର ବଡ଼ ଖୁଲାସା । ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର ଗ୍ୟାଙ୍ଗ’ କରି କିଛି ଛାତ୍ର ତଣ୍ଟି ଚିପି ମାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି। କିସ୍‌ କର୍ତ୍ତୃପକ୍ଷ ହୃଦ୍‌ଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଛନ୍ତି। ଏନେଇ ମଧ୍ୟ ସ୍ଥାନୀୟ ପୋଲିସକୁ କିସ୍‌ କର୍ତ୍ତୃପକ୍ଷ ଅବଗତ କରି ନାହାନ୍ତି। ଅବହେଳା ପାଇଁ କିସ୍‌ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି।ପୋଲିସ ସୂଚନା ଅନୁସାରେ ଘଟଣା କିଛି ଏମିତି ଘଟିଥିଲା । ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ କେନ୍ଦ୍ର କରି ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସଂପୃକ୍ତ ଛାତ୍ରଙ୍କୁ ବାଥରୁମରେ ମାଡ଼ମାରିଥିଲେ । ତଣ୍ଟି ଚିପି ହତ୍ୟା କରିଥିଲେ…

Read More

ଅନୁଗୂଳ ସଦର ଥାନା ଖଲାରୀରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ହାଡୁଡିରେ ପିଟି ପିଟି ଶାଶୂଙ୍କ ଜୀବନ ନେଲେ ବୋହୂ ଓ ସମଦୂଣୀ । ଏହି ଘଟଣାରେ ପୁଲିସ ବୋହୂ ଓ ସମୁଦୂଣୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସୂଚନାନୁଯାୟୀ, ବୁଧବାର ରାତି ୧୦ଟାରେ ଖଲାରୀ ଜାମୁବନ୍ଧ ଛକ ନିକଟରେ ଭଡ଼ା ଘରେ ରହୁଥିବା କୁନି ନାୟକଙ୍କୁ ତାଙ୍କ ପୁଅ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୁଲିସକୁ ଖବର ଦେଇଥିଲେ। ତେବେ ତାଙ୍କୁ ମେଡିକାଲ ନେବାବେଳେ ସେଠାରେ ଡାକ୍ତର କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Read More

ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ| ମାମଲାର ରଫାଦଫା କରିବାକୁ ଥାନା ଅଧିକାରିଣୀ ସୁକ୍‌ମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଥାନାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି। ଦଶମନ୍ତପୁର ଥାନା ଭିତରେ ଆଇଆଇସିଙ୍କୁ ଜୟପୁର ଭିଜିଲାନ୍ସ ଟିମ୍‌ ଅଧିକ ପଚରାଉଚରା କରୁଛି। ବର୍ତ୍ତମାନ ଦଶମନ୍ତପୁର ଥାନା ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାଯାଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି।

Read More

ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଚୀନର ମାଷ୍ଟରପ୍ଲାନ୍। ୬ ଫର୍ମୁଲା ଦେଲା ବେଜିଂ। ଚୀନର ରାଜଧାନୀ ବେଜିଂ ଏକଦା ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଥିଲା। ସେଠାକାର ବାୟୁ ଦିଲ୍ଲୀ ପରି ବିଷାକ୍ତ ଥିଲା। ପୂରା ସହର ସବୁବେଳେ ଧୂଆଁର ଚାଦରରେ ଘୋଡ଼ାଇ ରହୁଥିଲା। ଚୀନ୍ କଠୋର ବାୟୁ ବିଶୋଧନ ଅଭିଯାନ ଯୋଗୁଁ ଆଜି ବେଜିଂର ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ହୋଇଛି।ଚାଇନା ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ତୁଳନାତ୍ମକ ଚିତ୍ର ସେୟାର କରିଛନ୍ତି। ଗତ ଡିସେମ୍ବର ୧୫ ତାରିଖର ତଥ୍ୟ ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୪୭ (ଅତି ଗମ୍ଭୀର) ଥିବାବେଳେ ବେଜିଂରେ ଏହା ମାତ୍ର ୬୭…

Read More