ସାଇବର କ୍ରାଇମ୍ (ଡିଜିଟାଲ୍ ଆରେଷ୍ଟ୍)ର ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ । ସେ ହେଉଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଏ ସମ୍ପର୍କରେ ମମତା ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କୁ ଏକ ଫୋନ କଲ ଆସିଥିଲା। ବ୍ୟକ୍ତି ଜଣକ ଏକ କୋରିୟର ଅଫିସରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ ଥିବା ଏକ ସନ୍ଦେହଜନକ ବ୍ୟାଗ ଆସିଥିବା କହିଥିଲେ। ଏପରିକି ଆପଣଙ୍କ ନାମରେ ସଙ୍ଗୀନ ଅଭିଯୋଗ ଅଛି ବୋଲି କହିଥିଲେ। ସଙ୍ଗେ ସଙ୍ଗେ କଲ ନକଲି ପୋଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ସାଇବର ଅପରାଧୀ ଜଣକ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ…
Author: sanitelevision
ବଲିଉଡ୍ର ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ କୁମାର ସାନୁ ପୂର୍ବ ପତ୍ନୀ ରିତା ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି । ଏ ମାମଲାରେ ସେ ପତ୍ନୀଙ୍କଠୁ ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏଥିସହିତ ତାଙ୍କର ସାକ୍ଷାତକାରକୁ ହଟାଇବାକୁ ଦାବି କରିଛନ୍ତି, ଯେଉଁଥିରେ ରିତା ସାନୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି । ଉଭୟଙ୍କ ଛାଡ଼ପତ୍ରର ପ୍ରାୟ ୨୪ ବର୍ଷ ପରେ ମାମଲା ସାମ୍ନାକୁ ଆସିଛି । ସେପ୍ଟେମ୍ବର ୨୦୨୫ରେ ରୀତାଙ୍କ ସାକ୍ଷାତକାର ପରେ ସାନୁ ଏହି ପଦକ୍ଷେପ ନେଇଛନ୍ତି । ଏହି ସାକ୍ଷାତକାରରେ ରୀତା ତାଙ୍କର ମର୍ଯ୍ୟାଦା ହାନି ହେଲା ଭଳି କଥା କହିଥିଲେ । ସେ ଗର୍ଭବତୀ ଥିଲା ବେଳେ ସାନୁ ତାଙ୍କୁ ଭୋକିଲା ରଖୁଥିଲେ । ଏମିତିକି ରୋଷେଇ ଘରେ ତାଲା ପକାଇ ଦେଉଥିଲେ । ତାଙ୍କ ଚିକିତ୍ସା ବ୍ୟବସ୍ଥା କରୁ ନଥିଲେ କି କ୍ଷୀର ଟିକେ ପିଇବାକୁ ଦେଉ ନଥିଲେ…
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପରେ ଏବେ ବିଜେଡି ଦରମା ବୃଦ୍ଧି ପୁନର୍ବିଚାର କରିବା ପାଇଁ ବିଜେଡି ନିବେଦନ କରିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ଦେଇଛନ୍ତି । ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥିଲା । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦରମା ବୃଦ୍ଧିର ପୁନର୍ବିଚାର କରନ୍ତୁ ବୋଲି ବିଜେଡି କହିଛି । ସୂଚନାମୁତାବକ ଶୀତକାଳୀନ ଅଧିବେଶନ…
ଖୋର୍ଦ୍ଧାରେ ସାଙ୍ଘାତିକ ଛାତ୍ରବୃତ୍ତି କେଲେଙ୍କାରୀ । ଜାଲ ସାର୍ଟିଫିକେଟ ଦେଇ ଟଙ୍କା ହଡପ ଘଟଣା । ୭ ଟି କଲେଜର ୧୪୯ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହେଲା ମାମଲା । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲା ଦି ଟେକ୍ନୋ ସ୍କୁଲ, ସୁବାସ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି, ଗୁରୁକୁଳ ଇଞ୍ଜିନିୟରିଂ ସ୍କୁଲ, ଗୁରୁକୁଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମହାବୀର ଇଞ୍ଜିନିୟରିଂ କଲେଜ, ମହାବୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଶିବାନୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେଶନ। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଉପରୋକ୍ତ ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ଓଡ଼ିଶା ସାର୍ବଜନୀନ ଦାବି ଆଦାୟ ଅଧିନିୟମ ପାଇଁ ସେମାନଙ୍କ ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରାଯାଇଛି।. ସିଏଜି ଅଡିଟିରୁ ଏ ସମ୍ପର୍କରେ ଖୁଲାସା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଖୋର୍ଦ୍ଧା ପୁଲିସ । ଛାତ୍ରଛାତ୍ରଙ୍କ ବିରୋଧରେ ଠକେଇ ନେଇ ଆଇପିସି ଦଫା ୪୨୦, ୩୫, ୪୬୭, ୪୬୮,୪୭୧, ୪୭୪ ରୁଜୁ…
୨୦୨୬ ଶେଷ ସୁଦ୍ଧା ସାରା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାରୁ ରକ୍ଷା ମିଳିବ ଏବଂ ସରକାରଙ୍କ ପାଇଁ ଅଧିକ ରାଜସ୍ୱ ସୃଷ୍ଟି ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅନୁଯାୟୀ, ୨୦୨୬ ସୁଦ୍ଧା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହା ଦ୍ୱାରା ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଟୋଲ୍ ପ୍ଲାଜା ପାର କରିପାରିବେ। ନୀତିନ ଗଡ଼କରୀ ସଂସଦରେ କହିଛନ୍ତି ଯେ ୨୦୨୬ ସୁଦ୍ଧା ସମସ୍ତ ଗାଡ଼ି ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ନ ଅଟକି ଟୋଲ୍ ପ୍ଲାଜା ଦେଇ ଯାଇପାରିବେ। ଗାଡ଼ିର ନମ୍ବର ପ୍ଲେଟ୍ ଏବଂ FASTagର ଫଟୋ ଉଠାଇବା ପାଇଁ ହାଇ-ସ୍ପିଡ୍ କ୍ୟାମେରା ଲଗାଯିବ। ତା’ପରେ ଗାଡ଼ି ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ୍ ରାଶି କଟିଯିବ। ଏହାର…
କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଜିଲା ଶିଶୁ ମଙ୍ଗଳ ସମିତି (CWC)ର ହସ୍ତକ୍ଷେପ କ୍ରମେ ପୁଲିସ ଚଢ଼ଉ କରି ଉଭୟ ମା’ ଓ ଶିଶୁଙ୍କୁ ଉଦ୍ଧାର କରିଛି।। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି। ସୂଚନାମୁତାବକ ନାବାଳିକା ଜଣକ କିଛି ମାସ ତଳେ ସ୍କୁଲରୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଟେକି ନେଇଥିଲେ ଏବଂ ସେଠାରେ ଜଣେ ତାଙ୍କ ସହ ବଳାତ୍କାର କରିଥିଲା। ଭୟରେ ନାବାଳିକା ଜଣକ ଏ ବିଷୟରେ କାହାକୁ କହିନଥିଲେ। ଗର୍ଭବତୀ ହେବା ପରେ ପରିବାର ଲୋକେ ଜାଣି ପାରି କଟକ ସଦର ପ୍ରତାପନଗରୀସ୍ଥିତ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି…
ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏ ଘଟଣା । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ଗବଯୋର ଗ୍ରାମର ସାପ୍ତାହିକ ହାଟରେ ଜଣେ ସ୍ଥାନୀୟ ଦହିବରା ବ୍ୟବସାୟୀ ନିକଟରୁ ଲୋକେ ଦହିବରା କିଣି ଖାଇଥିଲେ। ପରେ ଉକ୍ତ ବ୍ୟବସାୟୀ ଅପରାହ୍ନ ସମୟରେ ଗବଯୋର ଗ୍ରାମକୁ ଦହିବରା ବିକ୍ରି କରିବାକୁ ଆସିଥିଲା । ଗ୍ରାମରେ ଛୋଟ ପିଲା ଠାରୁ ବଡ଼ ଲୋକ ସମସ୍ତେ ଦହିବରା ଖାଇଥିଲେ। ଖାଇବା ପରେ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା । ଏପରିକି ଅନେକ ଛୋଟ ଛୁଆଙ୍କ ସହ ଲୋକେ ଅସୁସ୍ଥ ହୋଇ ପଡିଥିଲେ। ଖବର ପାଇ ପଳସାଗୋରା…
ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ତଳମୁହାଁ ପାରଦ ଯୋଗୁଁ ସାରା ରାଜ୍ୟ ଜାଡ଼ରେ ଥରୁଛି । ରାତିର ତାପମାତ୍ରା ଅହେତୁକ ହ୍ରାସ ପାଇବା କାରଣରୁ ସନ୍ଧ୍ୟାରୁ ଶୀତ ମାଡ଼ି ଆସୁଛି । ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ । ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ।। ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁରରେ କୁହୁଡ଼ି ସମ୍ଭାବନା ରହିଛି । କନ୍ଧମାଳ ଓ ସମ୍ବଲପୁରର ସ୍ଥାନେ ସ୍ଥାନେ ଘନ କୁହୁଡ଼ି ହୋଇପାରେ । କଟକରେ ୨୧ ତାରିଖରୁ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ । ୨୨ରୁ ଭୁବନେଶ୍ୱର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ଅଛି ।
ଖ୍ରୀଷ୍ଟ ମାସ ଏବଂ ନୂଆ ବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍। ନୂଆ ବର୍ଷକୁ ଧ୍ୟାନରେ ରଖି ଭାରତୀୟ ରେଲୱେ ଅଧିକ ଟ୍ରେନ ଚଳାଇବା ଯୋଜନା ରଖିଛି । ୮ ଜୋନରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରିବ । ଅଦ୍ୟାବଧି ୨୪୪ ଟ୍ରେନ ଚଳାଇବା ନେଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଅଧିକ ଟ୍ରିପ୍ ସମ୍ପର୍କରେ ରେଲୱେ ସୂଚନା ପ୍ରଦାନ କରିବ । ତେବେ ରେଳ ବିଭାଗ ବନ୍ଦେ ଭାରତ ଟ୍ରେନ ଯାତ୍ରୀଙ୍କ ପାଇଁ ଆଣିଛି ଖୁସି ଖବର । ଏବେ ବନ୍ଦେ ଭାରତ ଟ୍ରେନ ଗୁୁଡିକରେ ମିଳିବ ବିଭିନ୍ନ ଆଞ୍ଚଳିକ ଖାଦ୍ୟ । କାଶ୍ମୀର ଠାରୁ ନେଇ କେରଳ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ ଅଞ୍ଚଳର ପ୍ରମୁଖ ସ୍ବାଦିଷ୍ଟ ବ୍ୟଞ୍ଜନକୁ ନିଜ ମେନୁର ସାମିଲ କରିବ ରେଳ ବିଭାଗ । ଯାହା ଯାତ୍ରୀଙ୍କୁ ଯାତ୍ରା ସହିତ ଏକ ଅଭୂଲା ଅନୁଭୂତି ଦେବ । ଏବେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ,…
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି lକ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ l ଉଭୟ କ୍ୟାଲେଣ୍ଡରରେ ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ ଏବଂ ପାରମ୍ପରିକ ପଥର ଖୋଦେଇ ଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ରଥଯାତ୍ରା ସମ୍ବନ୍ଧୀୟ ଭବ୍ୟ ଚିତ୍ର ଗୁଡିକ ଉପସ୍ଥାପିତ କରାଯାଇଛି। ଆଗାମୀ ଦୁଇ ତିନି ଦନ ପରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ନିମନ୍ତେ ଉପଲବ୍ଧ ହେବ ।









