Author: sanitelevision

ଆସନ୍ତା ୨୪ ତାରିଖ ଯାଏ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ରହିବ । ସବୁଠୁ ଥଣ୍ଡା ଥିଲା ଜି. ଉଦୟଗିରି । ଏଠାରେ ପାରଦ ୪.୩ ରେକର୍ଡ କରାଯାଇଛି । ଗତ କିଛି ଦିନ ହେବ କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଶୀତ ଅପେକ୍ଷାକୃତ ବଢିଛି । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ଶୀତ । ୭ ଡିଗ୍ରୀ ତଳେରହିଛି ପାରଦ । ଘନ କୁହୁଡ଼ି ଯୋଗୁଁ ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପତଳା କୁହୁଡ଼ି ହୋଇପାରେ । କିନ୍ତୁ ଘନ କୁହୁଡ଼ିର ଆଶଙ୍କା ନାହିଁ । ପାଗ ଶୁଖିଲା, ଖରାଟିଆ ଓ ମେଘମୁକ୍ତ ରହିବ । ଡିସେମ୍ବର ୨୫ରେ ଭୁବନେଶ୍ୱରର ରାତି ତାପପାତ୍ରା ପ୍ରାୟ ୧୫ ଡିଗ୍ରୀ ପାଖାପାଖି…

Read More

ସେଲଫି ନେଉ ଥିବା ବେଳେ ହୀରାକୁଦ ଡ୍ୟାମକୁ ଖସି ପଡିଥିବା ଯୁବତୀ ଶେଷରେ ଉଦ୍ଧାର ହୋଇଛନ୍ତି। ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସେଲଫି ନେଲାବେଳେ ଯୁବତୀ ଜଣକ ଖସିପଡ଼ିଥିଲେ। ଖସିପଡ଼ି ପ୍ରାଣ ବିକଳରେ ପହଁରି ପହଁରି ହୀରାକୁଦ ଜଳଭଣ୍ଡାରରେ ଥିବା ଅଧାବୁଡ଼ା ମନ୍ଦିର ଚୂଡ଼ାକୁ ଧରି ଜୀବନ ରକ୍ଷା କରିଥିଲେ। ଦୀର୍ଘ ସମୟ ଧରି ସେଠାରେ ରହିବା ପରେ ବନହରପାଲି ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ତାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ। ଯୁବତୀ ଜଣଙ୍କ ବ୍ରଜରାଜନଗର ଇଟାଭଟାର ସାବିତ୍ରୀ ମେହେର। ବର୍ତ୍ତମାନ ସେ ସୁସ୍ଥ ରହିଥିବା ଜଣାପଡ଼ିଛି।

Read More

ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସଦର ଥାନା ଚାଟରା ସ୍ଥିତ ଘର ସମେତ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ତେବେ ରେଞ୍ଜରଙ୍କ ଠାରୁ କେତେ ଟଙ୍କାର ସମ୍ପତ୍ତି ଆଦାୟ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ରେଡ୍ ଶେଷ ହେବା ପରେ ସମ୍ପତ୍ତିର ମୂଲ୍ୟ ସାମ୍ନାକୁ ଆସିବ । କିନ୍ତୁ ଖବର ଅନୁସାରେ, ରେଡ୍ ସମୟରେ ପୁଳାପୁଳା ସୁନା ସାଙ୍ଗକୁ ବିପୁଳ ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।

Read More

ଡିସେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ତେବେ ଆଗାମୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Read More

କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।କୋରାପୁଟ ସୁନାବେଡାରେ କାଦ୍ୟ ଗୁଣବତ୍ତାକୁ ନେଇ ରାଗିଗଲେ ମନ୍ତ୍ରୀ | ଡାଲମାରେ ଡାଲି କି ପରିବା ନଥିବା କହି ଚେତାବନୀ ଦେଲେ । ପରିବର୍ତ୍ତନ କରିବା ପାଇଁ ୱାଣ୍ଣିଂ ଦେଲେ ମନ୍ତ୍ରୀ । ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ୍ ମହାଜନ ମଧ୍ୟ ରହିଥିଲେ । ଆହାର କେନ୍ଦ୍ରରେ ଭାତ, ଡାଲମା ଓ ଆଚାର ଖାଇଛନ୍ତି ମନ୍ତ୍ରୀ । କୋରାପୁଟ ଗସ୍ତରେ ଅଛନ୍ତି ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ…

Read More

ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଇହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଅଟୋ ସିଗନାଲିଂ ହୋଇସାରିଛି ।୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍‌ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬ ଜାନୁଆରୀ ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍‌ ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ । ଏହା ଦ୍ବାରା ଟ୍ରେନ୍‌ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ। ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍‌ ଆଣ୍ଡ୍‌ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି ଷ୍ଟେସନ, ୧୦ଟି…

Read More

ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ ୫ ଫୁଟରୁ ଅଧିକ ଘନ ବରଫର ଚାଦରରେ ଆଚ୍ଛାଦିତ ଥାଏ । କିନ୍ତୁ ଏହି ବର୍ଷର ପାଗ ବୈଜ୍ଞାନିକ ଏବଂ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।ପୂର୍ବ ବର୍ଷଗୁଡ଼ିକ ପରି, କେଦାରନାଥ ଧାମରେ ​​ଶେଷ ତୁଷାରପାତ ନଭେମ୍ବର ୨୦ତାରିଖରେ ହୋଇଥିଲା। ଡିସେମ୍ବରର ତୃତୀୟ ସପ୍ତାହ ଆରମ୍ଭ ହୋଇଗଲେ ମଧ୍ୟ ପାହାଡ ମଧ୍ୟ ଶୁଷ୍କ ରହିଛି । ଧାମରେ ​​ରାତିର ତାପମାତ୍ରା -୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଉଛି । ସୂର୍ଯ୍ୟ ସକାଳ ୧୦ ଟାରେ ଦେଖାଯାଉଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ଅଦୃଶ୍ୟ ହୋଇଯାଉଛି ।କିନ୍ତୁ ଏଯାଏ କାହିଁକି ବରଫ ପଡ଼ିନି ବୋଲି ସ୍ଥାନୀୟ ଲୋକ ଚିନ୍ତାରେ ରହିଛନ୍ତି। ଗତବର୍ଷ ନଭେମ୍ବର ୨୦ ତାରିଖରେ ଏହି ସ୍ଥାନରେ ବରଫ ବର୍ଷା ହୋଇସାରିଥିଲା।ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରତୀକ ଜୈନ କହିଛନ୍ତି…

Read More

ଭୁବନେଶ୍ୱର ରିଜୋନାଲ AI Impact summit ୨୦୨୫ ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନଭେନ୍ସନ ହଲରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲି ଯୋଗଦେଇ ଥିଲେ । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଏହି ସମିଟରେ ଯୋଗ ଦେଇଛନ୍ତି ।ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା,ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ AI ବ୍ୟବହାରକୁ କିଭଳି ସଫଳ ରୂପାୟନ କରିପାରିବେ । ଦୈନଦିନ ଜୀବନରେ AIର ଭୂମିକା ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଛି ।ତିନି ସୁତ୍ର ପିପୁଲ, ପ୍ଲାନେଟ,ପ୍ରୋଗ୍ରେସ ଓ ୭ ଚକ୍ରକୁ ନେଇ ଆଲୋଚନା ହୋଇଥିଲା AI ସମ୍ମିଳନୀରେ । AI କୁ କିପରି ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଶିକ୍ଷା,ସ୍ବାସ୍ଥ୍ୟ,ବିପର୍ଯ୍ୟୟ ପରିଚାଳନା ବିଭାଗ ,ମହିଳା ଓ ଶିଶୁ…

Read More

ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ ।ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ ଚାମ୍ବରରେ ଦଳୀୟ ନେତା ଏବଂ ସଂସଦ ସଦସ୍ୟଙ୍କ ସହିତ ଏକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ ଜାତୀୟ କଂଗ୍ରେସ ନେତା ତଥା ୱାୟାନାଡ ଏମ୍‌ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଆଜମଗଡ ଏମ୍‌ପି ଧର୍ମେନ୍ଦ୍ର ଯାଦବ ଏବଂ ଘୋସି ଏମ୍‌ପି ରାଜୀବ ରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ସୂତ୍ର ଅନୁସାରେ, ଧର୍ମେନ୍ଦ୍ର ଯାଦବ ଗୃହ ଅଧିବେଶନର ଅବଧି ବୃଦ୍ଧି କରିବାକୁ ଦାବି କରିଥିଲେ। ସେ କହିଥିଲେ, ଅଧିବେଶନ ବହୁତ ଛୋଟ ଥିଲା ଏବଂ ଏହାକୁ ବୃଦ୍ଧି କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ହସି ହସି କହିଥିଲେ, ହଁ, ସ୍ଲୋଗାନ ଦେବା…

Read More

ଆମେ ଅନେକ ସମୟରେ ବୃକ୍ଷକୁ ବିଭିନ୍ନ ଠାକୁରଙ୍କ ପ୍ରତୀକ ଭାବରେ ପୂଜା କରିଥାଉ । ଏହି ପୂଜା ପାର୍ବଣ ମଧ୍ୟରେ ଏକ ପରମ୍ପରା ହେଉଛି ବଉଳ ଅମାବାସ୍ୟା । ଏଥିପାଇଁ ବେଶ ଉତ୍ସବ ମୁଖର ହୋଇଥାଏ ପୁରପଲ୍ଲୀ । ଏହି ପର୍ବରେ ଆମ୍ବ ଗଛ ମୂଳକୁ ଶୁଦ୍ଧ ପୂତ ଭାବରେ ଲିପା ପୋଛା କରିଥାନ୍ତି ମହିଳାମାନେ । ଗଛକୁ ବିଭିନ୍ନ ଫୁଲରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରନ୍ତି । ବିଭିନ୍ନ ପ୍ରକାର ପିଠା କରି ଭୋଗ ଲଗାନ୍ତି ମହିଳାମାନେ । ଆମର ପର୍ବପର୍ବାଣିଗୁଡ଼ିକ ବିଜ୍ଞାନସମ୍ମତ ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ। ସେଇ ସୂତ୍ରରେ ବକୁଳ ଅମାବାସ୍ୟା ମଧ୍ୟ ଆମକୁ ଏହି ସମୟରେ ଫଳ ଦେଉଥିବା ବୃକ୍ଷର ମହତ୍ବ ବୁଝାଇବାକୁ ଚେଷ୍ଟା କରେ। ଆମ୍ବ, ପଣସ ଇତ୍ୟାଦି ଗଛରେ ଏହି ସମୟରେ ବଉଳ ହୁଏ, ତେଣୁ ଏହି ସବୁ ଫଳନ୍ତି ଗଛର ସୁରକ୍ଷା ଆବଶ୍ୟକ। ଠାକୁରଙ୍କୁ ବଉଳ ଲାଗି କଲେ ଭଲ…

Read More