Author: sanitelevision

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ କଂଗ୍ରେସ । ବାସଭବନ ଘେରାଉ ପାଇଁ ଯୁବ କଂଗ୍ରେସ ଦଳ ଗଲାବେଳେ ଅଧାବାଟରେ ଅଟକାଇଲା ପୋଲିସ । ଧଉଳି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ଯୁବ କଂଗ୍ରେସ ଅଣ୍ଡା ମାଡ କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତା ସହିତ ରାଜ୍ୟରେ ଯେତେ ମହିଳାଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ହେଉଛି ସେଥିପାଇଁ ରାଜ୍ୟ ସରକାରଙ୍କୁ ଏବଂ ଗୃହ ବିଭାଗକୁ ଦାୟୀ କରିଛନ୍ତି ଯୁବ କଂଗ୍ରେସ କର୍ମୀ ।ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ୨୦ରୁ ୨୫ ଜଣ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଛି ପୋଲିସ ।

Read More

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଦଣ୍ଡାଦେଶ । ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଦୁର୍ନୀତି ମାମଲାରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୧୬.୪ ନିୟୁତ ପାକିସ୍ତାନୀ ଟଙ୍କା ଜରିମାନା ସହ ଉଭୟଙ୍କୁ ୧୭ ବର୍ଷର ଦେଲ ଦଣ୍ଡ ଶୁଣାଇଛନ୍ତି ।ଏହି ମାମଲା ୨୦୨୧ ମସିହା ମଇ ମାସରେ ସାଉଦି ଆରବ ଗସ୍ତ ସମୟରେ ଇମ୍ରାନ ଖାନଙ୍କୁ ଉପହାର ସ୍ୱରୂପ ମିଳିଥିବା ଏକ ଦାମୀ ‘ବୁଲଗାରି’ ଗହଣା ସେଟ୍ ସହ ଜଡିତ । ଅଭିଯୋଗ ଅନୁଯାୟୀ, ଇମ୍ରାନ ଏହି ଦାମୀ ଗହଣା ସେଟ୍‌ର ମୂଲ୍ୟକୁ ବହୁତ କମ୍ ଦର୍ଶାଇ ସରକାରୀ ତୋଷାଖାନାରୁ ଅତି ଶସ୍ତାରେ ନିଜ ପାଇଁ କିଣି ନେଇଥିଲେ । ପାକିସ୍ତାନ ନିୟମ ଅନୁଯାୟୀ, ବିଦେଶୀ ଗସ୍ତ ସମୟରେ ମିଳୁଥିବା ଉପହାରକୁ ରାଜକୋଷ ବା ତୋଷାଖାନାରେ ଜମା କରିବାକୁ ପଡିଥାଏ । ଯଦି…

Read More

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଯୁକ୍ତ ୨ ପରୀକ୍ଷା ପାଇଁ ଆଡ୍‌ମିଟ୍ କାର୍ଡ ପ୍ରକାଶ କରିଛି। ଆଡ୍‌ମିଟ୍ କାର୍ଡ ଶୁକ୍ରବାରଠାରୁ ସାମ୍ସ ଇ – ସ୍ପେସ୍ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ସମସ୍ତ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଡମିଟ୍ କାର୍ଡ ପ୍ରଦାନ ସମୟପରେ ନାଁ, ପିତା, ମାତାଙ୍କ ନାମ, ପରୀକ୍ଷା ବିଷୟର ବିଷୟକୁ ଭଲ ଭାବେ ଯାଞ୍ଚ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ କୁହାଯାଇଛି । ତେବେ ଆସନ୍ତା ୨୨ ତାରିଖରୁ ୩୧ ତାରିଖ ଯାଏ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁଆରୀ ୨ରୁ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବ । ଫେବ୍ରୁଆରୀ ୧୮ରୁ ୨୫ ମାର୍ଚ୍ଚ ଯାଏ ଥିଓରୀ ପରୀକ୍ଷା ହେବ । ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ମୋଟ୍ ୪ ଲକ୍ଷ ୭୩୭ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି ।

Read More

ମାଲକାନଗିରି: ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ନିସ୍ତୁକ ମାଡ଼ । ବିଦ୍ୟାଳୟର ନବମ ଶ୍ରେଣୀର କିଛି ଛାତ୍ରଙ୍କ ସହ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ରଙ୍କ ସହି ଯୁକ୍ତିତର୍କ ହୋଇଥିଲା । ଏହାପରେ ନବମ ଶ୍ରେଣୀର ୫ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ସହ ବିଭିନ୍ନ ପ୍ରକାରର କାମ କରାଇ ନିର୍ଯାତନା ଦେଇଥିଲେ । ଶେଷରେ କିଛି ଛାତ୍ର ଏ ସଂପର୍କରେ ଅଭିଭାବକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ଅଭିଭାବକମାନେ ଛାତ୍ରଙ୍କ ଅଭିଯୋଗ ସଂପର୍କରେ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଏ ସଂପର୍କରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ । ପରେ ଘଟଣାଟିକୁ ଚାପିବା ପାଇଁ ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।ମାଡ ଖାଇଥିବା ଛାତ୍ରଙ୍କୁ ଅଭିଭାବକ ସ୍କୁଲ ଛାଡ଼ିବାକୁ ବର୍ତ୍ତମାନ ନାରାଜ । ଏପଟେ ଛାତ୍ର ମାନେ ହଷ୍ଟେଲ ୱାର୍ଡ଼େନ ଓ ଖେଳ ଶିକ୍ଷକଙ୍କ…

Read More

ଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ପାଇଲଟଙ୍କ ଗୁଣ୍ଡାଗର୍ଦ୍ଦି। ପାଇଲଟ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ତାଙ୍କୁ ବୋର୍ଡିଂ ଲାଇନ ଭାଙ୍ଗିବାକୁ ବିରୋଧ କରିବାରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଯାତ୍ରୀ ଅଙ୍କିତ ଦିୱାନ ଇନଷ୍ଟାଗ୍ରାମରେ ତାଙ୍କ ମୁହଁରେ ରକ୍ତ ଲାଗିଥିବା ଏକ ଫଟୋ ସେୟାର କରି ଆକ୍ରମଣର ବର୍ଣ୍ଣନା କରିଛନ୍ତି ଏବଂ ଏୟାରଲାଇନ୍ସ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବିଷୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।ଏୟାର ଇଣ୍ଡିଆ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଛନ୍ତି। ସେ ପାଇଲଟଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।ଦିୱାନ କହିଛନ୍ତି ଯେ ତାଙ୍କ ସାତ ବର୍ଷର ଝିଅ ଆକ୍ରମଣ ଦେଖି ଏପର୍ଯ୍ୟନ୍ତ ମର୍ମାହତ। ଏହି ଘଟଣା ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୧ରେ ଘଟିଛି। ଦିୱାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସେ…

Read More

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର ପୋଲିସ ଗୁରୁବାର ଗିରଫ କରି ଶୁକ୍ରବାର ସୁନ୍ଦରଗଡ଼ ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ହେଲେ କୁଲଦୀପ ହାସଦା(୨୩)। ଏନେଇ ପୋଲିସ ଏକ ମାମଲା ନଂ.୬୧୬/୨୫ ରୁଜୁ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲା। ଜୁନ୍‌ ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲା ଯୁବକ। ଭୟରେ ଛାତ୍ରୀ ଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।ହେଲେ ଗତ ୨ ଦିନ ତଳେ ନାବାଳିକାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର…

Read More

ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା ଦେଇଥିବା ଜଣାପଡିଛି । ଧକ୍କା ଏତେ ଭୟଙ୍କର ଥିଲା ଯେ ଇଞ୍ଜିନ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି। କିନ୍ତୁ ସୌଭାଗ୍ୟବଶତଃ ଟ୍ରେନରେ ଥିବା କୌଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡିଛି। ଘଟଣାସ୍ଥଳରେ ଆଠଟି ହାତୀଙ୍କ ମୃତଦେ ପଡିଥିବା ଦେଖିବାକୁ ମିଳିଛି ।ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ହାତୀ କରିଡର ନାହିଁ । ହାତୀ ପଲକୁ ଦେଖିବା ପରେ ଲୋକୋ ପାଇଲଟ୍ ବ୍ରେକ୍ ଲଗାଇଥିଲେ। ଟ୍ରେନ୍‌ଟି ହାତୀ ପଲ ସହିତ ଧକ୍କା ଖାଇଥିଲା । ଯାହା ଫଳରେ ଦୁଃଖଦ ଘଟଣା ଘଟିଛି ।​ ଟ୍ରେନ୍ ଧକ୍କାରେ ମୃତ ହାତୀଙ୍କର ଶରୀରର କିଛି ଅଂଶ ରେଳ ଟ୍ରାକରେ ବିଛାଡ଼ି ହୋଇ ପଡିଛି । ଫଳର ଅନେକ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ଅନେକ ଟ୍ରେନ୍ ବାତିଲ କରାଯାଇଛି…

Read More

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ପ୍ରେମିକା ଗାଁରେ ପ୍ରେମିକର ମୃତ୍ୟୁ ।ମୃତକ ହେଲେ କଟକ ଜିଲା ସାଲେପୁର ଥାନା ଗଙ୍ଗେଶ୍ୱର ଦେଉଳି ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ(୧୭) ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଅଶୋକଙ୍କ ମା’ ବେବିନା ତାଙ୍କ ପୁଅକୁ ପ୍ରେମିକା ଘର ଲୋକେ ହତ୍ୟା କରି ଟାଙ୍ଗି ଦେଇଥିବା ବିଞ୍ଚାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାମୁତାବକ ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଝିଅଙ୍କ ଗତବର୍ଷ କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ବାହାଘର ହୋଇଥିଲା। ବାହାଘର ପରେ ସେଠାରେ ବୋହୂଙ୍କ ସହ ସେହି ଗ୍ରାମର ଅଶୋକ (୧୭)ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଅନୈତିକ ପ୍ରେମ ସମ୍ପର୍କ ଯୋଗୁ ଶାଶୁଘର ସହ ବୋହୂଙ୍କ ମନାନ୍ତର ହେବାରୁ ସେ ଆସି ବାପ ଘରେ ରହୁଥିଲେ। ଅଶୋକ ପ୍ରେମିକାଙ୍କ ଘରକୁ ଗୁରୁବାର ଆସିଥିଲେ। ବିଳମ୍ବିତ ରାତିରେ ଅଶୋକ ନିଜ…

Read More

ଆସନ୍ତା ୨୪ ତାରିଖ ଯାଏ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ରହିବ । ସବୁଠୁ ଥଣ୍ଡା ଥିଲା ଜି. ଉଦୟଗିରି । ଏଠାରେ ପାରଦ ୪.୩ ରେକର୍ଡ କରାଯାଇଛି । ଗତ କିଛି ଦିନ ହେବ କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଶୀତ ଅପେକ୍ଷାକୃତ ବଢିଛି । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ଶୀତ । ୭ ଡିଗ୍ରୀ ତଳେରହିଛି ପାରଦ । ଘନ କୁହୁଡ଼ି ଯୋଗୁଁ ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପତଳା କୁହୁଡ଼ି ହୋଇପାରେ । କିନ୍ତୁ ଘନ କୁହୁଡ଼ିର ଆଶଙ୍କା ନାହିଁ । ପାଗ ଶୁଖିଲା, ଖରାଟିଆ ଓ ମେଘମୁକ୍ତ ରହିବ । ଡିସେମ୍ବର ୨୫ରେ ଭୁବନେଶ୍ୱରର ରାତି ତାପପାତ୍ରା ପ୍ରାୟ ୧୫ ଡିଗ୍ରୀ ପାଖାପାଖି…

Read More

ସେଲଫି ନେଉ ଥିବା ବେଳେ ହୀରାକୁଦ ଡ୍ୟାମକୁ ଖସି ପଡିଥିବା ଯୁବତୀ ଶେଷରେ ଉଦ୍ଧାର ହୋଇଛନ୍ତି। ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସେଲଫି ନେଲାବେଳେ ଯୁବତୀ ଜଣକ ଖସିପଡ଼ିଥିଲେ। ଖସିପଡ଼ି ପ୍ରାଣ ବିକଳରେ ପହଁରି ପହଁରି ହୀରାକୁଦ ଜଳଭଣ୍ଡାରରେ ଥିବା ଅଧାବୁଡ଼ା ମନ୍ଦିର ଚୂଡ଼ାକୁ ଧରି ଜୀବନ ରକ୍ଷା କରିଥିଲେ। ଦୀର୍ଘ ସମୟ ଧରି ସେଠାରେ ରହିବା ପରେ ବନହରପାଲି ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ତାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ। ଯୁବତୀ ଜଣଙ୍କ ବ୍ରଜରାଜନଗର ଇଟାଭଟାର ସାବିତ୍ରୀ ମେହେର। ବର୍ତ୍ତମାନ ସେ ସୁସ୍ଥ ରହିଥିବା ଜଣାପଡ଼ିଛି।

Read More