Author: sanitelevision

ତେଜିଲା ଅଦିନିଆ ରଥଯାତ୍ରା ବିବାଦ। ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି । ଏବେ ଆଚାର୍ଯ୍ୟ ମାନଙ୍କ ମତ ଗ୍ରହଣ କରିବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ । ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହିନାହାନ୍ତି । ଆମର ଓଡ଼ିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଚାନ୍ଦା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ…

Read More

ରାଜ୍ୟରେ ଜାରି ରହିବ ଶୀତ। ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ ।। ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍‌ ଶୀତ ହେବ । ଏଠାରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି ।

Read More

ଅନୁଗୁଳରେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ ଆରମ୍ଭ କରିଛି । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି । ଗତ ୧୮ ତାରିଖରେ ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ମାରିଦେବାକୁ ଉଦ୍ୟମ କରାଯାଥିଲା । ଏନେଇ ଥାନା‌ରେ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Read More

ବିଷ ପାଲଟିଲାଣି ରାଜଧାନୀର ବାୟୁ । ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଆଜି ଭୁବନେଶ୍ୱରରେ ଦିନ ୧.୧୩ ବେଳକୁ ଏକ୍ୟୁଆଇ ୩୪୮ ରହିଥିଲା ଯାହା ଚିନ୍ତାର କାରଣ ପାଲଟିଛି । ନିଶ୍ୱାସରେ ବିଷ ନେଉଛନ୍ତି ଯାହା ଶରୀରକୁ ଯାଇ ରକ୍ତରେ ମିଶି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ସହରା଼ଞ୍ଚଳରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଏହା ନିୟନ୍ତ୍ରଣ ଠିକ ଭାବେ ହୋଇପାରୁନି ।ଏକ୍ୟୁଆଇ ସମ୍ପର୍କରେ ବିଭିନ୍ନ ଛକରେ ଲଗାଯାଇଥିବା ଡିଜିଟାଲ ବୋର୍ଡରେ ଏନେଇ ବାରମ୍ବାର ଉଲ୍ଲେଖ କରାଯିବାରୁ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ଦିନେ କି ଦୁଇଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ସହରର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିଲେ ମଧ୍ୟ ରୋକିବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ…

Read More

ମନରେଗା ଯୋଜନାର ନାମ ପରିବର୍ତ୍ତନ କରି ‘ବିକଶିତ ଭାରତ ଜି-ରାମ ଜି’ (VB-G RAM-G) କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇ ଗରିବଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସରକାର ଭୂମିଗତ ବାସ୍ତବତାଠାରୁ ଦୂରରେ ଦିଲ୍ଲୀରେ ବସି କିଏ ନିଯୁକ୍ତି ପାଇବ, କେତେ, କେଉଁଠି ଏବଂ କେଉଁ ଢଙ୍ଗରେ ନିଯୁକ୍ତି ପାଇବ ତାହା ସ୍ଥିର କରିବେ ।ସୋନିଆ ଗାନ୍ଧୀ କହିଛନ୍ତି ଯେ, “ମୋତେ ଏବେ ବି ମନେ ଅଛି, ୨୦ ବର୍ଷ ପୂର୍ବେ, ଯେତେବେଳେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସଂସଦରେ ମନରେଗା ଆଇନ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହା ଏତେ କ୍ରାନ୍ତିକାରୀ ପଦକ୍ଷେପ ଥିଲା ଯେ କୋଟି କୋଟି ଗ୍ରାମୀଣ ପରିବାର ଏଥିରୁ ଉପକୃତ ହୋଇଥିଲେ । ଏହା…

Read More

ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର ଘୋଷଣା । ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ରଖାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲାଗିଲା ପୋଷ୍ଟର । ପୋଷ୍ଟରରେ ମାଓବାଦୀଙ୍କ ନାଁ, ଫଟୋ ସହ ପୁରସ୍କାର ରାଶି ଉଲ୍ଲେଖ କରିଛି । ଯେଉଁ ବ୍ୟକ୍ତି ମାଓବାଦୀଙ୍କ ସମ୍ପର୍କରେ ପ୍ରଶାସନକୁ ଖବର ଦେବାକୁ ଚାହାନ୍ତି ସେମାନେ ୯୪୩୭୬୭୩୮୩୯ (9437673839) ନମ୍ବରରେ ଯୋଗାଯୋଗ କରିପାରିବେ । ପ୍ରଶାସନ ମାଓବାଦୀଙ୍କ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖିବ ।

Read More

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ ।ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ ।କେବଳ ପରିକ୍ରମା ମାର୍ଗ ନୁହେଁ, ନିର୍ମାଣ ପରେ କାମରେ ନଲାଗି ଦୀର୍ଘ ବର୍ଷ ଧରି ପଡିରହିଥିବା ଟୁରିଷ୍ଟ୍ ଇଣ୍ଟର୍‌ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ବ୍ୟବହାର ଉପଯୋଗୀ କରାଯିବ । ଗଡ଼ଖାଇ ଖନନରୁ ବାହାରିଥିବା ଐତିହାସିକ ସାମଗ୍ରୀକୁ ଏଠାରେ ସ୍ଥାନିତ କରାଯିବ । ତା’ ସହିତ କାଫେଟେରିଆ, ପାର୍କ, ପିଲାଙ୍କ ପାଇଁ ମନୋରଞ୍ଜନ ଆଦି ବ୍ୟବସ୍ଥା ରହିବ । ଆସନ୍ତା ଦୁଇ ମାସ ଭିତରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରାଯାଇ କାମ ଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ବର୍ଷ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ପ୍ରକଳ୍ପ ବାସ୍ତବ…

Read More

ଭୁବନେଶ୍ଵର, କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି କଏଦୀ।ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ କରିପାରିବେନି ଗଣ୍ଡଗୋଳ। କଏଦୀଙ୍କୁ ଜଗିବ ଏଆଇ। ୧୮ଟି ଜେଲରେ ଖଞ୍ଜା ହେବ କ୍ୟାମେରା। ସନ୍ଦେହଜନକ ସ୍ଥିତିରେ ବାଜିବ ସାଇରନ୍। ଜେଲ୍ ଭିତର ହେଉକି ସେଲ୍ ଭିତର ସବୁଠି ଟିକନିକ୍ ନଜର ରଖିବ ଏଆଇ।ନିକଟରେ କଟକ ଚୌଦ୍ଵାର ଜେଲରୁ ଫେରାର ହୋଇଯାଇଥିବା ଦୁଇ ବିହାରୀ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଧରିବା ତ ଦୂରର କଥା, ସେମାନଙ୍କର ଛାଇ ବି ଏଯାବତ ଦେଖିପାରିନି। ଫଳରେ ଏବେ ଜେଲ୍ ବିଭାଗର ଚେତା ପଶିଛି। ଗତ ୨୫ ବର୍ଷର ରିପୋର୍ଟ ଦେଖିଲେ ୧୦୭ କଏଦୀ ଜେଲରୁ ଚମ୍ପଟ ମାରିଛନ୍ତି। ସେମାନଙ୍କ ଭିତରୁ ୬୮ ଜଣ ଧରାପଡ଼ିଥିବା ବେଳେ ଏବେବି ୩୯ କଏଦୀ ଫେରାର…

Read More

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ଫେବୃଆରୀ ୭ରୁ ଆରମ୍ଭ ହେବ ବିଶ୍ବକପ ମୁକାବିଲା ।ଭାରତୀୟ ସ୍କ୍ବାର୍ଡ : ସୂର୍ଯ୍ୟକୁମାର ଯାଦବ( ଅଧିନାୟକ), ଅଭିଷେକ ଶର୍ମା, ଅକ୍ଷର ପଟେଲ ( ଉପ ଅଧିନାୟକ), ସଞ୍ଜୁ ସାମସନ, ଈଶାନ କିଷନ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଜସପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଂଶିଟନ ସୁନ୍ଦର ।

Read More

ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା।ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଏବେ ସୁଦ୍ଧା ରାଜେନ୍ଦ୍ରଙ୍କ ଗୋଟିଏ ୩ ମହଲା କୋଠା, ୩ ଟି ଦାମୀ ପ୍ଲଟ, ସାଢେ ୩ ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କଜମା, ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜେନ୍ଦ୍ରଙ୍କ ୪ ଠିକଣାରେ ରେଡ୍ ମାରିଥିଲା ଭିଜିଲାନ୍ସ ।୧୯୮୫ରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କ ପ୍ରାରମ୍ଭିକ ଦରମା ଥିଲା ମାସିକ ମାତ୍ର ୧୫୦୦ଶହ ଟଙ୍କା । ୨୦୨୧ରେ ସେ ଡେପୁଟୀ ରେଞ୍ଜର ଭାବେ ପଦୋନ୍ନତି ପାଇଥିବା ବେଳେ, ଅନୁଗୁଳରେ ନିୟୋଜିତ ଥିଲେ । ୨୦୨୩ରେ ସେ ରେଞ୍ଜର ଭାବେ ପଦୋନ୍ନତି…

Read More