ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର।ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏଁ ଚାଲିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି । ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ ଯେଉଁମାନେ ୧୦ ହଜାର ଟଙ୍କା ଯାଏଁ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ । ଏହା ଛଡା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀର ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ଜମାକାରୀବି ଉପକୃତ ହେବେ । ଜମାକାରୀମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା…
Author: sanitelevision
ମହଙ୍ଗା ହେଲା ଟ୍ରେନ୍ ଯାତ୍ରା। ବଢିଲା ଟ୍ରେନ୍ ଭଡା। ରେଳବାଇ ଘୋଷଣା କରିଛି ଯେ ଟ୍ରେନ ଭଡାରେ ପରିବର୍ତ୍ତନ ଡିସେମ୍ବର ୨୬, ୨୦୨୫ରୁ ଲାଗୁ ହେବ। ୨୧୫ କିଲୋମିଟର ପର୍ଯ୍ୟନ୍ତ ନିୟମିତ ଭଡା ବୃଦ୍ଧି କରାଯାଇ ନାହିଁ। ସାଧାରଣ ବର୍ଗରେ ୨୧୫ କିମିରୁ ଅଧିକ ଯାତ୍ରା ପାଇଁ କିମି ପିଛା ୧ ପଇସା ବୃଦ୍ଧି କରାଯାଇଛିି। ମେଲ୍ / ଏକ୍ସପ୍ରେସ୍ ନନ୍ ଏସି ପାଇଁ କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ଏସି ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ନନ୍ ଏସିରେ ୫୦୦ କିମି ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡିବ। ଏହା ଦ୍ୱାରା ଚଳିତ ବର୍ଷ ୬୦୦ କୋଟି ଟଙ୍କାର ଆୟ କରିବ ରେଲୱେ। ଲୋକେଲ ଟ୍ରେନ୍ ଓ ମାସିକିଆ ଟିକେଟ (ଏମଏସଟି)ରେ କୌଣସି ବୃଦ୍ଧି ହୋଇନାହିଁ। ରେଳବାଇ କହିଛି ଯେ ଉତ୍ତମ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ…
ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନର ହେବ ସ୍ୱତନ୍ତ୍ର ଅଡିଟ୍ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି । ପିସିସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । । ୭ କୋଟି ଟଙ୍କାରେ ୫୧ଟି ଥାର କିଣିଥିଲା ଜଙ୍ଗଲ ବିଭାଗ । ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା ।ଏପିରିକି ବିଧାନସଭାର ଶୀତ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ସେତେବେଳେ ଏହି ପ୍ରସଙ୍ଗ ଉପରେ ସବିଶେଷ ତଥ୍ୟ ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ । କେଉଁ ବାବଦକୁ ଆଉ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା । ପୁରା ବିଧାନସଭାକୁ ଜଣାଇଥିଲେ ମନ୍ତ୍ରୀ । ଆଉ ଏବେ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।
ବାଲିକୁଦା ମରିଚପୁର ମଶାଣିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଶାଣିରେ ହୋଇଥିବା ପୂଜା ସ୍ଥାନରେ ପଡ଼ିଛି କଳସ, ସିନ୍ଦୂର, ଫୁଲ, କୁକୁଡ଼ା ମୁଣ୍ଡ ଏବଂ ଯୁବକ ଯୁବତୀଙ୍କ ଫଟୋ। ଉକ୍ତ ଶ୍ମଶାନ ନିକଟରେ ଓଷକଣା ପଞ୍ଚାୟତର ଗୋଟିଏ ପରିବାରର ୨ ଭାଇ ଭଉଣୀଙ୍କ ଫଟୋଚିତ୍ରରେ ରକ୍ତ ଓ ସିନ୍ଦୂର ଲଗାଯାଇଛି। ୨ଟି କଣ୍ଢେଇ କରି ସେଥିରେ ମଙ୍ଗଳସୂତ୍ର ପିନ୍ଧାଯାଇଛି। ଏପରିକି ସେଠାରେ ନାଲି ଶଙ୍ଖା ସିନ୍ଦୂର ସହ ମାଟିହାଣ୍ଡି ପଡ଼ିଥିବା ବେଳେ ଏକ ମୃତ ଦେଶୀ କୁକୁଡ଼ା ମଧ୍ୟ ଦେଖିବାକୁ ମିଳିଛି।ବକୁଳ ଅମାବାସ୍ୟା ରାତିରେ ଯୁବକ ଯୁବତୀଙ୍କ ଫଟୋ ସହିତ ପୂଜା ସ୍ଥାନକୁ ଦେଖି ଗାଁ ଲୋକମାନଙ୍କ ମଧ୍ୟରେ ଗୁଣି ଗାରେଡ଼ି ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅପଣ୍ଡରା ପଞ୍ଚାୟତର ଜଣେ ବିବାହିତ ଯୁବକ ଭୁବନେଶ୍ୱରରେ ରୁହନ୍ତି। ସେ ଫଟୋଥିବା ଯୁବତୀଙ୍କୁ ଭୁବନେଶ୍ୱରରେ ରଖି ପାଠ ପଢ଼ାଉଥିଲେ। ତାଙ୍କୁ ନିଜର ଭାବି ତାଙ୍କ ନାମରେ ଭୁବନେଶ୍ୱରରେ ପ୍ଲଟ ଓ…
ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।ରବିବାର ବିଳମ୍ବିତ ରାତିରେ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳୁ ସକାଳୁ କୌଣସି ଲୋକ ଘରର କବାଟ ଖୋଲିନଥିଲେ । ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘରର କବାଟ ଖୋଲିଥିଲେ । ଏହାପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା । ମେଡିକାଲରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଫୁଡ୍ ପଏଜନିଂ ହେଉ ଅବା ଅନ୍ୟ କେଉଁ କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ତାହା ଏବେ ଯାଏଁ ଜଣାପଡିନାହିଁ । ଅନୁଗୋଳ ଓ କଣ୍ଟାବଣିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ଏବଂ ପ୍ରାଥମିକ ତଦନ୍ତ…
ଆସନ୍ତା ୨୦୨୬ ଫେବୃଆରୀ ୧୮ ତାରିଖରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ। ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶ୍ନପତ୍ରର ସୁରକ୍ଷା ଲାଗି ମୋଟ୍ ୨୧୦ଟି ହବ୍ କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଚଳିତବର୍ଷ ରାଜ୍ୟରେ ୧୫୦ଟି କଲେଜ ବୃଦ୍ଧି ହୋଇଥିବାରୁ ହବ୍ ସଂଖ୍ୟା ମଧ୍ୟ ବଢ଼ିବାର ସମ୍ଭାବନା ରହିଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଇଛନ୍ତି। ତେବେ ଚଳିତବର୍ଷ ରାଜ୍ୟରେ ମୋଟ୍ ୧୩୫୮ଟି ସେଣ୍ଟର ସମେତ ୭ଟି ସବ୍ ସେଣ୍ଟରରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୪ ଲକ୍ଷ ହଜାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଥର ଲାଗି ପ୍ରାକ୍ଟିକାଲ ପରୀକ୍ଷାରେ ୱେବ୍କାଷ୍ଟ ବ୍ୟବସ୍ଥା ହେବ। ସେହିପରି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟାରେ ଶେଷ ହେବ। ସେହିପରି ୬୦୦ଟି ପରୀକ୍ଷାକେନ୍ଦ୍ରର ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା…
ତେଜିଲା ଅଦିନିଆ ରଥଯାତ୍ରା ବିବାଦ। ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି । ଏବେ ଆଚାର୍ଯ୍ୟ ମାନଙ୍କ ମତ ଗ୍ରହଣ କରିବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ । ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହିନାହାନ୍ତି । ଆମର ଓଡ଼ିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଚାନ୍ଦା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ…
ରାଜ୍ୟରେ ଜାରି ରହିବ ଶୀତ। ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ ।। ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ହେବ । ଏଠାରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି ।
ଅନୁଗୁଳରେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ ଆରମ୍ଭ କରିଛି । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି । ଗତ ୧୮ ତାରିଖରେ ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ମାରିଦେବାକୁ ଉଦ୍ୟମ କରାଯାଥିଲା । ଏନେଇ ଥାନାରେ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ବିଷ ପାଲଟିଲାଣି ରାଜଧାନୀର ବାୟୁ । ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଆଜି ଭୁବନେଶ୍ୱରରେ ଦିନ ୧.୧୩ ବେଳକୁ ଏକ୍ୟୁଆଇ ୩୪୮ ରହିଥିଲା ଯାହା ଚିନ୍ତାର କାରଣ ପାଲଟିଛି । ନିଶ୍ୱାସରେ ବିଷ ନେଉଛନ୍ତି ଯାହା ଶରୀରକୁ ଯାଇ ରକ୍ତରେ ମିଶି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ସହରା଼ଞ୍ଚଳରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଏହା ନିୟନ୍ତ୍ରଣ ଠିକ ଭାବେ ହୋଇପାରୁନି ।ଏକ୍ୟୁଆଇ ସମ୍ପର୍କରେ ବିଭିନ୍ନ ଛକରେ ଲଗାଯାଇଥିବା ଡିଜିଟାଲ ବୋର୍ଡରେ ଏନେଇ ବାରମ୍ବାର ଉଲ୍ଲେଖ କରାଯିବାରୁ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ଦିନେ କି ଦୁଇଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ସହରର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିଲେ ମଧ୍ୟ ରୋକିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ…









