ସର୍ବାଧିକ ରେକର୍ଡ ସ୍ତର ଛୁଇଁଲା ସୁନା ଦର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ହୋଇଛି। ୧୦ ଗ୍ରାମ୍କୁ ଲକ୍ଷେ ୩୮ ହଜାର ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ କୁ ୨୨୦୦ ଟଙ୍କା ବୃଦ୍ଧି ପାଇ ଲକ୍ଷେ ୨୭ ହଜାର ଟଙ୍କା ପାର୍ ହୋଇଛି। ଏହା ପୂର୍ବରୁ ୧୮ ଡିସେମ୍ବରରେ ସୁନା ଦର ବୃଦ୍ଧି ପାଇ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପ୍ରତି ୧୦ ହଜାର ୧୧୩ ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୨ହଜାର ୩୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ଥିଲା ।
Author: sanitelevision
ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ।ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମହିଳାଙ୍କ ନାମ ରୁବି ଓ ତାଙ୍କ ପ୍ରେମିକଙ୍କ ନାମ ଗୌରବ ବୋଲି ପ୍ରକାଶ କରିଛନ୍ତି ସମ୍ଭଲ ପୋଲିସ ଅଧୀକ୍ଷକ କେ.କେ. ବିଷ୍ନୋଇ।ରୁବି ଚନ୍ଦୌସି ଅଞ୍ଚଳର ମୋହଲ୍ଲା ଚୁନିର ବାସିନ୍ଦା ଥିବା ନେଇ ଜଣାପଡ଼ିଛି।ଡିସେମ୍ବର ୧୫ ତାରିଖ ସକାଳେ ପଟରାଉଆ ରୋଡ୍ ସ୍ଥିତ ଇଦଗାହ ନିକଟ ଏକ ନାଳରେ ଜଣେ ଯୁବକଙ୍କ ବିକୃତ ମୃତଦେହ ମିଳିବା ପରେ ମାମଲାଟି ସାମ୍ନାକୁ ଆସିଥିଲା। ସୂଚନା ପାଇ ଇନ୍ସପେକ୍ଟର ଅନୁଜ ତୋମାର ଏବଂ ସିଓ ମନୋଜ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ବ୍ୟକ୍ତି ଜଣକ ରାଜପୁରା ଥାନା ଅଞ୍ଚଳର ଗନ୍ନା ନଗର ନିବାସୀ ଜସୱନ୍ତଙ୍କ…
ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅଳ୍ପ ଦିନ ମଧ୍ୟରେ ଯେଉଁମାନଙ୍କର ପ୍ରଦୂଷଣ ଜୋରିମାନା ଆସିଥିବ ତାକୁ ଅଣଦେଖା କରାଯିବ ବୋଲି ପରିବହନ ଆୟୁକ୍ତ ସ୍ପଷ୍ଟ କରିଛନ୍ତି। ସୂଚନାମୁତାବକ ସୋମବାର ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଆରଟିଓ-୧ ପରିସରରେ ତୈଳ ବିତରକ କମ୍ପାନୀ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ ହୋଇଥିଲା। ଏହା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ। ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍ରେ ଲେଖିବାକୁ କହିଛୁ।…
ରାଜ୍ୟରେ ଶୀତ ଲହରୀ ଜାରି । ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତ ଲହରୀ ଜାରି ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ ୫ ଜିଲ୍ଳାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ । ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନାହିଁ । ସର୍ବନିମ୍ନ ତାପମାତ୍ରା ୪-୫ ଡିଗ୍ରୀରେ ରହୁଛି । ଗତ ୨୪ ଘଣ୍ଟାରେ କୋରାପୁଟରେ ୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି ।
ବିହାରର ସମସ୍ତିପୁରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ଅନେକଙ୍କ ଆଖି ଓଦା କରିଦେଇଛି । ପ୍ରେମ, ବିବାହ, ବିଶ୍ୱାସ ଏକତ୍ର ବଂଚିବା ଓ ମରିବା କଣ ତାହା ଏକ ଦମ୍ପତି ପ୍ରମାଣ କରିଛନ୍ତି ।ରୋସେରା ସହରର ୱାର୍ଡ ନମ୍ବର ୨୦ର ବାସିନ୍ଦା ୮୫ ବର୍ଷୀୟ ବିଷ୍ଣୁଦେବ ସାହାଣୀ ଶନିବାର ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ପରିବାର ହସ୍ପିଟାଲକୁ ନେଇଥିଲେ ହେଁ ଅପରାହ୍ନ ପ୍ରାୟ ୩ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୁଅ ଧରମ ସାହାଣୀ ସମ୍ପ୍ରଦାୟର ସଦସ୍ୟଙ୍କ ସହାୟତାରେ ଗଣ୍ଡକ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ସ୍ୱାମୀଙ୍କ ଶବଯାତ୍ରା ଘରୁ ବାହାରିବା ମାତ୍ରେ ୮୦ ବର୍ଷୀୟ ଲାଲପରି ଦେବୀ ମର୍ମାହତ ହୋଇଯାଇଥିଲେ । ତାଙ୍କ ପୁଅ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଶନିବାର ରାତି ପ୍ରାୟ ୯ ଟାରେ ମୃତ୍ୟୁବରଣ କଲେ। ମାତ୍ର ଛଅ ଘଣ୍ଟା ମଧ୍ୟରେ ସ୍ବାମୀ ସ୍ତ୍ରୀଙ୍କ…
ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ । ୪ କିଲୋମିଟର ଚାଲି ଚାଲି ଗଲେ , ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ପାଠ ପଢ଼ିଲେ । ବିଦ୍ୟାଳୟ କୁ ବଞ୍ଚାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ଏହି ଚିତ୍ର ସାମ୍ନାକୁ ଆସିଛି ଉଦଳା ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରୁ। ଗୋପବନ୍ଧୁନଗର ବ୍ଲକ ପୁରଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୦ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି। ହେଲେ ପୂର୍ବରୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ନେଇ ଆନ୍ଦୋଳନ କରିବା ପରେ ତିନି ଗୋଟି ଅସ୍ଥାୟୀ ଶ୍ରେଣୀ ଗୃହ ତିଆରି କରାଯାଇଥିଲା। ଏବେ ଉକ୍ତ ବିଦ୍ୟାଳୟ ଭଙ୍ଗା ଯିବା ନେଇ ନୋଟିସ ଆସିବା ପରେ ଏହିଭଳି ନିଆରା ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।ବିଦ୍ୟାଳୟ ଭାଙ୍ଗିଦେଲେ ଆମେ କେଉଁଠି ପଢ଼ିବୁ ବୋଲି ପ୍ରଶ୍ନ କରିବା ସହ ନିଷ୍ପତ୍ତି ପ୍ରତ୍ୟାହର ନହେଲେ ରାଜରାସ୍ତାରେ ପାଠ ପଢ଼ିବୁ ଚେତାବନୀ ଦେଇଛନ୍ତି ।
ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। କ’ଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।ଅମର ସିଂହ ଚହଲଙ୍କ ଆତ୍ମହତ୍ୟା ପ୍ରୟାସ ସମ୍ପର୍କରେ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କ ନିକଟରେ ୧୨ ପୃଷ୍ଠାର ଶେଷ ଆବେଦନ ସାମ୍ନାକୁ ଆସିଛି। ଅନଲାଇନ୍ ଠକମାନେ ତାଙ୍କୁ ୮ କୋଟି ଟଙ୍କା ଠକିଛନ୍ତି।ପୋଲିସ କହିଛି ଯେ ଘଟଣାସ୍ଥଳରୁ ଏକ ନୋଟ୍ ମିଳିଛି, ଯାହା ଦର୍ଶାଉଛି ଯେ ସେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ଏହାର ବିସ୍ତୃତ ତଦନ୍ତ ଚାଲିଛି। ପଟିଆଲାର ବରିଷ୍ଠ ପୋଲିସ ଅଧିକ୍ଷକ ବରୁଣ ଶର୍ମା କହିଛନ୍ତି, “ଆମେ ଗୁଳିକାଣ୍ଡ ବିଷୟରେ ସୂଚନା ପାଇବା ମାତ୍ରେ ପୋଲିସ ଦଳ ତାଙ୍କ ଘରକୁ ଯାଇଥିଲେ। ତାଙ୍କୁ ଗୁରୁତର…
ଅଣ୍ଡାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ କାରଣ ଶରୀରକୁ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ବ ଏଥିରେ ରହିଥାଏ। ଅଣ୍ଡା ହେଉଛି ପ୍ରୋଟିନର ଏକ ଶସ୍ତା, ସୁଲଭ ଏବଂ ନିର୍ଭରଯୋଗ୍ୟ ଉତ୍ସ। ତେବେ ଏକ ରିପୋର୍ଟ ଏହାରର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଆଉ ଅଣ୍ଡାକୁ ନେଇ ବିବାଦ ଚାଲିଛି। ସ୍ୱାସ୍ଥ୍ୟ ଉତ୍ପାଦ ଏବଂ ଖାଦ୍ୟ ସାମଗ୍ରୀର ବ୍ୟକ୍ତିଗତ ପରୀକ୍ଷା କରୁଥିବା ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଟ୍ରଷ୍ଟେଡ୍ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଦାବି କରାଯାଇଛି ଯେ ଅଣ୍ଡା ନମୁନାରେ କର୍କଟ ସମ୍ପର୍କିତ ରାସାୟନିକ ପଦାର୍ଥ ମିଳିଛି। ଅଣ୍ଡାରେ କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଥିବା ଖବର ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୋଇଗଲା, ଯାହା ଅନେକ ପ୍ରଶ୍ନ ଉଠାଇଛି |ରିପୋର୍ଟ ମୁତାବକ, ଅଣ୍ଡାରେ ନାଇଟ୍ରୋଫୁରଣ୍ଟୋଇନ୍ ନାମକ ଏକ ପଦାର୍ଥ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏପରିକି ଏହା ଯୋଗୁଁ କର୍କଟ ରୋଗ ହେବାର…
ଏପ୍ରିଲ ୧ରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ । ଓଡ଼ିଶାରେ ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ । ସରକାର ଜାରି କରିଛନ୍ତି ନୂଆ SOP । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏକ ବିସ୍ତୃତ ସୂଚନା ବା SOP ଜାରି ହୋଇଛି ।ଏହି ନୂଆ ନିୟମ ପ୍ରତି ଦୁଇ ବର୍ଷରେ ଥରେ ଏପ୍ରିଲ ୧ ତାରିଖରୁ ଲାଗୁ ହେବ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ମୂଲ୍ୟାଙ୍କନ କମିଟି’ (DVC) ଓ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଉପ-ଜିଲ୍ଲା ମୂଲ୍ୟାଙ୍କନ କମିଟି’ (SDVC) ଗଠନ କରାଯିବ । ଏଥିରେ ବିଶେଷଜ୍ଞ ମୂଲ୍ୟାଙ୍କନକାରୀ ମାନେ ରହିବେ। ସହରାଞ୍ଚଳ (Form-5) ପ୍ଲଟଗୁଡ଼ିକୁ ରାସ୍ତା କଡ଼, ଆବାସିକ ଓ ବ୍ୟବସାୟିକ ଶ୍ରେଣୀରେ ବିଭକ୍ତ କରାଯାଇ ମୂଲ୍ୟ ସ୍ଥିର ହେବ। ଗ୍ରାମାଞ୍ଚଳ (Form-6)ରେ ଚାଷ ଜମି, ଅଣ-ଚାଷ ଜମି ଓ ଜାତୀୟ ରାଜପଥ…
ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବନ ବିଭାଗର ସୂଚନା ମୁତାବକ, ରବିବାର ଜାତୀୟ ଉଦ୍ୟାନକୁ ଗୋଟିଏ ଦିନରେ ୨୮୬୪ ପର୍ଯ୍ୟଟକ ଆସିଥିଲେ । ପର୍ଯ୍ୟଟକ ବୋଟ୍ ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ରହିଥିବା କୁମ୍ଭୀର ସହିତ ହରିଣ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଭିତରକନିକା ସେଲଫି ପଏଣ୍ଟ୍ ରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା ।ସ୍କାଏୱାକ୍ରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଚାଲିବା ସହିତ ନୂଆ ଅନୁଭୂତି ସାଉଣ୍ଟିଥିଲେ । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ପର୍ଯ୍ୟଟକ ଅଧିକ ସମୟ ଅତିବାହିତ କରିଥିଲେ । ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖି ବେଶ ଉପଭୋଗ କରିଥିଲେ ପର୍ଯ୍ୟଟକ ମାନେ ।









