ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଖୁବଶୀଘ୍ର ଖୋଲିବ ସିଲିକନ୍ ଟେକ୍ ସହ OPRBର କାରନାମା। ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ ।। ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ସମନ ପାଇଥିବା ୩ ଜଣ ଆଶାୟୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ଜେରା ଚାଲିଥିବା ସୂଚନା ।
Author: sanitelevision
ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । 211 ହବରେ ନିଜ ଆଡୁ ଏହି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI କ୍ୟାମେରାରେ ଲଗାଯିବ ୧୨୮ GB କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ । ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ସବୁ ହବରେ ଲଗାଯିବ ଏହି କ୍ୟାମେରା ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲାଯାଇଛି କଣ୍ଟ୍ରୋଲ ରୁମ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯିବ । ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା । ଏହା ଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟର୍ନାଲମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି ।ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ…
ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ‘ଇ’ ହେଉଛି ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ ‘ଇ’ ହେଉଛି ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା । ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡୁବାକୁ ଚାହୁଁଛି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡ଼ିବାକୁ ଚାହୁଁଛି, ଏହି ଦୁଇ ‘ଇ’ ହେଉଛି ଏନ୍ଭାଇରନ୍ମେଣ୍ଟ ଓ ଏନ୍ଗେଜ୍ମେଣ୍ଟ । ଏସବୁକୁ ଆପଣାଇଲେ ୯୫ପ୍ରତିଶତ ଦୁର୍ଘଟଣାକୁ ରୋକାଯାଇପାରିବ ।
ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି। ଓକିଲଙ୍କ ଜରିଆରେ ପୀୟୂଷ କୋର୍ଟରେ ନିଜ ପକ୍ଷ ରଖିଛନ୍ତି।ଯାତ୍ରା ସୂର୍ଯମନ୍ଦିର ମାଲିକ ଆଣିଥିଲେ ଚୁକ୍ତି ଖିଲାପର ସାଙ୍ଘାତିକ ଅଭିଯୋଗ। ସମିର ତ୍ରିପାଠୀ ଙ୍କ ପକ୍ଷରୁ ଦାଖଲ ହୋଇଥିଲା ଇନଜକ୍ସନ ପିଟିସନ।ପୂର୍ବରୁ ପୀୟୂଷ କହିଥିଲେ କୋର୍ଟଙ୍କ ପାଖରୁ ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି ନୋଟିସ ନ ପାଇବା ପର୍ଯ୍ୟନ୍ତ ମୁଁ ମଞ୍ଚ ଚଢିବି।
ଟିଭିକେ ନେତା ତଥା ଅଭିନେତା ଥାଲାପତି ବିଜୟଙ୍କୁ ସିବିଆଇ ଜେରା । କରୁର ଦଳାଚକଟା ମାମଲାରେ ପଚରାଉଚରା କରୁଛି ସିବିଆଇ । ଦିଲ୍ଲୀ ସିବିଆଇ ହେଡ୍ କ୍ବାର୍ଟରରେ ପହଞ୍ଚିଛନ୍ତି ବିଜୟ କୁମାର ।ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ, ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯିବ । ସଂସ୍ଥାକୁ ରାଲି ପାଇଁ ମିଳିଥିବା ଅନୁମତି, ସ୍ୱେଚ୍ଛାସେବୀ ନିୟୋଜିତ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ପୁଲିସ ସହିତ ସମନ୍ୱୟ ସମ୍ବନ୍ଧୀୟ ଦସ୍ତାବିଜ ମଧ୍ୟ ମଗାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ପାଇଁ ଭିତ୍ତିଭୂମି, ପରିବହନ, ଖାଦ୍ୟ ଏବଂ ପାଣି ବ୍ୟବସ୍ଥା ସହିତ ଜଡିତ ଆର୍ଥିକ ରେକର୍ଡ ମଗାଯାଇଛି ।ସିବିଆଇ ଜେରାରେ ସମ୍ମୁଖୀନ ହେବାକୁ ବିଜୟ ଚେନ୍ନାଇରୁ ଏକ ଚାର୍ଟାଡ ବିମାନରେ ଦିଲ୍ଲୀରେ ଆସି…
ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । । ୭୧ ଏକର ଜମିରେ ଏହା ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକରେ ନିର୍ମାଣ ହେବ ଫ୍ଲାଏ ଓଭର । ଜୟଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି ।…
ବ୍ରିଟିଶ ଯୁଗର ପରିଚୟରୁ ସମ୍ପୂର୍ଣ୍ଣ ମୁକ୍ତ କରିବ ଭାରତୀୟ ରେଳ | ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅଧିକାରୀମାନଙ୍କ ପାଇଁ ଦଶନ୍ଧି ପୁରୁଣା ବାଧ୍ୟତାମୂଳକ କଳା କୋଟ୍ ଡ୍ରେସ୍ କୋଡ୍ ସମାପ୍ତ କରିବାକୁ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବ୍ରିଟିଶ ଯୁଗରୁ ବ୍ୟବହୃତ ହେଉଥିବା କଳା ସୁଟ୍ ଏବଂ କୋଟ୍ ଆଉ ଆନୁଷ୍ଠାନିକ ପୋଷାକ ଭାବରେ ବ୍ୟବହୃତ ହେବ ନାହିଁ । ଏହି ନିଷ୍ପତ୍ତିକୁ କେବଳ ଡ୍ରେସ୍ କୋଡ୍ରେ ପରିବର୍ତ୍ତନ ଭାବରେ ନୁହେଁ ବରଂ ରେଳବାଇର କାର୍ଯ୍ୟ ସଂସ୍କୃତିରୁ ଔପନିବେଶିକ ମାନସିକତାକୁ ଦୂର କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ମଧ୍ୟ ଦେଖାଯାଉଛି । ଏପର୍ଯ୍ୟନ୍ତ, ଯାଞ୍ଚ୍, ପରେଡ୍ ଏବଂ ସ୍ୱତନ୍ତ୍ର ସରକାରୀ କାର୍ଯ୍ୟ ସମୟରେ ରେଳ ଅଧିକାରୀମାନେ କଳା କୋଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା। ଏହି ପୋଷାକ ବ୍ରିଟିଶମାନେ ସେମାନଙ୍କ ଶାସନ ସମୟରେ କର୍ତ୍ତୃତ୍ୱ ଏବଂ ଶୃଙ୍ଖଳାର ପ୍ରତୀକ ଭାବରେ ପ୍ରଚଳନ କରିଥିଲେ।…
ଦିଗହରା ହେଲା ଡିଆରଡିଓ ଦ୍ୱାରା ବିକଶିତ ଉପଗ୍ରହ ‘ଅନ୍ୱେଷା’ । ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି ‘ଅନ୍ୱେଷା’ । ଶେଷ ପର୍ଯ୍ୟାୟରେ ‘ଅନ୍ୱେଷା’ରେ ଯାନ୍ତ୍ରୀକ ତ୍ରୁଟି । ଯାନ୍ତ୍ରୀକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୁଟିର ବିଶ୍ଳେଷଣ ଚାଲିଥିବା କହିଲା ଇସ୍ରୋ । ରକେଟର ତୃତୀୟ ପର୍ଯ୍ୟାୟରେ ଉପୁଜିଲା ସମସ୍ୟା। PSLV-C62 ଉତକ୍ଷେପଣରେ ତ୍ୟୁଟି ପରିଲକ୍ଷିତ ହୋଇଛି। ପିଏସଏଲଭିକୁ ବିଶ୍ୱର ସବୁଠାରୁ ନିର୍ଭରଯୋଗ୍ୟ ପ୍ରକ୍ଷେପଣ ଯାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହା ଚନ୍ଦ୍ରାୟଣ-୧, ମଙ୍ଗଳୟାନ ଏବଂ ଆଦିତ୍ୟ-ଏଲ୧ ଭଳି ମିଶନ୍ ଲଞ୍ଚ କରିଛି। ଏହା ପିଏସଏଲଭିର ସାମଗ୍ରିକ ଭାବରେ ୬୪ତମ ଉଡ଼ାଣ ଥିଲା। ଏହା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ନିର୍ମାଣ ଏବଂ ଲଞ୍ଚ କରିବା ପାଇଁ ଭାରତର ନବମ ବାଣିଜ୍ୟିକ ମିଶନ ଥିଲା। ଏହାକୁ ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଏହା ପ୍ରଥମ…
କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ । ଜଗତପୁର ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଚର୍ଚ୍ଚା । ରବିବାର ରାତି ୧୧ ଟା ସମୟରେ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି ।ସେପଟେ ବାଘ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଥାଉକି, ବିଳମ୍ୱିତ ରାତିରେ ହଟାତ୍ କୁକୁର ମାନେ ଜୋର୍ ରେ ଭୋକିବାକୁ ଲାଗିଥିଲେ । ଏହି ସମୟରେ ଯେତେବେଳେ ସ୍ଥାନୀୟ ଲୋକେ ଝରକା ବାଟେ ଯେତେବେଳେ ଦେଖିଥିଲେ ସେତେବେଳେ ରାସ୍ତାରେ ଗୋଟିଏ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ବାଘଟି କଲରା ପତରିଆ ବାଘ ହୋଇଥିବା ଅନୁମାନ କରିଥିଲେ ଲୋକେ ।
ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଭଣ୍ଡାରିପୋଖରୀ ବଜାର ନିକଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ମଞ୍ଚରେ ଅଶ୍ଲୀଳ ନାଚ । ଯାହାକୁ ଦେଖି ଦର୍ଶକମାନେ ମଞ୍ଚକୁ ଜୋତା ଓ ଚେୟାର ମାଡ଼ କରିଛନ୍ତି । ଭଣ୍ଡାରିପୋଖରୀ ବଜାର ନିକଟରେ ପାର୍ବତୀ ଗଣନାଟ୍ୟ ତାର ନାଟକ ପରିବେଶଣ କରୁଥିଲା । ପ୍ରଥମ ରାତିରେ ନାଟକ ପୂର୍ବରୁ ନିଶା ମହାରଣା ନାଚ ପରିବେଶଣ ନିମନ୍ତେ ପେଣ୍ଡାଲ ଉପରକୁ ଚଢିଥିଲେ । ଆଉ ଆରମ୍ଭ କରିଥିଲେ ତାଙ୍କର ଅଶ୍ଲୀଳ ନାଚ | ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ହଠାତ୍ ରାଗିଯାଇଥିଲା । ଆଉ ପେଣ୍ଡାଲ ଉପରକୁ ଜୋତା ଓ ଚେୟାର ଫିଙ୍ଗିଥିଲେ । ଜୋତା କିମ୍ବା ଚେୟାର ନିଶାଙ୍କ ଦେହରେ ବାଜିନଥିଲେ ମଧ୍ୟ ଯାତ୍ରା କମିଟିର ସଦସ୍ୟମାନେ ତାଙ୍କୁ ଭିତରକୁ ନେଇଯାଇଥିଲେ । ପରେ ଅନେକ ସମୟ ଧରି ଯାତ୍ରା ବନ୍ଦ ରହିଥିଲା ।









