Author: sanitelevision

ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ ।ଜେଲ୍‌ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ । ଜେଲ୍ ଡିଆଇଜି କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲ୍‌ରେ ଏଆଇ କ୍ୟାମେରା ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା କାରାଗାରରେ ଏଆଇ କ୍ୟାମେରା ଲାଗିଛି । ଲାଗିଥିବା କ୍ୟାମେରା ସଫଳତାର ସହ କଏଦୀ ଖସିଲେ ଚିହ୍ନଟ କରି ସାଇରନ୍ ବଜାଇବାରେ ସକ୍ଷମ ହୋଇଛି ।”ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲାଗିବ । ଯେଉଁଠି ୩୨ଟି ଲେଖାଏଁ କ୍ୟାମେରା ଲାଗିବ।ଝାରପଡ଼ା,ଚୋଦ୍ବାର,ସମ୍ବଲପୁର ,ବ୍ରହ୍ମପୁର ଜେଲ ରହିଛି ।ସେ ଆହୁରି କହିଛନ୍ତି, “ଏଆଇ କ୍ୟାମେରା ଖାଲି କଏଦୀଙ୍କ ଗତିବିଧି ଉପରେ ନଜର ରଖିବା ତା ନୁହେଁ । ନିଶା ଦ୍ରବ୍ୟ ମଧ୍ୟ ବାହାରୁ…

Read More

ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର।ସରକାରୀ ଜମିର ହୋଇପାରିବନି ଦୁରୁପଯୋଗ । ଲିଜ ନେଇ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଉକ୍ତ ଜମିକୁ ରାଜସ୍ବ ବିଭାଗ ଫେରାଇ ଆଣିବ । ଜମିର ସଠିକ ପରିଚାଳନା ଏବଂ ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ସରକାରୀ ଜମିକୁ ସୁରକ୍ଷା ଦେବାକୁ ଦୁଇଟି ଆଇନରେ ସଂଶୋଧନ ହେବ । ଏହା ପରେ ସରକାର ନୂଆ ଆଇନ ଆଣିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁର୍ବ୍ୟବହାର ହେବନି । ସବୁ ଜମି ଲୋକଙ୍କ କାମରେ ଲାଗିବ ତାହା ହିଁ ପ୍ରାଥମିକତା ରହିବ। ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ପ୍ରାବଧାନ କଡା ରହିବ । ଏହି ଡ୍ରାଫ୍ଟ ପଲିସିକୁ ରାଜସ୍ବ ବିଭାଗ ୱେବସାଇଟରେ…

Read More

୨୭ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା । ୭ଟି ପେଣ୍ଡାଲରେ ଜଲୱା ଦେଖାଇବେ ୧୫ ପାର୍ଟି।ତେବେ ଯାତ୍ରା ହେବା ପୂର୍ବରୁ କମିଟିମାନଙ୍କ ଉପରେ ବିଏମସିର ଲଗାମ। NOC ଦେବା ପୂର୍ବରୁ ବିଏମସିର ଯାତ୍ରା ଏସଓପି। ଅଶ୍ଳୀଳତାକୁ କରାଯିବନି ଆଦୌ ବରଦାସ୍ତ। ପାର୍କିଂ, ସଫେଇ ଓ ବ୍ୟାରିକେଡକୁ ଗୁରୁତ୍ଵ। ଅଶ୍ଳୀଳ ପ୍ରଦର୍ଶନ କଲେ ଏନଓସି କ୍ୟାନସଲ୍। ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମ୍ସି ର ସ୍ଵତନ୍ତ୍ର ସ୍କ୍ଵାଡ୍। ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ହୋଇପାରେ ଆକ୍ସନ।ବିଏମସି କହିଛି ଯେ, କମିଟି ପକ୍ଷରୁ ସର୍ବାଧିକ ୫୦ଟି ଦୋକାନ ପକାଯାଇ ପାରିବ। ସେଥିରୁ ବି ବିଏମସି ଲାଇସେନ୍ସ ଫି ଆଦାୟ କରିବ। ବେନିୟମ ପାର୍କିଂକୁ ହଟାଯିବ। କେବଳ କମିଟିମାନେ ପାର୍କିଂ କରି ପାରିବେ। ଅନ୍ୟ କେହି କରି ପାରିବେ ନାହିଁ। ଟେଣ୍ଡର ଜରିଆରେ ପାର୍କିଂ ମିଳିବ। ଦର୍ଶକଙ୍କ ପାଇଁ ଚେୟାର ଛାଡି ଛାଡି ପକାହେବ। ସବୁ ଭଲ୍ୟୁଣ୍ଟର କାର୍ଡ ପକାଇବେ। ଏନେଇ ସବୁ…

Read More

ରାଉରକେଲା ବିମାନ ଦୁର୍ଘଟଣା। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ୍ ନବୀନ କଡଙ୍ଗା ।ରାଉରକେଲା କଂସର ଗ୍ରାମରେ ଗତ ୧୦ ତାରିଖ ଦିନ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ନିଜର ବୁଦ୍ଧି ବଳରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଲ୍ୟାଣ୍ଡିଂ କରିଥିଲେ ସାହସୀ ପାଇଲଟ ନବୀନ କାଡେଙ୍ଗା । ଦୀର୍ଘ ଦଶ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପାଇଲଟ ।ତେବେ ଗ୍ରାମବାସୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଇଲଟ। ପାଇଲଟଙ୍କ ମୁଣ୍ଡ ସହ ପିଠି ଏବଂ ମୁହଁରେ ଲାଗିଥିଲା ପ୍ରବଳ ଆଘାତ। ବିଭିନ୍ନ ସର୍ଜରୀ ପରେ ଆଜି ସୁସ୍ଥ ହୋଇଛନ୍ତି ପାଇଲଟ ନବୀନ କାଡେଙ୍ଗା।

Read More

ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍‌ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।ରାଜ୍ୟରେ ଜନଗଣନା ପାଇଁ ୬ ମାସ ଆଗରୁ ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର କଟକରେ ପ୍ରି-ଟେଷ୍ଟ ସରିଛି । ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ୍ ହୋଇଛି। ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ତେବେ ମିଳିଥିବା…

Read More

ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ପ୍ରକାଶ ପାଇଲା ଅତିଥି ତାଲିକା।କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ଆରଡିସି ଓ ଜିଲ୍ଲାପାଳମାନେ ଅତିଥି ଭାବେ ପତାକା ଉତ୍ତୋଳନ କରିବେ।

Read More

କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋସିଆଲ ମିଡିଆରେ ରାମଚନ୍ଦ୍ର ରାଓଙ୍କ କିଛି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ପୋଲିସ ଅଧିକାରୀ ତାଙ୍କ ଅଫିସରେ ପୋଲିସ ବର୍ଦ୍ଦିରେ ବସିଥିବା ନଜର ଆସୁଛନ୍ତି । ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହିତ ଅଛନ୍ତି । ଅଧିକାରୀ ଜଣକ ମହିଳାଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରୁଥିବାର ଦେଖାଯାଉଛି । ଅନ୍ୟପକ୍ଷରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓ ଉପରେ ଗୃହ ମନ୍ତ୍ରଣାଳୟଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଭାଇରାଲ ଭିଡିଓରେ ଦେଖାଯାଉଥିବା ଆଇପିଏସ ଅଧିକାରୀ ହେଉଛନ୍ତି ରାମଚନ୍ଦ୍ର ରାଓ । ରାମଚନ୍ଦ୍ର ରାଓ କର୍ଣ୍ଣାଟକର ଜଣେ ଡିଜିପି ରାଙ୍କ ଅଧିକାରୀ । ସାମ୍ନାକୁ ଆସିଥିବା ଭିଡିଓରେ ରାମଚନ୍ଦ୍ର ରାଓ…

Read More

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପ୍ରଥମ ସଫଳ ଅଲିମ୍ପିଆନ୍‌ ସାଇନା ନେହ୍ବାଲ ବିନା ଘୋଷଣାରେ ଅବସର ନେଇଯାଇଛନ୍ତି । ପ୍ରତିଯୋଗିତାରୁ ଦୀର୍ଘ ସମୟ ଅନୁପସ୍ଥିତ ରହିବା ସତ୍ତ୍ୱେ, ନେହୱାଲ ବ୍ୟାଡମିଣ୍ଟନରୁ ତାଙ୍କର ଅବସର ଘୋଷଣା କରି ନଥିଲେ। ସେ ଅବସର ନେବାର ନିଶ୍ଚିତ କରି ଏକ ପଡକାଷ୍ଟରେ କହିଛନ୍ତି ଯେ ନିଜେ ଅନୁଭବ କଲି ଆଗକୁ ବଢିପାରିବି ନାହିଁ, ଶାରୀରିକ ପ୍ରତିବନ୍ଧକ ବାଟ ଓଗାଳିଛି, ତେଣୁ ଏହା ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏଲିଟ୍ ସ୍ପୋର୍ଟ୍ସର ପ୍ରତିଦ୍ୱନ୍ଦିତା ସ୍ତର ପାଇଁ ଆବଶ୍ୟକ ଶାରୀରିକ ସକ୍ଷମତା ମୋ ନିକଟରେ ଆଉ ନାହିଁ। ଏଥି ସହ ଖାପଖୁଆଇବା ପାଇଁ ଶରୀର ବି ସାଥ ଦେଉନାହିଁ। ନେହୱାଲ କହିଛନ୍ତି ଯେ ତାଙ୍କ ଆଣ୍ଠୁର ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି।୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ସାଇନଙ୍କ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା । ଏହା ତାଙ୍କ କ୍ୟାରିୟର୍‌କୁ ବିଶେଷ ପ୍ରଭାବିତ କରିଥିଲା ।…

Read More

ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ଦୋକାନୀମାନେ ଏସଓପି ପାଳନ କରୁନଥିବା କହିଲେ ମେୟର । ସୂଚନାଥାଉକି, ଗତକାଲି ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୨୫ରୁ ଅଧିକ ଦୋକାନ ଜଳିଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କେହି କିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୨୫ଟି ଦୋକାନ ଏହି ନିଆଁରେ ଜଳିଯାଇଛି। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ,…

Read More

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା ।ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗାକ୍ରାନ୍ତ ହେବା ପରେ ତାଙ୍କୁ ମେଡିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନି । ଫଳରେ ପାଞ୍ଚ କିଲୋମିଟର ଦୋଳାରେ ବୁହା ହୋଇ ଜଙ୍ଗଲ ରାସ୍ତା ଦେଇ ମାଡ , ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଠାରୁ ଏକ ଅଟୋରେ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଛି । ଦେବରାଜ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗାଁକୁ ଫେରି ଆସିଥିଲେ ।ଗାଁକୁ ଫେରିବା ପରେ ତାଙ୍କୁ ପ୍ରବଳ କାଶ ହୋଇଥିଲା । ଏପିରିକି କାଶରେ ରକ୍ତ ପଡ଼ିବାରୁ ସେ…

Read More