Author: sanitelevision

ଅନ୍ଧବିଶ୍ୱାସର ସାଂଘାତିକ ଦୃଶ୍ୟ। ଡାହାଣୀ ସନ୍ଦେହରେ ନିଜ ମାଆକୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବେତନଟୀ ଥାନା ଅଧୀନ କଲରାଫୁଲିଆ ଗ୍ରାମରେ l ସୂଚନା ମୁତାବକ, ନିକଟରେ ତପନ ସିଂଙ୍କ ଗର୍ଭବତୀ ସ୍ତ୍ରୀର ଗର୍ଭ ନଷ୍ଟ ହୋଇଥିଲା। ଡାହାଣୀ ହୋଇ ମା’ ରାଇମଣି ସିଂ ସ୍ତ୍ରୀର ଗର୍ଭସ୍ଥ ପିଲାକୁ ଖାଇଥିବା ସନ୍ଦେହ କରିଥିଲା ତପନ । ଏନେଇ ଗୁରୁବାର ସକାଳେ ଉତ୍ୟକ୍ତ ହୋଇ ତପନ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିବା ସହିତ ଘରେ ଥିବା ଏକ ଧାରୁଆ କଟୁରୀରେ ବାରମ୍ବାର ମୁଣ୍ଡ ଏବଂ ବେକରେ ପ୍ରହାର କରି ବୃଦ୍ଧା ମା’କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପାଖ ପଡୋଶୀ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଦେଖି ଭୟଭୀତ ହୋଇପଡିଥିବା ବେଳେ ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଜହ୍ଲାଦ ପୁଅ ତପନ…

Read More

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଆୟୋଗ ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିଛି ଦିନ ପୂର୍ବରୁ ଏହି ରିପୋର୍ଟ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ଯାହା ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗିତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ। ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ତଦାରଖ କରିପାରିବେ ।

Read More

ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ସତ୍ୟାନାରାୟଣ ପୋଢ । ପରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନନ୍ଦରାଜାଙ୍କ ଦେହାନ୍ତ ଖବର ଧନୁଯାତ୍ରା କଳାକାର ଜଗତରେ ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସୂଚନାଥାଉକି, ସତ୍ୟନାରାୟଣ ପୋଢଙ୍କ ବାପା ବାସୁଦେବ ପୋଢ ବରଗଡ ଧନୁଯାତ୍ରାରେ ନନ୍ଦରାଜ ଭୂମିକାରେ ଅଭିନୟ କରୁଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ପରେ ଦୀର୍ଘ ୨୦ ବର୍ଷ ହେବ ସତ୍ୟନାରାୟଣ ପୋଢ ଧନୁଯାତ୍ରାରେ ଏହି ଅଭିନୟକୁ ତୁଲାଇ ଆସୁଥିଲେ ।

Read More

ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା ଏବଂ କମିଯିବ ଶୀତ। ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ। ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ। ଆଜି ୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରରେ ରାତିର ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧୭ ଡିଗ୍ରୀ ରହିବ।ଗୁରୁବାର ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ନୟାଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ। ଏଥିସହ ପାଣିପାଗ ବିଭାଗ ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Read More

ଆଜି ସଂସଦରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ କରିବେ ।ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ହେଉଛି ସରକାରଙ୍କ ଆର୍ଥିକ ପ୍ରଦର୍ଶନ ଓ ଦେଶରେ ଅର୍ଥନୈତିକ ସ୍ଥିତିର ଏକ ରିପୋର୍ଟ । ଯେଉଁଥିରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଅଭିବୃଦ୍ଧି ତଥ୍ୟ ସାମ୍ନାକୁ ଆସିବ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଏହି ରିପୋର୍ଟ ତିଆରି କରିଛନ୍ତି ।

Read More

PMAY Urban 2.0 ଫେଜରେ ଏବେ ବଡ଼ ନିୟମ ପରିବର୍ତ୍ତନ କରାଯାଇଛି।ଏବେ Eligibility Beneficiary Certificate ଅନିବାର୍ଯ୍ୟ କରାଯାଇଛି। ଏହା ପାଇଁ ଆବେଦକଙ୍କୁ PMAY ଅଫିସିଆଲ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ପରେ ନଗର ନିଗମ ଦ୍ୱାରା ଫିଜିକାଲ୍ ଭେରିଫିକେସନ୍ କରାଯିବ ଏବଂ ସବୁଠିକ୍ ଥିଲେ ୪ଟି କିସ୍ତିରେ ଟଙ୍କା ଦିଆଯିବ| ତେବେ ଏଥିପାଇଁ ଡକ୍ୟୁମେଣ୍ଟ ଆବଶ୍ୟକ ଅଟେ | ଯୋଗ୍ୟତା ପ୍ରମାଣ ପାଇଁ ୩୧ ଅଗଷ୍ଟ ୨୦୨୪ ପୂର୍ବର ବିଦ୍ୟୁତ କିମ୍ବା ପାଣି ବିଲ୍, ମ୍ୟୁନିସିପାଲ୍ ପ୍ରୋପର୍ଟି ଟ୍ୟାକ୍ସ ରସିଦ୍, ପୁରୁଣା ଭୋଟର ଲିଷ୍ଟରେ ନାମ ଥିବା ଜରୁରୀ । ତେବେ ସରକାର ଜିଓ-ଟ୍ୟାଗିଂ ଓ ସାଟେଲାଇଟ୍ ଇମେଜିଂ ମାଧ୍ୟମରେ ମଧ୍ୟ ଯାଞ୍ଚ କରୁଛନ୍ତି।ନୂଆ ନିୟମ ଅନୁସାରେ ୩୧ ଅଗଷ୍ଟ ୨୦୨୪ ପୂର୍ବରୁ ଯାହାଙ୍କ ନାମରେ ଜମି ରେଜିଷ୍ଟ୍ରି ଥିବ, ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ। ଏହି ତାରିଖ ପରେ ଜମି କିଣିଥିବା କିମ୍ବା ରେଜିଷ୍ଟ୍ରି କରାଇଥିବା ଲୋକଙ୍କୁ…

Read More

ଅମାନିଆ ଲୋକ ଏବଂ ବେପରୁଆ ଗାଡି ଚାଳକଙ୍କୁ ଅଟକାଇ ସତର୍କ କରାଉଥିଲେ ଯମ ସାଥିରେ ଥିଲେ ମନ୍ତ୍ରୀ ଚିତ୍ରଗୁପ୍ତ।ହେଲମେଟ୍ ଲଗାଇ ବାଇକ୍ ଚଳାଇବାକୁ ନିର୍ଦ୍ଦେଶ ଦେଉଥିଲେ । ମଦ୍ୟପାନ କରି ଗାଡ଼ି ନଚଳାଇବାକୁ ପରାମର୍ଶ ଦେଉଥିଲେ । ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ଠାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆୟୋଜିତ “ପଥୋତ୍ସବ” କାର୍ଯ୍ୟକ୍ରମ । ଏହି ଅବସରରେ କଳାକାରଙ୍କ ଦ୍ବାରା କରାଯାଇଥିଲା ସଚେତନତା କାର୍ଯ୍ୟକ୍ରମ । “ସଡକ ସୁରକ୍ଷା ମାସ” କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ହୋଇଥିଲା ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ସାମିଲ୍ ହୋଇଥିଲେ ପିଲାଠୁ ବୟସ୍କ । ମୁଖ୍ୟମନ୍ତ୍ରୀଙ୍କ “କମ୍ ହୋମ୍ ସେଫ୍” ବାର୍ତ୍ତାକୁ ନେଇ ସଡ଼କ ପଥରେ ସୁରକ୍ଷା କେତେ ଜରୁରୀ, ସେନେଇ ଜନସାଧାରଣଙ୍କୁ ସଚେତନ କରାଉଥିଲେ । କଣ୍ଢେଇ ନାଚ, ଭାରତ ଲୀଳା, ପଶୁ ମୁଖା, ପାରମ୍ପରିକ ଝୋଟି ଭଳି, ଘୁମୁସରର ବିଭିନ୍ନ ଲୋକନୃତ୍ୟ ଏବଂ ଲୋକକଳା ପରିବେଷଣ କରି ଲୋକଙ୍କୁ…

Read More

୨୦୨୬ରେ ବହୁତ କିଛି ହେବ। ରାଜ୍ୟସଭା ନିର୍ବାଚନକୁ ନେଇ ଆଜି କିଛି ଏମିତି ଇଙ୍ଗିତ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। କେତେବେଳେ କଣ ଗେମ୍ ହେବ କିଛି କହି ହେବ ନାହିିଁ। ଅପେକ୍ଷା କରନ୍ତୁ, ରାଜନୀତିରେ କିଛି ଅସମ୍ଭବ ନୁହେଁ ବୋଲି ବଡ଼ ଇସାରା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।କେଉଁଠି କିଏ ବକ୍ତବ୍ୟ ଦେଲେ ନଜର ରଖିଛୁ । ଯେଉଁଠି କିଏ ଭୋଜିଭାତ କରି ମେଳି କଲେ, ତା ଉପରେ ବି ନଜର ରଖାଯାଇଛି । ବହୁତ କିଛି ସମୀକରଣ ୨୦୨୬ ମସିହାରେ ହେବାକୁ ଯାଉଛି ।ଏଭଳି କହି ବିଜେଡିର ମେଳିକୁ ସେ ଇସାରା କରିଛନ୍ତି। ଅନ୍ୟପଟେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ସୁପର ଫ୍ଲପ୍ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । କେଉଁଠି କୃଷକ ତାଙ୍କ ପାଇଁ ବାହାରିଲେ ନାହିଁ । କୃଷକମାନେ ରାଜରାସ୍ତାକୁ ବାହାରି ନାହାନ୍ତି,…

Read More

କମୁଛି ଶୀତ ବଢ଼ୁଛି ରାତି ତାପମାତ୍ରା । ଆସନ୍ତା ୩ ଦିନ ଭିତରେ ଆହୁରି ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବ । ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳୁ ଘନ କୁହୁଡି଼ ସହ କାକର ପଡି଼ବ । ଦିନର ତାପମାତ୍ରା ୩୧ ଡିଗ୍ରୀ ସହ ରାତି ତାପମାତ୍ରା ୧୭ ଡିଗ୍ରୀ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଗୁରୁବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ପୁରୀ, ଗଜପତି, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ସକାଳେ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Read More

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଭେଟିବେ ଭକ୍ତ ଦାସ । ଫେବୃଆରି ପ୍ରଥମ ସପ୍ତାହରେ ନବୀନଙ୍କୁ ଭେଟିବେ ଭକ୍ତ ଦାସ । ରାଜ୍ୟସଭା ସିଟ୍ ପାଇଁ ସମର୍ଥନ ମାଗିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।ଭକ୍ତ କହିଛନ୍ତି, ବିଜେଡି ବିରୋଧୀ ଦଳ, ଆମେ ବି ବିରୋଧୀ ଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ, ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ। ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ। ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତା’ହେଲେ ସପକ୍ଷରେ ଯିବୁ ବୋଲି ଭକ୍ତ କହିଛନ୍ତି।

Read More