ଭିଜିଲାନ୍ସ ଜାଲରେ ଏସସିବି ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା । ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା । ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡିବସିଲା ଭିଜିଲାନ୍ସ । ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସରକାରୀ କ୍ୱାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଗଲା ବେଳେ ଧରାପଡିଲେ । କାଠଗୋଲାସାହି – ମୋଡିକାଲ ରୋଡ୍ରେ କାବୁ କଲା ଭିଜିଲାନ୍ସ ଟିମ୍ ।
Author: sanitelevision
ରାଜ୍ୟସଭା ନିର୍ବାଚନରେ ୨ଟି ଆସନ ନେବ ବିଜେଡି । ଦୃଢୋକ୍ତି ପ୍ରକାଶ କଲେ ବିଜେଡି ବିଧାୟକ ସାରଦା ଜେନା । ସେ କହିଛନ୍ତି ଯେ ୪ଟି ଆସନରୁ ବିଜେଡି ୨ଟି ଆସନରେ ଜିତିବା ନିଶ୍ଚିତ । ଏନେଇ ବିଜେଡି ରଣନୀତି ପ୍ରସ୍ତୁତ କରି ସାରିଛି । କିପରି ଜିତିବ ବିଜେଡି ସୁପ୍ରିମୋ, ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ନେବେ । କଂଗ୍ରେସ ସମର୍ଥନରେ ବିଜେଡି ଜିତିବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି ଏବେଠୁ କିଛି କୁହାଯାଇ ପାରିବନି । କିନ୍ତୁ ବିଜେଡି ଦୁଇଟି ଆସନ ନିଶ୍ଚିତ ଜିତିବ ବୋଲି ସାରଦା ଜେନା କହିଛନ୍ତି ।ସେ ଆହୁରି କହିଛନ୍ତି, ନବୀନ ବାବୁ ହେଉଛନ୍ତି ବିଜେଡିର ସର୍ବମାନ୍ୟ ନେତା । ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଅଛନ୍ତି । ଆଉ ଲଗାତାର ବିଧାୟକ ମାନଙ୍କ ସହ ବୈଠକ ବି କରୁଛନ୍ତି । ନବୀନ ତ ଫିଟ୍ ଅଛନ୍ତି ତ…
ଗୁଟ୍ଖା, ତମାଖୁ ବ୍ୟାନ୍ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ଏସବୁ ବିକ୍ରି ବନ୍ଦ କରିବାକୁ ସଚେତନତା ଅଭିଯାନ ଚାଲିଛି ।ପରେ ରାଜ୍ୟରେ ଜିଲ୍ଲାସ୍ତରୀୟ ଏନଫୋର୍ସମେଣ୍ଟ ଗଠନ କରାଯିବ । ଶିକ୍ଷାନୁଷ୍ଠାନ ନିକଟରେ ବନ୍ଦ ହେବ ନିଶା ଦ୍ରବ୍ୟ ବିକ୍ରି । ମନ୍ତ୍ରୀ ଶ୍ରୀ ମହାଲିଂ ପରେ ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ସମୟରେ ଜିଲ୍ଲାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଘୋର ଅଭାବ ସହ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକ ଓ କାନ୍ଧରେ ବୋହି ମୃତ ଶରୀର ନିଆଯାଉଥିବା ସମ୍ପର୍କରେ ଉତ୍ତର ରଖି ସ୍ବୀକାର କରିଥିଲେ। ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଅଭାବ ରହିଛି। ଆଗାମୀ ଦିନରେ ଏହାର ପୁରଣ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ସରକାର ନୂତନ ଭାବେ ସବୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୫ରୁ ୬ ଜଣ ପିଜି ଡିପ୍ଲୋମା…
ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ।ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ଯଶିପୁର ପଟୁ କାଲିକା ପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ରାଷ୍ଟ୍ରପତି ଗୁଡୁଗୁଡ଼ିଆରେ ରହଣି କରିବାକୁ ଥିବାରୁ ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ହୋଇଛି । ସେହିପରି ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ସଫାରି ଚଳପ୍ରଚଳ ଫେବ୍ରୁଆରୀ ୫ ତାରିଖ ଅପରାହ୍ନରୁ ଓ ୬ ତାରିଖ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ। ଗୁଡ଼ଗୁଡ଼ିଆ ସଫାରୀ ୫ ତାରିଖ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ।
ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ୟୁଜିସି ନିୟମାବଳୀ, ୨୦୨୬’ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁଜିସି ନୂଆ ନିୟମଗୁଡ଼ିକ ପ୍ରାଥମିକ ଦୃଷ୍ଟିରୁ “ଅସ୍ପଷ୍ଟ” ଓ ଏହାର “ଅପବ୍ୟବହାର ହେବାର ସମ୍ଭାବନା” ଥିବା ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷାନୁଷ୍ଠାନରେ ମୁକ୍ତ, ସମାନ ଓ ସମାବେଶୀ ବାତାବରଣ” ରହୁ ବୋଲି କୋର୍ଟ ଚାହୁଁଛନ୍ତି । କୋର୍ଟ କହିଛନ୍ତି ଯେ, UGC ର ଏହି ନୂଆ ନିୟମ ସମାଜକୁ ବିଭାଜିତ କରିବାର ସାମର୍ଥ୍ୟ ରଖୁଛି । ବର୍ତ୍ତମାନ ପାଇଁ ୨୦୨୬ ନିୟମ ପରିବର୍ତ୍ତେ ପୂର୍ବରୁ ଥିବା ୨୦୧୨ ନିୟମାବଳୀ ଅନୁଯାୟୀ କାର୍ଯ୍ୟ ଜାରି ରହିବ ବୋଲି…
ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ୟୁଜିସି ନିୟମାବଳୀ, ୨୦୨୬’ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁଜିସି ନୂଆ ନିୟମଗୁଡ଼ିକ ପ୍ରାଥମିକ ଦୃଷ୍ଟିରୁ “ଅସ୍ପଷ୍ଟ” ଓ ଏହାର “ଅପବ୍ୟବହାର ହେବାର ସମ୍ଭାବନା” ଥିବା ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷାନୁଷ୍ଠାନରେ ମୁକ୍ତ, ସମାନ ଓ ସମାବେଶୀ ବାତାବରଣ” ରହୁ ବୋଲି କୋର୍ଟ ଚାହୁଁଛନ୍ତି । କୋର୍ଟ କହିଛନ୍ତି ଯେ, UGC ର ଏହି ନୂଆ ନିୟମ ସମାଜକୁ ବିଭାଜିତ କରିବାର ସାମର୍ଥ୍ୟ ରଖୁଛି । ବର୍ତ୍ତମାନ ପାଇଁ ୨୦୨୬ ନିୟମ ପରିବର୍ତ୍ତେ ପୂର୍ବରୁ ଥିବା ୨୦୧୨ ନିୟମାବଳୀ ଅନୁଯାୟୀ କାର୍ଯ୍ୟ ଜାରି ରହିବ ବୋଲି…
ଅଜିତ୍ ପାଓ୍ୱାରଙ୍କ ବିମାନ ଦୁର୍ଘଟଣା ଘଟଣାରେ ଆସିଛି ବଡ଼ ଖବର । ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଜାନୁଆରୀ ୨୮ ତାରିଖରେ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଆଉ ଏହି ଘଟଣାରେ ତଦନ୍ତ ଦ୍ରୁତ ଗତିରେ ଚାଲିଛି।ପୂର୍ବରୁ ଅଧିକାରୀମାନେ ଏକ ବିବୃତ୍ତିରେ କହିଥିଲେ ଯେ ଯଦି ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବକ୍ସ ଏବଂ ଫ୍ଲାଇଟ୍ ଡାଟା ଉଦ୍ଧାର କରାଯାଏ ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେଗୁଡ଼ିକର ଯାଞ୍ଚ କରାଯିବ। ଏବେ ଦିଲ୍ଲୀ-ଭିଏସଆର ଆଭିଏସନ୍ ମାଲିକାନାରେ ଥିବା ଲର୍ଣ୍ଣଜେଟ୍ 45 ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି।ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ୮ଟା ୪୦ ମିନିଟ୍ରେ ଏକ ଛାତିଥରା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କ ପରଲୋକ ଘଟିଛି। ତାଙ୍କୁ ନେଇ ଯାଉଥିବା ଚାର୍ଟାର୍ଡ…
ଅନ୍ଧବିଶ୍ୱାସର ସାଂଘାତିକ ଦୃଶ୍ୟ। ଡାହାଣୀ ସନ୍ଦେହରେ ନିଜ ମାଆକୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବେତନଟୀ ଥାନା ଅଧୀନ କଲରାଫୁଲିଆ ଗ୍ରାମରେ l ସୂଚନା ମୁତାବକ, ନିକଟରେ ତପନ ସିଂଙ୍କ ଗର୍ଭବତୀ ସ୍ତ୍ରୀର ଗର୍ଭ ନଷ୍ଟ ହୋଇଥିଲା। ଡାହାଣୀ ହୋଇ ମା’ ରାଇମଣି ସିଂ ସ୍ତ୍ରୀର ଗର୍ଭସ୍ଥ ପିଲାକୁ ଖାଇଥିବା ସନ୍ଦେହ କରିଥିଲା ତପନ । ଏନେଇ ଗୁରୁବାର ସକାଳେ ଉତ୍ୟକ୍ତ ହୋଇ ତପନ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିବା ସହିତ ଘରେ ଥିବା ଏକ ଧାରୁଆ କଟୁରୀରେ ବାରମ୍ବାର ମୁଣ୍ଡ ଏବଂ ବେକରେ ପ୍ରହାର କରି ବୃଦ୍ଧା ମା’କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପାଖ ପଡୋଶୀ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଦେଖି ଭୟଭୀତ ହୋଇପଡିଥିବା ବେଳେ ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଜହ୍ଲାଦ ପୁଅ ତପନ…
ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଆୟୋଗ ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିଛି ଦିନ ପୂର୍ବରୁ ଏହି ରିପୋର୍ଟ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ଯାହା ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗିତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ। ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ତଦାରଖ କରିପାରିବେ ।
ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ସତ୍ୟାନାରାୟଣ ପୋଢ । ପରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନନ୍ଦରାଜାଙ୍କ ଦେହାନ୍ତ ଖବର ଧନୁଯାତ୍ରା କଳାକାର ଜଗତରେ ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସୂଚନାଥାଉକି, ସତ୍ୟନାରାୟଣ ପୋଢଙ୍କ ବାପା ବାସୁଦେବ ପୋଢ ବରଗଡ ଧନୁଯାତ୍ରାରେ ନନ୍ଦରାଜ ଭୂମିକାରେ ଅଭିନୟ କରୁଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ପରେ ଦୀର୍ଘ ୨୦ ବର୍ଷ ହେବ ସତ୍ୟନାରାୟଣ ପୋଢ ଧନୁଯାତ୍ରାରେ ଏହି ଅଭିନୟକୁ ତୁଲାଇ ଆସୁଥିଲେ ।








