Author: sanitelevision

ହାଇକୋର୍ଟରେ ରତ୍ନଭଣ୍ଡାର ଗଣତିମଣତି ସଂପର୍କିତ ମାମଲା । ହାଇକୋର୍ଟରେ ପକ୍ଷ ରଖିଲା ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନ କହିଛି ରତ୍ନ ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇ ସାରିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ହେବ ଗଣତି ମଣତି । ୧୯୭୮ ମସିହା ଗଣତି ମୁତାବକ ରତ୍ନ ଅଛିକି ନାହିଁ, ତାହା ଉପରେ ସ୍ପଷ୍ଟ ସୂଚନା ଲୋଡିଲେ ଆବେଦନକାରୀ ।ଅଳଙ୍କାର ଓଜନ କମିଲେ ଗୁରୁତର ସହ ଗ୍ରହଣ କରାଯିବ| ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ । ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଲେ କୋର୍ଟ ।

Read More

ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ। ତା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ବଜେଟ ଅଧିବେଶନରେ ଯେପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେଥିଲାଗି ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ଚଳିତ ଅଧିବେଶନରେ କିଛି ବିଲ୍ ଆଗତ ହେବା ସମ୍ଭାବନା ରହିଛି।ତେବେ ଏଥର ଖୁବ୍‌ ହଙ୍ଗାମା ହେବାର ଆଶଙ୍କା କରାଯାଉଛି। କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ମଙ୍ଗଳବାର କହିଛନ୍ତି ଯେ, ମନରେଗା, ମୋଦି ସରକାରଙ୍କ ବୈଦେଶିକ ନୀତି , ଆମେରକୀୟ ଶୁଳ୍କ, ଡଲାରର ତୁଳନାରେ ଟଙ୍କାର ଦାମ୍‌ରେ ହ୍ରାସ, ବାୟୁ ପ୍ରଦୂଷଣ ଓ ଜନହିତକୁ ନେଇ ଆହୁରି ଅନେକ ବିଷୟକୁ ପ୍ରସଙ୍ଗ କରାଯିବ। କୁହାଯାଉଛି ବିରୋଧୀ ଏସଆଇଆରକୁ ନେଇ ଆହୁରି ଆଲୋଚନା କରିବାକୁ ଚାହୁଁଛନ୍ତି।

Read More

ଅପପୁଷ୍ଟି ମୁକ୍ତ ଓଡିଶା ସରକାରଙ୍କ ଲକ୍ଷ୍ୟ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ଅପପୁଷ୍ଟିର କାରଣ ଖୋଜିବାକୁ ବିଭାଗ ତତ୍ପର । ଅପପୁଷ୍ଟି ପିଲା ନଥିବା ଅଙ୍ଗନବାଡିକୁ ପୁରସ୍କାର ମିଳିବ । ଅପପୁଷ୍ଟି ମୁକ୍ତ ନେଇ କ୍ୟାମ୍ପେନ୍ କରାଯିବ ।ଖାଲି ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜାଗାରେ ଅଙ୍ଗନବାଡି କେନ୍ଦ୍ର କରିବାକୁ ପ୍ରଥମେ ଆମେ ସୁନିଶ୍ଚିତ କରିବୁ । ଏଥିପାଇଁ ଅର୍ଥର ବ୍ୟୟବରାଦ ମଧ୍ୟ କରାଯାଇଛି । କୁ ପୋଷଣକୁ ହଟାଇବା ପାଇଁ ଟେକନୋଲୋଜିର ବ୍ୟବହାର ମହିଳା ଓ ଶିଶୁ ବିକାଶ ବିଭାଗ ଲଗାତାର ପ୍ରୟାସ କରୁଛି । ଏଆଇ ବେସଡ଼ ଅଙ୍ଗନବାଡି ହେବ, ସେତେବେଳେ ଓଡିଶା ଆଗରେ ରହିବ । ଏବଂ ଏଥିରେ ରାଜ୍ୟର ନିଜସ୍ୱ ଜ୍ଞାନ କୌଶଳ ବ୍ୟବହାର କରାଯିବ।

Read More

ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ଏ ନେଇ ବାହାନ ପୋର୍ଟାଲ ସଂଶୋଧନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସଂଶୋଧନ କରି ସତ୍ୟପାଠ ଦାଖଲ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି । PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ । ପ୍ରତ୍ୟାହୃତ ହୋଇଥିବା ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର ।

Read More

ବୁଧବାର ପବିତ୍ର ମାଘ ଶୁକ୍ଲ ଦଶମୀ ତିଥି। ମାଘ ଶୁକ୍ଲ ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

Read More

ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟରେ ବୃଦ୍ଧି । ସ୍କୁଲର ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢି ୧୭୫ ଟଙ୍କା ହେଲା । ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ରୁ ବଢି ୨୫୦ ଟଙ୍କା ହେଲା । ଜୋତା ଖର୍ଚ୍ଚ ୧୦୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି ।

Read More

ପୁରୀରେ ପୋଲିସର ବଡ଼ ଧରଣର ଚଢାଉ । ବେଳାଭୂମିର ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଚଢ଼ାଉ କରିଛି ପୋଲିସ । ପୁରୀର ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଖବର ଅନୁଯାୟୀ, ବେଆଇନ୍‌ ଟୁର ଆଣ୍ଡ ଟ୍ରାଭେଲ୍ସ ପରିଚାଳନା କରୁଥିବାର ଅଭିଯୋଗ ଆସିଥିଲା । ଏପିରିକି ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ ଓ ଠକେଇ କରୁଥିବାର ଅଭିଯୋଗ ଆସିଥିଲା । ଏହାପରେ ତୁରନ୍ତ ଆକ୍ସନକୁ ଆସିଥିଲା ପୁରୀ ପୋଲିସ । ତେବେ ଟୁର ଓ ଟ୍ରାଭେଲ ଚଳାଉଥିବା ସଂସ୍ଥା ପୁରୀ ପୌରସଂସ୍ଥାରେ ଟ୍ରେଡ ଲାଇସେନ୍ସ କରିଛନ୍ତି ନା ନାହିଁ ? ଜିଏସଟି ଡିପୋଜିଟ କରୁଛନ୍ତି କି ନାହିଁ ? ସାତପଡା ସାଇଡ୍ ସିନ ପାଇଁ ଧାର୍ଯ୍ୟଦର ଠାରୁ ଅଧିକ ଟଙ୍କା ନେଇ ପର୍ଯ୍ୟଟକଙ୍କୁ ଠକେଇ କରୁଛନ୍ତି କି ? ସେନେଇ ତଦନ୍ତ କରୁଛି ବିଚ୍ ପୋଲିସ ।ଏହି ଚଢାଉରେ ଅନେକ କାଗଜପତ୍ର ଜବତ…

Read More

ଆସନ୍ତାକାଲି ଓଡିଶା ବନ୍ଦ ଡାକରା । ନବନିର୍ମାଣ କୃଷକ ସଂଘଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତେବେ ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି।ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକୀୟ ଜିନିଷ ଓ ସୁବିଧାଗୁଡ଼ିକୁ କାର୍ଯ୍ୟକ୍ଷମ ରହିବ। ଯେପରିକି ମେଡିକାଲ ଦୋକାନ, ବିମାନବନ୍ଦର, ହସ୍ପିଟାଲ, ଡିପାର୍ଟମେଣ୍ଟାଲ ଷ୍ଟୋର ଓ ଅନ୍ୟାନ୍ୟ ଅନେକ ଜିନିଷ କାର୍ଯ୍ୟକ୍ଷମ ରହିପାରେ। ସାର୍ବଜନୀନ ପରିବହନ ବିଷୟରେ କୌଣସି ସୂଚନା ନାହିଁ ଯେ ଏହା ବନ୍ଦ ରହିବ କି ନାହିଁ। କିନ୍ତୁ ବିଜେଡି ଏହି ଓଡିଶା ବନ୍ଦ ଡାକରା ସମର୍ଥନ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ |

Read More

ପାକିସ୍ତାନକୁ ଆଇସିସିର କଡା ଚେତାବନୀ । ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ଯେ ସେମାନେ ୨୦୨୬ ଟି – ୨୦ ବିଶ୍ୱକପରେ ଯୋଗଦେବେ କି ନାହିଁ । ଏହି ସମୟରେ, ଆଇସିସି ଏବେ ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ରିପୋର୍ଟରେ ଅନୁଯାୟୀ ଆଇସିସି ଚେତାବନୀ ଦେଇଛି ଯେ ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଂଶଗ୍ରହଣ ଚୁକ୍ତିନାମା ଉଲ୍ଲଂଘନ କରେ, ତେବେ କଠୋର ଦଣ୍ଡର ସମ୍ମୁଖୀନ ହୋଇପାରେ। ଏହାକୁ ବିଶ୍ୱ ଏବଂ ମହାଦେଶୀୟ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ନିଲମ୍ବିତ କରାଯାଇପାରେ। ଏହା ବ୍ୟତୀତ, ପାକିସ୍ତାନର ନିଜସ୍ୱ କ୍ରିକେଟ୍ ଲିଗ୍ ଅଛି, ଯାହାକୁ ପାକିସ୍ତାନ ସୁପର ଲିଗ୍ କୁହାଯାଏ। ଆଇସିସି ଏହି ଲିଗ୍ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ କ୍ରିକେଟରମାନଙ୍କୁ ଏନଓସି ପ୍ରଦାନ କରେ। ଏହି ଉଦ୍ଦେଶ୍ୟରେ ଏହି ଏନଓସି ପ୍ରତ୍ୟାହାର କରାଯାଇପାରେ। ଅନ୍ୟପଟେ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶକୁ ବାଦ ଦିଆଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁଖୋଲିଛି…

Read More

ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।ମଦର୍ ଅଫ୍ ଅଲ୍ ଡିଲ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ।ଏହି ଚୁକ୍ତି ବିଶ୍ବ ଜିଡିପିର ୨୫ ପ୍ରତିଶତ ଓ ବିଶ୍ବ ବାଣିଜ୍ୟର ଏକ ତୃତୀୟାଂଶ । ଏହି ଡିଲ୍ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ । ସର୍ଭିସ୍ ସେକ୍ଟରର ବି ଆହୁରି ବିସ୍ତାର ହେବ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତ ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ଅର୍ଥନୀତି ପାଲଟିଛି। ଭାରତ ନବୀକରଣୀୟ ଶକ୍ତି, ତୈଳ ଏବଂ ଗ୍ୟାସ ଭଳି କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ…

Read More