Author: sanitelevision

କାଇ ଚଟଣୀ..ସାଧାରଣତଃ ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀ ଖାଦ୍ୟ ଭାବେ ପରିଚିତ । ଏବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟ ଆଉ ଏହି ଅଞ୍ଚଳରେ ସୀମିତ ହୋଇ ନାହିଁ । ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାର ଗୁମା ବ୍ଲକ ଅଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟ ପୀଢ଼ି ପୀଢ଼ି ଧରି କାଇ ଚଟଣୀକୁ ଏକ ପୁଷ୍ଟିକର ଖାଦ୍ୟ ଭାବେ ଖାଇ ଆସୁଛନ୍ତି । କାଇ ଚଟଣୀ ଏବେ ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ପରଷା ଯାଉଛି । ଏହି ଆଦିବାସୀ ଖାଦ୍ୟର ପୋଷକ ତତ୍ତ୍ୱ ପର୍ଯ୍ୟଟକ ଓ ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି । ଏପଟେ ଡାକ୍ତରଙ୍କ ମତରେ ଏହା ଜିଙ୍କ୍, କ୍ୟାଲସିୟମ୍ ଓ ଭିଟାମିନ୍–ସିରେ ପରିପୂର୍ଣ । ତେବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟକୁ ୨୦୨୪ରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (GI) ମାନ୍ୟତା ମିଳିଛି । ତେବେ ପାହାଡ଼ ଓ ଜଙ୍ଗଲ ଭିତରେ ବୁଲିବା ସମୟରେ ବିଭିନ୍ନ ଗଛରେ ଥିବା…

Read More

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୨ ତାରିଖ ଯାଏ ଆବେଦନ ଚାଲିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ବି ଫାର୍ମା, ନର୍ସିଂ (ବିଏସ୍ସି ନର୍ସିଂ, ପୋଷ୍ଟ ବିଏସ୍ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ,ଏ ଏମ୍ଏସ୍ସି ନର୍ସିଂ), ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି କ୍ୟାଟ୍, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ହେବ । ଏଥିସହ ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ବିଫାର୍ମା କୋର୍ସ ନାମଲେଖା ହେବ । ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ହେବ । ପରୀକ୍ଷା…

Read More

ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା ।ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବାରାମତୀ ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ଏବଂ ଦୁଃଖିତ। ପରିବାର, ବନ୍ଧୁ ଏବଂ ସମର୍ଥକଙ୍କ ପ୍ରତି ମୋର ହୃଦୟର ସହାନୁଭୂତି । ଓମ୍ ଶାନ୍ତି।

Read More

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫେବୃଆରୀ ମାସର ବ୍ୟାଙ୍କ ଛୁଟିର ସମ୍ପୂର୍ଣ୍ଣ ତାଲିକା ଘୋଷଣା କରିଛି। ଏଥିରେ ସାପ୍ତାହିକ ଛୁଟି, ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରାଜ୍ୟ ପର୍ବପର୍ବାଣୀ ପାଇଁ ଛୁଟି ଅନ୍ତର୍ଭୁକ୍ତ। ଫେବୃଆରୀ ୨୦୨୬ର ବ୍ୟାଙ୍କ ଛୁଟିର ତାଲିକା ଫେବୃଆରୀ ୧ (ରବିବାର) – ସାପ୍ତାହିକ ଛୁଟିଫେବୃଆରୀ ୧୪ (ଶନିବାର) – ଦ୍ୱିତୀୟ ଶନିବାରଫେବୃଆରୀ ୧୫ (ରବିବାର) – ସାପ୍ତାହିକ ଛୁଟିଫେବୃଆରୀ ୨୨ (ରବିବାର) – ସାପ୍ତାହିକ ଛୁଟିଫେବୃଆରୀ ୨୮ (ଶନିବାର) – ଚତୁର୍ଥ ଶନିବାର ଏହି ତାରିଖଗୁଡ଼ିକରେ ସାରା ଭାରତରେ ସମସ୍ତ ସରକାରୀ ଏବଂ ଘରୋଇ କ୍ଷେତ୍ରର ବ୍ୟାଙ୍କ ଶାଖା ବନ୍ଦ ରହିବ। ରାଜ୍ୟ ଅନୁଯାୟୀ ବ୍ୟାଙ୍କ ଛୁଟି ତାଲିକା ଫେବୃଆରୀ ୧୫ – ମହାଶିବରାତ୍ରି ଅବସରରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯେହେତୁ ୨୦୨୬ ମସିହାରେ ମହାଶିବରାତ୍ରି ରବିବାର…

Read More

ମହାରାଷ୍ଟ୍ର ବାରାମତୀରେ ବଡ଼ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପରଲୋକ । ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାଓ୍ବାରଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ ଘଟଣା। ଶ୍ରୀ ପାଓ୍ବାର ଏକ ପ୍ରମୁଖ ରାଜନେତା ତଥା ସମର୍ପିତ ଜନସେବକ ଥିଲେ । ଏହି ଗଭୀର ଦୁଃଖର ମୁହୂର୍ତ୍ତରେ, ମୁଁ ଶୋକସନ୍ତପ୍ତ ପରିବାର, ସହକର୍ମୀ ଏବଂ ମହାରାଷ୍ଟ୍ରର ଜନସାଧାରଣଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଦିବଙ୍ଗତ ଆତ୍ମାକୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ। ଅନ୍ୟପଟେ ଅଜିତ ପାୱାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ…

Read More

ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ଅରିଜିତ ସିଂ । ନିଜ ନିଆରା କଣ୍ଠସ୍ୱରରେ ସେ କରନ୍ତି ମତୁଆଲା । ସଂଗୀତର ସୁମଧୁର ସ୍ୱରରେ ସେ ଭରିପାରନ୍ତି ରଙ୍ଗୀନ୍ ରୋମାନ୍ସ । ଦୁଃଖର ସ୍ୱରରେ ବିଚ୍ଛେଦର ଜ୍ୱାଳାକୁ ବଢ଼ାଇପାରନ୍ତି । ଆଖିରେ ଆଣନ୍ତି ‘ଲୁହର ଶ୍ରାବଣ’ । ବର୍ଷର ପ୍ରଥମ ମାସରେ ହିଁ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଅରିଜିତ୍‌ ସିଂ । ସେ ବଲିଉଡରେ ପ୍ଲେ-ବ୍ୟାକ୍ ସିଙ୍ଗିଙ୍ଗ୍ ବା ଫିଲ୍ମ ପାଇଁ ଗୀତ ଗାଇବାକୁ ନୂଆ ପ୍ରୋଜେକ୍ଟ ନେବେ ନାହିଁ । ନିଜ ସୋସିଆଲ ମିଡିଆ ସାଇଟ୍‌ରେ ପୋଷ୍ଟ କରି ସେ ଏହି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ବର୍ତ୍ତମାନ ସମୟରେ ଅନେକ “ବଲିଉଡକୁ ଅଲବିଦା” ବୋଲି କହୁଛନ୍ତି ।ତେବେ ଅରିଜିତ୍‌ କୌଣସି କାରଣ ସ୍ପଷ୍ଟ କରି କହିନାହାନ୍ତି କିନ୍ତୁ ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଭଳି ଲାଗୁଛି । ନୂଆ ଫିଲ୍ମ ଗୀତ ଗାଇବେ ନାହିଁ ।…

Read More

ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା । ଅଜିତ ପାୱାରଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା । ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ ଦୁର୍ଘଟଣା ।ରିପୋର୍ଟ ଅନୁସାରେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ଏଥିରେ ଅନ୍ୟ ୬ ଜଣ ଥିଲେ। ସେ ବାରାମତିରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ।ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଅଜିତ ପାୱାର ମହାରାଷ୍ଟ୍ରର ଜଣେ ପ୍ରମୁଖ ରାଜନେତା। ତାଙ୍କର ପୂର୍ଣ୍ଣ ନାମ ଅଜିତ ଅନନ୍ତରାଓ ପାୱାର ଏବଂ ସେ ରାଷ୍ଟ୍ରବାଦୀ…

Read More

ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା । ରିପୋର୍ଟ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିମାନରେ ଥିଲେ । ଅବତରଣ ସମୟରେ ବିମାନ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।ରିପୋର୍ଟ ଅନୁସାରେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ଏଥିରେ ଅନ୍ୟ ୬ ଜଣ ଥିଲେ। ସେ ବାରାମତିରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ।ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଅଜିତ ପାୱାର ମହାରାଷ୍ଟ୍ରର ଜଣେ ପ୍ରମୁଖ ରାଜନେତା। ତାଙ୍କର ପୂର୍ଣ୍ଣ ନାମ ଅଜିତ ଅନନ୍ତରାଓ ପାୱାର ଏବଂ ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଜଣେ ବରିଷ୍ଠ ନେତା। ସେ ପ୍ରବୀଣ ନେତା ଶରଦ ପାୱାରଙ୍କ ଭଣଜା।

Read More

ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନଁାରେ ଲୁଟ୍‌ କରିବାରେ ଲାଗିପଡ଼ିଛି। ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ପାଇଁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇଛି କଂଗ୍ରେସ । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଏହାକୁ ସମର୍ଥନ ଜଣାଇବାକୁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଜେଡି ମଧ୍ୟ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛି । ବନ୍ଦ ପାଳନ ବେଳେ ଦୋକାନ ବଜାର ସହ ସ୍କୁଲ କଲେଜ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି ନବ ନିର୍ମାଣ କୃଷକ…

Read More

ଦେଶରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ ନୂଆ ନିୟମ ଲାଗୁ ହୋଇଛି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ଓ ସମାନତାକୁ ପ୍ରତ୍ସୋହନ ଦେବା ଉଦ୍ଦେଶ୍ୟରେ ଅଣାଯାଇଥିବା ନୂଆ ନିୟମକୁ ନେଇ ତୀବ୍ର ଆଲୋଚନା ହେଉଛି । ନୂଆଦିଲ୍ଲୀସ୍ଥିତ ୟୁଜିସି ମୁଖ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିକ୍ଷୋଭକାରୀଙ୍କୁ କ୍ୟାମ୍ପସ ଭିତରକୁ ନ ଛାଡ଼ିବା ପାଇଁ ବହୁ ସଂଖ୍ୟକ ବ୍ୟାରିକେଡ୍ ଲଗାଯାଇଛି।ଲକ୍ଷ୍ନୌ, ରାୟବରେଲି, ବାରାଣସୀ, ମେରଠ, ପ୍ରୟାଗରାଜ ଓ ସୀତାପୁରରେ ଛାତ୍ର, ଯୁବକ ଓ ବିଭିନ୍ନ ସଂଗଠନ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ରାଏବରେଲିରେ ବିଜେପି କୃଷକ ନେତା ରମେଶ ବାହାଦୂର ସିଂହ ଓ ଗୋରକ୍ଷା ଦଳର ସଭାପତି ମହେନ୍ଦ୍ର ପାଣ୍ଡେ ଉଚ୍ଚଜାତିର ସାଂସଦଙ୍କ ନିକଟକୁ ଚୁଡ଼ି ପଠାଇଛନ୍ତି। ୟୁପି ବରେଲିର ସିଟି ମାଜିଷ୍ଟ୍ରେଟ୍ ଅଲଙ୍କାର ଅଗ୍ନିହୋତ୍ରୀ ଏହି ନୂଆ ନିୟମକୁ ବିରୋଧ କରି ଇସ୍ତଫା ଦେଇଛନ୍ତି।…

Read More