ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ଚଳିତ ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ମଢେଇ କହିଛନ୍ତି ବର୍ଦ୍ଧିତ ଦରମା ସମ୍ପର୍କରେ ପୁନଃବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଆସନ୍ତା ବଜେଟ ଅଧିବେଶନରେ ପୁନଃବିଚାର ହୋଇ ବିଲ ପାରିତ ହୋଇପାରେ । କିଛି କମ ହୋଇପାରେ ବିଧାୟକଙ୍କ ଦରମା । ଭାସ୍କର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ପୂର୍ବରୁ ତିନିଥର କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ୧୭ଶ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।। ସୂଚନାଥାଉକି, ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ପା ହୋଇଥିଲା । ସଂସଦୀୟ ପରମ୍ପରାରେ ଏହା…
Author: sanitelevision
ଧୁମଧାମରେ ଚାଲିଛି ଖଣ୍ଡଗିରି ମେଳା | କିନ୍ତୁ ଚଳିତ ବର୍ଷ ଯେଉଁମାନେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି ବୋଲି ନିୟମ କରିଥିଲେ, ସେମାନେ ଏବେ ଚୁପ୍ ବସିଛନ୍ତି । ଖଣ୍ଡଗିରି ମେଳାରେ ଲାଗିଛି ବାବାଙ୍କ ଦରବାର ଆଉ ଭୁବନେଶ୍ୱର ସହ କଟକ, ପୁରୀ, ନୟାଗଡ଼, ଯାଜପୁର, ଗଞ୍ଜାମ, ଏପରିକି ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆସୁଛନ୍ତି ଭକ୍ତ । କିଏ ଆଗେ ଭେଟିବ, କିଏ ପ୍ରଥମେ ପରାମର୍ଶ ନେବ ଏଥିପାଇଁ ସକାଳୁ ଆସି ଜଗୁଛନ୍ତି । ସନ୍ଧ୍ୟା ଓ ରାତିକୁ ଆସୁଛନ୍ତି ଭିଆଇପି । ଭିଆଇପିମାନେ ଆସି ସାଧୁଙ୍କୁ ଭେଟି ଭାଗ୍ୟ ଭବିଷ୍ୟତ ବୁଝୁଛନ୍ତି । ସାଧୁଙ୍କୁ ମୋଟା ଅଙ୍କର ଟଙ୍କା ବି ଦେଉଛନ୍ତି । ଖଣ୍ଡଗିରି ମାଘମେଳା ଅବସରରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ମେଳାରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିର ସ୍ୱରୂପ ଦେଖିବାକୁ ମିଳୁଛି ।ତେବେ ଚଳିତ ବର୍ଷ ମେଳାକୁ ଜଣେ ନାଗାବାବା ଆସିଛନ୍ତି । ତାଙ୍କ ବିଭୂତି ଖାଇଲେ ନିଃସନ୍ତାନ…
ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଖୁଲାସା ହେବ କହିଲେ ଆଇନ ମନ୍ତ୍ରୀ । ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି ଆଇନ ମନ୍ତ୍ରୀ। ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି ।ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ’ |ସୂଚନାମୁତାବକ ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା ବେହେରାମାଲ ସ୍ଥିତ ନବଦାସ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ତ୍ର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ। ତେବେ ଶ୍ରଦ୍ଧାଞ୍ଜଳି ସଭାରେ ଦୀପାଳି କହିଛନ୍ତି, ଘଟଣା ଦିନ ବାପାଙ୍କର ଏକ ମିସ କଲ ୧୨ଟା ୨୭ ମିନିଟରେ ଆସିଥିଲା। ହେଲେ ପୋଲିସ FIRରେ ୧୨ଟା ୧୫ରେ ହତ୍ୟାକାଣ୍ଡ ଘଟିଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।…
ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ ଟ୍ରାପ କ୍ୟାମେରାରେ ଧରାପଡ଼ିଛି।ନୟାଗଡ ଜିଲ୍ଲାର ଜଙ୍ଗଲରେ ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ ରହିଥିବା ଅନୁମାନ କରାଯାଉଥିବା ଡିଏଫଓ କହିଛନ୍ତି ।ସେହିପରି ବନ୍ୟଜନ୍ତୁଙ୍କ ବଂଶ ବୃଦ୍ଧି ଏବଂ ସେମାନଙ୍କ ସ୍ୱାସ୍ତ୍ୟ ସନ୍ତୁଳନ ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ସଲ୍ଟ ଲେକ୍ କରାଯାଇଛି ଯାହାକୁ ଖାଇବା ପାଇଁ ସମସ୍ତ ପ୍ରକାରର ବନ୍ଯଜନ୍ତୁ ଆସୁଥିବା ଡିଏଫଓ କହିଛନ୍ତି । ଏହାର ଟ୍ରାପ୍ କ୍ଯାମେରା ଭିଜୁଆଲ ମଧ୍ୟ ଆସିଛି ।
ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା ।ପୁରୀଘାଟ ଥାନାରେ ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିଲେ। ଆବେଦନ ଖାରଜ ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବେ ଅନୁଭବ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ତଡୁଆ ବାହାଲରେ ଦୁର୍ଘଟଣା । ୫୨୦ ଜାତୀୟ ରାଜପଥ ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହେଲା ଟ୍ରକ ଡ୍ରାଇଭର । ଭାରସାମ୍ୟ ହରାଇ ବସଟି ଆଗରେ ଯାଇଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡିରେ ବସିଥିବା ଯାବାନ ଆହତ ହୋଇଛନ୍ତି । ୧୦ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ସୂଚନାମୁତାବକ ୨୮ ଜଣ ଯବାନଙ୍କୁ ଙ୍କୁ ନେଇ ଏହି ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଘଟଣା । ଆଜି ସକାଳୁ ଏକ ବସରେ ୨୮ ଜଣ ଯବାନଙ୍କୁ ନେଇ ଏହି ବସଟି ଗୁଆଲିରୁ ଘଟଗାଁ ଯାଉଥିବାବେଳେ ଏହି ଦୁର୍ଘଟଣାର ଶିକାର…
କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ ପାଇଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୭୮,୮୫୦ ଥିଲା, ଯାହା ଆଜି ୧,୭୦,୬୨୦। ଏହା ୮,୨୩୦ ହ୍ରାସକୁ ପାଇଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୭୦,୬୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୬,୪୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୭୦,୬୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୫୬,୪୦୦ ଟଙ୍କାକୁ ପହଞ୍ଚିଛି ।ସୁନା ପରି, ଆଜି ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧ କିଲୋଗ୍ରାମ ରୂପାର ମୂଲ୍ୟ ୧୫,୦୦୦ ହ୍ରାସ ପାଇଛି। ଗତକାଲି ପ୍ରତି କିଲୋଗ୍ରାମ ରୁପାର ମୂଲ୍ୟ ୪,୧୦,୦୦୦ରେ ପହଞ୍ଚିଥିଲା, ଯାହା ବର୍ତ୍ତମାନ…
ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୮ ତମ ଶ୍ରାଦ୍ଧ ବାର୍ଷିକୀ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଥିଲେ ଦେଶର ମହାନତମ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରୁ ଜଣେ। ଜଣେ ମହାନୁଭବ, କ୍ରାନ୍ତିକାରୀ ସମାଜ ସୁଧାରକ ବ୍ୟତୀତ ସେ ଜଣେ ଭଲ ବକ୍ତା ବି ଥିଲେ। ତାଙ୍କର ସିଦ୍ଧାନ୍ତଗୁଡ଼ିକ କେବଳ ଆଦର୍ଶବାଦୀ ଥିଲା ତାହା ନୁହେଁ ସେଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସେ ସକ୍ଷମ ହୋଇ ପାରୁଥିଲେ। ଅପରପକ୍ଷେ ବାପୁଙ୍କ ତିରୋଧାନ ଦିବସକୁ ପ୍ରତିବର୍ଷ ଶହୀଦ ଦିବସ ଭାବରେ ମଧ୍ୟ ପାଳନ କରାଯାଏ ।୧୯୪୮ ମସିହା ଜାନୁଆରୀ ୩୦ ତାରିଖ । ପ୍ରାର୍ଥନା ସଭାରେ ଟଳି ପଡ଼ିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ନାଥୁରାମ ଗଡ଼ସେଙ୍କ ଗୁଳିରେ ଜୀବନ ଚାଲି ଯାଇଥିଲା । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା…
ମାଲକାନଗିରି ଜିଲା ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ ଏନକାଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଟପ୍ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀ ହେଲେ ପ୍ରଦୀପ ଏବଂ ଭୀମା । ଉଭୟେ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ | ନିହତ ମାଓବାଦୀ ପ୍ରଦୀପ ଓରଫ ଜଗାର ମୁଣ୍ଡ ଉପରେ ପୁର୍ବରୁ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ଭୀମା ଭେକୋ ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।
ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଥିଲେ ସରକାର।ଏହାରି ଭିତରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ୨୧.୦୧.୨୦୨୬ ତାରିଖର ବିଜ୍ଞପ୍ତି ସଂଖ୍ୟା ୨୦୬୫ ଅନୁଯାୟୀ ଲାଗୁ କରାଯାଇଥିବା ନିଷେଧାଦେଶ ଅଧୀନରେ ଆସୁନାହିଁ । ପ୍ରତିବନ୍ଧକ କେବଳ ତମାଖୁ ବା ନିକୋଟିନ୍ ମିଶ୍ରିତ ପାନ ମସଲା ପାଇଁ ଲାଗୁ ହେବ । ସାଧାରଣ (ତମାଖୁ ବିହୀନ) ପାନ ମସଲା ଉପରେ ଏହି ନିଷେଧାଦେଶ ଲାଗୁ ହେବ ନାହିଁ । CT, GST ଏବଂ ଅର୍ଥ ବିଭାଗକୁ ଚିଠି ଲେଖାଯାଇଛି ।









