Author: sanitelevision

ବିଧାନସଭାରେ ପାନୀୟ ଜଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି ।ପ୍ରଶ୍ନକାଳ ଆଲୋଚନା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ଉତ୍ତର ରଖିଛନ୍ତି | ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି। ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ୬୮ ଲକ୍ଷ ୪୭ ହଜାର ୭୫୨ ଅର୍ଥାତ ୭୭ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨୬ଟି ମେଗା ପ୍ରକଳ୍ପ ଶେଷ ହୋଇଛି । ଆଉ ମାର୍ଚ୍ଚ ସୁଦ୍ଧା ଆହୁରି ୨୮ଟି ମେଗା ପ୍ରକଳ୍ପ ଶେଷ ହେବ । ସେହିପରି ୪୪ ହଜାର ୫୩୧ ଗାଁରୁ ୧୧ ହଜାର ୭୭୭ ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ତେବେ ରାଜ୍ୟରେ ୫ ଲକ୍ଷ ୨୭ ହଜାର ୬୯୪ ଟ୍ୱିବୱେଲ ରହିଛି ବୋଲି…

Read More

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ହୋଇଥିବା ଆଘାତ କିମ୍ବା ମୃତ୍ୟୁ ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କୋଭିଡ୍-୧୯ ସମୟରେ ଟିକାକରଣ ଏକ ସୁରକ୍ଷା କବଚ ଥିଲା, କିନ୍ତୁ କିଛି ପରିବାର ପାଇଁ ଏହି ସୁରକ୍ଷା ଏକ ଗଭୀର କ୍ଷତ ଛାଡ଼ିଯାଇଥିଲା। ବହୁ ଦିନ ଧରି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହା ଫଳରେ ମୃତ୍ୟୁ ସମ୍ପର୍କରେ ଆଇନଗତ ମହଲରେ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଯାହା ସିଧାସଳଖ ପ୍ରିୟଜନଙ୍କୁ ହରାଇଥିବା ସାଧାରଣ ନାଗରିକଙ୍କୁ ସହାୟତା ପ୍ରଦାନ କରିବ ।ସୁପ୍ରିମକୋର୍ଟ ସରକାରଙ୍କୁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ଏବଂ ସମୟ ସମୟରେ ଟୀକାକରଣର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read More

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପ୍ରଭାବ ସାରା ବିଶ୍ୱରେ ପଡ଼ିଛି । ଭାରତରେ LPG ସିଲିଣ୍ଡର ସଙ୍କଟର ରିପୋର୍ଟ ଆସୁଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଦେଶବ୍ୟାପୀ ESMA ବା ପ୍ରାଥମିକ ସେବା ରକ୍ଷଣାବେକ୍ଷଣ ଆଇନ ଲାଗୁ କରାଯାଇଛି। କେନ୍ଦ୍ର ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଗ୍ୟାସ କମ୍ପାନୀଗୁଡ଼ିକୁ ପ୍ରାଥମିକତା କ୍ଷେତ୍ର ଅନୁଯାୟୀ ଗ୍ୟାସ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଘରୋଇ ଗ୍ରାହକ, CNG-PNG ଏବଂ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକୁ ଯୋଗାଣରେ ପ୍ରାଥମିକତା ଦିଆଯିବ, ଯେତେବେଳେ କିଛି ଶିଳ୍ପକୁ ସୀମିତ ଗ୍ୟାସ ଯୋଗାଣ ସୁନିଶ୍ଚିତ କରାଯିବ।ଏହା ଉଲ୍ଲେଖନୀୟ ଯେ କେନ୍ଦ୍ରର ମୋଦି ସରକାର ଏଲପିଜି ସିଲିଣ୍ଡର ଗଚ୍ଛିତକୁ ରୋକିବା ଏବଂ ଘରୋଇ ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ ସାରା ଦେଶରେ ESMA ଲାଗୁ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଘରୋଇ ବ୍ୟବହାର ପାଇଁ ଗ୍ୟାସର…

Read More

ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ । କେନ୍ଦ୍ର ସରକାର ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲା ପୋତ୍ତନୁର ଏବଂ ଝାଡ଼ଖଣ୍ଡର ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି । ତେବେ ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ । ଓଡିଶା, ତାମିଲନାଡୁ ଏବଂ ଝାଡଖଣ୍ଡ ମଧ୍ୟରେ ସଂଯୋଗକୁ ସୁଦୃଢ କରିବ । ରାୟଗଡା, ମୁନିଗୁଡା, କେସିଙ୍ଗା, ଟିଟିଲାଗଡ, ବଲାଙ୍ଗିର, ବରଗଡ ରୋଡ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଦେଇ ଯିବ । ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ ।ସେପଟେ ରାଜ୍ୟରେ ରେଳ ସଂଯୋଗୀକରଣରେ ଉଲ୍ଲେଖନୀୟ ଭାବରେ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି ଚାଲିଛି। ଏହି ସମୟରେ ଯୁଦ୍ଧକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ସୂଚନା ଦେଇଛନ୍ତି। ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଫସି ରହିଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ |ନବୀନ କହିଛନ୍ତି ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ । ସେଥିରେ ଅନେକ ଓଡ଼ିଆ ମଧ୍ୟ ସାମିଲ୍ ଅଛନ୍ତି । ଫସିଥିବା ଓଡ଼ିଆଙ୍କୁ କେମିତି ସ୍ଵଦେଶ ଫେରାଇ ଅଣାଯିବ ସେ ନେଇ ପଦକ୍ଷେପ ନେବାକୁ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି…

Read More

ଓଡ଼ିଶାରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ମହାପ୍ରଭାବ। ହାଣ୍ଡିଶାଳରେ ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ପାଇଁ ଲୋକେ ଛଟପଟ। ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ୍ ପାଇଁ ରାତିରୁ ଲମ୍ଵା ଲାଇନ୍।ଭୁବନେଶ୍ବର ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ରୋଷେଇ ପାଇଁ ଘରେ ଗ୍ୟାସ ନାହିଁ। ଲୋକେ ହଇରାଣ ହେଉଛନ୍ତି । ୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରୀ ହୋଇ ପାରିନି । ଗ୍ୟାସ ଲିଟର ପିଛା ୧୧୦ ଟଙ୍କା ଦେଇ କଳା ବଜାରରୁ କିଣୁଥିବା ଅଭିଯୋଗ କରିଛନ୍ତି ।ଯୁଦ୍ଧ ସ୍ଥିତିରେ ଦେଶରେ ଏଲ୍ପିଜି ଅଭାବ ଆଶଙ୍କା ଉପୁଯିଛି । ଗ୍ୟାସ ଦର ୬୦ ଟଙ୍କା ବଢ଼ିଗଲାଣି । ବଜାରରେ ଏକ ପ୍ରକାର ଭୟର ବାତାବରଣ । ଲୋକେ ଆତଙ୍କିତ ଅବସ୍ଥାରେ । ବଜାରରୁ ଅଧିକ ସିଲିଣ୍ଡର ଉଠାଇ ଦେବାକୁ ଏଜେନ୍ସିଗୁଡ଼ିକ ଆଗରେ ଭିଡ଼…

Read More

ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ। ଚଳିତବର୍ଷ ପ୍ରଥମଥର ପାଇଁ କୌଣସି ଜଣେ ପରୀକ୍ଷାର୍ଥି ଚାହିଁଲେ ନିଜ ମାର୍କ ବଢାଇବା ପାଇଁ ଗୋଟିଏ ବିଷୟରେ ଆଉ ଥରେ ପରୀକ୍ଷା ଦେଇପାରିବେ। । ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି ।ମେଡିକାଲ ନାମଲେଖା ପରି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖାରେ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବା ବେଳେ ଏଥିରୁ କମ୍ ମାର୍କ ଥିବା ପିଲା ଆବେଦନ କିମ୍ବା ନାମଲେଖାରେ ହଇରାଣ ହେଉଛନ୍ତି । ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଏଚ୍ଏସ୍ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମାତ୍ର ଗୋଟିଏ ବିଷୟରେ ଉନ୍ନତି ପରୀକ୍ଷା…

Read More

୧୦ ବର୍ଷରେ ଓଡ଼ିଶାରେ ୫୨ ହଜାର ୨୪୪ ଜଣ ଆତ୍ମହତ୍ୟା କରିଛନ୍ତି ।ଏନ୍ସିଆର୍ବି (ନାସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ) ଓ ଏସ୍ସିଆର୍ବି(ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ)ର ତଥ୍ୟ କହୁଛି, ଓଡ଼ିଶାରେ ଗଲା ୧୦ ବର୍ଷରେ ୫୨ ହଜାର ୨୪୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ୨୦୧୬ ମସିହାରେ ରାଜ୍ୟରେ ୩୯୦୪ ଜଣ ନିଜ ଜୀବନକୁ ନିଜେ ଶେଷ କରିଦେଇଥିଲେ । ୨୦୧୭ରେ ଏହି ସଂଖ୍ୟା ବଢ଼ି ୪୪୯୩, ୨୦୨୧୮ରେ ୪ ହଜାର ୫୯୨ଜଣ, ୨୦୧୯ରେ ୪୫୮୨ ଜଣ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥିଲେ । ରେକର୍ଡ କହୁଛି, କରୋନା ମହାମାରୀ ସମୟରୁ ଆତ୍ମହତ୍ୟା ଘଟଣା ହୁହୁ ହୋଇ ବଢ଼ିଚାଲିଛି । ୨୦୨୦ରେ ଅର୍ଥାତ୍ କରୋନା ବର୍ଷ ୫ ହଜାର ୪୮୨ ଜଣ, ୨୦୨୧ରେ ୫ ହଜାର ୬୪୯ ଓ କରୋନା ସଂକ୍ରମଣ ବନ୍ଦ ହେବା ଅର୍ଥାତ୍ ୨୦୨୨ ମସିହାରେ ସର୍ବାଧିକ ୬୧୪୦ ଜଣ ଜୀବନ ହାରିଥିଲେ । କରୋନା ପରେ…

Read More

ଓଡ଼ିଶା ହଳଦୀରେ ସିସା(ଲିଡ୍‌) ରହିଛି। ବିଶେଷ କରି ରାଜ୍ୟର ୩ଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ହଳଦୀରେ ସିସା ଥିବା ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ପ୍ରକୃତରେ କେତେ ପରିମାଣର ସିସା ହଳଦୀରେ ରହୁଛି, ତାହା ଜାଣିବା ଲାଗି ନମୁନା ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି ‘ହୁ’ର ପ୍ରତିନିଧି।ସିସା ହେଉଛି ଏକ ଭାରି ଧାତୁ। ମଣିଷ ଶରୀର ପାଇଁ ଏହା କ୍ଷତିକାରକ। ସିସାଯୁକ୍ତ ହଳଦୀ ସେବନ କଲେ ଶିଶୁଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ ସୃଷ୍ଟି କରିବା ସହ ମସ୍ତିଷ୍କ ବିକାଶରେ ବାଧକ ସାଜେ। ସିସା ସିଧାସଳଖ ଭାବେ ପାଣି ଜରିଆରେ ଶରୀରରେ ପ୍ରବେଶ କରିଥାଏ। ଖାଲି ହଳଦୀ ନୁହେଁ ମାଟି ତଳେ ଫଳୁଥିବା ପନିପରିବାରେ ମଧ୍ୟ ସିସା ଦେଖିବାକୁ ମିଳେ। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର କନ୍ଧମାଳ, ଗଞ୍ଜାମ ଓ କଟକ ଜିଲ୍ଲାରେ ଏହି ସର୍ବେକ୍ଷଣ ହୋଇପାରେ। ସିସାର ଧାର୍ଯ୍ୟ ମାନଦଣ୍ଡ ହେଉଛି…

Read More

ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି। ଫଳରେ ଶକ୍ତି ଯୋଗାଣ ଅବରୋଧ ହେବା ଦ୍ବାରା ବିଶ୍ୱ ସ୍ତରରେ ତେଲ ମୂଲ୍ୟ ବୃଦ୍ଧି ପାଇଛି। ଯଦି ଆମେରିକା ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନକୁ ଜୋରଦାର୍ କରିବାକୁ ନିଷ୍ପତ୍ତି ନିଏ, ତେବେ ତେହେରାନର ଆରବ ଉପଦ୍ୱୀପରେ ବାବ୍-ଏଲ୍-ମାଣ୍ଡେବ୍‌ର ଆଉ ଏକ ରଣନୈତିକ ପ୍ରଣାଳୀକୁ ଅବରୋଧ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଂଗରେ କଥା ହେଲେ ଦୁଇ ସୁପର ପାୱାର । ପ୍ରାୟ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଛନ୍ତି ଦୁଇ ନେତା । ଉଭୟ ରୁଷ ଏବଂ ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିଜେ ଟ୍ରମ୍ପ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ଟ୍ରମ୍ପ । ଗତ ଡିସେମ୍ବର ପରେ ଏହା ଦୁଇ ନେତାଙ୍କ…

Read More