ବାୟୁ ପରେ ଏବେ ଦିଲ୍ଲୀରେ ଜଳ ଚିନ୍ତା। ରାଜଧାନୀବାସୀ ପିଉଛନ୍ତି ବିଷାକ୍ତ ଜଳ।ଦିଲ୍ଲୀର ୧୮ଟି ସ୍ଥାନରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ସାତ ଦିନିଆ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଶ୍ରୀରାମ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହିତ କରାଯାଇଥିବା ଏହି ଅଧ୍ୟୟନରୁ ପ୍ରଦୂଷଣର ସ୍ତର ଚିନ୍ତାଜନକ ରହିଛି। ପରୀକ୍ଷିତ ହୋଇଥିବା ୮ଟି ନମୁନାରେ ମୋଟ କୋଲିଫର୍ମ କିମ୍ବା ଇ. କୋଲି ପଜିଟିଭ୍ ମିଳିଛି, ଯାହା ମଳ ପ୍ରଦୂଷଣର ସୂଚକ। ଦିଲ୍ଲୀର ଜଳ ଯୋଗାଣ ନେଟୱାର୍କ ୧୫,୪୦୦ କିଲୋମିଟରରୁ ଅଧିକ ଲମ୍ବା। ଅନେକ ପାଇପଲାଇନ ପୁରୁଣା। ୫,୨୦୦ କିଲୋମିଟରରୁ ଅଧିକ ପାଇପଲାଇନ ୩୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି।ଘରୋଇ ଟ୍ୟାପ୍ ସଂଯୋଗରେ, ବିଶେଷକରି ଆଖପାଖ ପଡ଼ୋଶୀ ପାଇପ୍ ଲାଇନଗୁଡ଼ିକରେ ପ୍ରଦୂଷଣ ଅଧିକାଂଶ ପରିମାଣରେ ଦେଖାଯାଇଥିଲା। ପଶ୍ଚିମ ଦିଲ୍ଲୀର ରାଜୌରୀ ଗାର୍ଡେନରେ ପ୍ରଦୂଷଣର ସର୍ବାଧିକ ସ୍ତର ଥିଲା, ତା’ପରେ ଚିଲ୍ଲା ଗ୍ରାମ ଏବଂ ମୟୂର ବିହାର ଫେଜ୍ ୩ରେ ଥିବା ଡିଡିଏ ଫ୍ଲାଟରେ ଜଳ…
Author: sanitelevision
ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ। ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ। ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ। ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ସରକାରୀ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ଡରୁଛନ୍ତି। ସମ୍ପତ୍ତି ତାଲିକା ମିଳିବା ପରେ କଣ କିଛି ବଡ଼ ଆକ୍ସନ୍ ନେବେ କି ? ଏଭଳି ପ୍ରଶ୍ନ ବିଭିନ୍ନ ମହଲରେ ଘୂରି ବୁଲୁଛି।ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ତଥ୍ୟ ସହ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ନିମନ୍ତେ, ୨୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ମାର୍ଚ୍ଚ ୩୧, ୨୦୨୬ ଯାଇଁ କୋହଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବର୍ଗର କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ସଂପତ୍ତି ତାଲିକା…
ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ମଇଦାନରେ ରହିଛନ୍ତି ମୋଟ ୫ ପ୍ରାର୍ଥୀ। ବିଜେପିରୁ ମନମୋହନ ସାମଲ, ସୁଜିତ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥନରେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନିତୀ ସରଗରମ। ତୃତୀୟ ଓ ଚତୁର୍ଥ ସିଟ୍ ଉପରେ ଶାସକ ଓ ବିରୋଧିଙ୍କ ନଜର। ଓଡ଼ିଶା ରାଜନିତୀ ଇତିହାସରେ ପ୍ରଥମ ଥର ପାଇଁ ମେଣ୍ଟ କରିଛନ୍ତି ବିଜେଡି ଓ କଂଗ୍ରେସ। ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଉଭୟ ଦଳ କମନ କ୍ୟାଣ୍ଡିଡେଟ କରିଛନ୍ତି। ତୃତୀୟ ଓ ଚତୁର୍ଥ ପ୍ରାର୍ଥିଙ୍କୁ ନେଇ ଶାସକ ବିରୋଧି ମୁହାଁମୁର୍ହି ହୋଇଛନ୍ତି।ଆସନ୍ତା ୧୬ ତାରିଖରେ ହେବ ରାଜ୍ୟସଭା ପାଇଁ ଭୋଟିଂ ।ସେପଟେ ଦିଲ୍ଲୀପ ରାୟଙ୍କୁ ଜିତିବା ପାଇଁ ୮ଟି ଭୋଟ୍ ଆବଶ୍ୟକତା ରହିଛି । ଦିଲ୍ଲୀପଙ୍କ ନଜରରେ ରହିଛି…
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୬୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୮,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୨୦୦ ଟଙ୍କାକୁ ପହଞ୍ଚିଛି । ୧୮ କ୍ୟାରେଟ୍ ସୁନା ଦର ୧୪୭୦ ଟଙ୍କା କମି ୧ ଲକ୍ଷ ୨୧ ହଜାର ୨୬୦ ଟଙ୍କା ହୋଇଛି। ଗତ କାଲି ୧ ଲକ୍ଷ ୨୨ ହଜାର ୭୩୦ ଟଙ୍କା ଥିଲା।। ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୦,୦୦୦ ଟଙ୍କା ହୋଇଛି ।
ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି ।ଓଡ଼ିଶାରେ ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ବଢୁଛି। ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର ରଖିଛନ୍ତି । ଗତ ୧୮ ମାସରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଦେଇଛନ୍ତି ରାଜ୍ୟ ସରକାର । ମାତ୍ର ୩୦ ମିନିଟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାର ନିୟମ ରହିଛି । ସମୟ ଆହୁରି କମାଇବାକୁ ଚେଷ୍ଟା ହେଉଛି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ…
ଦୁଇ ବର୍ଷରେ ଲୁଟିଲେଣି ୭୧୧ କୋଟିରୁ ଅଧିକ ଟଙ୍କା । କିନ୍ତୁ ସାଇବର ଠକଙ୍କ ଠାରୁ ଫେରିଛି ମାତ୍ର ୭ କୋଟି ଟଙ୍କା । ବିଧାନସଭା ର ତଥ୍ୟ କହୁଛି ୨୦୨୪ ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି l ସେଥି ମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ୍ୟ ୮୭ ହଜାର ୨୬୮ ଟଙ୍କା ଫେରିଛି।ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଯାହା ଭିତରୁ ଫେରିପାରିଛି ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ।ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ଏହି ‘ସାଇବର କବଚ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଜନସାଧାରଣଙ୍କ ଡିଜିଟାଲ୍ ସୁରକ୍ଷା…
ଓଡ଼ିଶା ସଚିବାଳୟରେ ବଡ଼ବାବୁଙ୍କ ପଦବୀ ଖାଲି ପଡ଼ିଛି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡିଛି । ୨ ଯୁଗ୍ନ ଶାସନ ସଚିବ ଓ ୨ ଉପ ଶାସନ ସଚିବ ପଦବୀ ଖାଲି ମଧ୍ୟ ଖାଲି ପଡିଛି । ୪ ଡେସ୍କ ଅଫିସର , ୩୬୫ ଉପ ବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ପଡିଛି । ୩୪୮ ସହକାରୀ ଉପ ବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ରହିଛି ।ଉକ୍ତ ପଦବୀଗୁଡ଼ିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଏହି ସ୍ଥିତି ଇରାନର ପରମାଣୁ ବିପଦକୁ ଦୂର କରିପାରିବ, ତେବେ ବର୍ତ୍ତମାନର ତୈଳ ମୂଲ୍ୟ ଆମେରିକା ତଥା ବିଶ୍ୱର ସୁରକ୍ଷା ପାଇଁ ଏହି ମୂଲ୍ୟ ବହୁତ କମ୍ ।୨୦୨୨ ପରେ ପ୍ରଥମ ଥର ପାଇଁ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଟପିଛି । ମଧ୍ୟ-ପ୍ରାଚ୍ୟରୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବାରୁ ଦାମ୍ ପ୍ରାୟ ୨୫ ପ୍ରତିଶତରୁ ଅଧିକ ବଢ଼ିଛି । ଆନ୍ତର୍ଜାତୀୟ ବଜାରରେ ‘ବ୍ରେଣ୍ଟ କ୍ରୁଡ୍’ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ପ୍ରାୟ ୧୧୬ ଡଲାରରେ ପହଞ୍ଚିଛି । ଯୁଦ୍ଧ ଜାରି ରହିଲେ ଏହା ୧୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଇରାନ ଓ ଆଖପାଖ ଦେଶଗୁଡ଼ିକରୁ ତେଲ…
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ରାଜ୍ୟ ସଭାରେ କହିଛନ୍ତି, ସରକାର ଏହି ଅଞ୍ଚଳରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଭାରତ ଚାହେଁ ଯେ, ଏହି ସଙ୍କଟର ସମାଧାନ କୂଟନୀତି ଓ ଆଲୋଚନା ମାଧ୍ୟମରେ ହେଉ। ସେ ଆହୁରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଦୁଇ ଜଣ ଭାରତୀୟ ନାବିକ ଜୀବନ ହାରିଛନ୍ତି । ଏହାସହ ଜଣେ ନିଖୋଜ ଅଛନ୍ତି । ଇରାନରେ ଥିବା ଭାରତୀୟ ଦୂତାବାସ ସେଠାରେ ପଢୁଥିବା ଭାରତୀୟ ଛାତ୍ରଙ୍କ ସଂସ୍ପର୍ଶରେ ରହିଛି । ଯଥାସମ୍ଭବ ସାହାଯ୍ୟ କରାଯାଉଛି । ଦୂତାବାସ ଚାଲୁ ରହିବା ସହ ହାଇ ଆଲର୍ଟରେ ଅଛି । ସେମାନେ ଭାରତୀୟଙ୍କୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ।ଏସ. ଜୟଶଙ୍କର କହିଛନ୍ତି, ସଂଘର୍ଷ ଭାରତ ପାଇଁ ବିଶେଷ ଚିନ୍ତାର ବିଷୟ। ଆମେ ଏକ ପଡ଼ୋଶୀ ଅଞ୍ଚଳ, ଏବଂ ପଶ୍ଚିମ ଏସିଆରେ ସ୍ଥିରତା ବଜାୟ ରଖିବା…
ଚଳିତ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଳେଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବାବେଳେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭୀଙ୍କୁ ହରିୟାଣା ପର୍ଯ୍ୟବେକ୍ଷକ ଏବଂ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ବିହାର ଦାୟିତ୍ୱ ଦିଆଯାଇଛି।ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଜେପିର ଏହି ପର୍ଯ୍ୟବେକ୍ଷକ ନିଯୁକ୍ତି ଆଞ୍ଚଳିକ ସମୀକରଣ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।









