ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି।ରାଜ୍ୟରେ ୮୬ ଜେଲରେ ଅଛନ୍ତି ୧୮ ହଜାର ୧୭୬ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରଧୀନ, ୪ ହଜାର ୧୩୬ ଦଣ୍ଡ ପାଇ ଅଛନ୍ତି ।ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।ସୂଚନା ଅନୁସାରେ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ବିଭାଗୱାରୀ ଖର୍ଚ୍ଚଦାବି ଉପରେ ଆଲୋଚନା ହେବା ସହ…
Author: sanitelevision
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଧୀରେ ଧୀରେ ଏହାର ପ୍ରଭାବ ଦେଖାଯାଉଛି । ଅର୍ଥାତ, ବଢିଲା ଖାଇବା ତେଲର ଦର । ଚିନ୍ତାରେ ଖାଉଟି । ଲିଟର ପିଛା ୧୦ ଟଙ୍କା ଖାଇବା ତେଲ ବର୍ତ୍ତମାନ ବଢିଥିବା କୁହାଯାଉଛି । କଟକ ମାଲଗୋଦାମରେ ରିଫାଇନ ତେଲ ଆଗରୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩ରୁ ୪ ଦିନ ଭିତରେ ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚିଛି । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ ରହିଛି ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହାକୁ ବାହାର ଦେଶରୁ ଆମଦାନୀ କରୁଛନ୍ତି । ସେମାନେ ଅସୁବିଧା ଦେଖୁଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ଏହି ପ୍ରଭାବ ପଡିଥିବା କୁହାଯାଉଛି। କିଛି ଷ୍ଟକ ରହିଛି। ମାତ୍ର ଆଗାମୀ ଦିନରେ ଏହା କମ ହୋଇପାରେ।…
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ ଟ୍ରେଜରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନମନ୍ତ୍ରୀ । ଏବେ ସବୁ ଟ୍ରେଜରୀ କାମ ଅନଲାଇନ ମାଧ୍ୟମରେ ହେଉଛି । ପେନସନରୁ ଆରମ୍ଭ କରି ଚାଲାଣ ଓ ବିଲ ଅନଲାଇନରେ ହେଉଛି । ଇ- ଭାଉଚରରେ ସବୁ ହେଉଥିବାରୁ ଆଉ ସବ- ଟ୍ରେଜରୀ ଖୋଲିବ ନାହିଁ । ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରୀ ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତେବେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ସବ୍-ଟ୍ରେଜରୀକୁ ନେଇ କିଛି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ।
ଏପ୍ରିଲ୍ ୨ରୁ ଯୁକ୍ତ୨ ଖାତାଦେଖା। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୨ରୁ ୧୩ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୨୬ ତାରିଖ ଯାଏଁ ଖାତାଦେଖା ଚାଲିବ।ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରଗୁଡ଼ିକରେ କମ୍ପ୍ୟୁଟର ଯେପରି ହ୍ୟାଙ୍ଗ ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏପ୍ରିଲ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ତୃତୀୟ ସପ୍ତାହରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ତେବେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ଓ ଧନ୍ଦାମୂଳକ ବିଭାଗ ବିଷୟଗୁଡ଼ିକର ମାନୁଆଲ୍ ମୂଲ୍ୟାୟନ କରାଯିବ। ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ମୂଲ୍ୟାୟନ ପାଇଁ ୧୫୧ଟି ମୂଲ୍ୟାୟନ…
ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାର୍ଚ୍ଚ ୯ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ, ପବନ ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୭ ଦିନର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ନୀତି ଶେଷ ପରେ ପୂର୍ବ ଭଳି ନୀତିକାନ୍ତି ଆଗକୁ ବଢ଼ିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।ବର୍ଷରେ ଦୁଇରୁ ତିନିଥର ଏହି ନୀତି ସମ୍ପାଦନ କରାଯାଇଥାଏ।
ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ରହିବ । ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡିରୁ ଧାନ ଉଠିନପାରିବା ଓ ବେକାରୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ସାଜିବ । ଏନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ସରିଥିବା ଉଭୟ ଦଳର ବିଧାୟକମାନେ କହିଛନ୍ତି । ବିଜେଡି ମହିଳା, ଚାଷୀ, ଆଇନଶୃଙ୍ଖଳା ପରିସ୍ଥିତି ବେକାରୀ ସମସ୍ୟା ନେଇ ଲଢିବ ବୋଲି କହିଛନ୍ତି ପ୍ରମିଳା। ବିଜେଡି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡ଼ି -କଂଗ୍ରେସ ବିଧାନସଭାରେ ମିଳିତ ଭାବେ ସ୍ବର ଉଠାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସାଂପ୍ରଦାୟିକ ଶକ୍ତିକୁ ରୋକିବାକୁ ଧର୍ମନିରପେକ୍ଷ ଶକ୍ତି ଏକାଠି ହେଲେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା । ଓଡ଼ିଶାରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଭେଟିଛନ୍ତି । ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ବିଜେଡିର ଚତୁର୍ଥ ଆସନ ପାଇଁ ଦତ୍ତେଶ୍ଵର ହୋତା ପ୍ରାର୍ଥୀ ହୋଇଛନ୍ତି। ଏବଂ କଂଗ୍ରେସ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି। ଏହି ଅବସରରେ ରାଜ୍ୟସଭା ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ଵର ହୋତା ଖଡଗେଙ୍କୁ ଭେଟିଛନ୍ତି।
ଆସନ୍ତା ମେ ମାସରୁ ରବି ଧାନ କିଣିବେ ସରକାର। ମେ 1 ତାରିଖରୁ ଧାନ କିଣା ଆରମ୍ଭ ହୋଇ ଜୁନ 30 ତାରିଖରେ ଶେଷ ହେବ। ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍, PACS/LAMPS/ପାଣି ପଞ୍ଚାୟତ ଇତ୍ୟାଦି ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ପିଛା 2369 ଟଙ୍କା ପ୍ରଦାନ କରାଯିବ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟତୀତ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର “କୃଷକ ସମୃଦ୍ଧି ଯୋଜନା” ଅଧୀନରେ ଇନପୁଟ୍ ସହାୟତା କ୍ୱିଣ୍ଟାଲ ପ୍ରତି 731 ଟଙ୍କା ପ୍ରଦାନ କରାଯିବ। ଏହି ବର୍ଷ ମଧ୍ୟ କେବଳ 20ଟି ଜିଲ୍ଲାରେ ଧାନ କିଣା କାର୍ଯ୍ୟ କରାଯିବ। ସରକାରଙ୍କୁ ବଳକା ଧାନ ଯୋଗାଇବାକୁ ଇଚ୍ଛୁକ ପ୍ରତ୍ୟେକ ଚାଷୀଙ୍କୁ ନିକଟସ୍ଥ ଅଧୂକୃତ ACS/LAMPCS, ପାଣି ପଞ୍ଚାୟତ ଇତ୍ୟାଦିରେ ବାଧ୍ୟତାମୂଳକ ଭାବରେ ନିଜର ନାମ ପଞ୍ଜୀକୃତ କରିବାକୁ ପଡିବ। PACS ଚାଷୀମାନଙ୍କ ଦ୍ବାରା…
ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତର କୁଲଡିହା ଗ୍ରାମରେ। ସ୍ବାମୀ ନୁନାରାମ ହେମ୍ବ୍ରମ ଗୋରୁମହିଷାଣା ଓ ତାହାର ଆଖପାଖ ଅଂଚଳରେ ରାଜମିସ୍ତା ଭାବେ ବେଶ ପରିଚିତ। ୧୯୯୬ ମସିହାରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଯାଦୁଗୋଡା ଅଂଚଳର କୁମ୍ଭାରମୁଣ୍ଡି ଗ୍ରାମରୁ ବାହା ହେମ୍ବ୍ରମଙ୍କୁ ଆଦିବାସୀ ରାତିନୀତିରେ ବିବାହ କରିଥିଲେ। ୨ଟି ପୁଅ ଓ ଗୋଟିଏ ଝିଅର ସଂସାର। ପିଲାମାନଙ୍କର ପାଠପଢ଼ା ଓ ଭରଣ ପୋଷଣରେ ନୁନାରାମଙ୍କ ରୋଜଗାର ନିଅଣ୍ଟ ପଡିବାରୁ ତାଙ୍କ ଧର୍ମ ପତ୍ନୀ ବାହା ମହିଳା ଶ୍ରମିକ ଭାବେ ସାହାଯ୍ୟର ହାତ ବଢ଼ାଇଲେ। ବିଧିର ବିଡ଼ମ୍ବନା ସ୍ବାମୀ ଅସାଧ ରୋଗରେ ପୀଡ଼ିତ ହେବା ପରେ ଘର ଚଳାଇବା ପାଇଁ ହାତରେ କରଣୀ ଧରିଲେ ବାହା। ଅସୁସ୍ଥ ସ୍ବାମୀଙ୍କୁ ସାଙ୍ଗରେ ନେଇ ସମସ୍ତ ଅସମ୍ପୂର୍ଣ କାମ ସାରିବାକୁ ଚେଷ୍ଟାକଲେ। ସକାଳ ହେଲେ ସାଇକେଲ ଓ ଟିଫିନ୍ ଧରି ବାହାରି ପଡନ୍ତି ନିଜ କର୍ମ କ୍ଷେତ୍ରକୁ।କାମ ଦାୟିତ୍ୱକୁ ସଂପୂର୍ଣ୍ଣ କରୁଥିଲେ ଏବଂ ତାଙ୍କ…









