ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର OAS ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ୭ଟି ସ୍ଥାନରେ ଏକକାଳୀନ ତଲାସୀ ଆରମ୍ଭ କରାଯାଇଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି ।ଭୁବନେଶ୍ୱର ସହିଦନଗରରେ ଥିବା ଏକ ଆବାସିକ ତିନି ମହଲା କୋଠା, ପୁରୀ ଗଡିଶଗଡାରେ ଥିବା ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘର , କଟକ ଜିଲ୍ଲା କଣ୍ଟାପଡାରେ ଥିବା ଅଫିସ୍ ଚାମ୍ବର , କେନ୍ଦ୍ରାପଡାରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଏବଂ କଣ୍ଟାପଡାରେ ଥିବା ସରକାର କ୍ଵାଟର୍ସରେ ଚଢାଉ ଜାରି ରହିଛି।ଓଡ଼ିଶା ଭିଜିଲାନ୍ସ ଦ୍ୱାରା 2 ଜଣ ଅତିରିକ୍ତ ପୋଲିସ ଅଧୀକ୍ଷକ (ଅତିରିକ୍ତ ଏସପି), 8 ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), 11 ଜଣ ଇନ୍ସପେକ୍ଟର, 5 ଜଣ ସହାୟକ ଉପ-ନିରୀକ୍ଷକ (ASI) ଏବଂ…
Author: sanitelevision
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବିଶେଷ କରି ଖରା ଦିନେ ପ୍ରାଣୀମାନେ ଗରମ ଯୋଗୁଁ ଅଂଶୁଘାତର ଶିକାର ହେଉଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କୁ ଥଣ୍ଡା ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରାକୃତିକ ପଦ୍ଧତି ଗ୍ରହଣ କରିଛନ୍ତି ।ପକ୍ଷୀମାନଙ୍କ ଖୁଆଡ଼ ଚାରି ପାଖକୁ ଥଣ୍ଡା ରଖିବା ପାଇଁ ସ୍ପ୍ରିଙ୍କଲର ମାଧ୍ୟମରେ ଏନକ୍ଲୋଜର ଭିତରେ ପାଣି ସିଞ୍ଚନ କରାଯାଉଛି । ସମସ୍ତ ପକ୍ଷୀ କିମ୍ବା ପ୍ରାଣୀଙ୍କ ଏନକ୍ଲୋଜରରେ ୨୪ ଘଣ୍ଟା ପାଣି ବ୍ୟବସ୍ଥା କରାଯାଇଛି । ଏହାସହ ପକ୍ଷୀମାନଙ୍କ ଖୁଆଡ଼ ଉପରେ ନଡା ସହିତ ବାଉଁଶର ତାଟି ପକାଇ ଖୁଆଡ଼କୁ ଥଣ୍ଡା ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଭାଲୁ ଓ ସିମ୍ପାଞ୍ଜିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଥଣ୍ଡା ରଖିବା ପାଇଁ ମାଂସ ମଧ୍ୟରେ ବରଫ ରଖାଯାଇଛି । ସେମାନଙ୍କ ଖୁଆଡରେ ବିଶେଷ…
ଭାଷା ଆମ ଗୌରବ, ଆମ ବୈଭବ । ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ । ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟଦା ସ୍ୱରୂପ ଆଜି ଆମେ ପାଳନ କରୁଛେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ।ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା। ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଷଷ୍ଠ ଭାଷା ତଥା ପ୍ରଥମ ଆର୍ଯ୍ୟ ଭାଷା ହେଲା। ତେଣୁ ୨୦୧୫ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରାଯାଉଛି। ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଓଡ଼ିଆ ହେଉଛି ଓଡ଼ିଶାର ପ୍ରଶାସନିକ ଭାଷା। ଓଡ଼ିଆ ଭାଷା ଭିତ୍ତିରେ ହିଁ ଓଡ଼ିଶା ପ୍ରଦେଶର ଜନ୍ମ।ଆମ ଭାଷାର ଗୌରବ ଗାଥା…
କେନ୍ଦୁଝର ଜଙ୍ଗଲର ନିଆଁ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଅସମର୍ଥ ହୋଇଥିବାବେଳେ ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ଦାୟୀ ବୋଲି ବନବିଭାଗ ସ୍ୱୀକାର କରିଛି । ଫଳରେ କେନ୍ଦୁଝର ଡିଏଫଓ ୩ ଜଣ ବନକର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।ଘଟଗାଁ ଫରେଷ୍ଟର ପ୍ରମୋଦ ବେହେରା ଏବଂ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ସରକାରୀ କାର୍ଯ୍ୟ ସମୟରେ ନିଶାସେବନ ଏବଂ କାର୍ଯ୍ୟରେ ଅବହେଳା ପାଇଁ ପାଟଣା ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ଡି ଏଫ୍ଓ । ସମସ୍ତ ନିଲମ୍ବିତ କର୍ମଚାରୀ ଜିଲା ମୁଖ୍ୟାଳୟରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି । ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ । ନିଆଁ ଆୟତ୍ତ କରିବା ପାଇଁ ନାକେଦମ…
ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ । ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ।ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି । ବଜେଟ୍ରେ ପୁସ୍ତକ ମହୋତ୍ସବ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଥିବା ବେଳେ ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ ପାଇଁ ପଥ ପରିଷ୍କାର ହୋଇଛି । ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ ଲାଗି ଏସ୍ଓପି ପ୍ରସ୍ତୁତ ହେବ । ଏହି ଅନୁସାରେ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ହେବ । ପୁସ୍ତକ ମହୋତ୍ସବ ଆୟୋଜନ ପାଇଁ ଯଥେଷ୍ଟ ପୂର୍ବରୁ ଦିନ ଧାର୍ଯ୍ୟ ହେବ । ଅଧିକରୁ ଅଧିକ ଅଂଶଗ୍ରହଣ ଲାଗି ରାଜ୍ୟ ଭିତରୁ ଏବଂ ରାଜ୍ୟ ବାହାରୁ ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ କରାଯିବ । ପ୍ରତି ପୁସ୍ତକ ମହୋତ୍ସବ ମଞ୍ଚକୁ ସେହି ଜିଲ୍ଲାର ଜଣେ…
ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ ।ସେପଟେ ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍ ଲାଇନ୍ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ ବ୍ୟାପି ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା। ବୁଧବାର ମଧ୍ୟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।
କଟକ କାଠଯୋଡି ନଦୀରେ ବିସ୍ଫୋରଣ। ଗୋପାଳପୁର ନିକଟ ନଦୀ ପଠାରେ ପୋଲିସ ଜବତ କରିଥିବା ବାଣ ନଷ୍ଟ କରିବା ସମୟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ହଠାତ୍ ଜୋର୍ ରେ ଶବ୍ଦ ହେବାରୁ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ। ଏହାପରେ ଲୋକମାନେ ଘରୁ ବାହାରି ନଦୀପଠା ନିକଟକୁ ଯାଇଥିଲେ । ତେବେ ପୋଲିସ ଜବତ ବାଣକୁ ନଷ୍ଟ କରାଯାଉଛି ବୋଲି କହିଥିଲା। ତେବେ କିଛି ନ ଜଣାଇ ଏଭଳି ବିସ୍ପୋରଣକୁ ନେଇ ସ୍ଥାନୀୟ ଅଞ୍ଚଳ ଲୋକ ପ୍ରତିବାଦ କରିଥିଲେ । ଏଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ କହିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।ସୂଚନାଥାଉକି, ଆଜି ସମାପ୍ତ ହେବାକୁ ଯାଉଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଦୁଇ ଦିନ ଅର୍ଥାତ ଚଳିତ ମାସ ବାର ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ତାରିଖ ଦିନ ଏଠାରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଏହି ପ୍ରଦର୍ଶନୀ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଉଦ୍ଘାଟିତ ହୋଇଥିଲା । ଓଡ଼ିଶା ପୋଲିସ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଚେତନତା ବାର୍ତ୍ତାବାହୀ ଏକ ପଥପ୍ରାନ୍ତ ନାଟକକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ ଗୃହ ବିଭାଗର ବିଭିନ୍ନ ଷ୍ଟଲ ଅତି ଉଚ୍ଚକୋଟିର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା…
ରାଜ୍ୟରେ ବଢ଼ୁଛି ଦାଦାନ ଶ୍ରମିକଙ୍କ ସଂଖ୍ୟା । ରାଜ୍ୟ ବାହାରଙ୍କୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି ।୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୪,୧୦୬ରେ ପହଞ୍ଚିଛନ୍ତି । ଯାହା ବର୍ଷକରେ ୨୨ ହଜାର ବୃଦ୍ଧି ପାଇଛି । ଭୋଗରାଇ ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ।୨୦୨୪ ଆର୍ଥିକ ବର୍ଷରେ ୪୯,୯୯୮ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିଲେ । ୨୦୨୫ରେ ଏହି ସଂଖ୍ୟା ୬୫,୩୦୯ରେ ପହଞ୍ଚିଛି । ସେହିପରି ବରଗଡ଼ ଭଳି କୃଷି ପ୍ରବଣ ଜିଲ୍ଲାରେ ମାଧ୍ୟ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି ବୋଲି ଶ୍ରମ ମନ୍ତ୍ରୀ…
ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୩ ତାରିଖରେ ଆସାମ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ସେ ଚାଷୀଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ତମ କିସ୍ତି ପଠାଇବେ । କାର୍ଯ୍ୟକ୍ରମର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କୋକ୍ରାଝାର ଗସ୍ତ କରିବେ ଏବଂ ତା’ପରେ ଗୌହାଟୀରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ତଥାପି, ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଯେ ଟଙ୍କା କୋକ୍ରାଝାରରୁ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ କି ଗୌହାଟୀରୁ । ପ୍ରଧାନମନ୍ତ୍ରୀ ୧୩ ଏବଂ ୧୪ ମାର୍ଚ୍ଚରେ ଆସାମ ଗସ୍ତରେ ଯିବେ । ୧୪ ମାର୍ଚ୍ଚରେ ସିଲଚର ପାଇଁ ତାଙ୍କର ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି ।









