ଭାରତୀୟ ରାସ୍ତାରେ ଥିବା ଖାଲଖମା ସାଧାରଣତଃ ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ସାଜିଥାଏ। ଏଥିପାଇଁ ସରକାର ଓ ପ୍ରଶାସନକୁ ନିନ୍ଦା ମଧ୍ୟ କରାଯାଏ। କିନ୍ତୁ ଉତ୍ତରପ୍ରଦେଶରେ ଏହି ଖାଲଖମା ଜଣେ ମହିଳାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି।ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ଦ୍ୱାରା ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଘୋଷିତ ଜଣେ ମହିଳାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ଘରକୁ ନେଇଯାଉଥିବା ଆମ୍ବୁଲାନ୍ସ ରାସ୍ତାରେ ଏକ ଖାଲରେ ପିଟି ହୋଇଗଲା । ତା ପରେ ସେ ଜୀବିତ ଥିବାର ଲକ୍ଷଣ ଦେଖାଗଲା । ସେ ହାତ ଗୋଡ ହଲାଇଥିଲେ । ତାଙ୍କର ଶେଷକୃତ୍ୟ ପାଇଁ ସବୁ ଜିନିଷ ପ୍ରସ୍ତୁତ କରାଯାଇଥିଲା । ତାଙ୍କର ସଂପର୍କୀୟମାନେ ଦୁଃଖରେ କାନ୍ଦୁଥିଲେ । କିଛି ସମୟ ପରେ ଜଳିଥାଆନ୍ତା ତାଙ୍କର ଜୁଇ । ହେଲେ ସେ ପାଇଲେ ନୂଆ ଜୀବନ । ପୀଡ଼ିତା ମହିଳାଙ୍କ ନାମ ବିନୀତା ଶୁକ୍ଳା। ବିନୀତାଙ୍କ ସ୍ୱାମୀ କୁଲଦୀପ କୁମାର ଶୁକ୍ଳା…
Author: sanitelevision
ନନ୍ଦନକାନନ ଆସିଲେ ନୂଆ ଅତିଥି । ପ୍ରଥମଥର ପାଇଁ ପର୍ଯ୍ୟଟକ ଦେଖିବାକୁ ପାଇବେ ‘ରିଙ୍ଗ ଟେଲଡ୍ ଲେମୁର୍’। ଯାଇଥିଲେ ପୁରୁଣା, ଆସିଲେ ନୂଆ । ୧୫ ବଦଳରେ ଆସିଲେ ୧୧ । ଏଥିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବଳିଆ କୁକୁର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରିଙ୍ଗଟେଲ ଲେମୁର, ଗୋଟିଏ ଅଣ୍ଡିରା କୁକାଟୁଆ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ନୀଳଗାଈ ଓ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିଛନ୍ତି । ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼ । ସଂଗରୋଧରେ ରହିବା ପରେ ଛଡ଼ାଯିବ ଖୁଆଡ଼ରେ ।ନନ୍ଦନକାନନର ୮ଜଣିଆ ଟିମ୍ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନରୁ ସମସ୍ତ ଜନ୍ତୁଙ୍କୁ ନେଇ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ନନ୍ଦନକାନନରେ ପହଞ୍ଚିଛନ୍ତି । ଆସିଥିବା ୫ ପ୍ରଜାତି ମଧ୍ୟରେ ନନ୍ଦନକାନନରେ ଏକ ନୂତନ ପ୍ରଜାତି ଯୋଡ଼ି ହୋଇଛି । ପ୍ରଥମ ଥର ନନ୍ଦନକାନନ ଆସିଛି ଏକ…
ରାଜରାସ୍ତାରେ ବିଜେଡିର ପ୍ରତିବାଦ । ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଛି ବିଜେଡି । ବିଜୁ ମହିଳା ଜନତା ଦଳର ବହୁ ସଦସ୍ୟ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ କାଠ ଚୁଲି ଜାଳି ଚା’କରି ପ୍ରତିବାଦ କଲା ବିଜେଡି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି । ସାଧାରଣଲୋକଙ୍କୁ ଲୁଟ୍ କରିବା କାର୍ଯ୍ୟ କରୁଛନ୍ତି ଉଭୟ ସରକାର । ରାଜ୍ୟରେ ଚାକିରି ନାହିଁ ବେରୋଜଗାରୀ ବଢିଚାଲିଛି, ସେପଟେ ଦର ବୃଦ୍ଧି ମଧ୍ୟ ବଢିଚାଲିଛି ଏହା କ’ଣ ଜନତାଙ୍କ ପାଇଁ ସରକାରଙ୍କ ଦାଇତ୍ୱ କି ବୋଲି ପ୍ରଶ୍ନ କରିଛନ୍ତି ।ଅନ୍ୟପଟେ ଗତକାଲି ରିପୋର୍ଟରୁ ଜଣାପଡିଥିଲା ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ…
୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ ହେଉଥିଲା ରାସନ । ଲକ୍ଷାଧିକ ଅଯୋଗ୍ୟ ବି ହାତେଇ ଥିଲେ ରାସନ କାର୍ଡ । ନୂଆ ସରକାର ଇ- କେୱାଇସି ପ୍ରକ୍ରିୟା କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଗତ ୨ବର୍ଷ ଭିତରେ ୩୪,୯୩୯ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କ କାର୍ଡ ରଦ୍ଦ ହୋଇଛି। ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତକଙ୍କୁ ରାସନକାର୍ଡରୁ ବାଦ୍ ଦିଆଯାଇଛି। ଅନ୍ୟପଟେ ରାଜ୍ୟରେ ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ଝାରସୁଗୁଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ । ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଭୁବନେଶ୍ୱର ମଞ୍ଚେଶ୍ୱରରେ କୋଲିଥିଲା । ୨୦୨୪ ଜୁଲାଇରୁ ଏ ଯାଏଁ ୨୦ ହଜାର…
ପୁଣି ଟାର୍ଗଟରେ ଦୁବାଇ ଏୟାରପୋର୍ଟ । ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ । ଜଣେ ଭାରତୀୟଙ୍କ ସମେତ ୪ ଜଣ ଆହତ ।ଦୁବାଇ ମିଡିଆ ଅଫିସ୍ ସୋସିଆଲ ମିଡିଆ ଏକ୍ସରେ ଏକ ବିବୃତିରେ କହିଛି, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର (ଡିଏକ୍ସବି) ନିକଟରେ ଦୁଇଟି ଡ୍ରୋନ୍କୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ବାରା ରୋକା ଯାଇଛି । ଏହି ଘଟଣାରେ ଜଣେ ଭାରତୀୟଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି । ଏଥିରେ ଆହୁରି କୁହାଯାଇଛି, ବିମାନ ପରିବହନ ସ୍ୱାଭାବିକ ଭାବରେ ଚାଲୁଛି । ଏହି ଡ୍ରୋନ କେଉଁଠାରୁ ଆସିଥିଲା ସେ ନେଇ ତଦନ୍ତ ଜାରି ରଖିଛି ସୁରକ୍ଷା ଏଜେନ୍ସି। ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଥିବା କୁହାଯାଇଛି। ସେପଟେ ଦୋହାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। କତାର ରାଜଧାନୀ ଦୋହାର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣ ବହୁ ଶକ୍ତିଶାଳୀ ଥିବା…
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି । ରାଜଧାନୀରୁ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ । ଏନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି । ତୈଳ ଦର ବୃଦ୍ଧି ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ଯାଏଁ । ସବୁ ସମସ୍ୟା ଦେଖାଯାଉଛି । ଏବେ ଗ୍ରାହକ ବୈଦ୍ୟୁତିକ ଉପକରଣ ମୁହାଁ ହେଉଛନ୍ତି ।ଗ୍ୟାସ୍ ସଙ୍କଟ ଟଳିବା ପର୍ଯ୍ୟନ୍ତ ସାମୟିକ ଭାବେ କାଠ ଓ କୋଇଲା ଚୁଲି ଜାଳିବା ନେଇ ଅନୁମତି ଦେବ ବିଏମ୍ସି । ଗ୍ୟାସ୍ ସଙ୍କଟ ଯୋଗୁ ଗରିବ କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ପାଇଁ…
ଚଳନ୍ତା ଟ୍ରେନ୍ ସାମ୍ନାରେ ଛିଡା ହୋଇଗଲେ ଯୁବକ। ଧକ୍କା ଦେଲା ଟ୍ରେନ । ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଗଲେ । ହେଲେ ଟ୍ରେନ୍ ଧକ୍କାରେ କଟି ଯାଇଛି ଯୁବକଙ୍କ ଗୋଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବରପାଲି ରେଲୱେ ଫାଟକ ନିକଟରେ।ସେହିପରି ଯୁବକ ଜଣକ ବରପାଲି ଥାନା ରେମତା ଗ୍ରାମର ବୋଲି ଲୋକେ କହୁଛନ୍ତି। ଭାଇରାଲ ଭିଡିଓରୁ ଯାହା ଜଣାପଡୁଛି, ଯୁବକ ଜଣକ ହାତ ଯୋଡ଼ି ଚଳନ୍ତା ଟ୍ରେନ ଆଗକୁ ଯାଇ ଛିଡା ହୋଇ ଥିବାବେଳେ ଟ୍ରେନଟି ଧକ୍କା ଦେଇଛି। । ଟ୍ରେନ୍ ଧକ୍କାରେ ଯୁବକଙ୍କ ଗୋଡ଼ କଟି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ରାଜ୍ୟସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ଦିନ ବାକି ଥିବାବେଳେ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଶେଷ କରି କ୍ରସ୍ ଭୋଟିଂକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଶିବିରରେ ଛନକା ପଶିଛି। ନିର୍ମାଲ୍ୟ ଛୁଆଁରୁ ଡିନର ପାର୍ଟି ଯାଏଁ ସବୁ ଗୋଟି ଚାଳନା ଆରମ୍ଭ ହୋଇଯାଇଛି । ଖାଲି ସେତିକି ନୁହେଁ, ଏଥର ରାଜ୍ୟସଭା ପାଇଁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକମାନଙ୍କୁ ରିସୋର୍ଟ, ହୋଟେଲରେ ରଖିବାକୁ ଯୋଜନା ଚଳାଇଛନ୍ତି ।ସେହିପରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ତାଙ୍କ ଦଳର ବିଧାୟକମାନଙ୍କୁ ନେଇ ବାରମ୍ବାର ବୈଠକ କରିବା ସତ୍ତ୍ୱେ ସବୁ ସଦସ୍ୟ ଏକାଠି ହେଉନାହାନ୍ତି। କେତେଜଣ ବୈଠକଠାରୁ ଦଳ ଆୟୋଜନ କରୁଥିବା ଖାଇବା ପିଇବା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁଠାରୁ ଦୂରେଇ ରହୁଛନ୍ତି। ଅନ୍ୟମାନଙ୍କ ଜରିଆରେ କଂଗ୍ରେସର ମଧ୍ୟ କେତେଜଣ ବିଧାୟକ କହୁଛନ୍ତି, ଅତିକମ୍ରେ ୧ରୁ ୨ କୋଟି ଟଙ୍କା ସେମାନଙ୍କୁ ଦରକାର। ସେଥିଲାଗି…
ଜୀବନ ଓ ମୃତ୍ୟୁର ସୀମା ରେଖାରେ ୧୩ ବର୍ଷ ଧରି ଛଟପଟ ହେଉଥିବା ଜଣେ ଯୁବକଙ୍କ ପାଇଁ ଶେଷରେ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ମର୍ମାହତ ଶୁଣାଣି କରିଛନ୍ତି । ଗାଜିଆବାଦର ୩୦ ବର୍ଷୀୟ ଯୁବକ ହରିଶ ରାଣାଙ୍କୁ ”ନିଷ୍କ୍ରିୟ ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ପ୍ରଦାନ କରିଛନ୍ତି| କୋର୍ଟ କହିଛନ୍ତି ଯେ, ତାଙ୍କୁ ଏମ୍ସରେ ପାଲିଏଟିଭ୍ କେୟାରରେ ଭର୍ତ୍ତି କରାଯିବ ଯାହା ଦ୍ଵାରା ଚିକିତ୍ସା ପ୍ରତ୍ୟାହାର କରାଯାଇପାରିବ । ଭାରତରେ ଏହା ପ୍ରଥମ ମାମଲା । ଯେଉଁଠି ‘ଇଚ୍ଛାମୃତ୍ୟୁ’କୁ ସୁପ୍ରିମକୋର୍ଟ ମଞ୍ଜୁରୀ ମିଳିଛି ।ଘଟଣାଟି ଥିଲା ୨୦୧୩ ମସିହାର। ଚଣ୍ଡିଗଡ଼ରେ ପାଠ ପଢୁଥିବା ମେଧାବୀ ଛାତ୍ର ହରିଶ ନିଜ ହଷ୍ଟେଲର ଚତୁର୍ଥ ମହଲାରୁ ହଠାତ୍ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ସେବେଠାରୁ ଦୀର୍ଘ ୧୩ ବର୍ଷ ଧରି ହରିଶ ଶଯ୍ୟାଶାୟୀ ହୋଇ ଅଚେତନ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସରେ ୩୦୦ ବିଲିୟନ ଡଲାରର ତୈଳ ବିଶୋଧନାଗାର ଚୁକ୍ତି ଘୋଷଣା କରିଛନ୍ତି। ଏଥିପାଇଁ ସେ ଭାରତୀୟ କମ୍ପାନି ରିଲାଏନ୍ସକୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରି ଟ୍ରମ୍ପ କହିଛନ୍ତି, ଏହି ବିଶୋଧନାଗାର ଟେକ୍ସାସର ବ୍ରାଉନ୍ସଭିଲରେ ପ୍ରତିଷ୍ଠା କରାଯିବ। ଏହା ଆମେରିକାରେ ଶକ୍ତି ଉତ୍ପାଦନ ବୃଦ୍ଧି କରିବ। ରିଲାଏନ୍ସ ଏହି ପ୍ରକଳ୍ପରେ ୩୦୦ ବିଲିୟନ ଡଲାର ନିବେଶ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି ଯେ ଆମେରିକା ପ୍ରକୃତ ଶକ୍ତି ପ୍ରାଧାନ୍ୟକୁ ଫେରି ଆସୁଛି। ଆଜି, ମୁଁ ଗର୍ବର ସହିତ ଘୋଷଣା କରୁଛି ଯେ ଆମେରିକା ଫାଷ୍ଟ ରିଫାଇନିଂ ଟେକ୍ସାସର ବ୍ରାଉନ୍ସଭିଲରେ ୫୦ ବର୍ଷ ମଧ୍ୟରେ ପ୍ରଥମ ନୂତନ ଆମେରିକୀୟ ତୈଳ ବିଶୋଧନାଗାର ଖୋଲିବାକୁ ଯାଉଛି। ଟ୍ରମ୍ପ ଏହି ନିବେଶକୁ ଦାବି କରି ଏହାକୁ ଆମେରିକା ଇତିହାସର ସବୁଠାରୁ ବଡ଼ ଚୁକ୍ତି ବୋଲି କହିଥିଲେ। ଏହି ବିପୁଳ ନିବେଶ ପାଇଁ…









