Author: sanitelevision

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।ସେହିପରି ବରିଷ୍ଠ ଆଇଏଏସ୍‌ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଉପମା କାଲୋଙ୍କୁ ସମ୍ବଲପୁର ଆରଡିସି(ଏନଡି) ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଲିଲି କୁମାରୀ ସାହୁ ପବ୍ଲିକ ଏଣ୍ଟରପ୍ରାଇଜର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ହସ୍ତତନ୍ତ ଓ ବୟନଶିଳ୍ପର ନିର୍ଦ୍ଦେଶକ ହୋଇଛନ୍ତି ସୋମେଶ ଉପାଧ୍ୟାୟ । ମାଲକାନଗିରି ଜିଲ୍ଲାପାଳ ଭାବେ ପ୍ରଥମେଶ…

Read More

ବିଧାନସଭାରେ LPG ତାତି । ରାଜ୍ୟରେ ରନ୍ଧନ ଗ୍ୟାସ ଅଭାବ ଅଭିଯୋଗ ଆଣି ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ବିରୋଧୀ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ୧୧ .୩୦ ମିନିଟ୍ ଏବଂ ପରେ ୧୨ .୧୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏବେ ଗ୍ୟାସ୍‌ ଦର ପ୍ରତିବାଦରେ ବିଧାନସଭା ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍‌ ଏବଂ ତେଲ ଯୋଗାଣାରେ ବାଧା ସୃଷ୍ଟି ହୋଇଛି । ଯାହାଫଳରେ ଗ୍ୟାସ୍‌ ବ୍ୟବହାର ଏବଂ ଯୋଗାଣର ସମସ୍ୟା ସୃଷ୍ଟି ହୋଇଥିଲା । ଏସବୁ ଭିତରେ ନୂଆ ଗାଇଡ୍‌ଲାଇନ୍‌ ଆସିଛି । ଯେଉଁଥିରେ ୨୫ ଦିନର ବୁକିଂ ପରେ ଗ୍ୟାସ୍‌ ମିଳିବ ବୋଲି କୁହାଯାଇଥିଲା। ରାଜ୍ୟରେ ଏବେ ଗ୍ୟାସ୍‌ ଯୋଗାଣାରେ…

Read More

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୩,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୯,୭୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୨,୨୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୭୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୦,୦୦୦ ଟଙ୍କା ହୋଇଛି ।

Read More

ଆଜି ୧୨ ମାର୍ଚ୍ଚ, ୨୦୨୬ ରେ ତେଲ ମୂଲ୍ୟରେ ବୃଦ୍ଧି ଘଟିଛି କାରଣ ପ୍ରମୁଖ ଦେଶଗୁଡ଼ିକ ଇରାନରେ ସଂଘର୍ଷର ପ୍ରଭାବକୁ ସୀମିତ କରିବା ପାଇଁ ଜରୁରୀକାଳୀନ ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହୋଇଛନ୍ତି। ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକରୁ ତୈଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଆଇଇଏ ଏହାର ମହଜୁଦ୍ ତୈଳ ଭଣ୍ଡାରରୁ ୪୦୦ ନିୟୁତ ବ୍ୟାରେଲ ତୈଳ ପଠାଇବ ବୋଲି ଘୋଷଣା କରିଛି। ଆଇଇଏର ଅନୁବନ୍ଧିତ ୩୨ଟି ରାଷ୍ଟ୍ର ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ୨୦୨୨ରେ ଆଇଇଏ ୧୮୨ ନିୟୁତ ବ୍ୟାରେଲ ତୈଳ ଆନ୍ତର୍ଜାତିକ ବଜାରକୁ ଛାଡିଥିଲା। ୨୦୨୨ରେ ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ସମୟରେ ଆନ୍ତର୍ଜାତିକ ବାଜରରେ ତୈଳର ଅଭାବ ଦେଖାଯାଇଥିଲା। ଆଇଇଏ ବ୍ୟତୀତ ଜି-୭ ରାଷ୍ଟ୍ରଗୋଷ୍ଠୀ ମଧ୍ୟ ବିଶ୍ବ ବଜାରକୁ ତୈଳ ଯୋଗାଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଫ୍ରାନ୍ସ ଅନ୍ୟ ଜି-୭ ରାଷ୍ଟ୍ରର ଶକ୍ତି ମନ୍ତ୍ରୀମାନଙ୍କ ସହ ଯୋଗାଯୋଗ ଚଳାଇଛି।ଆମେରିକୀୟ ଅଟୋମୋବାଇଲ ଆସୋସିଏସନ…

Read More

ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ। ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅଶ୍ଵିନୀ ପାତ୍ର। ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ନ ଛାଡିବାକୁ ନିର୍ଦେଶ ରହିଛି। ମୌଖିକ ଭାବରେ ଦଳର ମୁଖ୍ୟ ସଚେତକ ଆମକୁ କହିଛନ୍ତି।ଅନ୍ୟପଟେ ଅଶ୍ୱିନୀ ପାତ୍ର ଆହୁରି କହିଛନ୍ତି, ରବି ଜେନାଙ୍କ ଶୂନ୍ୟସ୍ଥାନ ପୂରଣ କରିବେ ଦଳପତି ।ଅନ୍ୟପଟେ ବିଜେଡିକୁ କ୍ରସ ଭୋଟିଂର ଭୟ ଘାରିଛି।ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କରିଥିଲା ବିଜେଡି। ଭୁବନେଶ୍ବର ନ ଛାଡିବାକୁ ବିଜେଡିର ହୁଇପ୍ ଜାରି । ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କିଛି ବିଧାୟକ କ୍ରସ୍ ଭୋଟିଂ କରିବା ନେଇ ବିଜେଡି ଭିତରେ ଆଲୋଚନା ଆରମ୍ଭ ହେଲାଣି। ଏସବୁ ବିଧାୟକଙ୍କ ଉପରେ ଦଳ ଏବେ କଡ଼ା ନଜର ରଖିଛି। ସେଥିପାଇଁ ବିଧାନସଭା ଯାଇ ବିଜେଡି ବିଧାୟକ ମାନଙ୍କ…

Read More

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି। ଗତ ମାର୍ଚ୍ଚ ୨ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡାଙ୍କୁ ଏହାର ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଫେରିବା ସମ୍ପର୍କରେ ସହାୟତା କରାଯାଉଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ କରାଯାଇ ଟୋଲ ଫ୍ରି ନମ୍ୱର ଜାରି କରାଯାଇଛି । 1800118797 ନମ୍ବରରେ କଲ କରିପାରିବେ । ସକାଳ ୯ ଟାରୁ ରାତି ୯ ଟା ପର୍ଯ୍ୟନ୍ତ…

Read More

ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ । ପରିବହନ ବିଭାଗ ଚଳାଇବ ସ୍ବତନ୍ତ୍ର ଅଭିଯାନ । ସାରା ରାଜ୍ୟରେ ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ । ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ। ନିୟମ ଉଲ୍ଲଙ୍ଘନ କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦରେ ପକାଉଥିବା ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ସଚେତନତା ସହିତ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ…

Read More

ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ବିଶ୍ୱ କିଡ୍‌ନୀ ଦିବସ ଭାବେ ପାଳିତ ହୋଇଆସୁଛି । କିଡ୍‌ନୀ ବା ବୃକକ୍‌କୁ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହେଉଛି । ତଥାପି ସଚେତନତାର ଅଭାବ ଯୋଗୁଁ ରାଜ୍ୟରେ କିଡ୍‌ନୀ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତରେ ଜୀବନ ଶୈଳୀରେ ଦ୍ରୁତ ପରିବର୍ତ୍ତନ, ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ କିଡ୍‌ନୀ ଉପରେ କୁପ୍ରଭାବ ପକାଉଛି । ଖାଦ୍ୟରେ ଅତ୍ୟଧିକ କେମିକାଲ୍‌ ବ୍ୟବହାର ଓ ବାୟୁ ପ୍ରଦୂଷଣ ମଧ୍ୟ କିଡ୍‌ନୀ ପାଇଁ ହାନିକାରକ ସାବ୍ୟସ୍ତ ହେଉଛି ।କିଡ୍‌ନୀ ରୋଗର ହେବାର ବହୁତ କାରଣ ଥାଏ । ଅଧିକ ମାତ୍ରାରେ ମଦ୍ୟ ପାନ ଓ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଏହି ରୋଗର କାରଣ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି…

Read More

ଆମେରିକା ଉପରେ ସମ୍ପୂର୍ଣ୍ଣ ଭରସା କରିବା ମୁସ୍କିଲ । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୀତିଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ୧୬ଟି ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ଦେଶର ବାଣିଜ୍ୟ ନୀତି ଉପରେ ଏକ ନୂତନ ତଦନ୍ତ ଆରମ୍ଭ କରିଛି ଯାହାକୁ ଆମେରିକା ଅନୁଚିତ ବୋଲି ବିବେଚନା କରୁଛି। ଏହି ପଦକ୍ଷେପ ଭାରତ ସମେତ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ ଦଣ୍ଡ ଲାଗୁ କରିବାର ସମ୍ଭାବନାକୁ ବୃଦ୍ଧି କରିଛି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଲାଗୁ ହୋଇଥିବା କିଛି ଶୁଳ୍କକୁ ପ୍ରତ୍ୟାହାର କରିବା ପରେ ଟ୍ରମ୍ପ ପ୍ରଶାସନ ନୂତନ ବିକଳ୍ପ ଖୋଜୁଛନ୍ତି । ଅତ୍ୟଧିକ ଶିଳ୍ପ ଉତ୍ପାଦନ କ୍ଷମତା ଉପରେ ଆରମ୍ଭ ହୋଇଥିବା ଧାରା ୩୦୧ ଅନ୍ତର୍ଗତ ଏହି ଯାଞ୍ଚ୍‌ରେ ଭାରତ, ୟୁରୋପୀୟ ସଂଘ,…

Read More

ରାଜ୍ୟରେ ଗରିବ ପରିବାରର ଝିଅମାନଙ୍କୁ ବିବାହ ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା ଦ୍ବାରା ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨ଦିନରେ ୧୯୦ଟି ବିବାହ କରାଇବେ ସରକାର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଏହି ବିବାହ ଉତ୍ସବ ଆୟୋଜିତ ହେବ । ଆଜି କଟକରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସମୂହ ବିବାହ କାର୍ଯ୍ୟକ୍ରମ । କଟକରେ ୫୦ ଜଣଙ୍କର ବିବାହ ଆୟୋଜିତ ହେବ ।ସକାଳ ୧୦ଟାରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ଆସନ୍ତାକାଲି ବାଲେଶ୍ୱରରେ ୪୦ଟି, ମୟୂରଭଞ୍ଜରେ ୫୦ ଓ ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୫୦ଟି ବିବାହ କରାଇବେ ରାଜ୍ୟ ସରକାର ।

Read More