Author: sanitelevision

ଗୋଟିଏ ପରିବାରର ୪ ଝିଅଙ୍କ ମୃତଦେହ ଘର ପାଖ କୂଅରୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ତାଠୁ ଅଧିକ ବିଚଳିତ କରିଛି, ସେମାନଙ୍କ ମା’ ହିଁ ୪ ନାବାଳିକାଙ୍କ ହତ୍ୟାକାରୀ । ଅନ୍ୟପଟେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଛି | ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ମା’ ତାଙ୍କର ଚାରି ନିର୍ଦ୍ଦୋଷ ଝିଅଙ୍କୁ କୂଅରେ ଫିଙ୍ଗି ଦେବା ପରେ ଆତ୍ମହତ୍ୟା କରିଛି । ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ସକାଳେ ୨୮ ବର୍ଷୀୟ ସବିତା ଲୋଧିଙ୍କ ମୃତଦେହ ଗାଁ ନିକଟ ଏକ ଜୁଜୁବେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଯେତେବେଳେ ଗାଁ ଲୋକମାନେ ନିକଟ କୂଅ ଭିତରକୁ ଖୋଜିଥିଲେ, ସେତେବେଳେ ସେମାନେ ସବିତାଙ୍କ ଚାରି ଝିଅ – ୭, ୫ ଏବଂ ୩ ବର୍ଷ ବୟସ୍କ ଏବଂ ଏକ ଚାରି ମାସର ଶିଶୁ ପାଣିରେ ଭାସୁଥିବାର ଦେଖିଥିଲେ। ସୂଚନା ପାଇ ପୋଲିସ ଏବଂ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL)…

Read More

ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ନିଷ୍ପତ୍ତି । ସବୁ ବିଧାୟକଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ବିପକୁ ମାନିବାକୁ ଦେଲେ କଡ଼ା ନିର୍ଦ୍ଦେଶ ।ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି। ତେଣୁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି। ବିରୋଧୀ ଦଳ ଭୋଟ୍ ଭାଙ୍ଗିବାକୁ ବିଜେପି ବି ଦିନରାତି ଏକ୍ କରିଦେଇଛି। ଫଳରେ ରାଜ୍ୟସଭା ନିର୍ବାଚନ ରୋଚକ ମୋଡ଼କୁ ଆସିଯାଇଛି।ଏଥିସହ ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବା ବାଧ୍ୟତାମୂଳକ । ଏହାକୁ ଅତି ଗୁରୁତର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି । ବିଜେଡିରେ ଏବେ କ୍ରସ ଭୋଟିଂକୁ ନେଇ ଭୟ ଘାରିଛି । ସବୁ ବିଧାୟକଙ୍କୁ ଏକାଠି ରଖିବାକୁ ଏଭଳି…

Read More

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ବାସନା । ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ । ଗଲା ୫ଦିନ ଭିତରେ ଦେଶରେ LPG ଉତ୍ପାଦନ ୨୮% ବୃଦ୍ଧି ପାଇଛି । ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୪୦ କୋଟି ଭାରତୀୟଙ୍କ ଉପରେ ବିଶ୍ବାସ ରହିଛି, କୋଭିଡ୍ ସମୟ ପରି ଆମେ ଏହି ସଙ୍କଟକୁ ମଧ୍ୟ ଦୂର କରିବୁ ବୋଲି ଦେଶବାସୀଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।ରାଜନୈତିକ ପ୍ରସଙ୍ଗ ଛାଡ଼ି କିଛି ଲୋକ ଏଲପିଜି ସମ୍ପର୍କରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କହି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ମାନଙ୍କୁ ସମାଲୋଚନା କରିଛନ୍ତି । ପଶ୍ଚିମ ଏସିଆରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ବର୍ତ୍ତମାନର ସଙ୍କଟକୁ ମୁକାବିଲା କରିବାରେ ସମସ୍ତ ଏକ ହୁଅନ୍ତୁ । ରାଜନୈତିକ ଦଳ, ଜନସାଧାରଣ ଏବଂ ଗଣମାଧ୍ୟମ ଗୁଡ଼ିକର ମଧ୍ୟ ଏଭଳି ସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।ଅନ୍ୟପଟେ ରାଜ୍ୟ ସରକାର କହିଛନ୍ତି…

Read More

ଆକ୍ରମଣ, ପ୍ରତିଆକ୍ରମଣ ଭିତରେ ଇରାନର ସର୍ବୋଚ୍ଚ ନେତାଙ୍କ ଚେତାବନୀ । ଯୁଦ୍ଧରେ ଚାପ ସୃଷ୍ଟି ପାଇଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରଖିବାକୁ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଧମକ ଦେଇଛନ୍ତି ।ସର୍ବୋଚ୍ଚ ନେତା ନିର୍ବାଚିତ ହେବା ପରେ ଗୁରୁବାର ମୋଜତାବା ପ୍ରଥମ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଟେଲିଭିଜନ ମାଧ୍ୟମରେ ନିଜ ସମ୍ବୋଧନରେ ଇସ୍ରାଏଲ ଓ ଆମେରିକା ବିରୋଧରେ ଯୁଦ୍ଧକୁ ତୀବ୍ର କରିବାକୁ ଆହ୍ବାନ ଦେଇଛନ୍ତି। ଏପରି କି ଯୁଦ୍ଧରେ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବାକୁ ସେ ନିର୍ଦେଶ ଦେଇଛନ୍ତି। ମୋଜତାବା କହିଛନ୍ତି ଯେ ଇରାନର ପ୍ରତିଟି ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ। ଯୁଦ୍ଧରେ ଇରାନ ଯେଉଁ କ୍ଷତିର ସମ୍ମୁଖୀନ ହୋଇଛି ତା’ର କ୍ଷତିପୂରଣ ଦାବି କରାଯିବ କିମ୍ବା ଶତ୍ରୁ ପକ୍ଷକୁ ସମାନ ପରିମାଣର କ୍ଷତି ପହଞ୍ଚାଯିବ। ମୋଜତାବା କହିଛନ୍ତି ଯେ ପଡୋଶୀ ଉପସାଗରୀୟ ରାଷ୍ଟ୍ରଗୁଡିକରେ ଥିବା ଆମେରିକାର ସାମରିକ ଘାଟିଗୁଡିକ ତୁରନ୍ତ ବନ୍ଦ ହେବା ଦରକାର। ଏଥିପାଇଁ ପଡୋଶୀ…

Read More

ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ । ଓଏସବିସି ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱୀବେଦୀ ସୂଚନା ଦେଇଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ ଆସୋସିଏସନରେ ନିର୍ବାଚନ ହେବ । ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ଭିଡିଓଗ୍ରାଫି କରିବାକୁ ପରିଷଦ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ସାଢେ ୭ଟାରୁ ୩ଟା ଯାଏଁ ହେବ ଭୋଟ ଗ୍ରହଣ । ନିର୍ବାଚନରେ ମୋଟ ୩୮ ହଜାର ୮୮୩ ଜଣ ମତ ସାବ୍ୟସ୍ତ କରିବେ । ନବରଙ୍ଗପୁର ଓ ଜଟଣୀ ବାର ଆସୋସିଏସନ ନିର୍ବାଚନ ଅନ୍ୟାଦେଶ ଯାଏଁ ସ୍ଥଗିତ ରହିଛି ।

Read More

ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ବିଶ୍ୱ ତୈଳ ଏବଂ ଗ୍ୟାସ ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ ପରିସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ଭାରତର ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ। ସେ ସ୍ବୀକାର କରିଛନ୍ତି ଯେ ହରମୁଜ ପ୍ରଣାଳୀ ଦେଇ ପ୍ରାୟ ୨୦% ଯାତାୟାତ ପ୍ରଭାବିତ ହୋଇଛି, କିନ୍ତୁ ପରିସ୍ଥିତିର ସମାଧାନ ପାଇଁ ଭାରତରେ ପର୍ଯ୍ୟାପ୍ତ ସଂରକ୍ଷଣ ଅଛି। ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦେଶରେ ଏଲପିଜି ସିଲିଣ୍ଡର କିମ୍ବା ଅନ୍ୟ କୌଣସି ପ୍ରକାରର ଗ୍ୟାସର ଅଭାବ ରହିବ ନାହିଁ, ତେଣୁ ଲୋକଙ୍କୁ ଭୟଭୀତ ହେବା କିମ୍ବା ଅଧିକ କିଣିବାର କୌଣସି ଆବଶ୍ୟକତା ନାହିଁ।ଭାରତ କେବଳ ଉପସାଗର ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ନୁହେଁ। ଆମେ ନିୟମିତ ଭାବରେ କାନାଡା, ନରୱେ ଏବଂ ରୁଷିଆ ଭଳି…

Read More

ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ। ଇ-ମେଲ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ ମିଳିଥିଲା। କୋର୍ଟ ପରିସରରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ଦମକଳ ବାହିନୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ। କୋର୍ଟ ପରିସରରେ ପୋଲିସ ଟିମ୍ ପହଂଚିଛି। କୋର୍ଟ କର୍ମଚାରୀ, ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ସହ ଆଲୋଚନା କରୁଛି ପୋଲିସ ।ଏହା ପୂର୍ବରୁ ରାଜ୍ୟର କେତେକ କୋର୍ଟକୁ ଇମେଲରେ ବୋମା ଧମକ ଆସିଥିଲା। ଏପରିକି ଭୁବନେଶ୍ବର କୋର୍ଟକୁ ମଧ୍ୟ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ପୁଲିସ ଯାଞ୍ଚ ପରେ କିଛି ମିଳି ନ ଥିଲା।ନିକଟରେ ପୁରୀ କୋର୍ଟକୁ ଉଡାଇଦେବାକୁ ମେଲରେ ଧମକ ଆସିଥିଲା । ଫଳରେ ଆଇନଜୀବୀମାନେ ଭୟରେ କୋର୍ଟ ବାହାରକୁ ବାହାରି ଆସିଥିଲେ । ମେଲ୍ ରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରହିଥିଲା ।

Read More

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିପକ୍ଷରେ ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଏହା ଉପରେ ସଂସଦରେ ଦୁଇଦିନ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ଶେଷରେ ଗତକାଲି ଧ୍ବନୀ ମତରେ ଖାରଜ ହୋଇଛି। ଅନାସ୍ଥା ଖାରଜ ପରେ ଗୁରୁବାର ଓମ୍ ବିର୍ଲା ସଂସଦକୁ ସମ୍ବୋଧିତ କରିଛନ୍ତି। ବିରୋଧୀଙ୍କ ପ୍ରତିଟି ଅଭିଯୋଗରେ ଉତ୍ତର ରଖିଲେ ଓମ ବିର୍ଲା। କହିଲେ ନିୟମ ଉର୍ଦ୍ଧ୍ୱରେ ଗୃହର କୌଣସି ସଦସ୍ୟ ନୁହଁନ୍ତି । ଗୃହ କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିବା ମୋ ଦାୟିତ୍ୱ । ମୃଁ ଗୃହର ଗାରିମା ବୃଦ୍ଧି ପାଇଁ ସବୁବେଳେ ଉଦ୍ୟମରତ । ନିରପେକ୍ଷ ଭାବେ ଗୃହ କାର୍ଯ୍ୟ ପରିଚାଳନା ପାଇଁ ସବୁବେଳେ ଚେଷ୍ଟା କରିଛି । ମାଇକ ସୁଇଚକୁ ଅଫ କରାଯାଇଥିବା ରାହୁଲଙ୍କ ଅଭିଯୋଗକୁ ବି ଖଣ୍ଡନ କଲେ । ବାଚସ୍ପତିଙ୍କ ଆସନ ନିକଟରେ କୌଣସି ମାଇକ ସୁଇଚ ନଥାଏ । କୌଣସି ସଦସ୍ୟଙ୍କ ପ୍ରତି ମୁଁ ପକ୍ଷପାତିତା କରିନି କହିଛନ୍ତି, ଓମ…

Read More

ଟି-୨୦ ବିଶ୍ୱକପ୍ ବିଜୟ ପରେ ବିବାଦରେ ହାର୍ଦ୍ଦିକ ପାଣ୍ଡ୍ୟା । ଜାତୀୟ ପତାକାକୁ ଅପମାନ ଅଭିଯୋଗରେ ମାମଲା ହୋଇଛି । ବିଜୟ ଉତ୍ସବ ସମୟରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଣେର ଶିବାଜୀ ନଗର ପୁଲିସ୍ ଷ୍ଟେସନରେ ଏକ ଅଭିଯୋଗ ଦାୟର ହୋଇଛି । ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । କ୍ରିକେଟରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ସେ ଦାବୀ କରିଛନ୍ତି । ପୋଲିସ ଅବଶ୍ୟ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିନି । ହାର୍ଦ୍ଦିକ ତାଙ୍କ ନୂଆ ପ୍ରେମିକା ମାହିକା ଶର୍ମାଙ୍କ ସହ ଏହାର ଖୁସୀ ମନାଉଥିଲେ । ହାର୍ଦ୍ଦିକଙ୍କ ଆଚରଣ ଜାତୀୟ ପତାକାର ମର୍ଯ୍ୟାଦା ବିରୋଧୀ। ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଜାତୀୟ ପତାକାକୁ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟ…

Read More

ଚଳିତ ବର୍ଷ ହେବନି ପାୱାରକଟ୍ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି । ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ । ତେବେ ରାଜ୍ୟ ଓ ଜିଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି ।

Read More