Author: sanitelevision

୫୪ ବର୍ଷର ଦୀର୍ଘ ଅପେକ୍ଷା ପରେ ଆମେରିକୀୟ ମହାକାଶ ସଂସ୍ଥା ନାସା ଏହାର ଐତିହାସିକ ଆର୍ଟେମିସ୍-II ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଯଦି ସବୁକିଛି ଠିକ୍ ରହେ, ତେବେ ନାସା ଏପ୍ରିଲ ୧ରେ ଏହାର ଆର୍ଟେମିସ୍ II ମିଶନ ଲଞ୍ଚ କରିବ। ଏହି ମିଶନ ପ୍ରାୟ ୧୦ ଦିନ ଚାଲିବ। ୧୯୭୨ ପରେ ଏହା ପ୍ରଥମ ଥର ହେବ ଯେଉଁଥିରେ ମଣିଷ ପୁଣି ଥରେ ଚନ୍ଦ୍ରର କକ୍ଷପଥକୁ ଯାତ୍ରା କରିବ। ନାସାର ଏହି ମିଶନରେ ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍ ଏବଂ ଓରିଅନ୍ ସ୍ପେସକ୍ରାଫ୍ଟର ପ୍ରଥମ କ୍ରୁଡ ଫ୍ଲାଇଟ୍ ମାନବ ସହିତ ଉଡ଼ାଣ ଭରିବ। ଏଥିରେ ଚାରି ଜଣ ମହାକାଶଚାରୀ ଚନ୍ଦ୍ରକୁ ପରିକ୍ରମା କରି ପୃଥିବୀକୁ ଫେରିବେ। NASA ଅନୁଯାୟୀ, ଏହି ମିଶନ ଆଗାମୀ ଆର୍ଟେମିସ୍ III ମିଶନ ପାଇଁ ଜୀବନ ସମର୍ଥନ ପ୍ରଣାଳୀ ଏବଂ ଅନ୍ୟାନ୍ୟ ସୂଚନାର ଏକ ପ୍ରମୁଖ ପରୀକ୍ଷା ହୋଇପାରେ, ଯାହା ଚନ୍ଦ୍ର ପୃଷ୍ଠରେ ଅବତରଣ…

Read More

ରାଜ୍ୟର ୧୨୦୦ରୁ ଅଧିକ ଗାଁରେ ମୋବାଇଲ୍‌ ସେବା ପହଞ୍ଚିପାରିନାହିଁ।ଗ୍ରାମାଞ୍ଚଳ, ଦୁର୍ବଳ ଓ ଅପହଞ୍ଚ ଅଞ୍ଚଳରେ ମୋବାଇଲ୍‌ ସେବା ପହଞ୍ଚାଇବା ପାଇଁ ଡିଜିଟାଲ ଭାରତ ନିଧି (ଡିବିଏନ୍‌) ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୨୦୨୬ ଫେବ୍ରୁଆରି ସୁଦ୍ଧା ସାରା ଦେଶର ୪୬,୩୩୧ଟି ଗାଁରେ ମୋବାଇଲ୍‌ ସେବା ପହଞ୍ଚାଇବା ଲାଗି ୩୪,୭୮୦ଟି ମୋବାଇଲ୍‌ ଟାୱାର ସ୍ଥାପନ କରିବାକୁ ଯୋଜନା ରହିଥିବା ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।ସେ କହିଛନ୍ତି ଯେ, ଗ୍ରାମୀଣ ‌ମୋବାଇଲ୍‌ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଟେଲିକମ୍‌ କମ୍ପାନିଗୁଡ଼ିକୁ ୨୨୨୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେଥିରୁ ୧୮୫୯.୯୫ କୋଟି ଟଙ୍କା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ଦିଆଯାଇଛି । ୨୦୨୬ ଫେବ୍ରୁଆରି ସୁଦ୍ଧା ସାରା ଦେଶର ୪୬,୩୩୧ଟି ଗାଁରେ ମୋବାଇଲ୍‌ ସେବା ପହଞ୍ଚାଇବା ଲାଗି ୩୪,୭୮୦ଟି ମୋବାଇଲ୍‌ ଟାୱାର ସ୍ଥାପନ କରିବାକୁ ଯୋଜନା ରହିଛି। ସେଥିରୁ ଓଡ଼ିଶାରେ ୫୧୮୨ଟି ମୋବାଇଲ୍‌ ଟାୱାର…

Read More

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପୁରୀ ଜିଲ୍ଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଯାତାୟାତ, ଟ୍ରାଫିକ, ପାର୍କିଂ, ପର୍ଯ୍ୟାପ୍ତ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା, ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ଶୃଙ୍ଖଳା ରକ୍ଷାପାଇଁ ଅନେକ ନୂଆ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି ।ଏହା ସହ…

Read More

ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତର ରୋଷେଇ ଶାଳରେ ଅନୁଭୂତ ହେଉଛି। ଦେଶବ୍ୟାପୀ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଥିବା ବେଳେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକରେ ବାଣିଜ୍ୟିକ ଏଲପିଜି ଯୋଗାଣର ବର୍ତ୍ତମାନର ସ୍ଥିତି ଏବଂ ହୋଟେଲ, ରେସ୍ତୋରାଁ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ ଏହି ପରିସ୍ଥିତିର ପ୍ରଭାବ ଉପରେ ଆଲୋଚନା ହୋଇଥିଲା। ପରିସ୍ଥିତି ପରିଚାଳନା ପାଇଁ, ସରକାର ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାରଠାରୁ, ବ୍ୟବସାୟଗୁଡ଼ିକୁ ସେମାନଙ୍କର ହାରାହାରି ମାସିକ ବାଣିଜ୍ୟିକ ଏଲପିଜି ଆବଶ୍ୟକତାର ପ୍ରାୟ ୨୦ ପ୍ରତିଶତ ସମତୁଲ୍ୟ ଏକ କୋଟା ବଣ୍ଟନ କରାଯିବ, ଯାହା ସୁନିଶ୍ଚିତ କରିବ ଯେ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ରୋଷେଇ ଘରଗୁଡ଼ିକ କାର୍ଯ୍ୟ…

Read More

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାଙ୍କୁ କିଏ ଜବରଦସ୍ତ ନେଇନାହାନ୍ତି, ନିଜ ଇଚ୍ଛାରେ ଯାଇଛନ୍ତି, ବହୁ ଦିନ ହେବ ବାହାରକୁ ଯାଇନଥିଲେ, ୨ ଦିନ ବୁଲି ଆସିବେ । ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ କହିଛନ୍ତି ତାରା । ଆମ ଦଳର ସବୁ ବିଧାୟକଙ୍କ ଉପରେ ଭରସା ଅଛି କହିଛନ୍ତି ତାରା । ଦଳର ନିଷ୍ପତ୍ତି ଅନୁଯାୟୀ ସେମାନେ ଭୋଟ ଦେବେ । ଏପଟେ କଂଗ୍ରେସ ମୁଖ୍ୟ ସଚେତକ ମାର୍ଚ୍ଚ ୧୬ ତାରିଖ ଯାଏଁ ଭୁବନେଶ୍ୱର ନ ଛାଡି ଯିବାକୁ ହ୍ୱିପ ଜାରି କରିଥିବା ବେଳେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ଅଛନ୍ତି । ତାହାକୁ ନେଇ ଏକ ବଡ ପ୍ରସ୍ନ ଉଠିଛି । ଅନ୍ୟପଟେ କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ବିଜେପି…

Read More

ଆମେରିକା-ଇସ୍ରାଏଲ-ଇରାନ ବିବାଦ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିବା ସହିତ ଭାରତର ଔଷଧ କ୍ଷେତ୍ର ବାଧାପ୍ରାପ୍ତ ହେବା ସମ୍ଭାବନା ଦେଖାଦେଇଛି ।ଶିଳ୍ପ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ମାର୍ଚ୍ଚ ଶେଷ ସୁଦ୍ଧା ବଫର ଷ୍ଟକ୍ ହ୍ରାସ ପାଇବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ବୃଦ୍ଧି ପାଇବା ସହିତ ଔଷଧ ଏବଂ ସମ୍ପୃକ୍ତ ଉତ୍ପାଦ ମୂଲ୍ୟ ୧୦-୨୦% ବୃଦ୍ଧି ପାଇପାରେ ।ଇନ୍ଧନର ଉଚ୍ଚ ମୂଲ୍ୟ ସିଧାସଳଖ ଔଷଧ ଉତ୍ପାଦନରେ ବ୍ୟବହୃତ ସକ୍ରିୟ ଔଷଧ ଉପାଦାନ (Active Pharmaceutical Ingredients- API) ଏବଂ ପେଟ୍ରୋକେମିକାଲ୍ ଡେରିଭେଟିଭ୍ସର ମୂଲ୍ୟ ବୃଦ୍ଧି କରେ । ଭାରତ ଏହାର APIର ପ୍ରାୟ 15-16 ପ୍ରତିଶତ ୟୁରୋପରୁ ଆମଦାନୀ କରେ । ଏପରିକି ଅନେକ ଯୋଗାଣ ହର୍ମୁଜ୍ ପ୍ରଣାଳୀ ଦେଇ ପଠାଯାଇଥାଏ । ଏହା ସହିତ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ପ୍ରାପ୍ତ ମୁଖ୍ୟ ଆରମ୍ଭ ସାମଗ୍ରୀ (Key Starting Materials- KSM) ଏବଂ ଦ୍ରାବକଗୁଡ଼ିକ…

Read More

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଇ-ଚାଲାଣ କଟାଯାଇଛି। ଏହି ଚାଲାଣରୁ କେତେକ ମାମଲାରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ (ପିଆର‌) ଦାଖଲ ହୋଇଥିବା ବେଳେ କେତେକ ମାମଲାରେ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ରାଷ୍ଟ୍ରୀୟ ଲୋକ ଆଦାଲତ ମାଧ୍ୟମରେ ଏହାର ସମାଧାନ କରିବାକୁ ନିଷ୍ପତ୍ତ ନେଇଛନ୍ତି।ବକେୟା ଇ-ଚାଲାଣ ଜରିମାନା ପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି। ଆସନ୍ତା ୧୪ ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମସିହାର ଜାତୀୟ ଲୋକ ଅଦାଲତରେ ନିୟମ ଉଲଂଘନକାରୀ ଜରିମାନାର ୫୦ ପ୍ରତିଶତ ପୈଠ କରି ସମ୍ପୂର୍ଣ୍ଣ ଜରିମାନାମୁକ୍ତ ହୋଇପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ତେବେ ଲୋକ ଆଦାଲତରେ ଥିବା ସ୍ବତନ୍ତ୍ର କାଉଣ୍ଟର୍‌ରେ ଜରିମାନା ରଶି ଜମା କରିପାରିବେ କିମ୍ବା ଇ-ଚାଲାଣ ପୋର୍ଟାଲ୍ ମାଧ୍ୟମରେ ଜରିମାନା ରାଶି ଜମା କଲେ ତୁରନ୍ତ କୋର୍ଟ, ବାଣିଜ୍ୟ ବିଭାଗ ଓ ପୁଲିସକୁ ତଥ୍ୟ ପ୍ରଦାନ କରାଯିବା ସାଧାରଣ…

Read More

ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରିରୀକ ଶିକ୍ଷା । ଏନେଇ ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଶାରୀରିକ ଶିକ୍ଷା ଦିଆଯିବ । ଏବେ ଡିଜିଟାଲ କ୍ଲାସରୁମରେ ଇ-କଣ୍ଟଣ୍ଟ ଦ୍ୱାରା ଶିକ୍ଷା ଦିଆଯାଉଛି । ଅନ୍ୟପଟେ ଆଦିବାସୀ, ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ପାଇଁ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବର୍ତ୍ତମାନ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହା ମଧ୍ୟରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣ ଆବାସିକ ବିଦ୍ୟାଳୟ। ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ୧୫୪ କୋଟି, ଅନ୍ୱେଷା ଯୋଜନାରେ ୧୫୮ କୋଟି ଟଙ୍କା ଦିଆଯାଇଛି। ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ ମାଧ୍ୟମରେ ରାଜ୍ୟର ୨୭ଟି ଜିଲାର ୨୩୪ଟି ବ୍ଲକ ଓ ୭୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ…

Read More

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆର ମୋଟ ୧୯୩ ସାଂସଦ ତାଙ୍କୁ ହଟାଇବା ପାଇଁ ଏକ ନୋଟିସରେ ସ୍ୱାକ୍ଷର କରିଛନ୍ତି। ଏହି ନୋଟିସ ଶୁକ୍ରବାର ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇପାରେ। ନିୟମ ଅନୁଯାୟୀ ସିଇସିଙ୍କୁ ବହିଷ୍କାର କରିବାକୁ ଲୋକସଭାରେ ଅତିକମରେ ୧୦୦ ଏବଂ ରାଜ୍ୟସଭାରେ ୫୦ ଜଣ ସାଂସଦ ଦସ୍ତଖତ କରିବା ଜରୁରୀ। ପ୍ରସ୍ତାବରେ ଜ୍ଞାନେଶ କୁମାରଙ୍କ ବିରୋଧରେ ସାତଟି ଅଭିଯୋଗ ଆଗତ କରାଯାଇଛି। ନିରପେକ୍ଷ ଭାବେ କାର୍ଯ୍ୟ ନ କରି ଜ୍ଞାନେଶ ନିର୍ଦିଷ୍ଟ ରାଜନୈତିକ ଦଳର ଇଙ୍ଗିତରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା (ଏସଆଇଆର) କାର୍ଯ୍ୟ ଚାଲିଥିବାବେଳେ ଜ୍ଞାନେଶ କୁମାରଙ୍କ ଭୂମିକା ନେଇ ବିରୋଧୀ ଦଳଗୁଡିକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି।ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ ଗମ୍ଭୀର ଅଭିଯୋଗ…

Read More

ଚୋରା ମଦ ବେପାର ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଲିସ ଏଏସଆଇ। ଏଏସଆଇ ଜଣକ ହେଉଛନ୍ତି ବଡ଼ ଗାଁ ଥାନାର ଅରୁପା ନନ୍ଦ ଦାଶ। ଚୋରା ମଦ ବେପାର ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ଗୁରୁବାର ସନ୍ଧ୍ୟାରେ ବଡ଼ଗାଁ ପୋଲିସ ଥାନାର ଏଏସ୍‌ଆଇ ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଢାବାମାଲିକଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ଏବଂ ତାଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ। ଏଏସ୍‌ଆଇ ଦାସ ତାଙ୍କୁ ୨୫,୦୦୦ ଟଙ୍କା ଲାଞ୍ଚ ନ ଦେଲେ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ ହୋଟେଲ ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଗୁରୁବାର ହୋଟେଲ ମାଲିକଙ୍କଠାରୁ ଏଏସ୍‌ଆଇ ବଡଗାଁ ଥାନା ସମ୍ମୁଖରେ ଥିବା ଏକ ଚା’ ଦୋକାନ ନିକଟରେ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଏଏସ୍‌ଆଇଙ୍କୁ ଭିଜିଲାନ୍ସ ଅଧିକାରୀମାନେ ସ୍ବତନ୍ତ୍ର ମାଜିଷ୍ଟ୍ରେଟଙ୍କ…

Read More