ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୨୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୭,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୬୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୬,୩୫୦ ଟଙ୍କାକୁ ପହଞ୍ଚିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୯,୬୬୦ ଓ ୧,୪୬,୩୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୫,୯୦୦ ଟଙ୍କା ହୋଇଛି ।
Author: sanitelevision
ସୋନମ ଓ୍ୱାଙ୍ଗଚୁକଙ୍କୁ ଆଶ୍ୱସ୍ତି । ଲଦ୍ଦାଖରେ ଅଶାନ୍ତି ରୋକିବାକୁ ସରକାରଙ୍କ ବଡ ଉଦ୍ୟମ । କଟକଣା ହଟାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅର୍ଥାତ ଗୃହ ମନ୍ତ୍ରାଳୟ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ବା ଏନଏସଏ ଅନୁସାରେ ଲଦ୍ଦାଖର ସାମାଜିକ କାର୍ଯ୍ୟକର୍ତ୍ତା ସୋନମଙ୍କ ଉପରେ ଲଗାଇଥିବା ସମସ୍ତ କଟକଣାକୁ ହଟାଇ ଦେଇଛି ।ସାମ୍ବିଧାନିକ ସୁରକ୍ଷା ଏବଂ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ହିଂସାକୁ ଉସୁକାଇବା ଏବଂ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ସେପ୍ଟେମ୍ବର ୨୦୨୫ ରେ ଲେହରେ ସୋନମ ୱାଙ୍ଗଚୁକ୍ ଗିରଫ ହୋଇଥିଲେ। ତାଙ୍କୁ ଜାତୀୟ ସୁରକ୍ଷା ଆଇନ ଅଧୀନରେ ଯୋଧପୁର ଜେଲରେ ରଖାଯାଇଥିଲା। ଯେଉଁଠାରେ ସେ ଲଦାଖର ପରିବେଶ ଏବଂ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ଅଭିଯାନ ଚଳାଇଥିଲେ। ସମ୍ପ୍ରତି ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକ ଏନଏସଏ ଅଧୀନରେ ଅଟକ ରଖିବାର ନିଷ୍ପତ୍ତି ପୁନର୍ବିଚାର କରିବାକୁ କହିଥିଲେ। ବିଚାରପତି ଅରବିନ୍ଦ କୁମାର ଏବଂ ପି.ବି.…
ରାଜ୍ୟସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ । ଏନେଇ ବିଜେଡି ବିଧାୟକ ସାରଦା ଜେନା ସୂଚନା ଦେଇଛନ୍ତି । ବିଜେଡି ବିଧାୟକମାନେ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ବାବଦରେ ବୁଝିବେ । ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କ ବୈଠକ ରହିଛି । ସନ୍ଧ୍ୟା ୫ଟା ୩୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଦେବେ । ରାଜ୍ୟସଭା ନିର୍ବାଚନ ପରିଚାଳନା ଉପରେ ନବୀନ ପଟ୍ଟନାୟକ ଗୁରୁତ୍ୱର ସହ ନେଇଛନ୍ତି ।ଗତକାଲି ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ପ୍ରଶିକ୍ଷଣ ପାଇଁ ଡାକିଥିଲେ । ହେଲେ ବୈଠକରେ ୪୭ ବିଧାୟକ ଉପସ୍ଥିତ ଥିବା ବେଳେ ୬ ବିଧାୟକ ଅନୁପସ୍ଥିତି ଥିଲେ । ଆଜି ଦେଖିବାକୁ ବାକି ରହିଲା, କଣ ଆଜି ସବୁ ବିଧାୟକ ବୈଠକରେ ଉପସ୍ଥିତ ରହିବେ ନା, ପୁଣି କେଉଁ ବିଧାୟକ ଅନୁପସ୍ଥିତ ରହିବେ । ରାଜନୀତି ମହଲରେ କ୍ରସ ଭୋଟିଂର ଭୟ ଧିରେ ଧୀରେ ବଢିଲାଣି ।…
ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ତାଜଗଞ୍ଜ ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ତାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।ଭାଇରାଲ ଭିଡିଓରେ ମୃତ ଯୁବତୀ ଜଣକ ଅଭିଯୁକ୍ତ କନଷ୍ଟେବଳ ଜେବି ଗୌତମଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ, ଗୌତମ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ଚାରି ବର୍ଷ ଧରି ସ୍ତ୍ରୀ ଭାବରେ ରଖି ଆସୁଥିଲେ। ମାତ୍ର ବିବାହ ପାଇଁ ଚାପ ପକାଇବା ପରେ କନଷ୍ଟେବଳ ଜଣକ ପରିବାରର ଅସମ୍ମତି ଦର୍ଶାଇ ପଛଘୁଞ୍ଚା ଦେବା ସହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଭିଡିଓରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି ଯେ, ଅଭିଯୁକ୍ତ ନିଜେ ପୋଲିସ ହୋଇଥିବାରୁ ତାଙ୍କୁ ନ୍ୟାୟ ମିଳିବ କି ନାହିଁ ସେ ନେଇ ସେ ଆଶଙ୍କାରେ ଥିଲେ। ଘଟଣାଟି ସାମ୍ନାକୁ ଆସିବା ପରେ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।ପୀଡ଼ିତାଙ୍କ…
ରାଜ୍ୟସଭା ନିର୍ବାଚନ ଲାଗି ଚଳିତ ମାସ ୧୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଥିବାରୁ ଏହିଦିନ ବିଧାନସଭା ବୈଠକ ହେବନାହିଁ। ଶୁକ୍ରବାର ଗୃହରେ ଗୃହୀତ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହା ସ୍ଥିରିକୃତ ହୋଇଛି। ମାର୍ଚ୍ଚ ୧୬ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରଶ୍ନଗୁଡିକର ଉତ୍ତର ୧୭ ତାରିଖ (ମଙ୍ଗଳବାର) ଗୃହରେ ଉପସ୍ଥାପିତ ହେବ ବୋଲି ଧରି ନିଆଯିବ।ଏହା ସହିତ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସହିତ ଜଡିତ ଅନୁଦାନ ଦାବି, ଯାହା ସୋମବାର ଆଲୋଚନା ଏବଂ ଭୋଟିଂ ପାଇଁ ପୂର୍ବରୁ ସ୍ଥିର କରାଯାଇଥିଲା, ତାହାକୁ ମାର୍ଚ୍ଚ ୨୦ କୁ ପୁନଃନିର୍ଦ୍ଧାରିତ କରାଯାଇଛି। ଅର୍ଥାତ୍ ବିଧାନସଭା କାର୍ଯ୍ୟାଳୟ ଶନିବାର ଏବଂ ରବିବାର ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ (Kharg Island) ଉପରେ ଏକ ଭୟଙ୍କର ବୋମା ମାଡ଼ କରିଛି। ଏହି ଆକ୍ରମଣରେ ସେଠାରେ ଥିବା ସମସ୍ତ ସାମରିକ ଘାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ଇରାନର ୯୦% ତୈଳ ରପ୍ତାନି ପାଇଁ ଏକ ଟର୍ମିନାଲ ଭାବରେ କାର୍ଯ୍ୟ କରିଥାଏ ।ଇରାନ କହିଛି, ଆମର ତୈଳ ଏବଂ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣର ଜବାବରେ ଆମେରିକୀୟ ତୈଳ ଏବଂ ଶକ୍ତି ଭିତ୍ତିଭୂମିକୁ ବୋମା ମାଡ଼ କରି ପାଉଁଶ କରି ଦିଆଯିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,ମଧ୍ୟପ୍ରାଚ୍ୟକୁ ଜୟ କରିବା ଏବଂ ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଇରାନର ଯୋଜନା ଏବେ ଶେଷ ହୋଇଛି। ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ଲେଖିଛନ୍ତି, ମୁଁ ଦ୍ୱୀପର ତୈଳ ଭିତ୍ତିଭୂମିକୁ ନଷ୍ଟ ନକରିବାକୁ…
ଗତ କିଛଦିନ ହେବ ବାରମ୍ବାର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ ବସିବ। ନୀଳଚକ୍ରରେ ସଂଯୋଗ ହୋଇଥିବା ମାଳମାଳ ମାନସିକ ବାନା ଛିଣ୍ଡିଯିବା ପରେ ଆଜି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ସଂଖ୍ୟାରେ ଚିଲ ଉଡିବା ନଜରକୁ ଆସିଛି। ସେହିପରି ବହୁତ ଦିନ ଆଗରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ, ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିଥିଲା । ସକାଳେ ଏକ ଚିଲ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ଉପରେ ବସିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିଲା । କେତେକ ଏହାକୁ ଶୁଭ ସଙ୍କେତ ଓ କେତେକ ଏହାକୁ ଅଶୁଭ ବୋଲି ମାନିଥାନ୍ତି । ଚିଲ ବସିବା ଦ୍ୱାରା ଶ୍ରୀମନ୍ଦିରର ନୀତି କାନ୍ତି ପ୍ରଭାବିତ ହୋଇନାହିଁ । କିଛି ସମୟ ବସିବା ପରେ ଚିଲଟି ଉଡିଯାଇଥିଲା ।
ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର । ରୋଗୀଙ୍କୁ ଅତି ଜରୁରି ସମୟରେ ରାଜ୍ୟ ବାହାରକୁ ଘରୋଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ‘ଏମର୍ଜେନ୍ସି କେୟାର ବାଏ ଏୟାର ଲିଫ୍ଟିଂ’ ଯୋଜନାକୁ ମଞ୍ଜୁର ମିଳିଛି । ନୂଆ ବ୍ୟବସ୍ଥା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଏହାର ଅନୁମୋଦନକାରୀ କର୍ତ୍ତୃପକ୍ଷ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏହା ସମସ୍ତ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବ । ସେଥିପାଇଁ ଏକ ଏକ୍ସପର୍ଟ କମିଟି ଗଠନ ହୋଇଛି । ସେଥିରେ ଡିଏମ୍ଇଟି ଓ ଡିଏଚ୍ଏସ୍ ଅଛନ୍ତି । ଅତିରିକ୍ତ ଡିଏମ୍ଇଟି ଏହାର ନୋଡାଲ ଅଫିସର ଅଛନ୍ତି। ମେଡିକାଲ କଲେଜରୁ ଜଣେ ବିଶେଷଜ୍ଞ କମିଟିରେ ଅଛନ୍ତି । ସେ ରୋଗୀଙ୍କ ରୋଗ ସମ୍ପର୍କରେ ଯାଞ୍ଚ କରିବେ । ରୋଗୀଙ୍କୁ ଏୟାର ଲିଫ୍ଟିଂ ଆବଶ୍ୟକ କି ନାହିଁ ତାହା ଉପରେ ମତ ରଖିବେ ।…
ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିଛି |ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନ ସହ ଜଡ଼ିତ ସଂଘର୍ଷ କାରଣରୁ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଏୟାରଲାଇନ୍ସ କମ୍ପାନୀ ଉପରେ ପଡ଼ିଛି।ଇଣ୍ଡିଗୋ ପକ୍ଷରୁ ଦୂରତା ଅନୁଯାୟୀ ଅଲଗା ଅଲଗା ସରଚାର୍ଜ ସ୍ଥିର କରାଯାଇଛି| ଘରୋଇ ଯାତ୍ରା ପାଇଁ ୪୨୫ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଅନ୍ତର୍ଜାତୀୟ ଯାତ୍ରା ପାଇଁ ୯୦୦ରୁ ୨୩୦୦ ଟଙ୍କା ବଢ଼ିଛି। ମଧ୍ୟପ୍ରାଚ୍ୟ ପାଇଁ ୯୦୦ ଟଙ୍କା ଏବଂ ୟୁରୋପ ପାଇଁ ୨୩୦୦ଟଙ୍କା ବୃଦ୍ଧି ହୋଇଛି। ନୂଆ ଦର ମଧ୍ୟ ରାତିରୁ ଲାଗୁ ହୋଇଛି ।ସୂଚନାଯୋଗ୍ୟ, ଇଣ୍ଡିଗୋ ପାଖରେ ୪୦୦ରୁ ଅଧିକ ବିମାନ ରହିଛି ଏବଂ ଏହା ଦୁନିଆର ୧୩୫ରୁ ଅଧିକ ସ୍ଥାନକୁ ସେବା ଯୋଗାଇ ଦେଉଛି। ୨୦୨୫ ମସିହାରେ କମ୍ପାନୀ ପ୍ରାୟ ୧୨.୪ କୋଟି ଯାତ୍ରୀଙ୍କୁ…
କଲବଲ କରିବ ଖରା । ଆଗକୁ ଭୟଙ୍କର ତାତି । ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ ।୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି ।ଶନିବାର ଝାରସୁଗୁଡା ଏବଂ ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେର୍ଡ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷେ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାନେଇ ସୂଚନା ଦିଆଯାଇଛି। କେନ୍ଦୁଝର, ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଆଦି ଜିଲାରେ ବର୍ଷା ହେବ। ତେବେ ରବିବାର କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ଓ୍ବେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ସୋମବାର କେନ୍ଦୁଝର,…








