ଆଜି ସମଗ୍ର ଦେଶରେ ‘ଜାତୀୟ ଟିକାକରଣ ଦିବସ’ ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖରେ ଟିକାକରଣର ଗୁରୁତ୍ୱ ଏବଂ ଜନସ୍ୱାସ୍ଥ୍ୟ ରକ୍ଷାରେ ଏହାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସଟି ପାଳିତ ହୋଇଥାଏ ।ସମୟ ଥିଲା ଯେତେବେଳେ ପୋଲିଓ ଏବଂ ବସନ୍ତ ଭଳି ଅନେକ ରୋଗ ପ୍ରବଳ ଭାବରେ ବ୍ୟାପିଗଲା ଏବଂ ଟୀକାକରଣ ହେବା ପର୍ଯ୍ୟନ୍ତ ବହୁ ଜୀବନହାନୀ ଘଟିଥିଲା । ଟୀକାକରଣ ଆମକୁ ରୋଗର ବିପଦ ବିନା ଏକ ନିରାପଦ ଜୀବନଯାପନ କରିବାକୁ ସକ୍ଷମ କରେ । ନିଜକୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ଟୀକାକରଣ ଗୁରୁତ୍ୱ ବହନ କରିଥାଏ । ଆଗ ଧାଡିର ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ନର୍ସମାନେ ବର୍ଷସାରା ନିରନ୍ତର ପରିଶ୍ରମ କରନ୍ତି ଯେଭଳି ଆମେମାନେ ସୁସ୍ଥ ସବଳ ରହିବା । ସେମାନେ ନିଶ୍ଚିତ କରନ୍ତି ଯେ ଆମେ ମଧ୍ୟ ସଠିକ୍ ଟୀକାକରଣର ସୁଯୋଗ ନେଇଛନ୍ତି ।…
Author: sanitelevision
ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ ଗଣତି କରାଯିବ। ବିଧାୟକଙ୍କ ହାତରେ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ ।ତେବେ ପ୍ରଥମେ ଭୋଟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଣଙ୍କ ପରେ ଜଣେ ଭୋଟ ଦେବାରେ ବ୍ୟସ୍ତ ।ଏହି ଅବସରରେ ଭୋଟ ଦେଇଥିଲେ ସନାତନ ମହାକୁଡ଼ । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଭୋଟ୍ ଦେଲେ । ଭୋଟ୍ ଦେବା ପରେ କହିଛନ୍ତି ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା । କାଲି ପର୍ଯ୍ୟନ୍ତ ବିଜେଡିର କିଏ…
କଟକ ବଡ଼ ମେଡିକାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜୀବନ। ଏ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେମିତି ଅଗ୍ନିକାଣ୍ଡ ଘଟିଲା ? ନିଆଁ ଲାଗିବା ପରେ କେମିତି ଏତେ ସଂଖ୍ୟାରେ ଜୀବନ ଗଲା ତାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦ ମୃତକଙ୍କ ପରିଚୟ ମିଳିଛି। ୧୦ ମୃତକ ଜଣଙ୍କ ମଧ୍ୟରେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ.ଡି ନ୍ୟୁମ, ଗୌରାଙ୍ଗ ବାରିକ, ଏସ କେ ଅବଦୁଲ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ା, ମେନକା ରାଉତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଆଇସିୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ…
ଆଗାମୀ ପାଞ୍ଚ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ କମ ରହିବ । ୨୨ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ଘଡ଼ଘଡ଼ି ଓ କୁଆପଥର ବର୍ଷାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।…
ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଆଜି ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। । ତେବେ ଆଜି ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଅପହରାହ୍ଣ ୫ଟାରେ ଗଣତି ହେବ। ମୈଦାନରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର। ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇଛି ବିଜେପି। ସେହିଭଳି କମନ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା। ତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେଉଛନ୍ତି। ସିପିଆଇଏମ ମଧ୍ୟ ସମର୍ଥନ ଦେଉଛି । ଚତୁର୍ଥ ଆସନ ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରେ ଲଢ଼େଇ ହେଉଛି। ଏହି ଆସନ ପାଇଁ ଛକାପଂଝା ଜାରି ରହିଛି।ସୂଚନାଯୋଗ୍ୟ, ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦…
SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। ସୂଚନା ଅନୁଯାୟୀ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳିନଥିଲା। ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ।ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଏହି ଘଟଣା ପରେ ମେଡିକାଲ ପରିସରରେ ଏକ ଶୋକାକୁଳ ଓ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି…
ଆସନ୍ତାକାଲି ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ମନ୍ତ୍ରୀ ସୁରେଶ ପୂଜାରୀ । ସନ୍ଧ୍ୟା ସାଢେ ୮ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ ମନ୍ତ୍ରୀ ସୁରେଶ ପୂଜାରୀ ।ସୂଚନାଯୋଗ୍ୟ ଯେ, ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତ ୩ ତାରିଖ ସନ୍ଧ୍ୟାରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପ୍ରଥମେ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଅଧିକ ନିରୀକ୍ଷଣ ପାଇଁ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭି) ଆଇସିୟୁରେ ରଖାଯାଇଥିଲା । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଗୁରୁବାର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି
ଭୁବନେଶ୍ୱର-କଟକ ମଧ୍ୟରେ ଯାତାୟାତ ଲାଗି କେନ୍ଦ୍ର ସରକାର ନମୋ ଭାରତ ନାମକ ବିକଳ୍ପ ଦ୍ରୁତ ରେଳ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି।ଟ୍ୱିନସିଟିରେ ସାଧାରଣ ପରିବହନ ସେବାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ନମୋ ଭାରତ ରାପିଡେକ୍ସ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।ଭୁବନେଶ୍ୱର କଟକ ମଧ୍ୟରେ ସରକାର ଏକ ନୂତନ ରେଳ ଲାଇନର ମଧ୍ୟ ଯୋଜନା କରୁଛନ୍ତି ଯେଉଁଠାରେ ନମୋ ଭାରତ ଟ୍ରେନ୍ ବାରମ୍ବାର ଚାଲିପାରିବ। ପ୍ରାୟ ୩୦ ମିନିଟ୍ ବ୍ୟବଧାନରେ ଟ୍ରେନ ଚାଲିବ। ତେବେ ଯଦି ମେଟ୍ରୋ ପ୍ରକଳ୍ପ କରାଯାଏ ତେବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି କହିଛନ୍ତି ରେଳମନ୍ତ୍ରୀ।ସାଧାରଣ ରେଲୱେ ଟ୍ରାକ ବିଛାଇବାକୁ କିଲୋମିଟର ପିଛା ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ମେଟ୍ରୋ ଟ୍ରାକ ପାଇଁ କିଲୋମିଟର ପିଛା ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ।
ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା କେବେ ଶେଷ ହେବ ତାହାର କୌଣସି ନିଶ୍ଚିତତା ନାହିଁ ।ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଉପସାଗରୀୟ ଦେଶଗୁଡ଼ିକୁ ଭାରତର ଅଣ୍ଡା ରପ୍ତାନିକୁ ବନ୍ଦ କରିଦେଇଛି, ଯାହା ଫଳରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି ।ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ ଅଣ୍ଡା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରତି ଅଣ୍ଡାର ମୂଲ୍ୟ ୭.୦୬ ରୁ ହ୍ରାସ ପାଇ ୪.୬୦ ହୋଇଛି । ଏହି କାରଣରୁ ବ୍ୟବସାୟୀମାନେ ସ୍ପଷ୍ଟ ଭାବରେ ଚିନ୍ତା ପ୍ରାକଶ କରିଛନ୍ତି ।ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ପ୍ରତିଦିନ ଓଡ଼ିଶାରେ ୧୩୮.୩୬ ଲକ୍ଷ ଅଣ୍ଡାର ଆବଶ୍ୟକ ରହିଥିବା ବେଳେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଉତ୍ପାଦନ କରନ୍ତି ଓଡ଼ିଶା କୁକୁଡ଼ା ଚାଷୀ। ପ୍ରଶ୍ନ ଉଠୁଛି ତଥାପି…
ଦିନକ ପରେ ରାଜ୍ୟସଭା ନିର୍ବାଚନ। ଆରୋପ-ପ୍ରତ୍ୟାରୋପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ସମୟ ଯେତିକି ଗଡ଼ୁଛି ନେତାଙ୍କ ଛାତିକି ସେତିକି ଧଡ଼ଧଡ଼ ହେଉଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ ବିଧାୟକ। ପ୍ରଥମେ ଏସଆଇଆର ପ୍ରସଙ୍ଗରେ ଚାଲିଛି ବୈଠକ । ରାଜ୍ୟ ବିଜେପି ପଦାଧିକାରୀ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି । ତିନି ସ୍ୱାଧୀନ ବିଧାୟକ ଙ୍କୁ ମିଶାଇ ୬୮ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକମାନଙ୍କର ଏକ ବୈଠକ ଆରମ୍ଭ ହେବ । ଯେଉଁ ବୈଠକରେ ଭୋଟିଂ ବାବଦରେ ଟ୍ରେନିଂ ମଧ୍ୟ ଦିଆଯିବ । ଅନ୍ୟପଟେ ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ- ଜୟନାରାୟଣ ମୁହାଁମୁହିଁ ହୋଇଛନ୍ତି । ଘୋଡା ବେପାର ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି…








