Author: sanitelevision

ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । ଅନ୍ୟପଟେ ବିଜେଡ଼ିର ସନ୍ତୁପ୍ତ ମିଶ୍ର ମଧ୍ୟ ବିଜୟୀ ହୋଇଛନ୍ତି। ଓଡ଼ିଶା ବିଧାନସଭାର ସମସ୍ତ ୧୪୭ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପରେ ଏହି ଫଳାଫଳ ରାଜ୍ୟ ରାଜନୀତିରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିଛି। ଅନ୍ୟପଟେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭାଜପା ବିରୋଧରେ ‘ଘୋଡ଼ା ବେପାର’ର ଅଭିଯୋଗ ଆଣିଛନ୍ତି। ତେବେ ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ଓ ଦତ୍ତେଶ୍ବରଙ୍କ ମଧ୍ୟରେ କଡା ଟକ୍ଟର ଦେଖିବାକୁ ମିଳିଥିଲା। ବିଜେଡି ଓ କଂଗ୍ରେସ ଦତ୍ତେଶ୍ବରଙ୍କୁ ଜିତାଇବା ପାଇଁ ଲାଗି ପଡିଥିବା ବେଳେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ବିଜେପି ମଧ୍ୟ ରଣ କୌଶଳ ତିଆରି କରିଥିଲା।…

Read More

ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ ‘ପାଦପୂରଣ’ ପାଇଁ ୨୦୨୫ ମସିହା ନିମନ୍ତେ ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି । ୨୦୨୦ ମସିହାରେ ପ୍ରକାଶିତ ଗିରିଜା କୁମାର ବଳିୟାରସିଂଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଲି, କନ୍ନଡ଼, ଉର୍ଦ୍ଦୁ, କାଶ୍ମୀରୀ, ଇଂରାଜୀ ଆଦି ୨୪ଟି ଭାଷା‌ରେ ଏହ‌ି ପୁରସ୍କାର ପ୍ରଦାନ କରାଯାଉଛି। ଏ ଖବର ପ୍ରଚାର ହେବା ପରେ ସାହିତ୍ୟିକ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି । ଗିରିଜାଙ୍କ ପାଖକୁ ଛୁଟିଛି ଶୁଭେଛାର ସୁଅ ।ଶ୍ରୀ ବଳୀୟାରସିଂହ ରାଜ୍ୟର ଜଣେ ଆଗଧାଡ଼ିର ବେଶ ଜଣାଶୁଣା କବି । ଜଣେ ଶବ୍ଦଭେଦୀ କାବ୍ୟପୁରୁଷ ଭାବରେ ସେ ଓଡ଼ିଶାର ସାରସ୍ୱତ ଜଗତରେ ସୁପରିଚିତ…

Read More

ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ ଗ୍ୟାସ’ ବା PNG ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ନୂଆ PNG ସଂଯୋଗ ନେଲେ ଗ୍ରାହକଙ୍କୁ ମିଳିବ ଆକର୍ଷଣୀୟ ରିହାତି ଓ କ୍ୟାସବ୍ୟାକ୍।ଏଲପିଜି ଗ୍ୟାସ୍ ସଙ୍କଟ ଧୀରେ ଧୀରେ ବଢୁଥିବା କାରଣରୁ ପିଏନଜି ଗ୍ୟାସକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ଏଥିରେ ଆଇଜିଏଲ କହିଛନ୍ତି ଯେ ଏଲପିଜି ଉପଭୋକ୍ତା ପିଏନଜିର କନେକ୍ସନ ନେଉଛନ୍ତି ସେମାନଙ୍କୁ ଗ୍ୟାସ୍ କିଣିବାରେ ୫୦୦ ଟଙ୍କାର ରିହାତି ମିଳିବ । ଦିଲ୍ଲୀର ଏକ ସଭାରେ ଏଲପିଜି ଗ୍ୟାସ୍ ସଙ୍କଟ ବିଷୟରେ ଆଲୋକପାତ କରାଯାଇଛି । ଏବେ ଅବସ୍ଥା ଚିନ୍ତାଜନକ ଅଛି । ସାଧାରଣ ଉପଭୋକ୍ତା ମାନଙ୍କୁ ଏଲପିଜି ଗ୍ୟାସ୍ ବିତରଣ କରାଯିବା ସହ କମର୍ସିଆଲ୍ ଏଲପିଜି ବିତରଣ ଆରମ୍ଭ ହୋଇଛି । ସରକାର…

Read More

ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏବେ ପୁରା ଆକ୍ଟିଭରେ ନିର୍ବାଚନ କମିଶନ। ଘୋଷଣା ମାତ୍ର ଦିନକ ଭିତରେ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ବଦଳି କରିବା ପରେ ନିର୍ବାଚନ କମିଶନ ଏବେ ଚାରି ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ଟ୍ରାନ୍ସଫର କରିଛନ୍ତି। ଟ୍ରାନ୍ସଫର ନେଇ କମିଶନ ସେମାନଙ୍କର ନିର୍ଦ୍ଦିଷ୍ଟ ପୋଷ୍ଟିଂ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ୧୯୯୨ ବ୍ୟାଚର ଆଇପିଏସ ସିଦ୍ଧନାଥ ଗୁପ୍ତାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଏବଂ ଇନ୍ସପେକ୍ଟର ଜେନେରାଲ ଇନଚାର୍ଜ ଭାବରେ ନିଯୁକ୍ତି ଦିଆଯିବ । ୧୯୯୧ ବ୍ୟାଚର ଆଇପିଏସ ନଟରାଜନ ରମେଶ ବାବୁଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ସଂଶୋଧନ ସେବା ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯିବ । ୧୯୯୫ ବ୍ୟାଚର ଆଇପିଏସ ଅଜୟ ମୁକୁନ୍ଦ ରାନାଡେଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶକ ଏବଂ ପୋଲିସ ମହାନିର୍ଦ୍ଦେଶକ (ଆଇନ ଏବଂ ଶୃଙ୍ଖଳା) ଭାବରେ…

Read More

ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ଘୋଡ଼ା ବେପାର କରୁଛି କହିଥିଲି । ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି ।ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ନବୀନ । ଅନ୍ୟପଟେ ବିଧାୟିକା ଉପାସନାଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତାଙ୍କ ନବୀନ ପଟ୍ଟନାୟକଙ୍କ ଅଭିଯୋଗ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ଥର ବାଲାଟ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଗଣତନ୍ତ୍ର ବିରୋଧୀ ଓ ପୋଲିଂ ଅଧିକାରୀ ପକ୍ଷପାତିତା କରୁଥିବା ନେଇ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ଏଭଳି ଭାବେ ଜଣଙ୍କୁ ଦୁଇ ଦୁଇଟି ବାଲାଟ ଦିଆଯିବ ତେବେ ପୋଲିଂ ଅଧିକାରୀ ବାଲାଟ କେଉଁଠୁ ଆଣିବେ । ଏହା ଉପରେ…

Read More

ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ରାଜନୀତି ସରଗରମ । ଖାଲି କଂଗ୍ରେସ ନୁହେଁ, ବିଜେଡିରୁ ବି ହୋଇଛି କ୍ରସ ଭୋଟିଂ । ୨୦୧୬ ରାଜ୍ୟସଭା ନିର୍ବଚନରେ ମୋଟ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାଯାଇଛି ।ତେବେ ଦିଲ୍ଲୀପ ରାୟ ଏବଂ ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ ଚତୁର୍ଥ ଆସନ ପାଇଁ ଲଢ଼େଇ ଚାଳିଥିବାବେଳେ ବିଜେଡି-କଂଗ୍ରେସର ୧୧ ଜଣ ବିଧାୟକ କ୍ରସ ଭୋଟିଂ ହୋଇଛି | କଂଗ୍ରେସର ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି । ସେମାନେ ହେଲେ ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦ୍ଦୋଷ ଓ ରମେଶ ଜେନା । ସେହିପରି ବିଜେଡିର ୮ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଛି । ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ , ସୁବାସିନୀ ଜେନା , ଦେବୀ ରଂଜନ ତ୍ରିପାଠୀ , ରମାକାନ୍ତ ଭୋଇ ଓ ବିଜେଡ଼ି ନିଲମ୍ବିତ…

Read More

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର । ବକେୟା ଦରମା ପାଇଁ ବିଲ୍ ପ୍ରସ୍ତୁତ କରିବା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ଦୁଇଟି ସ୍ଥାନରେ ଏକକାଳୀ ଯାଞ୍ଚ କରୁଛି ।

Read More

ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୯୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୦,୦୦୦ ଟଙ୍କା ହୋଇଛି । ତେବେ ଗତ ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲେ । ସେହିଦିନ ଏମସିଏକ୍ସରେ ରୁପା ଦର କେଜି ପିଛା ୨ ଲକ୍ଷ ୮୨ ହଜାର ୬୪୪ ଟଙ୍କା ରହିଥିଲା । ଯାହା ଏବେ ୨,୭୦,୦୦୦କୁ ଖସି ଆସିଛି । କେବଳ ରୁପା ନୁହେଁ ସୁନାର ଦାମ୍ ମଧ୍ୟ କମିଯାଇଛି । ଫେବ୍ରୁଆରୀ ୨୭ରେ ଏମସିଏକ୍ସରେ ସୁନା ୧୦ ଗ୍ରାମ୍ ପିଛା ୧ ଲକ୍ଷ ୬୨ ହଜାର ୧୦୪ ଟଙ୍କା ଥିଲା । ଏବେ ସୁନାର ଦାମ୍ ଅଛି ୧୫୯,୧୭୦ ।

Read More

କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜଣଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଗୁରୁତର ହୋଇଥିବା ସୂଚନା ରହିଛି । ତେବେ ସେମାନଙ୍କର ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।କଟକ ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୋହନ ମାଝୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି ।ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତ ମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ପ୍ରଭାବିତଙ୍କ ପାଇଁ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ଚିକିତ୍ସା…

Read More

ଏୟାର ଇଣ୍ଡିଆରେ ଏକ ବଡ଼ ଧରଣର ଜାଲିଆତି ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏୟାରଲାଇନ୍‌ର ହିଁ କର୍ମଚାରୀ ଫ୍ରି ଟିକେଟ୍ ପିଲିସିର ବ୍ୟାପକ ଦୂରୁପଯୋଗ କରିଥିବା ପର୍ଦ୍ଦାଫାସ୍ ହୋଇଛି । କମ୍ପାନୀର ଶତାଧିକ କର୍ମଚାରୀ ବାହାର ଲୋକଙ୍କୁ ନିଜର ସମ୍ପର୍କୀୟ ସଜାଇ ବର୍ଷକୁ ମିଳୁଥିବା ମାଗଣା ବିମାନ ଟିକେଟ୍କୁ ବିକ୍ରି କରିଦେଇଛନ୍ତି । ଟାଟା ଗ୍ରୁପ୍ ନିୟନ୍ତ୍ରଣରେ ଥିବା ଏୟାର ଇଣ୍ଡିଆ ଏହି ଘଟଣାର ତଦନ୍ତ କରିବା ପରେ ଏବେ ଦୋଷୀ କର୍ମଚାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ELT ପଲିସିରେ ବାର୍ଷିକ ୧୪ଟି ମାଗଣା ଟିକେଟ୍ ମିଳିଥାଏ । ଏହି ମାଗଣା ଟିକେଟ୍ ଏୟାର ଇଣ୍ଡିଆର କର୍ମଚାରୀ ନିଜେ କିମ୍ବା ସେମାନଙ୍କ ପରିବାରର ସଦସ୍ୟ (ବାପାମାଆ, ସ୍ଵାମୀ କିମ୍ବା ସ୍ତ୍ରୀ)ଙ୍କ ପାଇଁ ବ୍ୟବହାର କରାଯାଇ ପାରିବ । ଆଭ୍ୟନ୍ତରୀଣ ଯାଞ୍ଚରୁ ଜଣାପଡ଼ିଛି ଯେ, ହଜାର ହଜାର କର୍ମଚାରୀ…

Read More