Author: sanitelevision

ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି।ଏଲପିଜି ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ସ୍ପଷ୍ଟୀକରଣ । ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ । କେବଳ ଅନଧିକୃତ ଏଲପିଜି ବ୍ୟବହାରକାରୀଙ୍କ ପାଇଁ ଇ- କେୱାଇସି ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ ଇ- କେୱାଇସି କରିବା ନାହିଁ । ଯେଉଁ ଏଲପିଜି ଉପଭୋକ୍ତା ଇ- କେୱାଇସି କରି ନାହାନ୍ତି ସେମାନେ କରିବେ । ଯଦି ପିଏମୟୁୱାଇ ଉପଭୋକ୍ତା ନୁହଁନ୍ତି, ପୂର୍ବରୁ ଇ- କେୱାଇସି କରିଛନ୍ତି, ଦରକାର ନାହିଁ । PMUY ଉପଭୋକ୍ତା ପ୍ରତି ବର୍ଷ e-KYC କଲେ ସବସିଡି DBTରେ ପାଇବେ। e-KYC ନିଜେ ଘରେ ବସି କରିପାରିବେ, କୌଣସି କ୍ଷେତ୍ରରେ ବି LPG ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ କହିଛି।

Read More

କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।ଦେବଦୂତ ଭଳି ମେଡିକାଲ କର୍ମଚାରୀ ମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ। ୧୧ଜଣ ହସ୍ପିଟାଲ କର୍ମଚାରୀ ମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣା ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ସରକାର ଦେଇଛନ୍ତି। ଏଥିସହ ଇଣ୍ଟର ଡିପାର୍ଟମେଣ୍ଟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ଗଠନ କରାଯାଇଛି।ମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ପାଇଁ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେଉଁ ପରିସ୍ଥିତିରେ ଏବଂ କେଉଁ ଘପଲାତି ଯୋଗୁଁ ଏତେ ବଡ଼ ଅଗ୍ନିକାଣ୍ଡ ଘଟିଲା, ତାର ଖୋଳତାଡ଼ ଜାରି ରହିଛି।

Read More

SCB ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ। ତେଣୁ ଆଜିର ଏହି ଘଟଣା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି।ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ ସରକାର ରହିଛନ୍ତି। ଓଡ଼ିଶାର ସରକାରୀ କିମ୍ବା ବେସରକାରୀ ହସ୍ପିଟାଲର ଅବସ୍ଥା ତଳ ସ୍ତରକୁ ଖସି ଯାଇଛି । ମୁଁ ଯୁବ ପିଢ଼ିଙ୍କୁ ଆହ୍ବାନ କରୁଛି ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରନ୍ତୁ। ନୈତିକ ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ତାପରେ ଯାଇ ତଦନ୍ତ କରନ୍ତୁ। SCB ହସ୍ପିଟାଲ ଜଳି ପୋଡ଼ି ପାଉଁଶ ହୋଇଗଲା । ଲୋକେ ଜୀବନ୍ତ ଦଗ୍ଧ ହୋଇଗଲେ… ସରକାର…

Read More

ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡିର ପ୍ରେସ୍‌ମିଟ୍‌ । କହିଲେ , ଟଙ୍କା ନେଇ କ୍ରସ୍‌ ଭୋଟିଂ କରିଛନ୍ତି ବିଜେଡିର କିଛି ବିଧାୟକ । ଚାଲିଥିଲା ଘୋଡ଼ା ବେପାର । ନିର୍ବାଚନ ମଣ୍ଡଳିରେ ସେଭଳି ନେତାଙ୍କୁ ଘୋର ବିରୋଧ କରିବାକୁ ବିଜେଡିର ଅପିଲ୍ । ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ବିଜୁ ଲିଗାସୀ କଥା ଉଠାଉଛନ୍ତି ।। କିନ୍ତୁ ବାସ୍ତବ କଥା ହେଉଛି ସେମାନେ ବିଜେପିଠାରୁ ବହୁତ ଟଙ୍କାରେ ବିକ୍ରି ହୋଇଛନ୍ତି । ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ସେମାନେ ବିଭିନ୍ନ କଥା ଗଣମାଧ୍ୟମରେ ରଖୁଛନ୍ତି ।ସୂଚନା ଥାଉକି, ପ୍ରେସମିଟ୍ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ, ଓ ବିଧାୟକ ଧ୍ରୁବ ସାହୁ । ସେମାନେ କହିଛନ୍ତି କାଲି ଓଡିଶା ପାଇଁ କଲା ଦିବସ ଥିଲା । ଘୋଡା ବେପାର କରି ସ୍ମରଣୀୟ କରିଛନ୍ତି । କୋଟି କୋଟି ଟଙ୍କା ନେଇ କ୍ରସ ଭୋଟିଙ୍ଗ କରିଛନ୍ତି…

Read More

ବିଧାନସଭା ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ହେଉଛି ଷଷ୍ଠ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇବା ସହ ସ୍ଵାସ୍ଥ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରାଯାଇଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ୪ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ଶାସକ ଦଳକୁ ଲଗାତର ଭାବେ ଟାର୍ଗେଟ କରିଆସୁଛନ୍ତି ବିରୋଧୀ।ହସ୍ପିଟାଲ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଓ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଉଦ୍ଧାର କାର୍ଯ୍ୟ ସମୟରେ ସ୍ପ୍ରିଙ୍କଲର ସମୟରେ କାମ ନକରିବାରୁ ଅଗ୍ନି ନିର୍ବାପନ କାର୍ଯ୍ୟ ବିଳମ୍ବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Read More

କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ। କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍‌’କୁ ନ ମାନି କ୍ରସ୍‌ ଭୋଟିଂ କରିଥିଲେ। ଏବେ କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି। ଆଇନ(ସିଡ୍ୟୁଲ-୧୦) ଅନୁଯାୟୀ, ସମ୍ପୃକ୍ତ ତିନିଜଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ସୂଚନା ରହିଛି। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଘୋଡ଼ା ବେପାର ପଶିଯିବାରୁ ବିଧାୟକମାନେ ଏଭଳି ଭାବେ ନିୟମ ବିରୋଧ କାର୍ଯ୍ୟ କରିଛନ୍ତି।

Read More

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି । ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି । ଶୁକ୍ରବାର ଭାରତୀୟ ଅଶୋଧିତ ତୈଳ ବାସ୍କେଟର ମୂଲ୍ୟ ବ୍ୟାରେଲ ପିଛା ୧୩୬.୫୬ ଡଲାରରେ ପହଞ୍ଚିଛି, ଯାହା ଯୁଦ୍ଧ ପୂର୍ବରୁ ମାତ୍ର ୭୦.୯ ଡଲାର ଥିଲା ।ବର୍ତ୍ତମାନ ପାଇଁ ତୈଳ କମ୍ପାନୀଗୁଡ଼ିକ ଖୁଚୁରା ମୂଲ୍ୟ ସ୍ଥିର ରଖିଥିଲେ ହେଁ, ମାର୍ଚ୍ଚ ୩୧ ପରେ ସ୍ଥିତି ବଦଳିବା ଆଶା କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ, ୪ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସରକାର ଦର ବୃଦ୍ଧି ଉପରେ ରୋକ୍ ଲଗାଇ ପାରନ୍ତି, କିନ୍ତୁ ଏହା ପରେ ସାଧାରଣ ଜନତାଙ୍କ ଉପରେ ତୈଳ ଦର ବୃଦ୍ଧିର ବୋଝ ପଡ଼ିବା ନିଶ୍ଚିତ।

Read More

ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପାଇଁ ଗହୀରମଥାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି । ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏ କଟକଣା ସମୟରେ ସମୁଦ୍ରରେ ମାଛ ଧରିବା ପାଇଁ ବାରଣ କରାଯାଇଛି । ତା’ ପରେ ମଧ୍ୟ ଟ୍ରଲର୍‌ଗୁଡ଼ିକ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଞ୍ଚଳରେ ପଶି ମାଛ ଧରୁଛନ୍ତି । ଫଳରେ ଟ୍ରଲର୍‌ ମାଡ଼ରେ ଅକାଳରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି । ତେବେ ଚଳିତ ବର୍ଷ ଗୋଟିଏ ଦିନରେ ୬୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବାରୁ ଏଥର ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହେବାନେଇ ଆଶାରଖିଛି ବନବିଭାଗ । ବର୍ତ୍ତମାନ ସୁଦ୍ଧା ବନବିଭାଗର ରିପୋର୍ଟ ଅନୁସାରେ ୨୨୫ଟି କଇଁଛ ବସା ଚିହ୍ନଟ କରାଯାଇ ହାଚେରିରେ ରଖାଯାଇଛି । କିନ୍ତୁ ଦୁଃଖର କଥା ହେଲା ଯେ ଦୀର୍ଘ ସମୟ ଧରି ସମୁଦ୍ରରେ ଯାତ୍ରା, ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇ ନପାରିବା ଯୋଗୁଁ ବହୁ ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ…

Read More

କଟକ ଏସସିବି ଅଗ୍ନିକାଣ୍ଡର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ବାଳଙ୍କୁ ବିଚାରବିଭାଗୀୟ ତଦନ୍ତ ଦାୟିତ୍ବ ଦିଆଯାଇଛି । ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନାମୁତାବକ ରବିବାର ବିଳମ୍ବିତ ରାତିରେ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗି ୧୨ ଜଣ ରୋଗୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅଘଟଣ ପରେ ଟ୍ରମା ଆଇସିୟୁରୁ ସ୍ଥାନାନ୍ତରିତ ୪ ଗୁରୁତରଙ୍କୁ ପ୍ରଥମେ ନ୍ୟୁ ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯିବା ପରେ ବିଳମ୍ବିତ ସନ୍ଧ୍ୟାରେ ୩ ଜଣଙ୍କୁ ନ୍ୟୁରୋ ସର୍ଜରୀ ଆଇସିୟୁ ଓ ଅନ୍ୟ ଜଣଙ୍କୁ ଅର୍ଥୋପେଡିକ୍ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗଠନ…

Read More

ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି। ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।୧୮ ତାରିଖରେଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିସ୍ଥାନରେ ଝଡ଼ ବର୍ଷା ହୋଇପାରେ ।୧୯ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପକିଛି ସ୍ଥାନରେ ବର୍ଷା ହୋଇପାରେ । ୨୦ ତାରିଖରେ ଉତ୍ତର ଓ ଦକ୍ଷିଣଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀପ୍ରଭାବରୁ ବର୍ଷା ଆଶଙ୍କା ଥିବା ପାଣିପାଗବିଭାଗ ଆକଳନ କରିଛି ।

Read More