ପଖାଳ ! ଓଡ଼ିଆ ଜୀବନରେ ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ଏକ ଭାବନା, ଏକ ପରିଚୟ ଓ ଏକ ଆବେଗ । ପଖାଳକୁ ଓଡ଼ିଆ ଜାତିର ଆତ୍ମାର ସ୍ୱାଦ ମଧ୍ୟ କୁହାଯାଏ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗେ, ଯାହା ଏହାର ସାମ୍ପ୍ରଦାୟିକ ଓ ଧାର୍ମିକ ଗୁରୁତ୍ୱକୁ ଆଉ ବଢ଼ାଇଦିଏ ।ବିଶେଷ କରି ଓଡ଼ିଶାର ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ପଖାଳର ବିକଳ୍ପ ନାହିଁ। ଭାତକୁ ପାଣିରେ ଭିଜାଇ ରଖିବା ଦ୍ୱାରା ହେଉଥିବା ଫେର୍ମେଣ୍ଟେସନ୍ ପ୍ରକ୍ରିୟା ଯୋଗୁଁ ଏଥିରେ ଲାକ୍ଟୋବାସିଲସ୍ ଭଳି ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି, ଯାହା ଆମର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ପଖାଳରେ ପୋଟାସିୟମ୍, ସୋଡିୟମ୍ ଏବଂ କ୍ୟାଲସିୟମ୍ ଭଳି ମିନେରାଲ୍ସର ମାତ୍ରା ବୃଦ୍ଧି ପାଇଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଦେହକୁ ସତେଜ ରଖେ।…
Author: sanitelevision
ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ ସିଧାସଳଖ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ଉତ୍ପାଦନ କେନ୍ଦ୍ର ରହିଛି । କିଛି ଦିନ ପୂର୍ବରୁ ଇସ୍ରାଏଲ, ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ‘ସାଉଥ୍ ପାର୍ସ’ ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନ କାତାରର ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । କାତାରର ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ଭାବେ ନିଆଁ ଲାଗିଯାଇଛି । ଉତ୍ପାଦନ ବନ୍ଦ ହୋଇଯାଇଛି । ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଗ୍ୟାସ୍ କାତାର ଯୋଗାଇଥାଏ । କାତାର ଏହାକୁ ନିଜ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ କହି ଇରାନର ସାମରିକ ଅଧିକାରୀମାନଙ୍କୁ ଦେଶରୁ ବାହାର କରିଦେଇଛି ।ସାଉଦି ଆରବର ରାଜଧାନୀ ରିୟାଦରେ ୧୨ ଗୁରୁତ୍ୱପୂର୍ଣ୍ଣ ଆରବ ଏବଂ ଇସଲାମିକ୍ ଦେଶର ବୈଦେଶିକ ମନ୍ତ୍ରୀମାନେ ଏକ…
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ପାଇଁ ଗୁରୁବାର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ନେଇଛନ୍ତି। ସେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍–୨ ରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଥିଲେ।ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍-୨ ରେ କାର୍ଯ୍ୟରତ ରଶ୍ମୀ ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା। ସୂଚନାମୁତାବକ ଏପ୍ରିଲ ୧ ରୁ ରାଜ୍ୟରେ ଆରମ୍ଭ ହେବ SIR । ଏହା ପୂର୍ବରୁ ଜୋରଦାର ହୋଇଛି ମ୍ୟାପିଂ ପ୍ରକ୍ରିୟା । ୨୦୨୫ ମସିହାର ଭୋଟର ତାଲିକାକୁ ୨୦୦୨ ମସିହାର ଭୋଟର ରୋଲ ସହିତ ମ୍ୟାପିଂ କରି ଭୋଟରଙ୍କ ପରିଚୟ, ନିରନ୍ତରତା ଓ ସତ୍ୟତା ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 90 ପ୍ରତିଶତ ମ୍ୟାପିଂ ଶେଷ ହୋଇଛି । ପ୍ରାୟ ୧୦ ପ୍ରତିଶତ ଭୋଟରଙ୍କ ମ୍ୟାପିଂ କରିବାରେ କିଛି…
ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ କ୍ରସ୍ ଭୋଟିଂ କରିଥିବା ବିଧାୟିକା ସୁବାସିନୀ ଜେନା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ଆମ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଦେଇଛି। ମୁଁ ଗୋଟିଏ ଭୋଟ ସଂତୃପ୍ତ ମିଶ୍ରଙ୍କୁ ଓ ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି। ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍ ଦେଇଥିବା ସୁବାସିନୀ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢ଼େଇ। ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହିଁ।
ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିବାବେଳେ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି। ସୂଚନାମୁତାବକ ଭୁବନ ଥାନା ଅଞ୍ଚଳର କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀ ଜଣଙ୍କ ବୁଧବାର କଲେଜରେ ଗୋଟିଏ ସିଟିଂ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିଥିଲେ । ହେଲେ ଛାତ୍ରୀ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ସାରୁଆଳି ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା l ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛିl ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ…
ଆଜି ହିନ୍ଦୁ ନବବର୍ଷ। ଜାନୁଆରୀ ୧ ନୁହେଁ, ଆମର ନୂତନ ବର୍ଷ ଆରମ୍ଭ ହୁଏ ବିଜ୍ଞାନ ଓ ସଂସ୍କୃତି ସହ । ୨୦୨୬ ନୁହେଁ… ଆମେ ପ୍ରବେଶ କରିଛୁ ୨୦୮୩ ବିକ୍ରମ ସମ୍ବତରେ । ହିନ୍ଦୁ ନବବର୍ଷ କେବଳ ତାରିଖ ନୁହେଁ, ଏହା ହେଉଛି ବିଜ୍ଞାନର ଅଦ୍ଭୁତ ଗଣନା । ବିଶ୍ୱର ସବୁଠାରୁ ସଠିକ କ୍ୟାଲେଣ୍ଡର, ଆମର ବିକ୍ରମ ସମ୍ବତ! ଆଜି ଚୈତ୍ର ଶୁକ୍ଳ ପ୍ରତିପଦା । ଆମ ସମସ୍ତ ହିନ୍ଦୁଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ । ଆଜି ହେଉଛି ସୃଷ୍ଟିର ପ୍ରଥମ ଦିବସ । ପୌରାଣିକ ବିଶ୍ୱାସ ଅନୁସାରେ, ଭଗବାନ ବ୍ରହ୍ମା ଏହି ଦିନ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ କରିଥିଲେ ବୋଲି କୁହାଯାଏ। ଭଗବାନ ରାମଙ୍କ ରାଜ୍ୟାଭିଷେକ ଉତ୍ସବ ମଧ୍ୟ ଏହି ଦିନରେ ହୋଇଥିଲା ବୋଲି ବିଶ୍ଵାସ କରାଯାଏ। ହିନ୍ଦୁ ନବବର୍ଷ କ୍ୟାଲେଣ୍ଡର ଉଜ୍ଜୟିନୀ ନଗରୀରୁ ଆରମ୍ଭ ହୋଇଥିଲା। ଏହି କ୍ୟାଲେଣ୍ଡରକୁ ବିକ୍ରମ ସମ୍ବତ୍ କିମ୍ବା ପଞ୍ଚାଙ୍ଗ…
ଏସସିବି ଅଗ୍ନିକାଣ୍ଡ ଯୋଗୁଁ ରାଜ୍ୟ ରାଜନୀତି ସରଗରମ। ଉଠୁଛି ପଡ଼ୁଛି ବିଧାନସଭା। ବିରୋଧୀଙ୍କ ହଟ୍ଟଗୋଳରେ ଚାଲି ପାରୁନି ଗୃହ। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ମନ୍ତ୍ରୀ ଇସ୍ତଫା ନଦେଲେ ଯାଏଁ ଗୃହ ଚଲାଇ ଦେବେନି ବୋଲି ଚରମବାଣୀ ଶୁଣାଇଛନ୍ତି ବିଜେଡି ସଦସ୍ୟ। ଏହାରି ଭିତରେ ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୁରୁମା ପାଢ଼ୀ। ହେଲେ ବାଚସ୍ପତିଙ୍କ ସମସ୍ତ ଆଲୋଚନା ବିଫଳ ହୋଇଛି। ସର୍ବଦଳୀୟ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତାଫା ଦାବି ଜିଦରେ ଅଟଳ ହୋଇଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ । ଫଳରେ ବୈଠକରେ କୌଣସି ନିଷ୍କର୍ସ ବାହାରିାପରିନାହିଁ।
ଭାଗବତ ସପ୍ତାହରେ ଚାଲିଥିଲା ଭୋଜିଭାତ, ଆଉ ଏପଟେ ଡାଲମାରେ ପଡ଼ିଯାଇଥିଲା ବିଷାକ୍ତ ସାପ, ଆଉ ଏହି ବିଷାକ୍ତ ସାପ ମିଶା ଡାଲମା ଖାଇ ୪୦ ରୁ ଅଧିକ ଲୋକ ଏବେ ମେଡିକାଲରେ ପଡ଼ିଛନ୍ତି ।ସୂଚନା ଥାଉକି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁ୍ୟନିସିପାଲିଟିର ୧୦ ନଂ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏହି ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଚିକିତ୍ସା ହୋଇଛନ୍ତି ।
Common PG Entrance Test (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସୟସୀମା ଅନୁସାରେ, CPET ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୮ ତାରିଖ ଶେଷ ତାରିଖ ରହିଥିଲା। କିନ୍ତୁ, ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବେଦନର ସମୟସୀମାକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୨ ତାରିଖ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର Common Application Form (CAF) ପୂରଣ କରିପାରିବେ।ସୂଚନାଯୋଗ୍ୟ ଯେ, ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ Common PG Entrance Test (CPET) ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ। CPET ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ…
ଏସସିବି ମେଡିକାଲ ପରିଚାଳନାର ଉତ୍ତର ଦାୟିତ୍ୱ କାହାର ? ଏ ପ୍ରଶ୍ନ କରିଛନ୍ତି ନବ ନିର୍ବାଚିତ ସାଂସଦ ଡଃ ସଂତୃପ୍ତ ମିଶ୍ର । ସେ କହିଛନ୍ତି କେବଳ କିଛି ତଳିଆ କର୍ମଚାରୀ ଅବା ଅଧିକାରୀଙ୍କୁ ସସ୍ପେଣ୍ଡ କରି ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ପାରିବେ ନାହିଁ | ବିଧାନସଭାରେ ବିଜେଡି ସରକାରଙ୍କୁ ଘେରିବା ପରେ ସରକାର ଏଭଳି ତରବରିଆ ପଦକ୍ଷେପ ନେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ କିମ୍ବା ଏସସିବି ଅଧିକ୍ଷକ କାହିଁକି ଉତ୍ତରଦାୟୀ ହେବେନାହିଁ ବୋଲି ସଂତୃପ୍ତ ପ୍ରଶ୍ନ କରିଛନ୍ତି। SCB ପରିଚାଳନା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଉ। ସମ୍ପୂର୍ଣ୍ଣ ମେଡିକାଲର ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସମସ୍ତ ଅନୁସଙ୍ଗିକ କାର୍ଯ୍ୟକୁ ନିଷ୍ଠାର ସହିତ କରାଯାଉ ବୋଲି କହିଛନ୍ତି ସାଂସଦ ସଂତୃପ୍ତ ମିଶ୍ର। ସୂଚନାମୁତାବକ ଅଗ୍ନି ଦୁର୍ଘଟଣାର 2 ଦିନ ପରେ କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି…









