ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ।ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ । ଘର ଆଗରେ ବାଣ ଫୁଟାଇ ପାଟିତୁଣ୍ଡ କରିଥିଲେ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତାପ ଜେନା ବର୍ଷିଛନ୍ତି। ସେ କହିଛନ୍ତି ଯେ, ରାଜଧାନୀରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି। ମୁଁ ଜଣେ ପୂର୍ବତନ ବିଧାୟକ, ମନ୍ତ୍ରୀ ହୋଇ ମୋ ଘର ଉପରେ ଆକ୍ରମଣ ହେଉଛି। ଖୋଦ ହାର୍ଟ ଅଫ ଦ ସିଟିରେ ଏଭଳି ଘଟଣା ଘଟୁଛି। ତେବେ ସାଧାରଣ ଲୋକ ଏଠି କେତେ ସୁରକ୍ଷିତ? ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ…
Author: sanitelevision
ଆଜିଠୁ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଆଜି ଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍। ଓଡ଼ିଶା ପରିବହନ ବିଭାଗ ଏବଂ ପୁଲିସ ମିଳିତ ଭାବେ ଏହି ସ୍ପେଶାଲ ଡ୍ରାଇଭ୍ କରିବେ।ଓଭରସ୍ପିଡିଂ, ଡ୍ରଙ୍କ ଆଣ୍ଡ ଡ୍ରାଇଭ, ହେଲମେଟ୍ ନ ପିନ୍ଧିବା, ଓଭରଲୋଡିଂ ଡ୍ରାଇଭିଂ ଲାଇସେନ୍ସ, RC, PUC କାଗଜପତ୍ର ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଭିଯାନ ରାଜ୍ୟର ସମସ୍ତ ଆରଟିଓ ଓ ପୋଲିସ ସହଯୋଗରେ ଚାଲିବ। ଯଦି ଆପଣ ଗାଡ଼ି ଚଳାଉଛନ୍ତି, ତେବେ ସମସ୍ତ କାଗଜପତ୍ର ଠିକ୍ ରଖନ୍ତୁ, ହେଲମେଟ୍/ସିଟ୍ ବେଲ୍ଟ୍ ବ୍ୟବହାର କରନ୍ତୁ ଓ ନିୟମ ମାନନ୍ତୁ ନହେଲେ ଜରିମାନା ଲାଗିପାରେ।କେବଳ କଡ଼ାକଡ଼ି ଚେକିଂ ନୁହେଁ ସଡ଼କ ସୁରକ୍ଷା ନିୟମ ପାଳନ କରାଇବା ଓ ଜନସଚେତନତା କରାଯିବ।
ପଖାଳ କେବଳ ଏକ ଆହାର ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା।ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ‘ପଖାଳ’ର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସରେ ରାଜ୍ୟସ୍ତରୀୟ ‘ପଖାଳ ପରବ’ ହୋଇଯାଇଛି। କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮୫୦ କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୪ କିଲୋଗ୍ରାମର ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା ଓ ଏହା ଗିନିଜ ୱାର୍ଲ୍ଡ ରେକର୍ଡ ହାସଲ କରିଛି।ବିଭାଗ ପକ୍ଷରୁ କୁହାଯାଇଛି, ଏହି ଅସାଧାରଣ କୃତି କେବଳ ଓଡ଼ିଶାର ସମୃଦ୍ଧ ରନ୍ଧନ ଶୈଳୀ ଓ ପରମ୍ପରାକୁ ସମ୍ମାନିତ କରୁନାହିଁ, ବରଂ ଓଡ଼ିଆ ସଂସ୍କୃତି ଓ ଦୈନନ୍ଦିନ ଜୀବନ ସହ ଜଡ଼ିତ ଆମର ପ୍ରିୟ ‘ପଖାଳ’କୁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି। ଏହି ସଫଳତା ଓଡ଼ିଶାର ଦେଶୀ ଖାଦ୍ୟ ପରମ୍ପରାକୁ ବିଶ୍ୱ ମାନଚିତ୍ରରେ ଏକ…
ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଆନ୍ଧ୍ର ଉପକୂଳ ଓ ପାଶ୍ୱବର୍ତ୍ତୀ ୟାନମ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ଏବଂ କୁଆପଥର ମାଡ଼ ହୋଇପାରେ। ଏପରିକି ସ୍ଥାନେ ସ୍ଥାନେ ପବନର ବେଗ ୫୦-୬୦ କିମି ପର୍ଯ୍ୟନ୍ତ ରହିପାରେ । କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ବର୍ଷା, ଘଡ଼ଘଡ଼ି ସହ ୩୦-୪୦ କିମି ପବନ ଆଶଙ୍କା ନେଇ ସତର୍କ…
ଆଜି ପବିତ୍ର ଇଦ୍-ଉଲ୍-ଫିତର୍। ମୁସଲମାନଙ୍କ ବଡ଼ ପର୍ବ ଇଦ୍। ସାରା ରାଜ୍ୟରେ ପାଳନ ହେଉଛି ଇଦ୍। ଏନେଇ ଚଳ ଚଞ୍ଚଳ ସମସ୍ତ ମସଜିଦ୍। ମସଜିଦ୍ରେ ସମୂହ ନମାଜ ପାଠ ଚାଲିଛି । ମାସେ ଧରି ରମଜାନ ପାଳନ ପରେ ତ୍ୟାଗର ଏହି ପର୍ବ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ମସଜିଦରେ ଇଦ୍ ପାଳନ କରାଯାଉଛି। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ। ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି। ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର…
ରାଜ୍ୟସଭା ନିର୍ବାଚନରେ ୬ ବିଜେଡି ବିଧାୟକ କ୍ରସ ଭୋଟିଂ କରିଥିଲେ। ଦଳୀୟ ହ୍ବିପ୍ ନମାନି ଏହି ବିଧାୟକମାନେ କ୍ରସ ଭୋଟିଂ କରଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ବିଜେଡି। ଏମିତିରେ ସୋ କଜ୍ ନୋଟିସ ଜାରି କରିଥିଲା ଦଳ। ଯାହାର ଉତ୍ତର ରଖିଛନ୍ତି ବିଧାୟକ। ତେବେ କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି ସେ କହିଛନ୍ତି। ଆଇନ କଣ ଏକା ସେମାନଙ୍କ ପାଇଁ, ଆଇନର ଆଶ୍ରୟ ନିଅନ୍ତୁ ବୋଲି ସିଏ କହିଛନ୍ତି। ସତ ଲେଖୁନାହାନ୍ତି, କାହିଁକି ଭୋଟ ଦେଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସେ କହିଛନ୍ତି, ଦଳ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସ୍ୱଚ୍ଛ ହେବ।ସେ ଆହୁରି କହିଛନ୍ତି ‘‘ଏବେ ସେମାନେ ବିବେକ କଥା କହୁଛନ୍ତି ।ଦଳ ଟିକେଟ ନେଲା ବେଳେ କାହିଁକି ବିବେକ ନଥିଲା।’’ ତେବେ…
ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିୟମିତ ହେଲେ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ । ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ ।ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି । ତେବେ, ସେମାନେ ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ । ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ ।
ମହାରାଷ୍ଟ୍ରର ନାସିକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ ସହ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଖ୍ୟାତନାମା ଜ୍ୟୋତିଷଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମ ଅଶୋକ ଖରାତ (୬୭) ବୋଲି ଜଣାପଡିଛି। ପୋଲିସ କହିଛି ଯେ ପୀଡିତା ପ୍ରଥମେ ୨୦୧୯ ମସିହାରେ ଜଣେ ସମ୍ପର୍କୀୟଙ୍କ ସହିତ ଅଶୋକଙ୍କ ଆଶ୍ରମକୁ ତାଙ୍କ ବିବାହ ସମ୍ପର୍କରେ ପରାମର୍ଶ ନେବାକୁ ଯାଇଥିଲେ। କିନ୍ତୁ, କୋଭିଡ-୧୯ ମହାମାରୀ ଯୋଗୁ, କିଛି ସମୟ ପାଇଁ ତାଙ୍କ ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ୨୦୨୨ ମସିହାରେ, ଯେତେବେଳେ ମହିଳାଙ୍କ ବିବାହ ସ୍ଥିର ହୋଇଥିଲା, ସେ ପୁଣି ଥରେ ତାଙ୍କ ସମ୍ଭାବ୍ୟ ଜୀବନସାଥୀଙ୍କ ସମ୍ପର୍କରେ ମାର୍ଗଦର୍ଶନ ପାଇଁ ଜ୍ୟୋତିଷଙ୍କ ସହିତ ଯୋଗାଯୋଗ କରିଥିଲେ। ଏହି ସମୟରେ ପୀଡିତା ଅଶୋକଙ୍କ ଫାଶରେ ପଡ଼ିବାକୁ ଲାଗିଲେ।ବିଶେଷକରି, ଅଭିଯୁକ୍ତ ତାଙ୍କୁ ଏକ ଲକେଟ ଦେଇଥିଲେ ଏବଂ ଏହାକୁ କେବେବି ନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ, ସେ ମହିଳାଙ୍କୁ…
ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣୀ କହଁର । ସେମାନେ ଉତ୍ତରରେ ଲେଖିଛନ୍ତି କି, ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ ନୋଟିସ ଜାରି କରିଛି, ଏହା ବେଆଇନ ଓ ଦଳୀୟ ନେତୃତ୍ୱଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ କହିଛନ୍ତି । ଏହାସହ ସେମାନେ କହିଛନ୍ତି କି, ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଦଳର ନେତୃତ୍ୱ ସୀମା ଅତିକ୍ରମ କରିଛନ୍ତି । ଏହାସହ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ନେତୃତବ ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରିଛି ଦଳ । ୩ ବିଧାୟକ କହିଛନ୍ତି, ଆମେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜର ଗସ୍ତ ସମୟରେ ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି । ଆଜି ସକାଳେ ରାଷ୍ଟ୍ରପତି ‘ଶ୍ରୀ ହିତ ରାଧା କେଳି କୁଞ୍ଜ ଆଶ୍ରମ’ରେ ପହଞ୍ଚିଥିଲେ, ଯେଉଁଠାରେ ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବା ସହ ତାଙ୍କ ସହ ଆଲୋଚନା କରିଥିଲେ ।ସୂଚନାନୁଯାୟୀ, ଦୁଇ ଜଣ ଏକାନ୍ତରେ ବସି ଆଧ୍ୟତ୍ମିକତା, ସେବା ଏବଂ ଜନ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପ୍ରେମାନନ୍ଦ ମହାରାଜଙ୍କ ସରଳ ଜୀବନଯାପନ ଏବଂ ତାଙ୍କର ଆଧ୍ୟାତ୍ମିକ ଉପଦେଶ ପ୍ରତି ସମ୍ମାନ ପ୍ରକାଶ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ହୋଇଥିବା ସାକ୍ଷାତକାର ସମୟ ଆଶ୍ରମରେ ଭକ୍ତିମୟ ବାତାବରଣ ସୃଷ୍ଟି କରିଥିଲା । ଗତକାଲି ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରି ଦ୍ରୌପଦୀ ମୁର୍ମୁ ମଥୁରାରେ ପହଞ୍ଚିଥିଲେ ।ମାର୍ଚ୍ଚ ୨୧ ତାରିଖରେ ଗୋବର୍ଦ୍ଧନର ଦଙ୍ଗଘାଟି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେ ସାତ ମାଇଲର ପାରମ୍ପରିକ ଗୋବର୍ଦ୍ଧନ ପରିକ୍ରମା…









