Author: sanitelevision

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୭୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୬୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୧,୭୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୦,୦୦୦ ଟଙ୍କା ହୋଇଛି ।ବିଶେଷଜ୍ଞଙ୍କ ମତରେ, ସୁନା ଏବେ କିଣିବା ପାଇଁ ସଠିକ ସମୟ ନୁହେଁ। ଆଗାମୀ ଏପ୍ରିଲ ମାସ ସୁଦ୍ଧା ଦର ଆହୁରି କମିପାରେ। ଅନ୍ତର୍ଜାତୀୟ ବଜାରରେ ସୁନା ୫୦୦୦ ଡଲାରରୁ ଖସି ୪୭୦୦ ଡଲାରକୁ ଆସିପାରେ। ଏହି ସ୍ଥିତିରେ ଭାରତୀୟ ବଜାରରେ ସୁନା ୧.୪୫ ଲକ୍ଷ ଟଙ୍କା ଏବଂ ରୁପା ୨.୩୫ ଲକ୍ଷ ଟଙ୍କାକୁ ଖସି ଆସିବାର ସମ୍ଭାବନା ରହିଛି।

Read More

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ।୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍ ଖାତା ଦେଖାଯାଉଛି । ତେବେ ମାଟ୍ରିକ୍ ଖାତାଦେଖାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ସ୍ପଷ୍ଟ ଉତ୍ତର । ମନ୍ତ୍ରୀ କହିଛନ୍ତି ମାଟ୍ରିକ ପରୀକ୍ଷା ଯେମିତି ସୁରୁଖୁରୁରେ ସରିଛି । ସେମିତି ମାଟ୍ରିକ୍ ମୂଲ୍ୟାୟନ ମଧ୍ୟ ସଠିକ ସମୟରେ ସୁରୁଖୁରୁରେ ସରିବ । ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଠିକ ସମୟରେ ରେଜଲ୍ଟ ବାହାରିବା ଯେମିତି ପିଲାମାନେ ଯୁକ୍ତ ଦୁଇରେ ସଠିକ ସମୟରେ ନାମ ଲେଖାଇପାରିବେ ସେ ନେଇ ଧ୍ୟାନ ଦିଆଯାଉଛି ।

Read More

ଇରାନର ସର୍ବବୃହତ ଦକ୍ଷିଣ ପାର୍ସ ଗ୍ୟାସ୍ ଫିଲ୍ଡ ଉପରେ ସମ୍ପ୍ରତି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଏହି ଆକ୍ରମଣରେ ସାମିଲ ନଥିଲା। ଏପରି କହି ଟ୍ରମ୍ପ ଆକ୍ରମଣରୁ ନିଜକୁ ଅଲଗା କରି ଦୂରେଇ ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ତେହେରାନ କତାରର ତରଳ ପ୍ରାକୃତିକ ଗ୍ୟାସ (LNG) ଭିତ୍ତିଭୂମି ଉପରେ ଆହୁରି ଆକ୍ରମଣ କରେ, ତେବେ ୱାଶିଂଟନ୍ ଦକ୍ଷିଣ ପାର୍ସ ଗ୍ୟାସ କ୍ଷେତ୍ର ଉପରେ ବ୍ୟାପକ ଆକ୍ରମଣ କରିପାରେ। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ସେ ଏପରି ଧ୍ୱଂସକୁ ଅନୁମତି ଦେବାକୁ ଚାହାଁନ୍ତି ନାହିଁ, କିନ୍ତୁ ଯଦି କତାରର LNG ସୁବିଧାଗୁଡ଼ିକୁ ପୁଣି ଟାର୍ଗେଟ କରାଯାଏ ତେବେ ଆମେରିକା ଏକୁଟିଆ କିମ୍ବା ଇସ୍ରାଏଲ ସମର୍ଥନରେ ଦକ୍ଷିଣ ପାର୍ସ ଗ୍ୟାସ୍ କ୍ଷେତ୍ରକୁ ପୂର୍ଣ୍ଣ…

Read More

ଏମ୍ସ ପ୍ଲସ ଢାଞ୍ଚାରେ ନିର୍ମାଣ ହେଉଥିବା ଏସସିବି ସମ୍ପ୍ରସାରଣ କାର୍ଯ୍ୟ ବୁଲି ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତବର୍ଷ ଜୁନ ୩୦ ସୁଦ୍ଧା ଏହି କୋଠା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଚଳିତ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ଏସସିବିର ନୂଆ କ୍ଲିନିକାଲ ଓ ହଷ୍ଟେଲ ବିଲ୍ଡିଂ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ସରକାର ଦାୟିତ୍ୱ ହସ୍ତଗତ କରିବା ପରେ ଏମ୍ସ ପ୍ଲସ ଏସସିବିର ନିର୍ମାଣ ନେଇ ଭୁବନେଶ୍ୱରରେ ବାରମ୍ବାର ବୈଠକ ଡ଼କାଯାଇ ଏହାର ରୂପରେଖ ସମ୍ବନ୍ଧରେ ସମୀକ୍ଷା ବୈଠକ କରାଯାଉଥିଲା । ହଷ୍ଟେଲ କାର୍ଯ୍ୟ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଶେଷ ହେବ । ବର୍ତ୍ତମାନ ସୁଦ୍ଧା କ୍ଲିନିକାଲ ବିଲ୍ଡିଂ ଶେଷ ପର୍ଯ୍ୟାୟରେ ପହଁଚିଛି । ଚିକିତ୍ସା ସମ୍ବନ୍ଧୀୟ ସାମଗ୍ରୀ ବିଲ୍ଡିଂରେ ରହିବା ପରେ ତାହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମନ୍ତ୍ରୀ ।ଏସସିବି ନୂଆ ବିଲ୍ଡିଂ ନିର୍ମାଣ ପରେ ପୁରୁଣା ବିଲ୍ଡିଂ ଗୁଡିକର…

Read More

ଚୀନ ଅଭିମୁଖେ ଯାତ୍ରା କରୁଥିବା ରୁଷ୍‌ର ଏକ ତୈଳ ବୋଝେଇ ଦକ୍ଷିଣ ଚୀନ ସାଗରରେ ହଠାତ୍‌ ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ମୁହାଁଇଥିବା ଜଣାପଡିଛି। ଏହି ଟ୍ୟାଙ୍କରଟି ଆସନ୍ତା ୨୧ରେ କର୍ଣ୍ଣାଟକର ମାଙ୍ଗାଲୋର ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି।ଏହି ସିପ୍‌ରେ ‘ୟୁରାଲ’ ତୈଳ ଆସୁଛି । ଯାହାକି ଜାନୁଆରୀ ଶେଷରେ ବାଲଟିକ୍ ବନ୍ଦରରୁ ବାହାରିଥିଲା । ଚୀନର ରିଜହାଓ ପହଞ୍ଚିବାର ଥିଲା ।ଏହା ଚୀନ୍‌ର ରିଜ୍‌ହାଓ ବନ୍ଦରରେ ତୈଳ ଅନଲୋଡ କରିବା କଥା। ତେବେ ଭାରତ ରୁଷ୍‌ରୁ ତେଲ କିଣିପାରିବ ବୋଲି ଆମେରିକା ସବୁଜ ସଙ୍କେତ ଦେବା ପରେ ଟ୍ୟାଙ୍କରଟି ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ଯାତ୍ରା କରୁଛି।ଇରାନ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି । ହର୍ମୁଜ ପ୍ରଣାଳୀ ଦେଇ କାର୍ଗୋ ସିପ୍ ଆସିପାରୁ ନାହିଁ । ଭାରତର ରିଫାଇନାରୀ ଗୁଡ଼ିକ ଋଷଠାରୁ ସପ୍ତାହକୁ ପ୍ରାୟ ୩୦ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ କିଣୁଛନ୍ତି ।ସୁଏଜମ୍ୟାକ୍ସ…

Read More

ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୧ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ ।ଖାତା ଦେଖା ସର୍ବନିମ୍ନ ଦଶ ଦିନ ଲାଗିପାରେ। ଏଥିପାଇଁ ବୋର୍ଡ ତରଫରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି। କିନ୍ତୁ ବୋର୍ଡର ଅଜବ ନିୟମ ଇଦୁଲ ଫିତର ଓ ରାମ ନବମୀରେ ସବୁ ଛୁଟି ରହୁଥିଲେ ହେଁ ଦଶମ ଶ୍ରେଣୀ ଖାତା ଦେଖା ଚାଲିବ। ଆସନ୍ତା ୨୧ ତାରିଖରେ ମୁସଲମାନ ସମ୍ପ୍ରଦାୟଙ୍କର…

Read More

ଓଡ଼ିଶା ପୋଲିସର କନଷ୍ଟେବଳ ରଶ୍ମିତା ସାହୁ ଜଣେ ସଫଳ କ୍ରୀଡ଼ାବିତ୍ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଏସିଆନ୍ ଗେମ୍ସରେ ଦେଶ ପାଇଁ ପଦକ ଜିତିବା ଲକ୍ଷ୍ୟରେ ସେ ଉତ୍ତରାଖଣ୍ଡର ଟିହରି ପାହାଡ଼ି ଅଞ୍ଚଳରେ ଦିନରାତି କଠିନ ଅଭ୍ୟାସ ଜାରି ରଖିଛନ୍ତି । ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଛନ୍ତି ।କଟକ ଚୌଦ୍ବାରର ଏକ ଅଭାବୀ ପରିବାରରେ ଜନ୍ମିତ ରଶ୍ମିତାଙ୍କ ପିଲାଦିନ ସୁଖମୟ ନଥିଲା। ବାପା ଜଣେ ମତ୍ସ୍ୟଜୀବୀ, ନଦୀରୁ ମାଛ ମାରି ଯାହା ମିଳେ ସେଥିରେ ପରିବାର ଚଳେ। ୨୦୧୧ରେ ବାପାଙ୍କ ଦୁର୍ଘଟଣା ଏବଂ ପରେ ମାଆଙ୍କୁ ହରାଇବା ରଶ୍ମିତାଙ୍କ ପାଇଁ ବଡ଼ ଝଟକା ଥିଲା। କିନ୍ତୁ ସେହିଦିନ ଭାଗ୍ୟ ବଦଳିଲା, ଯେଉଁଦିନ ସେ ନଦୀରେ ପହଁରୁଥିବା ବେଳେ ଏକ କାନୋଇଂ ବୋଟ୍ ଦେଖିଲେ। ସେବେଠାରୁ ପାଣି ସହ ତାଙ୍କର ନିବିଡ଼ ସମ୍ପର୍କ ଆରମ୍ଭ…

Read More

କ୍ରସ ଭୋଟିଂ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ରମେଶ ଜେନା । ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା, ପ୍ରତିଶୋଧ ନେଇଛି । ମୋ ପ୍ରତି, ପରିବାର ପ୍ରତି ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ । ସୁଯୋଗକୁ ଅପେକ୍ଷା କରିଥିଲି , ପ୍ରତିଶୋଧ ନେଲି । ମୋ ମାଆ ବାପଙ୍କ ସ୍ୱାଭିମାନ ଓ ସମ୍ମାନ ପାଇଁ ଭୋଟ ଦେଲିନି । ପ୍ରଥମ ରାଗ ବିଜେଡି ଓ ଦ୍ୱିତୀୟ ରାଗ କଂଗ୍ରେସ ଉପରେ ଥିଲା। ପ୍ରତିଶୋଧ ନେବାକୁ ଦିଲୀପ ରାୟଙ୍କୁ ଭୋଟ ଦେଲି ବୋଲି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରମେଶ ଜେନା।ସେ କହିଛନ୍ତି, ଗଞ୍ଜାମ ବାଘ ଘାସ ଖାଏ ନାହିଁ। ରାଜ୍ୟ ରାଜନୀତିରେ ପିସିସି ସଭାପତି ଭକ୍ତ ଦାସଙ୍କର କିଛି ଅଭିଜ୍ଞତା ନାହିଁ। ଖାଲି ପଦବୀ ମାଡ଼ି ବସିଛନ୍ତି। ଭକ୍ତ ଦାସ ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛନ୍ତି। କଂଗ୍ରେସକୁ ବୁଡ଼େଇ ଦେବେ। ସମସ୍ତଙ୍କ ମତ ନେଉ ନାହାନ୍ତି।…

Read More

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ଅଗ୍ରଗତି ନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଞ୍ଚଳ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ଦେଖିବା ସହ ବାକିଥିବା କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ୬ଟି ଟାୱାରବିଶିଷ୍ଟ ଏହି ଆବାସିକ କମ୍ପ୍ଲେକ୍ସରେ ମୋଟ ୩୦୦ଟି ଫ୍ଲାଟ ରହିଛି । ସେଥି ମଧ୍ୟରୁ ୧୦୫ଟି ଟାଇପ୍‌ ୭ ଫ୍ଲାଟ୍‌ ରହିଥିବାବେଳେ ୧୯୫ଟି ଟାଇପ୍‌ ୬ ଫ୍ଲାଟ୍‌ର ବ୍ୟବସ୍ଥା ରହିଛି । କମ୍ପ୍ଲେକ୍ସରେ ୧୩୦ ଜଣ ବିଧାୟକ ଏବଂ ୧୭୦ ଜଣ ବରିଷ୍ଠ ଅଧିକାରୀ ରହିବା ଭଳି ବ୍ୟବସ୍ଥା ରହିବ । ଏଥି ସହିତ ପରିସରରେ ସ୍ୱରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏବଂ ଭୂତଳ ଜଳ…

Read More

ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି।ହେରାନରେ ମେଡିକାଲ ଉପକରଣ ପହଞ୍ଚିଥିବା ନେଇ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ଭାରତରେ ଥିବା ଇରାନ୍ ଦୂତାବାସ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛି । ଭାରତୀୟଙ୍କୁ ସାଧୁବାଦ ଜଣାଇଛି ଇରାନ୍ । ନୂଆଦିଲ୍ଲୀ ପଠାଇଥିବା ମେଡିକାଲ ସହାୟତା ଦେଶର ରେଡ୍ କ୍ରେସେଣ୍ଟ ସୋସାଇଟ୍ ଗ୍ରହଣ କରିଥିବା ନେଇ ଇରାନ ଦୂତାବାସ ସ୍ପଷ୍ଟ କରିଛି । ଭାରତର ଲୋକମାନେ ଦୟାଳୁ ବୋଲି ଟ୍ବିଟ୍ କରି କହିଛି ଇରାନ ଦୂତାବାସ ।ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତ’ହାଲି ଦିଲ୍ଲୀ ଏବଂ ତେହେରାନ ମଧ୍ୟରେ ସମ୍ପର୍କକୁ “ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଛନ୍ତି, ଇରାନ ଭାରତକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବରେ ମାନନ୍ତି ବୋଲି ଗୁରୁତ୍ୱାରୋପ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ସାଧାରଣ ସ୍ୱାର୍ଥ ବହନ କରନ୍ତି; ଫଳସୱରୂପ, ଉଭୟ…

Read More