କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ଯେ, ଲୋକମାନେ ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍ ପାଇଁ କେତେ ବ୍ୟାକୁଳ ।ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ବସ୍ତା ଭିତରେ ଭର୍ତ୍ତି କରି କୋରିଅର ଅଫିସକୁ ନେଇ ଯେତେବେଳେ ମାଙ୍ଗାଲୁରୁକୁ ପାର୍ସଲ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ସେ ହେଉଛନ୍ତି ପୁଣି ମହିଳାଙ୍କ ବାପା।ତେବେ ଉଗାଦି ଏବଂ ଇଦ୍-ଉଲ୍-ଫିତର ପୂର୍ବରୁ ବସ୍ ଭଡ଼ା ବୃଦ୍ଧି ବିରୋଧରେ ପ୍ରତିବାଦ କରିବା ପାଇଁ ଏକ ପରିବାର ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନାମୁତାବକ, ମଙ୍ଗଳବାର ସନ୍ଧ୍ୟାରେ, ପରିବାର ଭୟାଲିକାଭଲ ପୋଲିସ ଷ୍ଟେସନ ସୀମା ମଧ୍ୟରେ ଅବସ୍ଥିତ ଏକ ଘରୋଇ କୋରିଅର ସେବା କେନ୍ଦ୍ରରେ ପହଞ୍ଚି କହିଥିଲେ ଯେ ସେମାନେ ଘରୋଇ ଏବଂ ସରକାରୀ ବସ୍ ଉଭୟର ବର୍ଦ୍ଧିତ ଭଡ଼ା ବିଷୟରେ ଜନସଚେତନତା ବୃଦ୍ଧି କରିବା ପାଇଁ…
Author: sanitelevision
ବାଲେଶ୍ଵର ପରିବାର ଅଦାଲତ ନିକଟରେ ହାଇଡ୍ରାମା । କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କରିଦେଲା ନିର୍ଦ୍ଦୟ ସ୍ୱାମୀ । ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ ମାଡ଼ ଖାଇ ମେଡିକାଲ ଯାଇଛନ୍ତି ସ୍ତ୍ରୀ। ଅନ୍ୟପକ୍ଷରେ ସ୍ବାମୀଙ୍କୁ ସହଦେବଖୁଣ୍ଟା ଥାନା ପୋଲିସ ଉଠାଇ ନେଇଛି। ସୂଚନାମୁତାବକ ସ୍ୱାମୀ ପ୍ରତାପ ଜେନା ସ୍ତ୍ରୀ ଅନୀମା ଜେନାଙ୍କୁ ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ଅନିମା ପରିବାର ଅଦାଲତର ଆଶ୍ରୟ ନେଇଥିଲେ। ଆଜି କୋର୍ଟରେ ପ୍ରତାପଙ୍କ ସହ ଅନିମାଙ୍କ କୋର୍ଟ ପରିସରରେ ଯୁକ୍ତିତର୍କ ହୋଇଥିଲା। ପ୍ରତାପଙ୍କ ମାଡ଼ରେ ଅନିମାଙ୍କ ଦୁଇ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଭାବେ ଅନିମାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିବା ବେଳେ ସହଦେବ ଖୁଣ୍ଟା ଥାନା ପୁଲିସ ପ୍ରତାପଙ୍କୁ ଅଟକ ରଖିଛି । ଅନିମା ଓ ପ୍ରତାପଙ୍କ ଦୁଇଟି ପୁଅ…
ପପିଲି ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ଜିଅନ୍ତା ଜଳିଗଲେ ଜଣେ ମହିଳା । କିରୋସିନି ନିଆଁରେ ପୋଡି ହୋଇ ମହିଳା ଜଣକ ଜୀବନ ହାରିଥିବା କୁହାଯାଉଛି । ସୂଚନା ପାଇ ପିପିଲି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ପାରିପାର୍ଶ୍ଵିକ ସ୍ଥିତିରୁ ନିଜେ ପୋଡି ହୋଇ ମରିଥିବା କହିଛନ୍ତି । ତେବେ ମହିଳା ଜଣଙ୍କ କେଉଁ କାରଣରୁ ନିଜେ ଜାଳି ହୋଇ ମରିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ ଚାପ, ନା ଅନ୍ୟ କୌଣସି କାରଣ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ ପିପିଲି ବଳଙ୍ଗାରେ ନିଆଁ ଲାଗି ଗୋଟିଏ ଝିଅର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଥିଲା ।
ଅପ୍କମିଙ୍ଗ ବଲିଉଡ୍ ଫିଲ୍ମ ‘କେଡି: ଦ ଡେଭିଲ୍’ର ଗୀତ ‘ସର୍କେ ଚୁନର୍ ତେରୀ ସର୍କେ’କୁ ନେଇ ବିବାଦ ତେଜିଛି । ଗୀତରେ ନୋରା ଫତେହି ଓ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି । ବ୍ୟାପକ ବିରୋଧ ଓ ସମାଲୋଚନା ପରେ ନିର୍ମାତା ଏହାର ହିନ୍ଦୀ ଭର୍ସନକୁ YouTubeରୁ ଆନୁଷ୍ଠାନିକ ଭାବେ ହଟାଇ ଦେଇଛନ୍ତି ।କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏପର୍ଯ୍ୟନ୍ତ ସୁଦ୍ଧା ମଧ୍ୟ ଏହି ଗୀତଟି ଅନ୍ୟାନ୍ୟ ଭାଷାରେ ଶୁଣିବାକୁ ମିଳୁଛି । ଏହାର ତାଲିମ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଭାଷାରେ ଏବେ ବି YouTubeରେ ଶୁଣିବାକୁ ମିଳୁଛି । ଗୀତରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ବ୍ୟତୀତ ଜାତୀୟ ମାନବାଧିକାର କମିଶନ(NHRC) ଗୀତର ଅଶ୍ଳୀଳତାକୁ ନେଇ ଏକ ନୋଟିସ୍ ଜାରି କରିଛନ୍ତି ।ରିପୋର୍ଟ ଅନୁସାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏ ମାମଲାରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)କୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ…
ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ । ‘ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ’ । ମୋ ଭାଇ ଭଉଣୀ ମୋତେ ଆନନ୍ଦ ଭବନ ଦାନ କରିଛନ୍ତି। ବେକ ଅପରେସନ ପାଇଁ ବମ୍ବେ ଦିଲ୍ଲୀ ଯାଇଥିଲି। ଓକିଲ ଏବଂ ଚଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଦେଖାସାକ୍ଷାତ କରିଥିଲି। ତାପରେ ଟ୍ରଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଗୁରୁତର ବେକ ଅପରେସନ ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ପାଇଁ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମୋ ଫଣ୍ଡରୁ ୧ ଲକ୍ଷ ଟଙ୍କା ଦେଇଥିଲି। ଏହି ଫଣ୍ଡରେ ବିଜେଡି କିମ୍ବା ଅନ୍ୟ କିଛି ଫଣ୍ଡ ନାହିଁ। ପୁଣି ଥରେ ଏହାକୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଗଣମାଧ୍ୟମ ନେଗେଟିଭ ଷ୍ଟୋରୀ କରୁଛି।
ବିଜେବି କଲେଜ ହଷ୍ଟେଲରେ ଛାତ୍ର ଗଣ୍ଡଗୋଳ ଘଟଣାରେ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ରେସିଡେନ୍ସି କମିଟି ବୈଠକ ସରିବା ପରେ ଏନେଇ ସୂଚନା ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ । ଗଠନ ହୋଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ୨୪ ଘଣ୍ଟା ଭିତରେ କଲେଜ ଅଧ୍ୟକ୍ଷକଙ୍କୁ ରିପୋର୍ଟ ଦେବ । ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଫେରୱାଲ୍ ପାର୍ଟିରେ DJ ବଜାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏବେ ପରିସ୍ଥିତି ଶାନ୍ତ ଅଛି । ପ୍ରଥମେ ବୁଝାସୁଝା କରାଯାଇଥିଲା । ପରେ ପୁଣି ହଠାତ୍ ଘଟଣା ଘଟିଲା । ଆହତ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଆକ୍ରମଣ ସମୟର ସିସିଟିଭି ଫୁଟେଜ ପୁଲିସକୁ ଦିଆଯିବ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ । ଫେୟାରୱେଲ୍ ଉତ୍ସବରେ ମ୍ୟୁଜିକ୍ ବନ୍ଦକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ଭୟଙ୍କର ରୂପ ନେଇଥିଲା । ଘଟଣାସ୍ଥଳରେ ପୁଲିସ ମୁତୟନ…
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ଅର୍ଥାତ୍ ସିଟ୍ ଚୟନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହା ବ୍ୟତୀତ, ଏକାଠି ଟିକେଟ୍ ବୁକ୍ କରୁଥିବା ପରିବାରଗୁଡ଼ିକ ବିମାନରେ ପରସ୍ପର ପାଖରେ ବସିପାରିବେ । ବିମାନ ବିଳମ୍ବ କିମ୍ବା ବାତିଲ ହେଲେ ମଧ୍ୟ ବିମାନ କମ୍ପାନୀଗୁଡ଼ିକୁ ମନଇଚ୍ଛା କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ । ସରକାର ବଡ଼ ପରିବର୍ତ୍ତନ କରି ଏହି ନିୟମ ଲାଗୁ କରିଛନ୍ତି । ଯାତ୍ରୀମାନଙ୍କୁ ଶୋଷଣରୁ ରକ୍ଷା କରିବା ଏବଂ ସେମାନଙ୍କ ଯାତ୍ରାକୁ ଅଧିକ ଆରାମଦାୟକ କରିବା ଏହି ନିୟମର ମୁଖ୍ୟ ଲକ୍ଷ୍ୟ । ଯେକୌଣସି ବିମାନରେ ଅତି କମରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ମାଗଣାରେ ବାଛିବା ପାଇଁ ସୁବିଧା ଦିଆଯିବ । ପୂର୍ବରୁ ଅଧିକାଂଶ ଭଲ ସିଟ୍ ପାଇଁ ଏୟାରଲାଇନ୍ସ…
ରାଜ୍ୟସଭା ନିର୍ବାଚନରେ ଘୋଡାବେପାରକୁ ନେଇ ତେଜିଛି ରାଜନୀତି । ଏହି ପରିପ୍ରେକ୍ଷୀରେ ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ ପାତ୍ର ।। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି, ଆଦର୍ଶ ରହିଛି । ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ବିଶୃଙ୍ଖଳା ବଢୁଛି , ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି ।ଗତକାଲିର ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସ ପରେ ବିଜେଡି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏନେଇ ବିଜେଡି ଆଜି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍ ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା…
ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ। ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ।ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଥିଲା । ଏହି କାରଣରୁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ସେହିପରି ଗତକାଲି ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ । ସରକାରଙ୍କ ଅପାରଗତାରୁ ନିଆଁ ଲାଗିଥିବା କହିଥିଲେ ନବୀନ । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏସସିବି ଅଗ୍ନିକାଣ୍ଡ ନେଇ ବିବୃତି ରଖିଥିଲେ । କହିଛନ୍ତି ପ୍ରାଶାସନିକ ଅବହେଳା ଯୋଗୁ ଏତେବଡ଼ ଅଘଟଣ ଘଟିଛି । ନୈତିକତା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।ସେପଟେ…
ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ବଡ଼ କଥା ହେଲା ଏହି ସର୍ଭିସରେ ଡାକ ବିଭାଗରୁ ଆପଣଙ୍କୁ ଲିଖିତ ଗ୍ୟାରେଣ୍ଟି ମିଳିବ। ଯଦି ନିର୍ଦ୍ଧାରିତ ସମୟରେ ଡେଲିଭରି ନହୁଏ, ତେବେ ‘ମନି ବ୍ୟାକ୍ ଗ୍ୟାରେଣ୍ଟି’ ଅନୁସାରେ ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ହୋଇଯିବ।ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ୍,ବେଙ୍ଗାଲୁରୁ ଏବଂ ଚେନ୍ନାଇରେ ଏହି ସେବା ଆରମ୍ଭ ହୋଇଥିବାବେଳେ ପରେ ଅନ୍ୟ ସହରରେ ଉପଲବ୍ଧ ହେବ। ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି ସେବାରେ ୫୦ ଗ୍ରାମ ଓଜନର ଡାକସେବା ପାଇଁ ଦେୟ ୩୮ ଟଙ୍କା, ୨୫୧ରୁ ୫୦୦ ଗ୍ରାମ୍ ଓଜନର ଡାକସେବା ମୂଲ୍ୟ ୨୦୦୦ କି.ମି.ରୁ ଅଧିକ ସ୍ଥାନ ପାଇଁ ୧୮୬ ଟଙ୍କା ରଖାଯାଇଛି।କ୍ଷୁଦ୍ର ଏବଂ ବଡ଼ ବ୍ୟବସାୟକୁ ଆକର୍ଷିତ କରିବା ପାଇଁ ବିଭାଗ…









