ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣୀ କହଁର । ସେମାନେ ଉତ୍ତରରେ ଲେଖିଛନ୍ତି କି, ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ ନୋଟିସ ଜାରି କରିଛି, ଏହା ବେଆଇନ ଓ ଦଳୀୟ ନେତୃତ୍ୱଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ କହିଛନ୍ତି । ଏହାସହ ସେମାନେ କହିଛନ୍ତି କି, ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଦଳର ନେତୃତ୍ୱ ସୀମା ଅତିକ୍ରମ କରିଛନ୍ତି । ଏହାସହ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ନେତୃତବ ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରିଛି ଦଳ । ୩ ବିଧାୟକ କହିଛନ୍ତି, ଆମେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର…
Author: sanitelevision
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜର ଗସ୍ତ ସମୟରେ ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି । ଆଜି ସକାଳେ ରାଷ୍ଟ୍ରପତି ‘ଶ୍ରୀ ହିତ ରାଧା କେଳି କୁଞ୍ଜ ଆଶ୍ରମ’ରେ ପହଞ୍ଚିଥିଲେ, ଯେଉଁଠାରେ ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବା ସହ ତାଙ୍କ ସହ ଆଲୋଚନା କରିଥିଲେ ।ସୂଚନାନୁଯାୟୀ, ଦୁଇ ଜଣ ଏକାନ୍ତରେ ବସି ଆଧ୍ୟତ୍ମିକତା, ସେବା ଏବଂ ଜନ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପ୍ରେମାନନ୍ଦ ମହାରାଜଙ୍କ ସରଳ ଜୀବନଯାପନ ଏବଂ ତାଙ୍କର ଆଧ୍ୟାତ୍ମିକ ଉପଦେଶ ପ୍ରତି ସମ୍ମାନ ପ୍ରକାଶ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ହୋଇଥିବା ସାକ୍ଷାତକାର ସମୟ ଆଶ୍ରମରେ ଭକ୍ତିମୟ ବାତାବରଣ ସୃଷ୍ଟି କରିଥିଲା । ଗତକାଲି ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରି ଦ୍ରୌପଦୀ ମୁର୍ମୁ ମଥୁରାରେ ପହଞ୍ଚିଥିଲେ ।ମାର୍ଚ୍ଚ ୨୧ ତାରିଖରେ ଗୋବର୍ଦ୍ଧନର ଦଙ୍ଗଘାଟି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେ ସାତ ମାଇଲର ପାରମ୍ପରିକ ଗୋବର୍ଦ୍ଧନ ପରିକ୍ରମା…
ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବା ମଧ୍ୟରେ, ଭାରତରେ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ୨.୩୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ଯାହା ୨୦ ମାର୍ଚ୍ଚରୁ ଲାଗୁ ହେବ। ସୂଚନା ଅନୁଯାୟୀ ବି ପି ସି ଏ ଲ ର ସ୍ପିଡ୍, ଏଚପିସିଏଲର ପାୱାର ଏବଂ ଆଇଓସିଏଲର ଏକ୍ସପି ୯୫ ର ମୂଲ୍ୟ ଲିଟର ପିଛା ୨.୦୯ ରୁ ୨.୩୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କିନ୍ତୁ ବର୍ତ୍ତମାନ ନିୟମିତ ପେଟ୍ରୋଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଫେବୃଆରୀ ୨୮ ରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ରର ଏକ ବଡ଼ ବିନିମୟ ଆରମ୍ଭ ହୋଇଛି, ଯାହା ସମଗ୍ର ଉପସାଗରୀୟ ଅଞ୍ଚଳକୁ ପ୍ରଭାବିତ କରିଛି ଏବଂ ବିଶ୍ୱର ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସର ଏକ ପଞ୍ଚମାଂଶ ବହନ କରୁଥିବା ପ୍ରମୁଖ ଜଳପଥ ହର୍ମୁଜ୍ ପ୍ରଣାଳୀକୁ ପ୍ରାୟ ବନ୍ଦ କରିଦେଇଛି।ମୋହାଲି ପେଟ୍ରୋଲ…
ଶିକ୍ଷା ବିଭାଗର ବିକଳ ଚିତ୍ର । ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ ।ଏନେଇ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି । ଡେସ୍କ ଓ ବେଞ୍ଚ ନଥିବାରୁ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଡେସ୍କ ଓ ବେଞ୍ଚ ଯୋଗାଇବାକୁ ପଦକ୍ଷେପ ନିଆଯାଉଛି କହିଛନ୍ତି ମନ୍ତ୍ରୀ । ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ । ଚଳିତ ବର୍ଷ ୫,୪୬,୮୭୬ ପିଲା ଫର୍ମ ଫିଲଅପ କରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫୩୬୯୪୬ ଛାତ୍ରଛାତ୍ରୀ । ଯାହା ୧.୮୧% ଅନୁପସ୍ଥିତ ପିଲାଙ୍କ ହାର ।
ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି ।ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତେଲ ଦର ବୃଦ୍ଧି ଟଙ୍କା ଉପରେ ଚାପ ପକାଇଛି । ବ୍ରେଣ୍ଟ କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିଛି । ଭାରତ ଏହାର ଅଧିକାଂଶ ତେଲ ଆମଦାନୀ କରୁଥିବାରୁ, ଆମଦାନୀ ଖର୍ଚ୍ଚ ବଢ଼ିବା ସହ ଡଲାରର ଚାହିଦା ବୃଦ୍ଧି ପାଇଛି । ବିଦେଶୀ ମୁଦ୍ରା ବଜାରରେ ଭାରତୀୟ ଟଙ୍କାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୯୩ ଟଙ୍କା ଅତିକ୍ରମ କରିଛି ।ଟଙ୍କାର ମୂଲ୍ୟ କମିବା ଦ୍ୱାରା ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ରହିଛି । ଏବେ ସମସ୍ତଙ୍କ ନଜର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଉପରେ ରହିଛି । ଟଙ୍କାର ସ୍ଥିତି ସୁଧାରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କି…
ଇ-ଚାଲାଣରେ ୫୦% ରିହାତି। ଗାଡ଼ି ଜରିମାନା ଚାଲାଣ ପୈଠରେ ବଡ଼ ରିହାତି ମିଳିବ। ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ପ୍ରଦାନ କରାଯିବ। ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର ବିଭାଗୀୟ ବୋଝ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ‘ୱାନ୍ ଟାଇମ୍ ସେଟେଲମେଣ୍ଟ’ ଯୋଜନା ପ୍ରଣୟନ କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ସ୍ୱଳ୍ପ ଜରିମାନା ଦେଇ ନିଜର ମାମଲାକୁ ସବୁଦିନ ପାଇଁ ରଫାଦଫା କରିପାରିବେ। ଏହି ଯୋଜନାରେ…
ଘର ଖୋଜୁଛି ଘରଚଟିଆ । ଗାଁର ପରିବର୍ତ୍ତିତ କଂକ୍ରିଟ ରୂପରେ ଲୋପ ପାଇଗଲେଣି ବିଶ୍ୱର ନିଆରା ଚଢେଇ ଘରଚଟିଆ । ଏମାନଙ୍କର ସୁରକ୍ଷା ପାଇଁ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘର ଚଟିଆ ଦିବସ ପାଳନ କରାଯାଉଛି । ଘରଚଟିଆଙ୍କର କିଚିରିମିଚିରି କଳରବ ଆଉ କାନରେ ପଡୁନାହିଁ। ପ୍ରତିକୂଳ ପରିବେଶ, ଜଙ୍ଗଲ ହ୍ରାସ, ଚାଳଘରର ଦ୍ରୁତ ହ୍ରାସ, କ୍ଷେତରେ ରାସାୟନିକ ସାର ବ୍ୟବହାର, ଅସଂଖ୍ୟ ଗାଡ଼ିର ହର୍ନ ଓ ଧୂଆଁ ମୋବାଇଲ୍ ଟାୱାରରୁ ଚୁମ୍ବକୀୟ ବିକିରଣ ଯୋଗୁଁ ଏମାନଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି। କଳନା କରାଯାଇଛି ଯେ ଗତ ୫୦-୬୦ ବର୍ଷ ଭିତରେ ଘରଚଟିଆଙ୍କ ସଂଖ୍ୟା ବେଶ୍ କମିଛି, ମାତ୍ର ୧୦% ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି। ପୋକଜୋକ ଖାଇ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦୁଇଗୁଣ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି ।ପରିବେଶ ସୁନ୍ଦରତାର ସାରଥୀ ସାଜିଥିବା ଏହି ପକ୍ଷୀ ଏବେ ବିଲୁପ୍ତ ପ୍ରାୟ ।…
ମଧ୍ୟପ୍ରାଚ୍ୟରେ ଅଶାନ୍ତ ସ୍ଥିତି ମଧ୍ୟରେ ବିମାନ ସେବା ବହୁଳ ଭାବେ ପ୍ରଭାବିତ ହୋଇଛି । ଏହା ସହିତ ବିଭିନ୍ନ ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ଇରାନର ଆକ୍ରମଣ ଯୋଗୁଁ ବିମାନ ସେବା ଜାରି ରଖିବା କଷ୍ଟକର ହୋଇପଡିଛି । ଏନେଇ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏସନ୍ ବା DGCA ପକ୍ଷରୁ ମଧ୍ୟପ୍ରାଚ୍ୟରେ ୧୧ଟି ଆକାଶମାର୍ଗକୁ ନ କରିବାକୁ ବିମାନ ପରିଚାଳନା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।ଆମେରିକୀୟ ଏବଂ ଇସ୍ରାଏଲୀ ଉପରେ ସମ୍ଭାବ୍ୟ ଆକ୍ରମଣ ସମେତ ବିଭିନ୍ନ ବିପଦ ବିଷୟରେ ଚେତାବନୀ ଜାରି କରାଯାଇଛି। କେବଳ ଇରାନ ବାୟୁମଣ୍ଡଳ ନୁହେଁ ବରଂ ଅନେକ ପଡ଼ୋଶୀ ଦେଶର ବାୟୁମଣ୍ଡଳକୁ ମଧ୍ୟ ପ୍ରଭାବିତ କରିପାରେ। ଡିଜିସିଏ ଉପସାଗରରେ ଚାଲିଥିବା ସାମରିକ ଅଭିଯାନରୁ ବର୍ଦ୍ଧିତ ବିପଦ ଉପରେ ଗୁରୁତ୍ୱାରୋପ କରିଛି। କାର୍ଯ୍ୟକ୍ଷମ ତ୍ରୁଟିର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛି। ଆଡଭାଇଜରିରେ କୁହାଯାଇଛି ଯେ ହାଇ ରିସ୍କ ଜୋନ ରେ ଅନେକ ଉଡ଼ାଣ ସୂଚନା କ୍ଷେତ୍ର ମଧ୍ୟରେ ସମସ୍ତ ଉଚ୍ଚତା…
ଖୁବଶୀଘ୍ର ଶେଷ ହେବ ଇରାନ୍ ସହ ଯୁଦ୍ଧ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନୟାହୁ ଏଭଳି ବଡ଼ ବୟାନ ଦେଇଛନ୍ତି । ଯୁଦ୍ଧ କରିବାକୁ ଇରାନ୍ ପାଖରେ ଆଉ କିଛି ନାହିଁ । ମୋର ନାଁରେ ମିଛ ପ୍ରଚାର ହେଉଛି ।ମୁଁ ଜୀବିତ ଅଛି ଏବଂ ଆପଣମାନେ ସମସ୍ତେ ଏହାର ସାକ୍ଷୀ । ଇରାନର ପରମାଣୁ ଓ ମିଶାଇଲ ଶକ୍ତିକୁ ଶେଷ କରିବା ଆମର ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି, ଇରାନ ଶାସନ ବ୍ୟବସ୍ଥା କେବଳ ଇସ୍ରାଇଲ ପାଇଁ ନୁହେଁ । ଏହା ସାରା ବିଶ୍ଵପାଇଁ ବିପଦ।ଏହି ଯୁଦ୍ଧରେ ଇସ୍ରାଏଲ ବିଜୟୀ ବୋଲି ମଧ୍ୟ କହିଛନ୍ତି ନେତନ୍ୟାହୁ । ଏଥିସହ ଆମେରିକାକୁ ଏହି ଯୁଦ୍ଧରେ ଏଣ୍ଟ୍ରି କରିବାକୁ ଉସକେଇଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଏମିତି କେହି ଅଛି କି ଯିଏ ଟ୍ରମ୍ପଙ୍କୁ କହି ପାରିବ କେଉଁଟା ଠିକ୍ କେଉଁଟା ଭୁଲ୍ । ଡୋନାଲ୍ଡ ଟ୍ରମ୍ପ ଯାହା…
ପଖାଳ ପର୍ବ ଉପଲକ୍ଷେ ପାନ୍ଥ ନିବାସରେ କରାଯାଇଛି ଭବ୍ୟ ଆୟୋଜନ । ପ୍ରଥମ ଥର ପାଇଁ ଗୋଟିଏ ପାତ୍ରରେ ୮୦୦-୮୫୦ କିଲୋର ପଖାଳ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ପାଇଁ ଚେଷ୍ଟା କରାଯିବ । ଏଥିସହ ଆମିଷ ଓ ନିରାମିଷର ୩୬୫ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହେବ । ଏହି ରେକର୍ଡ ପାଇଁ ଏକାଠି ହୋଇଛନ୍ତି ICAR, IHM, OTDC । ପଖାଳ ଦିବସ ପାଇଁ ଚଳିତ ବର୍ଷ ଭୁବନେଶ୍ଵର ସ୍ଥିତ ପାନ୍ଥନିବାସରେ ଆୟୋଜିତ ହୋଇଛି “ପଖାଳ ପରବ 2026″ର ଭବ୍ୟ ଆୟୋଜନ ।ଏହାବ୍ୟତୀତ ହାଣ୍ଡି ଚାଉଳ, କଳା ଚାଉଳ, ନାଲି ଚାଉଳ, ପୁସା ଚାଉଳ ଭଳି ୧୫ ପ୍ରକାର ଚାଉଳରୁ ପ୍ରସ୍ତୁତ ପ୍ରାୟ ୩୦ ପ୍ରକାର ପଖାଳ ମଧ୍ୟ ଉପଲବ୍ଧ ରହିବ । ଦହି ପଖାଳ, ଚିପୁଡ଼ା ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ବାସି ପଖାଳ ସବୁ ମିଳିବ ଗୋଟିଏ ଜାଗାରେ । କେବଳ ଏତିକି ନୁହେଁ,…









