Author: sanitelevision

ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ମାନବିକାତର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଆରପିଏଫ୍ କନଷ୍ଟେବଲ । ଦେବଦୂତ ସାଜିଛନ୍ତି ଏହି ଆର୍ପିଏଫ୍ ଅଧିକାରୀ ଜଣଙ୍କ । ସେ ହେଉଛନ୍ତି କନଷ୍ଟେବଲ ଅଙ୍କୁର ଚୌଧୁରୀ ।ଆଜି ଭୋରୁ ଜଣେ ଯାତ୍ରୀ ନାଗାବଳୀ ଏକ୍ସପ୍ରେସରେ ଚଢ଼ିବା ବେଳେ ଅଚାନକ ଖସିପଡିଥିଲେ। ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ତୁରନ୍ତ ତାଙ୍କୁ ଧରିନେଇଥିଲେ । ଫଳରେ ଟ୍ରାକରେ ପଡିବାରୁ ବଂଚିଯାଇଥିଲେ ଯାତ୍ରୀ । ଏମିତି ଜୀବନ ବଞ୍ଚାଇବା କାମ କରିବାରେ କନଷ୍ଟେବଲ ଚୌଧୁରୀଙ୍କ ରେକର୍ଡ ରହିଛି । ପୂର୍ବରୁ ମଧ୍ୟ ଏହିଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ଆଉ ତାଙ୍କର ଏପରି କର୍ତ୍ତବ୍ୟ ପରାୟଣ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି କନଷ୍ଟେବଲ ଚୌଧୁରୀ ।

Read More

ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିବ । ସକାଳୁଆ ସ୍କୁଲ ନେଇ ସୂଚନା ଦେଇଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୪୦ ଡିଗ୍ରୀ ମୁହାଁ ପାରଦ । ୧୪ ତାରିଖରୁ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାତି ୪୦ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କାଲିଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟମ ବୃଦ୍ଧି ପାଇବ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରୀ…

Read More

ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍ ହୋଇନାହିଁ । ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ବୋମାମାଡ଼ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ୍‌ ମାସରେ ମଧ୍ୟ ଏହି ପରମାଣୁ କେନ୍ଦ୍ର ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିଥିଲେ ।ଅନ୍ୟପକ୍ଷରେ, ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନଥିବା ନେଇ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ଅରାଘଚି କହିଛନ୍ତି ଯେ, “ଏହି ଜଳପଥ ସମ୍ପୂର୍ଣ୍ଣ ବନ୍ଦ ନାହିଁ; ଏହା ଆମର ବ୍ୟବସ୍ଥା ଅନୁଯାୟୀ ଖୋଲୁଛି। ହର୍ମୁଜ ପ୍ରଣାଳୀ…

Read More

ଉତ୍ତରପ୍ରଦେଶ ସୋନହା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବାସମଜାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିବାଦ ଏତେ ବଢିଥିଲା କି ପୁଲିସ୍‌କୁ ମାମଲାର ସମାଧାନ କରିବାକୁ ପଡିଥିଲା । ଜଣେ ମହିଳା ସନ୍ଧ୍ୟାରେ ରାତ୍ରୀ ଭୋଜନ କରିବାକୁ ତାଙ୍କ ରୋଷେଇ ଘରେ ପ୍ରବେଶ କରିଥିଲେ । ସେତେବେଳେ ସିଙ୍କରେ ବାସନ ପଡ଼ିଥିବା ଦେଖି ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ । କଥା ଏତେ ବଢ଼ିଗଲା ଯେ ସ୍ତ୍ରୀ ପୁଲିସକୁ ଫୋନ୍ କଲେ । ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲା । ମହିଳାଙ୍କୁ ଝଗଡ଼ାର କାରଣ ପଚାରିଲା, ସେ କହିଲେ – ମୋ ସ୍ୱାମୀ ବାସନ ଧୋଇ ନଥିଲେ । ଯେତେବେଳେ ମୁଁ ତାଙ୍କୁ ଏହାର କାରଣ ପଚାରିଲି, ସେ ମୋ ସହିତ ଝଗଡ଼ା କରିବାକୁ ଲାଗିଲେ ।ଏହି…

Read More

କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ୍ ଗିରଫ ଠକେଇରେ ବ୍ୟବହୃତ ହ୍ୱାଟ୍ସଆପ୍ ଡିଭାଇସ୍ ଆଇଡି ଗୁଡ଼ିକୁ ରୋକିବା ପାଇଁ ସରକାର ସେମାନଙ୍କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରି, ସରକାର ସମସ୍ତ ଡିଭାଇସ୍ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅନେକ ଠକେଇରେ, ଅପରାଧୀମାନେ ପୀଡିତମାନଙ୍କୁ ହ୍ୱାଟ୍ସଆପ୍ କଲ୍, ମେସେଜ୍ ଏବଂ ଭିଡିଓ କଲ୍ କରିବା ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ, WhatsApp ଭଳି ପ୍ଲାଟଫର୍ମଗୁଡ଼ିକ ଏବେ Skype ଭଳି ସୁରକ୍ଷା ଫିଚର କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରୁଛନ୍ତି ।ଅନେକ ଠକେଇରେ, ଅପରାଧୀମାନେ ପୀଡିତମାନଙ୍କୁ ହ୍ୱାଟ୍ସଆପ୍ କଲ୍, ମେସେଜ୍ ଏବଂ ଭିଡିଓ କଲ୍ କରିବା ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ, WhatsApp ଭଳି ପ୍ଲାଟଫର୍ମଗୁଡ଼ିକ ଏବେ Skype ଭଳି ସୁରକ୍ଷା ଫିଚର କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରୁଛନ୍ତି ।

Read More

ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀଙ୍କ ପାଇଁ ଖୁସି ଖବର | ଏହି ବର୍ଷ, ଏକା ସାଙ୍ଗରେ ତିନି ମାସର ରାଶନ ଯୋଗାଇ ଦିଆଯିବ। ଏହା ସିଧାସଳଖ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସରକାରୀ ରାଶନ ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକୁ ଲାଭ ଦେବ। ଏହା ସମୟ ବଞ୍ଚାଇବ, ବାରମ୍ବାର ଧାଡ଼ିରେ ଠିଆ ହେବାର ଆବଶ୍ୟକତା ଦୂର କରିବ ଏବଂ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଆଶ୍ୱସ୍ତି ଦେବ।ଏହି ନୂତନ ସରକାରୀ ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟ ରାଶନ କାର୍ଡଧାରୀମାନେ ଏବେ ଏପ୍ରିଲ, ମେ ଏବଂ ଜୁନ ୨୦୨୬ର ଏକାଥରକେ ରାଶନ ପାଇବେ। ଏହାର ଅର୍ଥ ହେଉଛି ପ୍ରତି ମାସରେ ରାଶନ ଦୋକାନକୁ ଯିବାର ଆବଶ୍ୟକତା ରହିବ ନାହିଁ। ରାଶନ ସଂଗ୍ରହ କରିବା ପାଇଁ, ହିତାଧିକାରୀମାନଙ୍କୁ ସେମାନଙ୍କର ନିକଟତମ ଫେୟାର ପ୍ରାଇସ ଦୋକାନ (FPS) କୁ ଯିବାକୁ ପଡିବ। ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଅନୁସାରେ ରାଶନ ବଣ୍ଟନ କରାଯିବ।

Read More

ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି ।ପ୍ରଥମ ଶ୍ରେଣୀର ଛାତ୍ରକୁ ପଞ୍ଚମ ଶ୍ରେଣୀର କିଛି ପିଲାମାନେ ଅମାନୁଷିକ ଭାବେ ପୋଡି ଦେଇଛନ୍ତି। ପିଲାର ଆଖି, ଗୁପ୍ତାଙ୍କ ଓ ଶରୀରର ବିଭିନ୍ନ ସ୍ଥାନକୁ ପୋଡିଦିଆ ଯାଇଛି । ପିଲାଟିକୁ ପାଟଣା ସ୍ଵାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଉଥିଲା କିନ୍ତୁ ପିଲାଟିର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଏପରି ଘଟଣା ଘଟିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ, ୱାଡେନ ଓ ରାତ୍ର ଜଗୁଆଳି କିପରି ଜାଣି ପାରିଲେନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପୋଲିସ ଏଫଆଇର ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ପୋଲିସ ଅତି ସତର୍କତାର ସହ ତଦନ୍ତ କରୁଥିବା ଜଣାପଡିଛି ।

Read More

କୋଭିଡ ମହାମାରୀ, ରୁଷ ୟୁକ୍ରେନ ଯୁଦ୍ଧ ଏହା ପରେ ଟ୍ରମ୍ପଙ୍କ ଟାରିଫ ମାଡ । ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରୁ ଶେଷ ହୋଇ ନ ଥିବା ବେଳେ ପୁଣି ସଙ୍କଟ ସୃଷ୍ଟି କରିଛି ଆମେରିକା-ଇରାନ ଯୁଦ୍ଧ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶର ପେଟ୍ରୋଲଡିଜେଲ, ଏଲ୍ପିଜି, ସାର, ପେଟ୍ରୋକେମିକାଲ୍ସ, ବିମାନ ସେବା, ପେଣ୍ଟସ, କୀଟନାଶକ, ସେରାମିକ, ଗ୍ଲାସ, ପରିବହନ, ଲଜିଷ୍ଟିକ୍ସ, ଟାୟାର, ଅଟୋମୋବାଇଲସ, ଧାତକ, କୃଷି ଯନ୍ତ୍ରାଂଶ ସମେତ ବିଭିନ୍ନ କ୍ଷେତ୍ରରେ ପଡିଛି । ଏବେ ଯୁଦ୍ଧ ଯୋଗୁ ଏଲ୍ପିଜି ସଙ୍କଟ ଘନେଇଛି । ଯାହାର ସିଧାସଳଖ ହାଣ୍ଡିଶାଳକୁ ମାଡ଼ କରିଛି ।ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ମୁତାବକ, ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୫ ଟଙ୍କା ଏବଂ ଶୋରିଷ ତେଲ ଦର ୧୦ ଟଙ୍କାରୁ ଉଦ୍ଧ୍ୱର୍ ବଢ଼ିଛି । ଯୁଦ୍ଧ ଯୋଗୁ ଖାଇବା ତେଲ ଉପର ମୁହାଁ । ଦେଶ ପ୍ରତିବର୍ଷ ୫ରୁ ୬ ନିୟୁତ ମେଟ୍ରିକ…

Read More

ରାଜ୍ୟସଭା ନିର୍ବାଚନ ନେଇ ପୁଣି ମୁହଁ ଖେଲିଲେ ପ୍ରଭାତ ବିଶ୍ୱାଳ । ସେ କହିଛନ୍ତି ପୁଅ କିମ୍ବା ସେ ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇନାହାଁନ୍ତି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ମତେ ନବୀନ ନିବାସରେ ଅପମାନିତ କରାଯାଇଥିଲା ବୋଲି କହିଛନ୍ତି ପ୍ରଭାତ । ସଵୁ ବିଧାୟକଙ୍କ ସାମ୍ନାରେ ମତେ ଅପମାନିତ କରାଗଲା ।ସେହି ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ । ମୋର ଓ ପୁଅର ରାଜନୈତିକ ଭବିଷ୍ୟତ ଚୌଦ୍ୱାର କଟକ ଭୋଟର ନିର୍ଦ୍ଧାରଣ କରିଵେ । ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସିଯାଇଛି ବୋଲି ପ୍ରଭାତ କହିଛନ୍ତି । ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭିକେ ପାଣ୍ଡିଆନ ରହିଛନ୍ତି ବୋଲି କହିଛନ୍ତି । ଅଭିଯୋଗ ଆଣିଛନ୍ତି…

Read More

ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ।ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ । ଘର ଆଗରେ ବାଣ ଫୁଟାଇ ପାଟିତୁଣ୍ଡ କରିଥିଲେ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତାପ ଜେନା ବର୍ଷିଛନ୍ତି। ସେ କହିଛନ୍ତି ଯେ, ରାଜଧାନୀରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି। ମୁଁ ଜଣେ ପୂର୍ବତନ ବିଧାୟକ, ମନ୍ତ୍ରୀ ହୋଇ ମୋ ଘର ଉପରେ ଆକ୍ରମଣ ହେଉଛି। ଖୋଦ ହାର୍ଟ ଅଫ ଦ ସିଟିରେ ଏଭଳି ଘଟଣା ଘଟୁଛି। ତେବେ ସାଧାରଣ ଲୋକ ଏଠି କେତେ ସୁରକ୍ଷିତ? ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ…

Read More