୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ୩ ବର୍ଷିଆ ଅବକାରୀ ନୀତି ଘୋଷଣା କରିଛନ୍ତି। କିମ୍ବାନୂତନନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁରହିବ। ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂଆ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ । କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ ପାଇଁ ଛାଡ଼ ରହିବ । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ ଞ୍ଚାଇବାକୁ ମଧ୍ଯ ଅନୁମତି ଦିଆଯିବ ନାହିଁ । ନୂଆ ନୀତି ଅଧୀନରେ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ…
Author: sanitelevision
ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ କହିଛନ୍ତି ମନ୍ତ୍ରୀ । ଯଥେଷ୍ଟ ମହଜୁଦ ଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ହୋଟେଲକୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସର ୫୦% ଯୋଗାଇବାକୁ ସକ୍ଷମ। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ।ଏଥିପ୍ରତି ମଧ୍ୟ କେନ୍ଦ୍ର ସଜାଗ ଅଛି। ଆସନ୍ତାକାଲି କେନ୍ଦ୍ର ଯୋଗାଣମନ୍ତ୍ରୀ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ଏହି ସମ୍ପର୍କରେ ଆଲୋଚନା ନେଇ ଡାକିିଛନ୍ତି।ସେପଟେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ଯୁଦ୍ଧର ଭୟ ବୃଦ୍ଧି ପାଉଥିବାବେଳେ ଭାରତ ଏହାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା ପାଇଁ ଇରାନ ସହିତ ସହଭାଗୀ ହୋଇଛି। ୨୦୧୯ପରେ ଭାରତ ପ୍ରଥମ ଥର ପାଇଁ ଇରାନରୁ ଏକ ଏଲପିଜି କାର୍ଗୋ କ୍ରୟ କରିଛି। ଆମେରିକା ଇରାନ ଉପରେ ଏହାର କିଛି କଟକଣାକୁ କୋହଳ କରିବ ବୋଲି ସୂଚାଇବା ପରେ ଏହା ଆସିଛି।
ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ । ୩ ହଜାର ଟଙ୍କାରେ ବିକ୍ରିହେଉଛି ଗ୍ୟାସ୍ ସିଲଣ୍ଡର । ହନ୍ତସନ୍ତ ବ୍ୟବସାୟୀ ଓ ଗ୍ରାହକ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଗ୍ୟାସ ଓ ତୈଳ ଯୋଗାଣରେ ବାଧା ସୃଷ୍ଟି ହେଉଛି । ଏହି ସୁଯୋଗକୁ ନେଇ କଳାବଜାରୀମାନେ ଗ୍ୟାସ ସିଲିଣ୍ଡରକୁ ଅତ୍ୟଧିକ ଦରରେ ବିକ୍ରି କରୁଛନ୍ତି । ଯାହାର ସିଧାସଳଖ ପ୍ରଭାବ ଛୋଟ ହୋଟେଲ ଓ ଉଠା ଜଳଖିଆ ଦୋକାନ ଉପରେ ପଡୁଛି । ସେପଟେ କଟକରେ ବେଆଇନ ଗ୍ୟାସ ରିଫିଲିଙ୍ଗ ଏବଂ ଅପମିଶ୍ରଣ ଅଭିଯୋଗରେ ଡେଲିଭରୀ କର୍ମଚାରୀ ଗିରଫ ହୋଇଛି । ଅକସ୍ମାତ୍ ଚଢ଼ାଉ କରି ଧରିଲା ବିଡ଼ାନାସି ଥାନା ପୋଲିସ । ୧୦ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଏକ୍ସପ୍ଲୋସିଭସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କଲା କମିଶନରେଟ୍ ପୋଲିସ । ବେଆଇନ ଭାବେ ଅସୁରକ୍ଷିତ ଶୈଳୀରେ ସିଲିଣ୍ଡର ଭର୍ତ୍ତି କରୁଥିଲେ ଅଭିଯୁକ୍ତ । ଅଲିଶାବଜାର…
ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ ବନ୍ଧୁ ରାଷ୍ଟ୍ରଗୁଡ଼ିକର ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବରେ ଯିବା ପାଇଁ ଅନୁମତି ଦିଆଯାଇଛି।ଇରାନର ସରକାରୀ ଟିଭି ସହିତ ଏକ ସାକ୍ଷାତକାରରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇନାହିଁ, କାରଣ ଇରାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ଅନେକ ରାଷ୍ଟ୍ରର ଜାହାଜଗୁଡ଼ିକୁ ଏହା ଦେଇ ଯିବାକୁ ଅନୁମତି ଦିଆଯାଇଛି ।ଅନେକ ଜାହାଜ ମାଲିକ, କିମ୍ବା ଜାହାଜଗୁଡ଼ିକର ମାଲିକ ଥିବା ଦେଶମାନେ ଆମ ସହିତ ଯୋଗାଯୋଗ କରିଛନ୍ତି ଏବଂ ଅନୁରୋଧ କରିଛନ୍ତି ଯେ ଆମେ ଏହି ପ୍ରଣାଳୀ ଦେଇ ସେମାନଙ୍କର ସୁରକ୍ଷିତ ପଥ ସୁନିଶ୍ଚିତ କରିବା ଆବଶ୍ୟକ। ଆମେ ବନ୍ଧୁତ୍ୱପୂର୍ଣ୍ଣ ବୋଲି ବିଚାର କରୁଥିବା ଦେଶଗୁଡ଼ିକ ମଧ୍ୟରୁ କେତେକଙ୍କ ପାଇଁ ଏପରି କରିବାକୁ…
ସମୟ ଥିଲା ଭାରତୀୟ ସଂସ୍କୃତି ରେ ପର୍ବପର୍ବାଣୀ ହେଉ ବା ଧାର୍ମିକ ଅନୁଷ୍ଠାନ ମାନଙ୍କରେ ହେଉ ବା ବିବାହ ବ୍ରତରେ ହେଉ ନିଶ୍ଚିତ ରୂପେ ଭୋଜି ଭାତ ର ପ୍ରସ୍ତୁତ ହୋଇଥାଏ ଏବଂ ସମସ୍ତ ଖାଦ୍ୟ କୁ ସାଳ ପତ୍ର,ଶିଆଳିପତ୍ର ରେ ପ୍ରସ୍ତୁତ ଖଲି କିମ୍ବା କଦଳୀ ପତ୍ରରେ ରେ ଏକାଠି ପଂକ୍ତିରେ ବସି ଖାଦ୍ୟ ଗ୍ରହଣ କରି ଥାନ୍ତି।ପତ୍ରଖଲି ହେଉ ବା କଦଳୀ ପତ୍ରରେ ଭୋଜନ କଲେ ରୁଚିକର ହେବା ସହିତ ସ୍ୱାସ୍ଥ୍ୟମଧ୍ୟ ଭଲରହିଥାଏ। କିନ୍ତୁ ସମୟ ବଦଳିବା ସହ ବର୍ତ୍ତମାନ ସମୟରେ ଜରି ଓ କାଗଜ ମିଶ୍ରିତ ଖଲି,ଦନା ବା ପ୍ଲାଷ୍ଟିକ ନିର୍ମିତ ଖଲି ବ୍ୟବହାର କରିବା ସହ ଠିଆ ହୋଇ ଖାଦ୍ୟ କୁ ଗ୍ରହଣ କରିଥାନ୍ତି। ଯାହା କୁ ବଫେଟ ବୋଲି କୁହାଯାଉଛି।କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଭାରତୀୟ ସଂସ୍କୃତି ଓ ପରମ୍ପରା କୁ ଆପଣାଉ ଥିଲା ବେଳେ ବିଡମ୍ବନା ବିଷୟ ଭାରତୀୟ ମାନେ କିପରି ନିଜର ସଂସ୍କୃତି…
ଭିଜିଲାନ୍ସ ଜାଲରେ ଏସଡିଓ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡ଼ିଓଙ୍କ ଘରେ ଚଢ଼ାଉ । ଗଞ୍ଜାମ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ପାଞ୍ଚଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ବର୍ତ୍ତମାନ ଯାଏଁ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସଠିକ୍ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୭ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ ।
ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମୁଗ, ଡ଼ାଲି, ଅନ୍ନ ଖାଇ ରଥକୁ ବିଜେ କରିବେ ଶ୍ରୀ ଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ୱରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ଲକ୍ଷଲକ୍ଷ ଭକ୍ତଙ୍କ ସମାବେଶରେ ଉଛୁଳି ଉଠିବ ରଥଦାଣ୍ଡ ।ଶ୍ରଦ୍ଧାଳୁମାନେ ସେହି ମୁହୂର୍ତ୍ତକୁ ଚାହିଁ ରହିଛନ୍ତି କେତେବେଳେ ଏକାମ୍ର ଅଧିପତି ମନ୍ଦିରରୁ ବାହାରି ରଥରେ ବିରାଜମାନ କରିବେ। ଦିନ ୧୦ଟା ୪୫ରୁ ପହଣ୍ଡି, ୨ଟା ୩୦ରେ ରଥଟଣା ନୀତି ଆରମ୍ଭ ହେବ । ରଥ କାଳିସ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେବ ରଥ ଟଣା ।ମନ୍ଦିର ପ୍ରଶାସନ, ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି । ଆଜି ରାତି ସାରା ରଥଖଳାରେ ଚାଲିବ ଚୂଡ଼ାନ୍ତ ରଥ ପ୍ରସ୍ତୁତି । ରଥ…
ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଏପ୍ରିଲରେ ୧୦ ଦିନ ବନ୍ଦ ରହିବ ସ୍କୁଲ।ପିଲାମାନେ ସମୁଦାୟ ୧୦ ପବ୍ଲିକ ହୋଲିଡେ ପାଇବେ। ଏପ୍ରିଲ ମାସ ଆରମ୍ଭ ହେବା ସହିତ, ବିଭିନ୍ନ ପର୍ବ ଓ ଉତ୍ସବ ଆରମ୍ଭ ହେବ।ରାଜ୍ୟ ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ଆଗାମୀ ମାସ ପାଇଁ ଛୁଟି ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅନେକ ପ୍ରମୁଖ ପର୍ବପର୍ବାଣୀ ଯୋଗୁଁ ସ୍କୁଲଗୁଡ଼ିକରେ ଛୁଟି ସ୍ଥିର କରାଯାଇଛି। ମେ ମାସରେ ଗ୍ରୀଷ୍ମ ଅବକାଶ ପାଇବେ ଛାତ୍ରଛାତ୍ରୀ। ତା ପୂର୍ବରୁ ଏପ୍ରିଲରେ ୧୦ ଦିନ ସ୍କୁଲ ଛୁଟି ରହିବ। ୧ ଏପ୍ରିଲ ୨୦୨୬(ବୁଧବାର):ଏହି ଦିନ ଉତ୍କଳ ଦିବସ,ଏହି ଦିନ ସ୍କୁଲଗୁଡ଼ିକ ଛୁଟି ରହିବ।୨ ଏପ୍ରିଲ(ଗୁରୁବାର): ମହାବୀର ଜୟନ୍ତୀ ଅବସରରେ କିଛି ରାଜ୍ୟରେ ସ୍କୁଲ କଲେଜ ଛୁଟି ରହିବ ।୩ ଏପ୍ରିଲ ୨୦୨୬, (ଶୁକ୍ରବାର): ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନଙ୍କ ପାଇଁ ଗୁଡ ଫ୍ରାଏଡେ ବଡ ପର୍ବ । ଚଳିତ ବର୍ଷ ୩ ତାରିଖରେ…
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି ଡ୍ରୋନ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଲା ଦୁଇଟି ଡ୍ରୋନ। ଅପରାହ୍ନ ୫ଟା ୨୩ ମିନିଟରେ ଏହି ଡ୍ରୋନ ଉଡୁଥିବା ନେଇ ସୂଚନା ରହିଛି ।ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଡ୍ରୋନ ଉଡ଼ିବା ସମୟରେ ବାନା ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ କିଏ ଏଭଳି ଦୁଃସାହାସିକ କାର୍ଯ୍ୟ କରିପାରିଲା ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ଫେବୃଆରୀ ୨୨ରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା। ଏମିତି ଘଟଣା ବାରମ୍ବାର ଘଟୁଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସକ ଚେତୁ ନ ଥିବା ପରି ମନେ ହେଉଛି। ଶ୍ରୀମନ୍ଦିରର ସୁରକ୍ଷା ନେଇ…
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ମାସ ପାଇଁ ଯୁଦ୍ଧ ବିରତି କରିବାକୁ ଏବଂ ୧୫ଟି ସର୍ତ୍ତ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ପାକିସ୍ତାନ ମାଧ୍ୟମରେ ଏହି ପ୍ରସ୍ତାବ ତେହେରାନ ପାଖକୁ ପଠାଯାଇଛି ।ଇରାନ ପାଇଁ ମୁଖ୍ୟ ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା । ଇରାନ ନିଜର ସମସ୍ତ ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବ ଏବଂ ଭବିଷ୍ୟତରେ କେବେ ବି ପରମାଣୁ ବୋମା ତିଆରି କରିବ ନାହିଁ । ଇରାନ ପାଖରେ ଥିବା ପ୍ରାୟ ୪୫୦ କିଲୋଗ୍ରାମର ସମୃଦ୍ଧ ୟୁରାନିୟମ ଜାତିସଂଘର ପରମାଣୁ ସଂସ୍ଥା IAEA କୁ ହସ୍ତାନ୍ତର କରିବ । ଇରାନର ମିସାଇଲ୍ କ୍ଷମତା ଏବଂ…









