Author: sanitelevision

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଲା କିନ୍ତୁ ଘାଣ୍ଟି ସନ୍ତୁଳି ହେଉଛି ସାରା ବିଶ୍ବ। ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲର ନିଅଣ୍ଟିଆ ସ୍ଥିତି ଭିତରେ କଷ୍ଟ ବଢ଼ାଇଛି ଖାଇବା ତେଲ। ଗତ କିଛି ଦିନ ଭିତରେ ଖାଇବା ତେଲ ଲିଟର ପିଛା ୧୦ରୁ ୧୫ ଟଙ୍କା ବଢ଼ିଥିଲା। ହଠାତ୍ ବଢିଥିଲା ପାମୋଲିନ୍, ସୂର୍ଯ୍ୟମୁଖୀ, ସୋୟାବିନ୍, ସୋରିଷ ତେଲ। ହୋଟେଲ୍ ହେଉ କିମ୍ବା ଘର, ସବୁଠି ଖାଦ୍ୟର ଦାମ୍ ଆକାଶଛୁଆଁ ହେଲା। ଯୁଦ୍ଧ ଯୋଗୁଁ ସପ୍ଲାଏ ଚେନ୍ ବାଧାପ୍ରାପ୍ତ ଓ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଖାଇବା ତେଲ ଦର ଉପରମୁହାଁ ହୋଇଛି।ଏବେ ଔଷଧ ଉପରେ ଯୁଦ୍ଧର ପ୍ରଭାବ ପଡିବା ଆରମ୍ଭ କଲାଣି । ଅର୍ଥାତ ଔଷଧର ଦାମ ମଧ୍ୟ ବଢ଼ିବ । ସରକାର ମଧ୍ୟ ଔଷଧର ଦାମ ପ୍ରାୟ ୦.୬୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇସାରିଛନ୍ତି । ୨୦୨୫ର ହୋଲସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଅନୁସାରେ ଔଷଧର ନୂଆ ଦର ଧାର୍ଯ୍ୟ…

Read More

ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା। ଏହାପରେ ପ୍ରଭୁ ରାମଙ୍କ ସୂର୍ଯ୍ୟ ତିଳକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦିବ୍ୟ ଘଟଣା ଦେଖିବା ପାଇଁ ହଜାର ହଜାର ଭକ୍ତ ଏକତ୍ରିତ ହୋଇଥିଲେ। ମଧ୍ୟାହ୍ନ ୧୨ଟାରେ, ଭଗବାନ ସୂର୍ଯ୍ୟ ରାମଲଲ୍ଲାଙ୍କ କପାଳରେ ତିଳକ ଲଗାଇଥିଲେ। ଏହା ପ୍ରାୟ ଚାରି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ବିଶେଷ କଥା ହେଉଛି ଯେ ତିଳକ ସେହି ମୁହୂର୍ତ୍ତରେ ହୋଇଥିଲା , ଯେଉଁ ମୁହୂର୍ତ୍ତରେ ଭଗବାନ ରାମଙ୍କ ଜନ୍ମ ବୋଲି ବିଶ୍ୱାସ କରାଯାଏ। ଚଳିତବର୍ଷ, ରାମ ନବମୀରେ ରବି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗର ଏକ ବିଶେଷ ମିଶ୍ରଣ ମଧ୍ୟ ସୃଷ୍ଟି ହେଉଛି। ଏହା ଏହି ଘଟଣାର ଧାର୍ମିକ ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଛି। ସୂର୍ଯ୍ୟ ତିଳକ ସହିତ ରାମ ଲଲ୍ଲାଙ୍କ ଅଭିଷେକ ଶୃଙ୍ଗାର ଏବଂ ଅନ୍ୟାନ୍ୟ…

Read More

ଇରାନରେ ଯୁଦ୍ଧ ଯୋଗୁଁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି । ଏହା ମଧ୍ୟରେ ସରକାର ଏହାର ସତ୍ୟା ସତ୍ୟ ସଂପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଲକଡାଉନ ହେବାର ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ଜୋର ଦେଇ କହିଛନ୍ତି, “ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ଏପରି କୌଣସି ପ୍ରସ୍ତାବ ଭାରତ ସରକାରଙ୍କ ନିକଟରେ ବିଚାରାଧୀନ ନାହିଁ ।”ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଦେଶବ୍ୟାପୀ ଲକ୍‌ଡାଉନ୍ ଲାଗୁ ହେବା ନେଇ ମିଥ୍ୟା ଖବର ପ୍ରସାରିତ ହେଉଥିଲା । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ସରକାରଙ୍କର ଏଭଳି କୌଣସି ଯୋଜନା ନାହିଁ । ଲୋକମାନେ ଏଭଳି ଗୁଜବରେ ବିଶ୍ୱାସ ନକରିବାକୁ ସେ ଅନୁରୋଧ କରିଛନ୍ତି । ସଂସଦୀୟ ବ୍ୟାପାର…

Read More

ଚନ୍ଦକା ଜଙ୍ଗଲରେ ଦିନେ ଘୁରି ବୁଲୁଥିଲା ପୁରୁଷ ହାତୀ ‘ରାମୁ’ । ଦୁଇ ବର୍ଷ ପୂର୍ବେ ଅକସ୍ମାତ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା, କିନ୍ତୁ ରାମୁର ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଜଙ୍ଗଲ ବିଭାଗ କରିଛି ଏକ ଅଭିନବ ପ୍ରୟାସ । ମୃତ୍ୟୁ ପରେ ବନ ବିଭାଗ ତା ଶରୀରକୁ ମାଟିରେ ପୋତି ଦେଇଥିଲା । ପରେ ଯେତେବେଳେ ରାମୁର କଙ୍କାଳକୁ ସଂରକ୍ଷଣ କରିବାର ନିଷ୍ପତି ନିଆଗଲା, ବନ ବିଭାଗ କର୍ମଚାରୀ ଓ ଶିବ ପ୍ରସାଦ ପରିଡ଼ାଙ୍କ ସହଯୋଗୀମାନେ ଗତ ଡିସେମ୍ବର ମାସରେ ମାଟିତଳେ ପୋତାଯାଇଥିବା ଶରୀରକୁ ମାଟି ଖୋଳି ବାହାର କରିଥିଲେ । ପରେ ହାଡ଼ଗୁଡ଼ିକୁ ଅଲଗା କରି ସଫା କରାଗଲା ଓ ବର୍ତ୍ତମାନ ଏହାର ସଂରକ୍ଷଣ ପ୍ରକ୍ରିୟା ଚାଲିଛି |ଏହା ବହୁତ ସମୟସାପେକ୍ଷ ଓ ଶ୍ରମସାଧ୍ୟ କାମ । ପ୍ରଥମେ ମାଟି ଖୋଳି ହାତୀ ରାମୁର ଶରୀରକୁ ବାହାର କରାଯାଇଥିଲା । ମାଂସ ପଚିଯାଇଥିବାରୁ ଦୁର୍ଗନ୍ଧ ବାହାରିବା…

Read More

ଇରାନର ଶକ୍ତି କେନ୍ଦ୍ର ଉପରେ ୧୦ଦିନ ଆକ୍ରମଣ କରିବନି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୁଇ ରାଷ୍ଟ୍ର ଭିତରେ ଆଲୋଚନା ସକରାତ୍ମକ ଭାବେ ଚାଲିଥିବାରୁ ଏପ୍ରିଲ ୬ତାରିଖ ଯାଏଁ ଆକ୍ରମଣ କରିବନ ବୋଲି କହିଛନ୍ତି।ତେବେ ଏହା ସମ୍ପୂର୍ଣ୍ଣ ଯୁଦ୍ଧବିରତି ବା ଅସ୍ଥାୟୀ ଭାବେ ରହିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ଏହାକୁ ଖଣ୍ଡନ କରି ମିଛ ବୋଲି କହିଛି ଇରାନ । କୌଣସି ଆଲୋଚନା ହୋଇନି କିମ୍ବା ଆମେ କୋଣସି ଅନୁରୋଧ କରିନୁ ବୋଲି ସ୍ପଷ୍ଟ ଭାବେ କହିଛି ଇରାନ । ଏହା ପୂର୍ବରୁ ମଧ୍ୟ ଗତ ସୋମବାର ଦିନ ୫ ଦିନିଆ ଯୁଦ୍ଧବିରତି ବୋଲି କହିଥିଲେ ଟ୍ରମ୍ପ । ସେତେବେଳେ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲା ଇରାନ । ଗତକାଲି ଯୁଦ୍ଧ ଭିତରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୋଟିଏ ବଡ ଦାବି…

Read More

ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ଡରାଇବ । ୩୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ଚଳିତ ସପ୍ତାହରେ(ଏପ୍ରିଲ ୧ ତାରିଖ ଭିତରେ) ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ସେହିଭଳି ଏପ୍ରିଲ ପହିଲା ଯାଏ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ଅଛି । କିନ୍ତୁ ୨ରୁ ୮ ତାରିଖ ଭିତରେ ଦିନ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ…

Read More

ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହେବ।ରଥକୋଡ୍ ଅନୁସାରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ୨୦୨୫ ମସିହାରୁ ୪୭ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ଥିବାରେ ଆସନ୍ତା ରଥ ଯାତ୍ରା ପାଇଁ ଆଉ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି । ସେଥିରୁ ବଡ଼ଦାଣ୍ଡ ରଥଖଳାକୁ ୪୧୬ କାଠ ଓ ଚିରଟ ପାଇଁ କରତ କଳକୁ ୪୦୨ ଖଣ୍ଡ ପହଞ୍ଚାଇବାକୁ ବନ ବିଭାଗକୁ କୁହାଯାଇଛି । ଏଥିସହ ୧୦୦ ଖଣ୍ଡ କଞ୍ଚା କାଠ ଦରକାର । ଏଥିରେ ଅସନ, ଧଉରା, ଫାଶି ଓ…

Read More

ଆଜି ପବିତ୍ର ରାମନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳିତ ହେଉଥିବା ପବିତ୍ର ରାମ ନବମୀକୁ ନେଇ ସମଗ୍ର ରାଜ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ପବିତ୍ର ରାମ ନବମୀ ଅବସରରେ ଗୁଞ୍ଜିଉଠୁଛି ଜୟ ଶ୍ରୀରାମ ଧ୍ୱନି ।ଶ୍ରୀରାମଙ୍କ ଜନ୍ମ ମୁହୂର୍ତ୍ତକୁ ନେଇ ମନ୍ଦିର ମାନଙ୍କରେ ବିଶେଷ ନୀତିକାନ୍ତି କରାଯାଉଛି । ଘଣ୍ଟା ଧ୍ୱନି ଓ ଶଙ୍ଖ ନାଦରେ କମ୍ପିଉଠୁଛି ମନ୍ଧିର ପରିବେଶ । ଭକ୍ତମାନେ ଭାବବିହ୍ୱଳ ହୋଇ ପ୍ରଭୁଙ୍କ ଚରଣରେ ନମନ କରୁଛନ୍ତି । ତ୍ରେତୟା ଯୁଗରେ ଚୈତ୍ର ମାସର ଶୁକ୍ଲପକ୍ଷ ନବମ ଦିନରେ ପ୍ରଭୁ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ଭାବରେ ଶ୍ରୀରାମ ଅଯୋଧ୍ୟାର ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ରାଜପ୍ରାସାଦରେ ଜନ୍ମଗ୍ରହଣ କରିଥିଲେ। ଏହି ଅବତାରରେ ସତ୍ୟ ଏବଂ ଧର୍ମ ପ୍ରତିଷ୍ଠା ପାଇଁ ଶ୍ରୀ ରାମ ଜନ୍ମଗ୍ରହଣ କରିଥିଲେ। ରାମ ନବମୀରେ ଭକ୍ତି ଏବଂ ପୂର୍ଣ୍ଣ ବିଶ୍ୱାସ ସହିତ ପ୍ରଭୁ…

Read More

ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି। ଯୁକ୍ତରାଷ୍ଟ୍ର–ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଯୁଦ୍ଧ ହେତୁ ଇନ୍ଧନ ଦର ବଢ଼ିବା ଆଶଙ୍କା ମଧ୍ୟରେ, ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଏକ୍ସାଇଜ୍ ଶୁଳ୍କ ପ୍ରତି ଲିଟର ୧୦ ଟଙ୍କା କମାଇଛନ୍ତି। ଯାହାଫଳରେ ପେଟ୍ରୋଲ୍ ଉପରେ ଶୁଳ୍କ ୧୩ ଟଙ୍କାରୁ କମି ୩ ଟଙ୍କା ହୋଇଛି । ଏବଂ ଡିଜେଲ୍ ଉପରେ ୧୦ ଟଙ୍କାରୁ କମି ଶୂନ୍ୟ କରାଯାଇଛି। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ଏବଂ ପରବର୍ତ୍ତୀ ସମୟରେ ତେହରାନ ଦ୍ୱାରା ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ ଏହି ହ୍ରାସ ଆସିଛି। ଏହାଫଳରେ ଦେଶର ଅର୍ଥ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବନି ବୋଲି କୁହାଯାଇଛି । ଏହାସହ ତୈଳ କମ୍ପାନିମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ନାହିଁ । ସରକାରଙ୍କ କହିବା ଅନୁସାରେ, ଦେଶ ପାଖରେ…

Read More

ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ ପରଷିବା ପଡ଼ିଲା ମହଙ୍ଗା । IRCTC ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ମନ୍ତ୍ରଣାଳୟ ଆଇଆର୍‌ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଜରିମାନା ଲଗାଇଛି। ପାଟନାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ରାତ୍ରୀ ଭୋଜନ ସହିତ ଖାଇବାକୁ ଦିଆଯାଉଥିବା ଦହିରେ ପୋକ ଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ଜଣକ ଏହା ମଧ୍ୟ ଦାବି କରିଥିଲେ ଯେ, ଅନ୍ୟ ଯାତ୍ରୀମାନଙ୍କୁ ଦିଆଯାଇଥିବା ଦହିରେ ମଧ୍ୟ ପୋକ ମିଳିଛି। ଯାତ୍ରୀଙ୍କୁ ଦିଆଯାଇଥିବା ଅମୂଲ ଦହିରେ ପୋକ ଭାସୂଥିବାର ଦେଖିବାକୁ ମିଳିଥିଲା। ଯାତ୍ରୀ ରିତେଶ କୁମାରଙ୍କ ଅଭିଯୋଗ ଆଧାରରେ, ରେଳ ମନ୍ତ୍ରଣାଳୟ କଡ଼ା ପଦକ୍ଷେପ ଗ୍ରହଣ କରିଛି।ରେଳ ମନ୍ତ୍ରଣାଳୟ କହିଛି, “୧୫ ମାର୍ଚ୍ଚ, ୨୦୨୬ରେ ଟ୍ରେନ ନମ୍ବର ୨୧୮୯୬ (ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ) ରେ ମିଳିଥିବା ଖାଦ୍ୟର ଗୁଣବତ୍ତା ସମ୍ବନ୍ଧୀୟ ଅଭିଯୋଗକୁ…

Read More