ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଶ୍ୟାମ ହୁଈକା ଗାଁର ସାଙ୍ଗ ମାନଙ୍କ ସହ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିଲେ ଯୁବକ। ଖରାରେ କାମ କରୁ କରୁ ଜୋରରେ ଲାଗିଥିଲା ଶୋଷ । ଜଙ୍ଗଲରେ ଶୋଷ ଲାଗିବାରୁ ଉପାୟ ନପାଇ ଝରଣା ପାଣି ପିଇଥିଲେ । ତେବେ ଝରଣା ପାଣି ପିଇବା ବେଳେ ଜୋକ ଢୋକି ଦେଇଥିଲେ ।ପରେ କିଛି ଘଣ୍ଟା ପରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Author: sanitelevision
ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ତେବେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ପାଇଁ ବୁକିଂ ବ୍ୟବଧାନ ବୃଦ୍ଧି କରାଯାଇଛି। ପୂର୍ବରୁ, ଏହି ସମୟ ସୀମା ୨୫ ଦିନ ଥିଲା, କିନ୍ତୁ ଏବେ ଏହାକୁ ୩୫ ଦିନକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଯଦି ଆପଣ ଗୋଟିଏ ସିଲିଣ୍ଡର କିଣିଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ବୁକିଂ ପାଇଁ ଅତି କମରେ ୩୫ ଦିନ ଅପେକ୍ଷା କରିବାକୁ ପଡିବ। ଇଣ୍ଡିଆନ ଅଏଲ କର୍ପୋରେଶନ ଅଧୀନରେ, ଏହି ନିୟମ ବିଶେଷ ଭାବରେ ଦୁଇ-ସିଲିଣ୍ଡର ସଂଯୋଗ ଥିବା ଲୋକଙ୍କ ପାଇଁ ପ୍ରଯୁଜ୍ୟ, ଅର୍ଥାତ୍ ଡବଲ-ବଟମ ସଂଯୋଗ ଥିବା ଲୋକଙ୍କ ପାଇଁ।ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଏବେ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ଏହି ଯୋଜନାରେ ପଞ୍ଜୀକୃତ ଲୋକମାନଙ୍କୁ ପରବର୍ତ୍ତୀ ବୁକିଂ ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡିବ। ଯେଉଁ ଗ୍ରାହକମାନଙ୍କର କେବଳ ଗୋଟିଏ…
ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବ । ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବ । ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନଲାଇନରେ ଦେଖା ହେବ । ଆସନ୍ତା ଏପ୍ରିଲ୍ ୨ରୁ ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଖାତା ହେବ। ଏପ୍ରିଲ୍ ୧୫ରୁ ୨୮ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ । ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ସିଏଚ୍ଏସ୍ଇ।
ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ୩୭ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵରଠୁ ରାଜ୍ୟର ଅନେକ ସ୍ଥାନରେ ଖରା ଓ ଗରମ ଅନୁଭୂତି ହେଉଛି । ତେବେ ଆଗାମୀ ୩ ଦିନ ଆହୁରି ବଢିବ ତାତି । ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୬ ତାରିଖ (ଗୁରୁବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଆଶଙ୍କା ଅଛି। ୨୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବାର ଆଶଙ୍କା ଅଛି । ୨୮ରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ସହ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଭାରତୀୟ ରେଳବାଇ ନିଶ୍ଚିତ ଟିକେଟ ପାଇଁ ବାତିଲକରଣ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁଯାୟୀ, ରିଫଣ୍ଡ ଏବଂ ଜରିମାନା ଏବେ ଟ୍ରେନ୍ ଛାଡିବାର କେତେ ସମୟ ପୂର୍ବରୁ ଯାତ୍ରୀ ଟିକେଟ ବାତିଲ କରୁଛନ୍ତି ତାହା ଉପରେ ନିର୍ଭର କରିବ। ଏହା ପ୍ରକ୍ରିୟାକୁ ସରଳ କରିବା ଏବଂ ସିଷ୍ଟମର ଅପବ୍ୟବହାରକୁ ରୋକିବା ପାଇଁ ଉଦ୍ଦିଷ୍ଟ।ଯଦି ପ୍ରସ୍ଥାନର ୨୪ ରୁ ୮ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କରାଯାଏ, ତେବେ କେବଳ ପଚାଶ ପ୍ରତିଶତ ଟଙ୍କା ଫେରସ୍ତ ହେବ । ଏହା ବ୍ୟତୀତ, ଯଦି ୭୨ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କରାଯାଏ, ତେବେ ଯାତ୍ରୀ ୭୫% ପର୍ଯ୍ୟନ୍ତ ରିଫଣ୍ଡ ପାଇବେ। ଏହି ନୂତନ ନିୟମଗୁଡ଼ିକ ୧ଏପ୍ରିଲରୁ ୧୫ଏପ୍ରିଲ୍ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ପୂର୍ବରୁ, ଯାତ୍ରୀମାନେ ୭୨ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ପୂର୍ବରୁ ଟିକେଟ୍ ବାତିଲ କଲେ ପ୍ରାୟ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଉଥିଲେ।ଯାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ, ରେଳବାଇ…
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର । ଆଉ ଗଣିବାକୁ ପଡ଼ିବନି ଅଧିକ ଟଙ୍କା । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ୨୦୨୬-୨୭ ଆର୍ଥିକ ବର୍ଷରେ ଦର ବଢ଼ିବ ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସାମ୍ୱିଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । । ଟ୍ରାନ୍ସମିସନ୍ ଚାର୍ଜ ହ୍ରାସ ହୋଇଛି । OPTCL ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ କମିଛି । କମିଲା ବଲ୍କ ପାୱାର ଦର । ଡିସକମ୍ ଗୁଡ଼ିକ ଗ୍ରୀଡ୍ କୋରୁ କିଣୁଥିବା ବିଦ୍ୟୁତ ଦରରେ ସାମାନ୍ୟ (୦.୧୫ ପଇସା) ହ୍ରାସ ଘଟିଛି ।ଚତୁର୍ଥରେ ଶିଳ୍ପ ସଂସ୍ଥାଙ୍କୁ ରିହାତି ଦିଆଯାଇଛି। ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା EHT ଶିଳ୍ପଗୁଡ଼ିକ ପାଇଁ ରିହାତି ୨୦ ପଇସାରୁ ୩୦ ପଇସାକୁ ବୃଦ୍ଧି ପାଇଛି। ମେଗା ଲିଫ୍ଟ ଜଳସେଚନ ଗ୍ରାହକଙ୍କ ପାଇଁ କୌଣସି ଡିମାଣ୍ଡ ଚାର୍ଜ ଲାଗିବ ନାହିଁ। ସୌର ଶକ୍ତି ସମୟରେ…
ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣାଙ୍କ ନିଧନ ହୋଇଛି । ୧୩ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ହରିଶ ରାଣାଙ୍କୁ ଦିଲ୍ଲୀ ଏମ୍ସ ସମ୍ମାନଜନକ ଇଚ୍ଛାମୃତ୍ୟୁ ଦେଇଛନ୍ତି । ହରିଶ ୧୪ ମାର୍ଚ୍ଚରୁ ଏମ୍ସର ଆଇଆରସିଏ ପାଲିଏଟିଭ୍ କେୟାର ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏହା ଦେଶରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ପ୍ରଥମ ଘଟଣା। ମାତା ପିତାଙ୍କ ପକ୍ଷରୁ ଅନୁରୋଧ କରାଯିବା ପରେ ୧୧ ମାର୍ଚ୍ଚରେ ସୁପ୍ରିମକୋର୍ଟ ଡାକ୍ତରଙ୍କ ଅନୁଧ୍ୟାନରେ ହରିଶ ରାଣାଙ୍କ ପାଇଁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ଅନୁମତି ଦେଇଥିଲେ। ଏହାପରେ ଏମ୍ସ ଡାକ୍ତରମାନଙ୍କର ଏକ କମିଟି ଗଠନ କରିଥିଲା। ଏଠାରେ ଧିରେ ଧିରେ ହରିଶଙ୍କର ଭୋଜନ ଓ ପାଣି ବନ୍ଦ କରିଦିଆ ଗଲା।ଯେଉଁ ଟିମ୍ ପୁରା ପ୍ରକ୍ରିୟା ଉପରେ ନଜର ରଖିଥିଲେ । ମୃତ୍ୟୁ ବେଳେ ରୋଗୀ ଯେଭଳି କୌଣସି ଯନ୍ତ୍ରଣା ଅନୁଭବ ନକରେ ତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଲ୍ଲେଖନୀୟ ଯେ, ହରିଶ ରାଣା ଚଣ୍ଡିଗଡ଼…
କନ୍ଧମାଳ ପୋଲିସ ର ବଡ ସଫଳତା l କନ୍ଧ ମାଳ ଏସପି ହରିଶ୍ ବିଶି ଓ ବ୍ରହ୍ମପୁର ଆଇ ଜି ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା କାର୍ଯ୍ୟ ଦକ୍ଷତା, ଓ ଉତ୍ସର୍ଗୀକୃତ ମନୋ ଭାବ ଯୋଗୁଁ ଅନେକ ହାର୍ଡ କୋର୍ ମାଓ ବାଦି ନିହତ ହୋଇଥିବା ବେଳେ ଅନେକ କ୍ୟାଡ଼ର ମାଓ ବାଦି ଆତ୍ମ ସମର୍ପଣ କରିଛନ୍ତି ଆଉ ଏବେ ଶୂକୃ ଭଳି ଜଣେ ମାଓ ନେତା କନ୍ଧମାଳ ଏସପି ଙ୍କ ନିକଟରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହେଇଥିଲେ l ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କନ୍ଧମାଳ ଜିଲ୍ଲା କୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ନିଶ୍ଚିତ ହୋଇଯାଇଛି l ରହି ଯାଇଥିବା ଆଉ କିଛି ସଦସ୍ୟ ମଧ୍ୟ ଦୁଇଦିନ ମଧ୍ୟରେ ଆତ୍ମ ସମର୍ପଣ କରିବେ ବୋଲି ସୂଚନା ମିଳିଛି l ଶୁ କ୍ରୁ ର ଆତ୍ମ ସମର୍ପଣ ପରେ କନ୍ଧମାଳ ଜିଲ୍ଲା ମାଓ…
ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବୀକୁ ଅନୁମୋଦନ ଦେଇଛନ୍ତି ।ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ମାନବ ସମ୍ପଦର ଅଭାବ କମିବା ସହିତ ରୋଗୀମାନଙ୍କୁ ଉନ୍ନତ ଏବଂ ସମୟୋପଯୋଗୀ ସେବା ଯୋଗାଇ ଦିଆଯାଇପାରିବ । ନବନିଯୁକ୍ତ ନର୍ସିଂ ଅଫିସରମାନେ ରୋଗୀ ସେବାରେ ମୁଖ୍ୟ ଭୂମିକା ନିଭାଇବେ ଓ ରେଡିଓଗ୍ରାଫରମାନେ ନିଦାନତ୍ମକ ସେବାକୁ ଆହୁରି ସୁଦୃଢ଼ କରିବେ । ତେବେ ବିଭାଗ ପକ୍ଷରୁ ଶୀଘ୍ର ନର୍ସିଂ ଅଫିସର ଏବଂ ରେଡିଓଗ୍ରାଫରମାନଙ୍କ ନିଯୁକ୍ତି ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ ।
ମାଓ ମୁକ୍ତ ଅଭିଯାନରେ ବଡ଼ ସଫଳତା। ଛତିଶଗଡ଼ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ଟପ୍ ମାଓନେତା ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ପାପା ରାଓ। ପୁନର୍ବାସ ପାଇଁ ୧୨ ଜଣ ନକ୍ସଲ ସାଥୀଙ୍କ ସହିତ ପାପା ରାଓ ଜଗଦଲପୁର ପହଞ୍ଚିଛନ୍ତି।ପାପା ରାଓ ମାଓ ସଙ୍ଗଠନର ଷ୍ଟେଟ୍ ଜୋନାଲ କମିଟି ସଦସ୍ୟ ଥିଲେ । ତାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେ ଦୀର୍ଘ ଦୁଇ ଦଶନ୍ଧି ଧରି ବସ୍ତର ଅଞ୍ଚଳରେ ସକ୍ରିୟ ଥିଲେ। ସୁରକ୍ଷା ଏଜେନ୍ସି ସୂଚନା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ମାଓ ସଙ୍ଗଠନର ଦୁର୍ବଳ ସ୍ଥିତି ଏବଂ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ସେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ଉପସ୍ଥିତିରେ ଏହି ଆତ୍ମସମର୍ପଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପରେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପୁନର୍ବାସ ସୁବିଧା ଯୋଗାଇ…









