Author: sanitelevision

ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ ପରଷିବା ପଡ଼ିଲା ମହଙ୍ଗା । IRCTC ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ମନ୍ତ୍ରଣାଳୟ ଆଇଆର୍‌ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଜରିମାନା ଲଗାଇଛି। ପାଟନାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ରାତ୍ରୀ ଭୋଜନ ସହିତ ଖାଇବାକୁ ଦିଆଯାଉଥିବା ଦହିରେ ପୋକ ଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ଜଣକ ଏହା ମଧ୍ୟ ଦାବି କରିଥିଲେ ଯେ, ଅନ୍ୟ ଯାତ୍ରୀମାନଙ୍କୁ ଦିଆଯାଇଥିବା ଦହିରେ ମଧ୍ୟ ପୋକ ମିଳିଛି। ଯାତ୍ରୀଙ୍କୁ ଦିଆଯାଇଥିବା ଅମୂଲ ଦହିରେ ପୋକ ଭାସୂଥିବାର ଦେଖିବାକୁ ମିଳିଥିଲା। ଯାତ୍ରୀ ରିତେଶ କୁମାରଙ୍କ ଅଭିଯୋଗ ଆଧାରରେ, ରେଳ ମନ୍ତ୍ରଣାଳୟ କଡ଼ା ପଦକ୍ଷେପ ଗ୍ରହଣ କରିଛି।ରେଳ ମନ୍ତ୍ରଣାଳୟ କହିଛି, “୧୫ ମାର୍ଚ୍ଚ, ୨୦୨୬ରେ ଟ୍ରେନ ନମ୍ବର ୨୧୮୯୬ (ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ) ରେ ମିଳିଥିବା ଖାଦ୍ୟର ଗୁଣବତ୍ତା ସମ୍ବନ୍ଧୀୟ ଅଭିଯୋଗକୁ…

Read More

ଆଜିର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। କିନ୍ତୁ ଏହା ସହିତ ଜଡିତ ସମସ୍ୟା ଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ୍ ଠକେଇ ଏବଂ ମହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଏକ ବଡ଼ ପରିବର୍ତ୍ତନ ହୋଇପାରେ। ସରକାର ସୋସିଆଲ ମିଡିଆ ବ୍ୟବହାର ପାଇଁ KYC ବାଧ୍ୟତାମୂଳକ କରିବାକୁ ବିଚାର କରୁଛନ୍ତି। ଯଦି ଏହା ଘଟେ, ତେବେ ଡିଜିଟାଲ ଦୁନିଆ କେବେବି ସମାନ ରହିବ ନାହିଁ।ବିଶେଷକରି ମହିଳା ଏବଂ ପିଲାମାନଙ୍କ ପାଇଁ ଏସବୁ କରିବାକୁ ଯୋଜନା କରାଯାଉଛି। ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ, ତେବେ ବ୍ୟବହାରକାରୀ ମାନଙ୍କୁ ଆକାଉଣ୍ଟ ତିଆରି କରିବା କିମ୍ବା ଲଗଇନ୍ କରିବା ପୂର୍ବରୁ ସେମାନଙ୍କର ପରିଚୟ ଯାଞ୍ଚ କରିବାକୁ ପଡିବ। ଏହାର ଅର୍ଥ ହେଉଛି ସୋସିଆଲ ମିଡିଆକୁ ଅଜ୍ଞାତ ଭାବରେ ବ୍ୟବହାର କରିବା ଆଉ…

Read More

ରେଲୱେ ପକ୍ଷରୁ ବଡ ଘୋଷଣା। ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ରେଲୱେ ପକ୍ଷରୁ ବଡ ଘୋଷଣା। ସେନା ମେଡାଲ, ନୌସେନା ମେଡାଲ, ବାୟୁସେନା ମେଡାଲ ପାଇଥିବା ଯବାନଙ୍କ ପାଇଁ ଏହି ସୁବିଧା ମିଳିବ।ଏହି ନୂଆ ନିୟମ ଅନୁଯାୟୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ପ୍ରଥମ ଶ୍ରେଣୀ, 2nd AC କିମ୍ବା AC ଚେୟାର୍ କାର୍‌ରେ ଆଜୀବନ ମାଗଣାରେ ଯାତ୍ରା କରିପାରିବେ । ଖାଲି ସେତିକି ନୁହେଁ, ପୁରସ୍କାର ବିଜେତାଙ୍କ ସହ ଜଣେ ସହଯାତ୍ରୀ ମଧ୍ୟ ମାଗଣାରେ ଯିବାର ସୁବିଧା ପାଇବେ । ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରଙ୍କ ସମ୍ମାନାର୍ଥେ ଏହି ପ୍ରତିଶ୍ରୁତି ଦେଇଛି ପ୍ରତିରକ୍ଷା ବିଭାଗ ।ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ବିଧବା ପତ୍ନୀ ଯଦି ପୁନର୍ବିବାହ କରି ନଥାନ୍ତି ତାହାଲେ ସେ ବି ରେଲୱେରେ ମାଗଣା ଯାତ୍ରା କରିବାରେ ସୁବିଧା ପାଇ ପାରିବେ। ଅବିବାହିତଙ୍କ ମୃତ୍ର୍ୟୁ କିମ୍ବା ପରବର୍ତ୍ତି ପୁରସ୍କାର ପ୍ରାପ୍ତଙ୍କ ପିତାମାତା ମଧ୍ୟ ସୁବିଧା ପାଇପାରିବେ।

Read More

ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର । ପୁଣି ବାରବାଟୀରେ କ୍ରିକେଟ କ୍ରେଜ୍। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ T20 ମ୍ୟାଚ ।ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ୨୦୨୬-୨୭ ପାଇଁ ବିସିସିଆଇ ଖେଳସୂଚୀରୁ ସ୍ପଷ୍ଟ ହୋଇଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ଓଡିଆଇ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ୩ ମ୍ୟାଚ୍‌ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଖେଳିବ। ରାଜକୋଟରେ ଶ୍ରୀଲଙ୍କା ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ ।

Read More

ଜଣେ ଯୁବକ ହାତୀ ଠାରୁ ମାତ୍ର ଅଳ୍ପ କିଛି ଦୁରତାରେ ନିର୍ଭୟ ଭାବରେ ନାଚୁଛନ୍ତି । ସାମ୍ନାରେ ଛିଡା ହୋଇଛି ଜଙ୍ଗଲୀ ଜନ୍ତୁ । ଯୁବକ ଜଣକ ସେହିଠାରେ ହିଁ ଏହି ଦନ୍ତା ହାତୀର ନାଁ“ରାଜୁ”ରଖିବା ସହିତ ତାକୁ ସମ୍ବୋଧନ କରି ନାଚୁଛନ୍ତି । ପାଖରେ ଥିବା ସାଙ୍ଗମାନେ ଏହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କ୍ୟାପଚର୍ ମଧ୍ୟ କରୁଛନ୍ତି।ଏହି ଗୋଠ ଛଡା ଦନ୍ତା ବୈତରଣୀ ନଦୀପଠାକୁ ଚାଲି ଆସିଥିବାବେଳେ, ଲୋକେ ହାତୀକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଏହି ସମୟରେ ଜଣେ ଯୁବକ ଦନ୍ତା ହାତୀ ସମ୍ମୁଖରେ ନାଚିବା ସହ ତାକୁ ରାଜୁ ବୋଲି ସମ୍ବୋଧନ କରି ହାତ ଯୋଡ଼ି ଅଣ୍ଟା ହଲାଇବା କ୍ଷଣେ ଯୁବକର ନାଚ ସହିତ ତାଳ ମିଶାଇ ହାତୀ ମୁଣ୍ଡ ହଲାଇ ନାଚୁଥ‌ିବାର ଦେଖାଯାଉଛି। ତେବେ ଏହାକୁ ନେଇ ସ୍ଥାନୀୟ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ କହିଛନ୍ତି ତାଙ୍କ ପାଖରେ ସେଭଳି କୌଣସି ସୂଚନା ନାହିଁ,…

Read More

ଅମାନିଆ ହେଉଛନ୍ତି ଗାଡି ଚାଳକ । ଲାଇସେନ୍ସ ରଦ୍ଦ କରୁଛନ୍ତି ସରକାର । ଗତ ୨ ବର୍ଷରେ ୬୫ ହଜାର ୬୪୯ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ କରାଯାଇଛି । ଗୃହରେ ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି ।ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ମଦ୍ୟପାନ, ବିନା ହେଲମେଟ୍ ଓ ସିଟ୍ ବେଲ୍ଟ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସାରା ରାଜ୍ୟରେ ଏହି ଯାଞ୍ଚ ତୀବ୍ରତର କରାଯାଇଛି। ରାଜ୍ୟବ୍ୟାପି ସଡ଼କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି ।

Read More

ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ କରାଯାଇଛି । ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ପୁଣି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଭିତରେ ବାରମ୍ବାର ଗୃହ ମୁଲତବୀ ହୋଇଛି ।ଶେଷରେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଆଜି ବିଧାନସଭା ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି ପୋଷ୍ଟର ଧରି ନାରାବାଜି କରିଥିଲେ ବିଜେଡି ବିଧାୟକ । ଏସ୍‌ସିବି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପୂର୍ବରୁ ବିରୋଧୀ ହଟଗୋଳ କରିବାରୁ ବାଚସ୍ପତି ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରି ଥିଲେ । କେବଳ ଏତିକି ନୁହେଁ, ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିବା ସହ ଏସସିବି ମେଡିକାଲ କଲେଜର ଆଇସିୟୁ ଟ୍ରମା ସେଣ୍ଟରରେ ଯେତେ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।…

Read More

ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ ହୋଇଥିଲା ।ନୂଆ ବିଲ୍ ବିଧାନସଭାରେ ପାସ୍ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ଓଡ଼ିଶାର ବିଧାୟକମାନଙ୍କୁ ମିଳିଥାନ୍ତା ୩ ଲକ୍ଷ ୪୫ ହଜାର ଟଙ୍କା । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଦରମା ଓ ଅନ୍ୟ ଭତ୍ତା ମିଶାଇ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇଥାନ୍ତେ । କ୍ୟାବନେଟ୍ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମୂଳ ଦରମା ସହିତ ଭତ୍ତାକୁ ମିଶାଇ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବାର ଥିଲା । ତିନି ଗୁଣା ବଢିଥିଲା ଦରମା ।

Read More

୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ୩ ବର୍ଷିଆ ଅବକାରୀ ନୀତି ଘୋଷଣା କରିଛନ୍ତି। କିମ୍ବାନୂତନନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁରହିବ। ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂଆ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ । କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ ପାଇଁ ଛାଡ଼ ରହିବ । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ ଞ୍ଚାଇବାକୁ ମଧ୍ଯ ଅନୁମତି ଦିଆଯିବ ନାହିଁ । ନୂଆ ନୀତି ଅଧୀନରେ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ…

Read More

ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ କହିଛନ୍ତି ମନ୍ତ୍ରୀ । ଯଥେଷ୍ଟ ମହଜୁଦ ଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ହୋଟେଲକୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସର ୫୦% ଯୋଗାଇବାକୁ ସକ୍ଷମ। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ।ଏଥିପ୍ରତି ମଧ୍ୟ କେନ୍ଦ୍ର ସଜାଗ ଅଛି। ଆସନ୍ତାକାଲି କେନ୍ଦ୍ର ଯୋଗାଣମନ୍ତ୍ରୀ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ଏହି ସମ୍ପର୍କରେ ଆଲୋଚନା ନେଇ ଡାକିିଛନ୍ତି।ସେପଟେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ଯୁଦ୍ଧର ଭୟ ବୃଦ୍ଧି ପାଉଥିବାବେଳେ ଭାରତ ଏହାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା ପାଇଁ ଇରାନ ସହିତ ସହଭାଗୀ ହୋଇଛି। ୨୦୧୯ପରେ ଭାରତ ପ୍ରଥମ ଥର ପାଇଁ ଇରାନରୁ ଏକ ଏଲପିଜି କାର୍ଗୋ କ୍ରୟ କରିଛି। ଆମେରିକା ଇରାନ ଉପରେ ଏହାର କିଛି କଟକଣାକୁ କୋହଳ କରିବ ବୋଲି ସୂଚାଇବା ପରେ ଏହା ଆସିଛି।

Read More