ଦିନରେ ପ୍ରବଳ ଗରମ ଗୁଳୁଗୁଳି। ସନ୍ଧ୍ୟା ହେଲେ ମାଡି ଆସୁଛି କଳାହାଣ୍ଡିଆ ମେଘ। ଆଗାମୀ ୩ ଦିନ ଯାଏ ଝଡ଼ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି।ଚଳିତ ସପ୍ତାହ ଶେଷବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ତେବେ ମୌସୁମୀ ୨୫ ତାରିଖବେଳକୁ ସକ୍ରିୟ ହେବା ସମ୍ଭାବନା ଅଛି । ଏମିତି ହେଲେ ଜୁନ୍ ଶେଷ ସପ୍ତାହରେ ବର୍ଷା ପରିମାଣ ବଢ଼ିପାରେ । ୨୫ ଜୁନ୍ ରେ ଜୁଲାଇ ୧ ଭିତରେ ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ବିହାରରେ ମୌସୁମୀ ଆଗେଇବାକୁ ପାଗ ଅନକୂଳ ରହିପାରେ ।






