ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ମାସ ପାଇଁ ଯୁଦ୍ଧ ବିରତି କରିବାକୁ ଏବଂ ୧୫ଟି ସର୍ତ୍ତ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ପାକିସ୍ତାନ ମାଧ୍ୟମରେ ଏହି ପ୍ରସ୍ତାବ ତେହେରାନ ପାଖକୁ ପଠାଯାଇଛି ।ଇରାନ ପାଇଁ ମୁଖ୍ୟ ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା । ଇରାନ ନିଜର ସମସ୍ତ ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବ ଏବଂ ଭବିଷ୍ୟତରେ କେବେ ବି ପରମାଣୁ ବୋମା ତିଆରି କରିବ ନାହିଁ । ଇରାନ ପାଖରେ ଥିବା ପ୍ରାୟ ୪୫୦ କିଲୋଗ୍ରାମର ସମୃଦ୍ଧ ୟୁରାନିୟମ ଜାତିସଂଘର ପରମାଣୁ ସଂସ୍ଥା IAEA କୁ ହସ୍ତାନ୍ତର କରିବ । ଇରାନର ମିସାଇଲ୍ କ୍ଷମତା ଏବଂ…
Author: sanitelevision
ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସମସ୍ତ ଫ୍ରାଞ୍ଚାଇଜ୍ । ଏଥି ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆଇପିଏଲ ସିଜିନ୍-୧୯ ଆରମ୍ଭ ହେବା ପୂର୍ବରୁ ବିକ୍ରି ହୋଇଯାଇଛି RCB ।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ଆଦିତ୍ୟ ବିର୍ଲା ଗ୍ରୁପ୍ (ABG), ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ (TOI), ବୋଲ୍ଟ ଭେଞ୍ଚର୍ସ (ବୋଲ୍ଟ), ଏବଂ ବ୍ଲାକଷ୍ଟୋନର ପର୍ପେଚୁଆଲ୍ ପ୍ରାଇଭେଟ୍ ଇକ୍ୱିଟି ଷ୍ଟ୍ରାଟେଜି (BXPE, ବ୍ଲାକଷ୍ଟୋନ୍) ମିଳିତ ଭାବରେ ଅଧିଗ୍ରହଣ କରିଛନ୍ତି । ଏହି ୪ କମ୍ପାନୀ ଆରସିବିକୁ ୧୬ ହଜାର ୭୦୬ କୋଟିରେ କିଣିଛନ୍ତି । ସେମାନେ UK-Diageo PLC ର ଏକ ସହାୟକ କମ୍ପାନୀ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (USL) ରୁ ୧୦୦% ସେୟାର କିଣିଛନ୍ତି। ଏହି ଡିଲରେ RCB ପୁରୁଷ…
୨୦୨୫ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଶ୍ଵେତପତ୍ର ଉପସ୍ଥାପନ କଲା ଗୃହ ବିଭାଗ। ୨୦୨୪ ତୁଳନାରେ ୨୦୨୫ରେ ୭.୩୬% ବଢିଛି ଧର୍ତ୍ତବ୍ୟ ଅପରାଧ। ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ କମିଛି । ରାଉରକେଲାରେ ୩ଟି ହିଂସାତ୍ମକ ଘଟଣା ଛାଡ଼ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ହିଂସାକାଣ୍ଡ ଘଟିନଥିଲା। ଓଡ଼ିଶା-ଛତିଶଗଡ ମିଳିତ ସର୍ଚ୍ଚ ଅପରେସନରେ ୧୭ ମାଓବାଦୀ ନିହତ ହୋଇଛନ୍ତି ।୨୦୨୪ରେ ସାମଗ୍ରିକ ଭାବେ ରାଜ୍ୟରେ ୩୦୫୪ଟି ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୨୯୯୪କୁ ହ୍ରାସ ପାଇଛି। ୨୦୨୪ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ଥିଲା ୨ଲକ୍ଷ ୧୪…
ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । କହିଛନ୍ତି, ଆମେ ଜିତି ସାରିଛୁ, ଇରାନ ଏବେ ବୁଝାମଣା ପାଇଁ ବ୍ୟାକୁଳ । ଇରାନରେ ଆମକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ପାଖରେ ଏବେ ନା ଅଛି ନୌସେନା, ନା ବାୟୁସେନା କିମ୍ବା କୌଣସି ରାଡାର୍। ସେମାନଙ୍କର ନେତାମାନେ ମଧ୍ୟ ଆଉ ନାହାନ୍ତି। ଏହି ପରିସ୍ଥିତିରେ ସେମାନେ ଏକ ଚୁକ୍ତି ବା ବୁଝାମଣା କରିବାକୁ କେତେ ବ୍ୟାକୁଳ, ତାହା ଆପଣ କଳ୍ପନା କରିପାରିବେ ନାହିଁ। ତେବେ ଆଗକୁ କ’ଣ ହେଉଛି ଦେଖାଯିବ ବୋଲି ଟ୍ରମ୍ପ କହିଛନ୍ତି । ଇରାନ ସହ ଆଲୋଚନାରେ ସବୁଠୁ ବଡ଼ ସର୍ତ୍ତ ହେଉଛି, ସେମାନେ କଦାପି ପରମାଣୁ ଅସ୍ତ୍ର ରଖିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଇରାନରେ ଯୁଦ୍ଧ ଜିତି ସାରିଛି । କେବଳ ମିଛ ଖବର ପ୍ରସାରଣ କରୁଥିବା ମିଡିଆ ଏହାକୁ ଚାଲୁ ରଖିବାକୁ ଚାହୁଁଛି । ଅନ୍ୟପଟେ ଆମେରିକା…
ପୁଣି ବଢ଼ିଲା ସୁନା ଏବଂ ରୂପା ଦର । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପଙ୍କ ଘୋଷଣା ପରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଲକ୍ଷେ ୨୪ ହଜାରରୁ ଏକାଥରେ ଟପିଲା ଲକ୍ଷେ ୩୧ ହଜାର ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୬,୬୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୪,୪୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।୧୯ ତାରିଖ ସଂନ୍ଧ୍ୟାରେ ଅଚାନକ ମାର୍କେଟ ଡାଉନ ହୋଇ ସୁନାର ମୂଲ୍ୟରେ ଗୋଟିଏ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ତାପରଠୁ ଲଗାତାର ଭାବେ ସୁନା ଏବଂ ରୂପା ଦର କମୁଥିଲା।
ମେଟାକୁ ବଡ଼ ଝଟକା । ୩୧ ଶହ କୋଟିର ଫାଇନ ଗଣିବ ମେଟା । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଲଗାଇନ୍ତି କୋର୍ଟ ।ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଏକ କୋର୍ଟ ସୋସିଆଲ ମିଡିଆ କମ୍ପାନି ମେଟାକୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ଏବଂ ଏହାର ପ୍ଲାଟଫର୍ମରେ ଯୌନ ନିର୍ଯାତନାମୂଳକ ବିଷୟବସ୍ତୁ ଲୁଚାଇବା ଅଭିଯୋଗ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ସାତ ସପ୍ତାହ ଧରି ଚାଲିଥିବା ବିଚାର ପରେ ଏହି ଐତିହାସିକ ରାୟ ଆସିଛି। ଏହି ରାୟକୁ ଟେକ୍ କମ୍ପାନଗୁଡ଼ିକୁ ଉତ୍ତରଦାୟୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି। ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ପରିଚାଳନା କରୁଥିବା ମେଟା ସୁରକ୍ଷା ଅପେକ୍ଷା ଲାଭକୁ ପ୍ରାଥମିକତା ଦେଇଛି ଏବଂ ରାଜ୍ୟର ଅନଫେୟାର ପ୍ରାକ୍ଟିସ୍ ଆକ୍ଟର ଉଲ୍ଲଂଘନ କରିଛି ବୋଲି ଖଣ୍ଡପୀଠ ଜାଣିପାରିଛନ୍ତି। କମ୍ପାନି ପିଲାମାନଙ୍କ ଦୁର୍ବଳତାର ସୁଯୋଗ ନେଇ ପ୍ଲାଟଫର୍ମର ବିପଦ ବିଷୟରେ…
ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ। କଳା ଟିସାର୍ଟ ପିନ୍ଧି ଗୃହକୁ ଆସିଲେ ବିରୋଧୀ । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ ଲେଖା ଥିବା ଟି ସାର୍ଟ ପିନ୍ଧି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ ।ଏହାସହ ବିଧାନସଭା ଚାରିପଟେ ଏକାଠି ଚାଲିଥିଲେ ବିରୋଧୀ । ପ୍ରଶ୍ନ କାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ନାରା ବାଜି ଦେଇଛନ୍ତି ।ସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହେଉଛି ବିରୋଧ । ଯାହାଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି । ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ ।
ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଟିମ୍ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଟିମ୍ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବ ଅଳଙ୍କାର ଗଣତି ମଣତି । ଏହି ସମୟରେ ବାହାର କାଠରୁ ଦର୍ଶନ କରିବେ ଭକ୍ତ । ପୁରା SOPରେ ହେବ ଅଳଙ୍କାର ଚିହ୍ନଟ ସହ ଓଜନ । ୧୯୭୮ ମସିହା ତାଲିକା ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍ ।୧୯୭୮ ମସିହା ତାଲିକା ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍ ।କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ…
ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଶ୍ୟାମ ହୁଈକା ଗାଁର ସାଙ୍ଗ ମାନଙ୍କ ସହ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିଲେ ଯୁବକ। ଖରାରେ କାମ କରୁ କରୁ ଜୋରରେ ଲାଗିଥିଲା ଶୋଷ । ଜଙ୍ଗଲରେ ଶୋଷ ଲାଗିବାରୁ ଉପାୟ ନପାଇ ଝରଣା ପାଣି ପିଇଥିଲେ । ତେବେ ଝରଣା ପାଣି ପିଇବା ବେଳେ ଜୋକ ଢୋକି ଦେଇଥିଲେ ।ପରେ କିଛି ଘଣ୍ଟା ପରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ତେବେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ପାଇଁ ବୁକିଂ ବ୍ୟବଧାନ ବୃଦ୍ଧି କରାଯାଇଛି। ପୂର୍ବରୁ, ଏହି ସମୟ ସୀମା ୨୫ ଦିନ ଥିଲା, କିନ୍ତୁ ଏବେ ଏହାକୁ ୩୫ ଦିନକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଯଦି ଆପଣ ଗୋଟିଏ ସିଲିଣ୍ଡର କିଣିଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ବୁକିଂ ପାଇଁ ଅତି କମରେ ୩୫ ଦିନ ଅପେକ୍ଷା କରିବାକୁ ପଡିବ। ଇଣ୍ଡିଆନ ଅଏଲ କର୍ପୋରେଶନ ଅଧୀନରେ, ଏହି ନିୟମ ବିଶେଷ ଭାବରେ ଦୁଇ-ସିଲିଣ୍ଡର ସଂଯୋଗ ଥିବା ଲୋକଙ୍କ ପାଇଁ ପ୍ରଯୁଜ୍ୟ, ଅର୍ଥାତ୍ ଡବଲ-ବଟମ ସଂଯୋଗ ଥିବା ଲୋକଙ୍କ ପାଇଁ।ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଏବେ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ଏହି ଯୋଜନାରେ ପଞ୍ଜୀକୃତ ଲୋକମାନଙ୍କୁ ପରବର୍ତ୍ତୀ ବୁକିଂ ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡିବ। ଯେଉଁ ଗ୍ରାହକମାନଙ୍କର କେବଳ ଗୋଟିଏ…









