ଆଜିଠୁ ଆରମ୍ଭ ହେବ ଫଟାଫଟା କ୍ରିକେଟର ଲିଗ୍ ଆଇପିଏଲ୍ । ଉଦ୍ ଘାଟନୀ ମୁକାବିଲାରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ରେ ରାତି ୭.୩୦ରେ ଖେଳାଯିବ। ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍-ଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ କିମ୍ବା ଅନ୍ୟ କୌଣସି ମଇଦାନ, ଆରିସିବିର ବ୍ୟାଟରମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ତେବେ ଡେଥ୍ ଓଭରରେ ବୋଲିଂ ଏବେ ମଧ୍ୟ ଆରସିବି ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି, ତେବେ ଆରସିବିକୁ ହରାଇବା କଷ୍ଟକର ହେବ। ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ସବୁବେଳେ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ…
Author: sanitelevision
ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବ୍ରହ୍ମପୁର ଅଂଞ୍ଚଳର ଏଲ ହରିପାତ୍ର ଓ ଲଷ୍ମୀ ପାତ୍ରଙ୍କ ଦମ୍ପତି, ସୁମତି ସାହୁ, ସୁପ୍ରଭା ସାହୁ ଓ ଡ୍ରାଇଭର ଗଂଜାମ କୁଲାଡ଼ ଗାଁର ପ୍ରବୀଣ କୁମାର ସାହୁ। ସେହିପରି ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇ ଦଶପଲ୍ଲା ଓ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବିଳମ୍ବିତ ରାତିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଓ ଅଗ୍ନିମବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ବାକି ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ସମସ୍ତ ମୃତକ ବ୍ରହ୍ମପୁର ଅଞ୍ଚଳର ବୋଲି ସୂଚନା ରହିଛି ।
୨୦୨୭ ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ ହେବ ଏବଂ ନାଗରିକଙ୍କ ପାଖରେ ଆତ୍ମଗଣନା କରିବାର ବିକଳ୍ପ ରହିବ । ଦେଶରେ ସ୍ବାଧୀନତା ପରେ ଏହା ୧୬ତମ ଜନଗଣନା ହେବ । ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା ସାମିଲ ହେବ । ତେବେ ଭାରତର ଆଗାମୀ ଜନଗଣନା ୨୦୨୭କୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭାରତର ରେଜିଷ୍ଟରିଅର୍ ଜେନେରାଲଙ୍କ ଦ୍ବାରା ଜାରି ହୋଇଥିବା ଏକ ସର୍କୁଲାର ଅନୁଯାୟୀ, ଯଦି କୌଣସି ଜନଗଣନା ଅଧିକାରୀ ଜାଣିଶୁଣି ଅପମାନଜନିକ ତଥା ଅନୁଚିତ୍ ପ୍ରଶ୍ନ ପଚାରିବେ ତାଙ୍କୁ ଦୋଷୀ ଭାବେ ଗଣାଯିବ । ଏଥିସହ ସେହି ବ୍ୟକ୍ତିଙ୍କୁ ୩ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ ।ବିନା ଅନୁମତିରେ କାହାର କୌଣସି ବ୍ୟକ୍ତିଗତ ସୂଚନା ସେୟାର ନକରିବାକୁ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି । ଯଦି କୌଣସି ଅଧିକାରୀ କାମରେ ଅବହେଳା, ଅଦେଶକୁ ଉଲ୍ଲଂଘନ କରେ କିମ୍ବା କୌଣସି ଅନ୍ୟ କର୍ମଚାରୀଙ୍କ କାମରେ…
କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଓ ଡିଜେଲର ଏକ୍ସସାଇଜ ଦରରେ ଲିଟର ପ୍ରତି ଦଶ ଟଙ୍କା ହ୍ରାସ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ବିଜୁ ଜନତା ଦଳ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଲାଗୁ କରିଥିବା ଭାଟ୍କୁ ହ୍ରାସ କରିବା ପାଇଁ ଦାବି ରଖିଛି ।ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ସମ୍ପ୍ରତି ଇସ୍ରାଏଲ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ସମଗ୍ର ବିଶ୍ୱରେ ଇନ୍ଧନ ସଙ୍କଟ ଦେଖା ଦେଇଛି, ଯାହାକୁ ନେଇ ଜନସାଧାରଣ ମନରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମିଳିବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ଯଦିଓ ସରକାରଙ୍କ ତରଫରୁ ବାରମ୍ୱାର ସଙ୍କଟ ସ୍ଥିତି ଆସିନାହିଁ ବୋଲି ସୂଚନା ଦିଆଯାଉଛି, ତଥାପି ଏହା ଜନସାଧାରଣଙ୍କ ମନରୁ ସନେ୍ଦହ ଦୂର କରିପାରି ନାହିଁ ।…
ଲିଭ୍-ଇନ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ । ଜଣେ ବିବାହିତ ପୁରୁଷ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ନାଗରିକଙ୍କ ଅଧିକାରକୁ ରକ୍ଷା କରିବା ଲାଗି କୌର୍ଟଙ୍କ କର୍ତ୍ତବ୍ୟ ଉପରେ ସାମାଜିକ ନୈତିକତା ଚାପ ପକାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଲିଭ୍-ଇନ ରିଲେସନସିପରେ ରହୁଥିବା ଏକ ବିବାହିତ ଦମ୍ପତିଙ୍କ ସୁରକ୍ଷା ମାମଲା ଉପରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ ।ଆଲ୍ଲାହାବାଦ ହାଇକୋର୍ଟ ଦୃଢ଼ ଭାବରେ କହିଛନ୍ତି ଯେ ଲିଭ-ଇନ ସମ୍ପର୍କରେ ଥିବା ଜଣେ ବିବାହିତ ପୁରୁଷ ଏକ ଫୌଜଦାରୀ ଅପରାଧ ନୁହେଁ। କୋର୍ଟ କହିଛନ୍ତି ଯେ ସାମାଜିକ ନୈତିକତା ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ କୋର୍ଟର ସାମ୍ବିଧାନିକ କର୍ତ୍ତବ୍ୟକୁ ଅଗ୍ରାହ୍ୟ କରିପାରିବ ନାହିଁ। ବାର ଆଣ୍ଡ ବେଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଜେ.ଜେ. ମୁନିର ଏବଂ ଜଷ୍ଟିସ ତରୁଣ ସକ୍ସେନାଙ୍କ ଦ୍ୱାରା ଗଠିତ…
ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥଳସେନା ମୁଖ୍ୟ ପହଞ୍ଚିଛନ୍ତି ।। ଭୁବନେଶ୍ବରରେ ପହଞ୍ଚି ୧୨୦ ବାଟାଲିଅନ ମୁଖ୍ୟାଳୟକୁ ଯିବେ। ୨୮ରେ ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି। ଭୁବନେଶ୍ୱର, ପୁରୀ, ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେବେ । ଏହାପରେ ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଗସ୍ତ କରି ସେଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ପ୍ରଶିକ୍ଷଣ କାର୍ୟ୍ୟ ତଦାରଖ କରିବେ। ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବେ । ଫିଲ୍ଡ ଫାୟାରିଙ୍ଗ ରେଞ୍ଜରେ ଲାଇଫ ଫାୟାରିଙ୍ଗ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି । ୨୯ରେ ଦିଲ୍ଲୀ ଫେରିଯିବେ ।
ନୂଆ ପ୍ୟାକରେ ବଜାରକୁ ଆସିଲା ଓମ୍ଫେଡ ପ୍ରିମିୟମ ମିଲ୍କ । ‘ଜନ ଗଣନାରୁ ଜନ କଲ୍ୟାଣ’ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛି ଓମ୍ଫେଡ। ସଂପ୍ରତି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହଭାଗିତାର ହାତ ବଢାଇଛି ଓମ୍ଫେଡ । ଓଡିଶାରେ ଜାରି ରହିଥିବା ଡିଜିଟାଲ ଜନଗଣନାରେ ସ୍ବ-ଗଣନା ଏବଂ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟକ୍ରମରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି ଓମଫେଡ । ସେଥିପାଇଁ କମ୍ପାନୀ ତାର ପ୍ରିମିୟମ କ୍ଷୀର ପ୍ୟାକେଟର ପ୍ରିଣ୍ଟିଂ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଛି । ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ ସଚେତନତା ବୃଦ୍ଧି କରିବା ପାଇଁ ୪ ହଜାର ଓମଫେଡ୍ ବୁଥରେ ପ୍ରଦର୍ଶନ ପାଇଁ ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଥିଲା ।
ନୂଆ ଅବକାରୀ ନୀତି ଏପ୍ରିଲ୍ ୧ରୁ ଲାଗୁ ହେବାକୁ ଥିବାବେଳେ ମଦ ଦୋକାନ ପାଇଁ ଏପ୍ରିଲରେ ଲଟେରୀ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେବାକୁ ଯାଉଛି ।ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟାରେ ହେବ । ଗତଥର ଲଟେରୀ ପାଇଥିବା ଦୋକାନଗୁଡିକର ସମୟସୀମା ୩୧ରେ ସରୁଛି । ୩ ଷ୍ଟାରରୁ ଅଧିକ ହୋଟେଲରେ ବାରର ପ୍ରାବଧାନ ଥିବାରୁ ଅନ ସପ ଅନୁମତି ମିଳିଛି । ନୂଆ ମଦ ଦୋକାନ ଖୋଲିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେତିକି ଅଫ ସପ ଥିଲା , ସେ ସବୁର ଏମଜିଇଆର ସ୍ଥିର ହେବ ।ପ୍ରଥମଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍ ’ ଲାଗୁ କରାଯିବ।। ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି ।ଏହି ସେସ୍ରୁ ଆସୁଥିବା…
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଲା କିନ୍ତୁ ଘାଣ୍ଟି ସନ୍ତୁଳି ହେଉଛି ସାରା ବିଶ୍ବ। ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲର ନିଅଣ୍ଟିଆ ସ୍ଥିତି ଭିତରେ କଷ୍ଟ ବଢ଼ାଇଛି ଖାଇବା ତେଲ। ଗତ କିଛି ଦିନ ଭିତରେ ଖାଇବା ତେଲ ଲିଟର ପିଛା ୧୦ରୁ ୧୫ ଟଙ୍କା ବଢ଼ିଥିଲା। ହଠାତ୍ ବଢିଥିଲା ପାମୋଲିନ୍, ସୂର୍ଯ୍ୟମୁଖୀ, ସୋୟାବିନ୍, ସୋରିଷ ତେଲ। ହୋଟେଲ୍ ହେଉ କିମ୍ବା ଘର, ସବୁଠି ଖାଦ୍ୟର ଦାମ୍ ଆକାଶଛୁଆଁ ହେଲା। ଯୁଦ୍ଧ ଯୋଗୁଁ ସପ୍ଲାଏ ଚେନ୍ ବାଧାପ୍ରାପ୍ତ ଓ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଖାଇବା ତେଲ ଦର ଉପରମୁହାଁ ହୋଇଛି।ଏବେ ଔଷଧ ଉପରେ ଯୁଦ୍ଧର ପ୍ରଭାବ ପଡିବା ଆରମ୍ଭ କଲାଣି । ଅର୍ଥାତ ଔଷଧର ଦାମ ମଧ୍ୟ ବଢ଼ିବ । ସରକାର ମଧ୍ୟ ଔଷଧର ଦାମ ପ୍ରାୟ ୦.୬୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇସାରିଛନ୍ତି । ୨୦୨୫ର ହୋଲସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଅନୁସାରେ ଔଷଧର ନୂଆ ଦର ଧାର୍ଯ୍ୟ…
ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା। ଏହାପରେ ପ୍ରଭୁ ରାମଙ୍କ ସୂର୍ଯ୍ୟ ତିଳକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦିବ୍ୟ ଘଟଣା ଦେଖିବା ପାଇଁ ହଜାର ହଜାର ଭକ୍ତ ଏକତ୍ରିତ ହୋଇଥିଲେ। ମଧ୍ୟାହ୍ନ ୧୨ଟାରେ, ଭଗବାନ ସୂର୍ଯ୍ୟ ରାମଲଲ୍ଲାଙ୍କ କପାଳରେ ତିଳକ ଲଗାଇଥିଲେ। ଏହା ପ୍ରାୟ ଚାରି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ବିଶେଷ କଥା ହେଉଛି ଯେ ତିଳକ ସେହି ମୁହୂର୍ତ୍ତରେ ହୋଇଥିଲା , ଯେଉଁ ମୁହୂର୍ତ୍ତରେ ଭଗବାନ ରାମଙ୍କ ଜନ୍ମ ବୋଲି ବିଶ୍ୱାସ କରାଯାଏ। ଚଳିତବର୍ଷ, ରାମ ନବମୀରେ ରବି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗର ଏକ ବିଶେଷ ମିଶ୍ରଣ ମଧ୍ୟ ସୃଷ୍ଟି ହେଉଛି। ଏହା ଏହି ଘଟଣାର ଧାର୍ମିକ ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଛି। ସୂର୍ଯ୍ୟ ତିଳକ ସହିତ ରାମ ଲଲ୍ଲାଙ୍କ ଅଭିଷେକ ଶୃଙ୍ଗାର ଏବଂ ଅନ୍ୟାନ୍ୟ…









