Author: sanitelevision

ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦୁଇ ସେବାୟତ ଗୋଷ୍ଠୀ ଭିତରେ ଘୋଡଣି ଉଠେଇବା ନେଇ ବିବାଦ ଉପୁଜି ଥିଲା। ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ପରେ ସମସ୍ୟାର ସମାଧାନ ହେଲା। ଏହି ଘଟଣାକୁ ନେଇ ଆଗାମୀ ୨୦ରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତିକରାଯିବ। ଆଜି ମନ୍ଦିର ପରିସରରେ ଯେଉଁ ଘଟଣା ଘଟିଲା ତାହାର ତଦନ୍ତ ହେବ।ପୁଣି ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ବିବାଦ ସୋମବାର ଦେଖିବାକୁ ମିଳିଥିଲା। ସକାଳ ୧୦ଟା ସାହାଣ ମେଲା ପରଠାରୁ ବନ୍ଦ ରହିଥିଲା ପ୍ରଭୁଙ୍କ ନୀତିକାନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଉଭୟ ନିଯୋଗ। ରୁପା ଘୋଡକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପ୍ରଭୁଙ୍କ ସୁରକ୍ଷା ପାଇଁ ଲାଗିଥାଏ ରୁପା ଘୋଡ।

Read More

ଏପ୍ରିଲ ମାସ ଅପେକ୍ଷା ମେ ଓ ଜୁନରେ ରାଜ୍ୟରେ ହିଟ ୱେଭ ପ୍ରଭାବ ଅଧିକ ରହିବ। ଏପ୍ରିଲରେ ବର୍ଷା ସହ ଘଡଘଡି ପ୍ରଭାବ ଅଧିକ ରହିବ । ଗତ ୩୧ ମାର୍ଚ୍ଚ ରେ ଯେଉଁ ଆକଳନ କରାଯାଇଛି ତାହାକୁ କୃତ୍ରିମ ବୁଦ୍ଧିମତା (AI) ଆହୁରି ସଠିକ୍ କରୁଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସାଧାରଣତଃ ଏପ୍ରିଲ ମାସରେ ଅଂଶୁଘାତ ପ୍ରଭାବ ଯାହା ରହିବା କଥା ତା ଠାରୁ କମ୍‌ ରହିବ । ଉପକୂଳ ଓଡିଶା ଓ ଉପକୂଳ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ହିଟ ୱେଭ ଓ ଅଂଶୁଘାତ କିଛି ଜାଗାରେ ହେବାର ସମ୍ଭାବନା ରହିଛି। ସେହିପରି ଚଳିତ ଥର ଗ୍ରୀଷ୍ମ ପ୍ରବାହ ଅଧିକ ପରିମାଣ ହେବାର ସମ୍ଭାବନା ରହିଛି । ‘‘ବର୍ତ୍ତମାନ ତିନୋଟି AI ମଡେଲର ବ୍ୟବହାର ଆରମ୍ଭ ହୋଇଛି ଏବଂ ଏହା ମାଧ୍ୟମରେ ପୂର୍ବାନୁମାନର ସଠିକତା ବଢ଼ାଇବା ସହ…

Read More

ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ପରେ ସମ୍ମାନ ହାତେଇବା ପାଇଁ ଏକ ଭବ୍ୟ ଆୟୋଜନର କାର୍ଯ୍ୟକ୍ରମ ହେଉଛି । ଏନେଇ ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଓଡ଼ିଶା ପୋଲିସର ସିନିୟର୍ ଆଇପିଏସଙ୍କ ସହ ଆଲୋଚନ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ସମ୍ଭାବନା ରହିଛି । ସପ୍ତମ ବାଟାଲିଅନରେ ଭବ୍ୟ କ୍ରାର୍ଯ୍ୟକ୍ରମ ପାଇଁ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି । ଏହି ସମ୍ମାନ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ୍ ଫୋର୍ସକୁ ପ୍ରଦାନକରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ପ୍ରେସିଡେଣ୍ଟ କଲର୍ ଆଓ୍ୱାର୍ଡ। ସାହସିକତା ଏବଂ ବୃତ୍ତିଗତ ସେବାକୁ ସ୍ୱୀକୃତି ଦେଇଥାଏ ଏହି…

Read More

ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ…

Read More

ଘୋଷଣା ହେଲା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ । ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ । ଅନୁଗୁଳ ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମୁଣି ଛତର (ଉପାଧ୍ୟକ୍ଷ); ବଲାଙ୍ଗିର ପାଇଁ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ); ବାଲେଶ୍ୱର ପାଇଁ ବିପିନ୍ ମାରାଣ୍ଡି (ଅଧ୍ୟକ୍ଷ), ଝରଣା ସିଂ (ଉପାଧ୍ୟକ୍ଷ); ବରଗଡ଼ ପାଇଁ ଗୋବର୍ଦ୍ଧନ ଭୋଏ (ଅଧ୍ୟକ୍ଷ), ତିଳତ୍ତୋମା ଭୁଏ (ଉପାଧ୍ୟକ୍ଷ); ବୌଦ୍ଧ ପାଇଁ ଡମରୁ ଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ); ଦେବଗଡ଼ ପାଇଁ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିଶାନ (ଉପାଧ୍ୟକ୍ଷ); ଢେଙ୍କାନାଳ ପାଇଁ ନାଉରି ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ); ଗଜପତି ପାଇଁ କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ) ଘୋଷଣା କରାଯାଇଛି।ଗଞ୍ଜାମ ପାଇଁ ନୀଳମାଧବ ପାତ୍ର (ଅଧ୍ୟକ୍ଷ), ଲଳିତା ପ୍ରଧାନ (ଉପାଧ୍ୟକ୍ଷ); ଯାଜପୁର ପାଇଁ ରାଜେନ୍ଦ୍ର କାନ୍ଦୁଲିଆ (ଅଧ୍ୟକ୍ଷ), ଶାନି ଜରିକା (ଉପାଧ୍ୟକ୍ଷ); ଝାରସୁଗୁଡ଼ା ପାଇଁ ସାମଲ…

Read More

ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାରୁ ୩ ସାଂସଦ ବି ଶପଥ ନେଇଛନ୍ତି ।ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ଦ୍ବିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି ସଂତୃପ୍ତ ମିଶ୍ର ।ଆଜି ସେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଦିଲ୍ଲୀପ ରାୟଙ୍କର ରାଜ୍ୟସଭାରେ ଏହା ତୃତୀୟ ପାଳି। ୧୮ ବର୍ଷ ପରେ ପୁଣି ରାଜ୍ୟସଭାକୁ ଫେରିଛନ୍ତି । ପୂର୍ବରୁ ଗୋଟିଏ ଥରେ ଜନତା ଦଳ ଟିକେଟରେ ରାଜ୍ୟସଭାକୁ ଯାଇଥିବା ବେଳେ ଥରେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

Read More

ଆଜି କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବ‌ହିବାର ସମ୍ଭାବନା ଅଛି।

Read More

ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ରାଜସ୍ୱ ସେବାକୁ କରାଯିବ ଅଧିକ ଲୋକାଭିମୁଖୀ । ନୂତନ OAS ଏବଂ ORS ଅଧିକାରୀଙ୍କୁ ଆମ ସାଥୀ ଚାଟ ବଟ ମାଧ୍ୟମରେ ଦିଆଯିବ ରାଜସ୍ୱ ସେବା ଏବଂ ଅଭିଯୋଗ ଶୁଣାଣି ସମ୍ପର୍କିତ ତାଲିମ । ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମଧ୍ୟ ଭିସି ଜରିଆରେ ନେବେ ତାଲିମ । ତାଲିମସହ ରାଜସ୍ୱ ପ୍ରଶାସନର ଦକ୍ଷତା ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ହ୍ବାଟ୍ସଆପ ମାଧ୍ୟମରେ ଜନସାଧାରଣ ନିଜର ସମସ୍ୟା କିମ୍ବା ଅଭିଯୋଗ ସହଜରେ ଜଣାଇବା ସହ ତହସିଲଦାର ଏବଂ ଅନ୍ୟ ସମ୍ପର୍କିତ ଅଧିକାରୀ ତାହାକୁ ଗ୍ରହଣ କରି ତ୍ଵରିତ ପଦକ୍ଷେପ ନେଇପାରିବେ । ଏ ସଙ୍କ୍ରାନ୍ତୀୟ ସମସ୍ତ ପ୍ରକିୟା ରାଜସ୍ୱ ମନ୍ତ୍ରୀ ଏବଂ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବ୍ୟକ୍ତିଗତ ଅବଗତି ନିମନ୍ତେ ମଧ୍ଯ ଉପଲବ୍ଧ ହେବ । ଏଥିନିମନ୍ତେ ରାଜସ୍ୱ…

Read More

ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ମୁତାବକ ଚନ୍ଦନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି ଅନୁଷ୍ଠିତ ହେବ ।ଶ୍ରୀମନ୍ଦିର ସ୍ବତ୍ବ ଲିପି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ପରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। ନୀତି ପାଇଁ ଆଜି ସନ୍ଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

Read More

ଚଳିତ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଉରକେଲା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ଅଛି ।ତେବେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍)ର ଉଦ୍‌ଘାଟନ କରିବେ । ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ହକି ଛକ ନିକଟରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ୱାନ୍ ପ୍ରକଳ୍ପ ନିର୍ମାଣ କରାଯାଉଛି । ରାଉରକେଲା ୱାନ୍‌ରେ ଜନଜାତି ସଂଗ୍ରହାଳୟ ସମେତ ଆଇସିସିସି (ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର) ଓ ଅଡିଟୋରିୟମ୍ ପ୍ରସ୍ତୁତ ହୋଇଛି । ଇତିମଧ୍ୟରେ ଆଇସିସିସି କାର୍ଯ୍ୟକ୍ଷମ ହୋଇଯାଇଥିବା ବେଳେ ଜନଜାତି ସଂଗ୍ରହାଳୟ ଉଦ୍ଘାଟନ ଅପେକ୍ଷାରେ ରହିଛି । ତେବେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍)ର ଉଦ୍‌ଘାଟନ କରିବେ । ତେବେ ରାଷ୍ଟ୍ରପତି କେଉଁ ତାରିଖରେ ଆସିବେ ତାହା ଧାର୍ଯ୍ୟ ହୋଇନାହିଁ ।

Read More