ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ୫ କେଜି ସିଲିଣ୍ଡର କଟକଣା ଲାଗୁ ହେବନି । ସେମାନେ ପରିଚୟପତ୍ର ଦେଖାଇଲେ ତାଙ୍କୁ ୫ କେଜି ଏଲପିଜି ମିଳିବ।ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା । ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରବିବାର ଦିନ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଖୋଲା ବଜାରରେ ଆଉ ଗ୍ୟାସ୍ ବିକ୍ରି କରାଯାଇପାରିବନାହିଁ । ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ । ଗ୍ୟାସ୍…
Author: sanitelevision
ଓଡ଼ିଶା ପ୍ରେମରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସମ୍ୱଲପୁରୀ ଶାଢୀରେ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କ ମନ ମୋହିଛନ୍ତି । ଏହି ଲୁକ୍ ର କିଛି ଫଟୋ ସେୟାର କରି ମାଧୁରୀ ଲେଖିଛନ୍ତି, ”ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା, ଯାହାକି କାଳଜୟୀ । କେବଳ ଏହା କପଡ଼ା ନୁହେଁ, ବରଂ ପ୍ରେମ ଏବଂ ଧୈର୍ଯ୍ୟରେ ବୁଣାଯାଇଥିବା କାହାଣୀ । ଏହି ସୁନ୍ଦର ଐତିହ୍ୟକୁ ପ୍ରତିନିଧିତ୍ୱ କରିବା ନେଇ ସମ୍ମାନିତ ମନେ କରୁଛି ।” ମାଧୁରୀ ସମ୍ବଲପୁରୀ ଶାଢୀ ପିନ୍ଧି ଫଟୋ ପୋଷ୍ଟ କରିବା ମାତ୍ରେ ଏହି ଲୁକରେ ଫ୍ୟାନ୍ସ ଫିଦା ହୋଇଛନ୍ତି ଏବଂ ଫଟୋରେ ଦେଢ ଲକ୍ଷ ଲାଇକ୍ସ ରହିଛି ।ପ୍ରକାଶ ଥାଉ କି, ବଲିଉଡ ଡିଭା ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର । ଫଳରେ ବୁଣାକାରମାନଙ୍କ ହାତ ତିଆରି କାରିଗରୀକୁ ନେଇ ବିଦେଶରେ ପ୍ରଚାର କରିବେ…
ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତାମୂଳକ। ଯଦି ନ ଲେଖିବେ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତା ମୂଳକ ହୋଇଛି । ଯଦି କୌଣସି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ନଲେଖନ୍ତି, ତେବେ ସେହି ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମଥର ନିୟମ ଉଲ୍ଲଂଘନ ପାଇଁ ଅତିକମ୍ ରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଥର ଉଲ୍ଲଂଘନ ପାଇଁ ଅତିକମ୍ ରେ ୧୦ ହଜାର ଟଙ୍କାରୁ ୨୦ ହଜାର…
ଆମେରିକାର ଆରିଜୋନାରୁ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି।ଆମେରିକା ଆରିଜୋନା ଅନ୍ତର୍ଗତ ଷ୍ଟାର୍ ଭ୍ୟାଲିରୁ ୧୯୯୪ ମସିହାରେ ମାତ୍ର ୧୩ ବର୍ଷ ବୟସରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା କ୍ରିଷ୍ଟିନା ମାରି ପ୍ଲାଣ୍ଟେ ଦୀର୍ଘ ୩୨ ବର୍ଷ ପରେ ଜୀବିତ ଓ ସୁରକ୍ଷିତ ମିଳିଥିବା ନେଇ ଶନିବାର ଗିଲା କାଉଣ୍ଟି ଶେରିଫ୍ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ୪୫ବର୍ଷୀୟା କ୍ରିଷ୍ଟିନାଙ୍କୁ ଆଧୁନିକ ଫୋରେନସିକ୍ ତଦନ୍ତ ପ୍ରଣାଳୀ ଓ ଏକ ସ୍ଵତନ୍ତ୍ର ‘କୋଲ୍ଡ କେସ୍ ୟୁନିଟ୍’ର ପୁନଃ ସମୀକ୍ଷା ଦ୍ଵାରା ସଫଳତାର ସହ ଠାବ କରାଯାଇଛି।ଏହି ଘଟଣାଟି ୧୯୯୪ ମସିହା ମେ’ ମାସରେ ଘଟିଥିଲା, ଯେତେବେଳେ କ୍ରିଷ୍ଟିନା ନିଜ ଘରୁ ଘୋଡ଼ାଶାଳକୁ ଯିବା ସମୟରେ ହଠାତ୍ ନିଶ୍ଚିହ୍ନ ହୋଇଯାଇଥିଲେ। ସେ ସମୟରେ ବହୁ ଖୋଜାଖୋଜି ଏବଂ ଜାତୀୟ ସ୍ତରରେ ପ୍ରଚାର ସତ୍ତ୍ୱେ କୌଣସି ସୁଫଳ ମିଳିନଥିବାରୁ ଏହାକୁ ଏକ ”କୋଲ୍ଡ କେସ୍” ଭାବେ ଘୋଷଣା…
ଘରୋଇ ସ୍କୁଲ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ଚେତାବନୀ ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସବୁ ଘରୋଇ ସ୍କୁଲ ସରକାରୀ ନିୟମ ମାନିବା ଜରୁରୀ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହେବ । ଯଦି କୌଣସି ସ୍କୁଲ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କେତେକ ବେସରକାରୀ ଶିକ୍ଷାନୁଷ୍ଠାନ ଅଧିକ ଲାଭ ଆଶାରେ ନିଜସ୍ୱ ବହି ପଢ଼ିବାକୁ ପିଲାଙ୍କୁ ବାଧ୍ୟ କରୁଛନ୍ତି, ଯାହା ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ NCERT ବହି ପଢ଼ିବା ଆବଶ୍ୟକ, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ।
ସବୁ ବିଭାଗ ପର୍ଯ୍ୟଟନକୁ ଫୋକସ କରିବାକୁ ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ । ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କଣ ଯୋଗ ଦାନ କରିପାରିବ ସେନେଇ ସଚିବ ସ୍ତରୀୟ ବୈଠକର ଆଲୋଚନା କରିଛନ୍ତି ଅନୁ ଗର୍ଗ।ଯେପରି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବ ସେ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ।
ବିଭିନ୍ନ ଜିଲ୍ଲା ବୁଲିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ଗସ୍ତରେ ଯିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅକ୍ଟୋବର, ନଭେମ୍ବରରୁ ନବୀନ ପଟ୍ଟନାୟକ ଜିଲ୍ଲାରୁ ଜିଲ୍ଲା ବୁଲି ପୁଣି ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ଚେଷ୍ଟା କରିବେ । ଏନେଇ ଜିଲ୍ଲାର ନେତାମାନଙ୍କୁ ବିଜେଡି କାର୍ଯ୍ୟାଳୟରୁ ଖବର ଯାଇଛି । ଗସ୍ତ ବେଳେ ନବୀନ ପଟ୍ଟନାୟକ ଦଳରୁ ଦୂରେଇ ଯାଇଥିବା ଲୋକଙ୍କୁ ପୁଣି ଦଳ ଭିତରକୁ ଫେରାଇଆଣିବାକୁ ଚେଷ୍ଟା କରିବେ ।ପଞ୍ଚାୟତ ସ୍ତରରେ ଯେଉଁମାନେ ଦୁର୍ନୀତି କରିଛନ୍ତି ଏବଂ ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି । ସେମାନଙ୍କ ପାଇଁ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ । ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହ ଥିବା କହିଛନ୍ତି ବିଜେଡି ବିଧାୟକ ବିଶ୍ବ ରଂଜନ ମଲ୍ଲିକ ।
ରାଜ୍ୟରେ ଶିଶୁବାଟିକାରେ ପର୍ଯ୍ୟାୟ କ୍ରମେ ମିଶିବ ସମସ୍ତ ଅଙ୍ଗନବାଡ଼ି। ଖଡ଼ିଛୁଆଁ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ବଡ଼ ସୂଚନା। ଏଣିକି ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ।ପ୍ରାଥମିକ ଶିକ୍ଷାକୁ ଦୃଢ କରିବାକୁ ପ୍ରତି ଗାଁରେ ହେବ ମଡେଲ ସ୍କୁଲ୍ । ୫ ଏକର ଜାଗାରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ । ଭୁବନେଶ୍ବର ରାଜଭବନ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବା ସହ ପିଲାଙ୍କ ହାତ ଧରି ପାଠ ପଢ଼ାଇଥିଲେ ।
ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଏକ ସୁଇମିଂ ପୁଲରେ ବୁଡ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଖବର ମୁତାବକ, ଅଜରୁଦ୍ଦିନ ପ୍ରେମ ବିବାହ କରିଥିଲେ । ସେ ପୁଅ ଚାହୁଁଥିଲେ, ପୂର୍ବରୁ ତାଙ୍କର ୨ଟି ଝିଅ ରହିଥିଲେ । ଏଥର ଗର୍ଭବତୀ ପତ୍ନୀଙ୍କ ଠାରୁ ପୁଅ ଆଶା କରୁଥିଲେ । ହେଲେ ପତ୍ନୀଙ୍କ ଗର୍ଭରେ ପୁଅ ନୁହେଁ ଝିଅ ଥିବା ଜାଣିବା ପରେ ପ୍ରଥମେ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ପତ୍ନୀ ବିରୋଧ କରିଥିଲେ । ତେଣୁ ପତ୍ନୀଙ୍କୁ କିଭଳି ହତ୍ୟା କରାଯିବ, ତାହାକୁ ନେଇ ଯୋଜନା କରିଥିଲେ ।ଯୋଜନା ମୁତାବକ, ନିଜ ପରିବାର ବୁଲିବାକୁ କହି ନେଇଯାଇଥିଲେ । ଏକ ସୁଇମିଂ ପୁଲକୁ ନେଇ ପତ୍ନୀଙ୍କୁ ପାଣିରେ ପକାଇବା ପରେ ଦୁଇ ଝିଅଙ୍କୁ ମଧ୍ୟ ପାଣିରେ…
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୦,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୩୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୦,୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୮,୩୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।









