Author: sanitelevision

ଆରବିଆଇ ପୁଣିଥରେ ନୀତିଗତ ସୁଧ ହାର, ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ଏହାକୁ ୫.୨୫% ସ୍ଥିର ରଖାଯାଇଛି। ଏହା ଚଳିତ ଆର୍ଥିକ ବର୍ଷରେ ଏମପିସିର ପ୍ରଥମ ବୈଠକ ଏବଂ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ବୈଠକ। ଇରାନ ସଙ୍କଟ ପୁଣି ଥରେ ମୁଦ୍ରାସ୍ଫୀତିର ବିପଦ ସୃଷ୍ଟି କରୁଛି। ତେଣୁ, ସୁଧ ହାର ହ୍ରାସ କରିବା ଅପେକ୍ଷା ଆର୍ଥିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଅଭିବୃଦ୍ଧି ବଜାୟ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ।ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ଉପସ୍ଥାପନ କରି ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ପଶ୍ଚିମ ଏସିଆ ସଙ୍କଟ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଥିଲେ ମଧ୍ୟ ଭାରତର ଅର୍ଥନୈତିକ ମୌଳିକ ଅନେକ ଦେଶ ତୁଳନାରେ ଦୃଢ଼ ରହିଛି।

Read More

ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦର୍ଶାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମୟୂରଭଞ୍ଜ, କେନ୍ଦୁଝର ଏବଂ ଯାଜପୁର ଜିଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସମୟରେ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା ଥିବାରୁ ଏହି ସମୟରେ ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା,…

Read More

୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ । ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ । ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ପାକିସ୍ତାନର ଅସ୍ଥାୟୀ ଯୁଦ୍ଧବିରତି ଅନୁରୋଧକୁ ଗ୍ରହଣ କରିଛନ୍ତି। ଇରାନ ମଧ୍ୟ ଏକ ୧୦-ସୂତ୍ରୀ ପ୍ରସ୍ତାବ ରଖିଛି, ଯାହାକୁ ଆଲୋଚନା ପାଇଁ ଆଧାର ଭାବରେ ବିବେଚନା କରାଯାଉଛି। ଇରାନ ସର୍ତ୍ତ ଆଗରେ ଟ୍ରମ୍ପ ମୁଣ୍ଡ ନୁଆଁଇଛନ୍ତି । ଆମେରିକା ସହିତ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ନିଜର ସମସ୍ତ ସାମରିକ ୟୁନିଟକୁ ଗୁଳିଚାଳନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ…

Read More

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । । ଭିଜିଲାନ୍ସର ୭ରୁ ୮ ଜଣିଆ ଟିମ୍ ଅତର୍କିତ ଭାବେ ଚଢାଉ କରୁଛନ୍ତି । ବର୍ତ୍ତମାନ ଯାଏଁ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

Read More

କାଲିଠାରୁ ପୁଣି ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତିମଣତି । କାଲିଠୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ଯାଏଁ ଗଣତି ହେବ । ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ହେବ । ବାହାର କାଠ ନିକଟରୁ ଦର୍ଶନ ହେବ । ପରବର୍ତ୍ତୀ ଗଣତି ଦିନଗୁଡିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ ।ସେହିଭଳି କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଉକ୍ତ ଦିନମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ। ଏଣୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ବୋପରି ପୂର୍ଣ୍ଣ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ । ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Read More

ତରଭୁଜ, ଆମ୍ବ, ଲିଚୁ ଆଦି ବିଭିନ୍ନ ପ୍ରକାର ଗ୍ରୀଷ୍ମକାଳୀନ ଫଳ ଖାଉଥିଲେ ସାବଧାନ | ଗ୍ରୀଷ୍ମକାଳୀନ ପାନୀୟ କିମ୍ବା ଫଳ ଖାଇବା ସ୍ବାସ୍ଥ୍ୟପ୍ରତି ନିରାପଦ ନୁହେଁ କାରଣ ଫଳ ପଚେଇବା ପାଇଁ ବ୍ୟବସାୟୀମାନେ ରାସାୟନିକ ପଦାର୍ଥ ଏବଂ ପାନୀୟରେ ବାସୀ ଏବଂ ସମୟସୀମା ସମାପ୍ତ ହୋଇ ଯାଇଥିବା ରାସାୟନିକ ପଦାର୍ଥ ଏବଂ ରଙ୍ଗ ବ୍ୟବହାର କରୁଥିବା ଜାଣି ପାରିଛନ୍ତି ଖାଦ୍ୟ ସୁରକ୍ଷା ନିରୀକ୍ଷକ। ତେବେ ଫର୍ମାଲିନ୍ ଥିବା ଫଳକୁ ଲୁଣିଆ ପାଣିରେ ୧ ଘଣ୍ଟା ବୁଡ଼ାଇ ରଖିଲେ ଫର୍ମାଲିନ୍ ସ୍ତର ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଥାଏ। ଫର୍ମାଲିନ୍ ଥିବା ଫଳଗୁଡ଼ିକୁ ପ୍ରଥମେ ଭିନେଗାର ପାଣିରେ ଏବଂ ତା’ପରେ ସାଦା ପାଣିରେ ଧୋଇବା ଦ୍ୱାରା ପ୍ରାୟ ୭୦ ପ୍ରତିଶତ ଫର୍ମାଲିନ୍ ଦୂର ହୋଇଥାଏ ।’ଖାଲି ଫଳ କି ପନିପରିବାରେ ନୁହେଁ, ଗ୍ରୀଷ୍ମ ଦିନରେ ମିଳୁଥିବା ଲସିରେ ମଧ୍ୟ ରାସାୟନିକ ବିଷ ଆମେ ଖାଉଛୁ । ଲସିକୁ ଅଧିକ ସ୍ୱାଦିଷ୍ଟ ଓ ସୁଦୃଶ୍ୟ…

Read More

ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି।ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର ସମ୍ୱେଦନଶୀଳ ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଏବଂ ସାପକୁ ଛାଡିବାର ସମ୍ଭାବ୍ୟତା ଅନୁସନ୍ଧାନ କରୁଛି। ତଥାପି, ପ୍ରସ୍ତାବକୁ ଏପର୍ଯ୍ୟନ୍ତ ସରକାରୀ ଅନୁମୋଦନ ମିଳିନାହିଁ।ବିଗତ ୧୦ ବର୍ଷ ମଧ୍ୟରେ ସୀମାରେ ୭ ହଜାରରୁ ଅଧିକ ଅନୁପ୍ରବେଶ ଘଟଣା ସଂପର୍କରେ ରିପୋର୍ଟ ମିଳିଛି । ଏପରିସ୍ଥଳେ ଅନୁପ୍ରବେଶ ରୋକିବାକୁ ସେଠାରେ ସରୀସୃପଙ୍କୁ ବ୍ୟବହାର କରାଯାଇପାରେ । ତେବେ ଏ ସଂପର୍କରେ ବିଏସଏଫ୍‌ର ଜଣେ ଅଧିକାରୀ କହିଛନ୍ତି, ଏହା କେବଳ ଏକ ପ୍ରସ୍ତାବ । ଏହାକୁ ଲାଗୁ କରାଯାଇନାହିଁ । ଏଥିରେ ସରୀସୃପଙ୍କ ବ୍ୟବସ୍ଥାଠାରୁ ଆରମ୍ଭ କରି ସୀମା ନିକଟରେ ରହୁଥିବା ଲୋକଙ୍କୁ ସୁରକ୍ଷା ଭଳି ଅନେକ ଚାଲେଞ୍ଜ ରହିଛି । ଭାରତ-ବାଂଲାଦେଶ ସୀମାରେ ଜନସଂଖ୍ୟା ବେଶ୍ ଅଧିକ ହୋଇଥିବାବେଳେ ବନ୍ୟା ଭଳି ସ୍ଥିତିରେ ଏହା ଗ୍ରାମୀଣଙ୍କ ଲାଗି ସମସ୍ୟାକୁ ବଢ଼ାଇପାରେ ।ଅନ୍ୟ ଜଣେ ଅଧିକାରୀ ଉଲ୍ଲେଖ…

Read More

ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । ଏହି ନୂଆ ଦର ୮ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ ।ବର୍ତ୍ତମାନ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ବିମାନର ଦୂରତା ଅନୁଯାୟୀ ୨୯୯ ଟଙ୍କାର ୮୯୯ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଭଡ଼ା ଦେବାକୁ ହେବ । ୫୦୦ କିମିରୁ କମ୍ ଦୂରତା ପାଇଁ ୨୯୯ ଟଙ୍କା ଦେବାକୁ ହେବ । ୫୦୧ କିମିରୁ ୧,୦୦୦ କିମି ମଧ୍ୟରେ ୩୯୯ ଟଙ୍କା ଅଧିକ ଦେବାକୁ ହେବ । ୧,୦୦୧ କିମିରୁ ୧,୫୦୦ କିମି ମଧ୍ୟରେ ଅତିରିକ୍ତ ୫୪୯ ଟଙ୍କା, ୧,୫୦୧ କିମିରୁ ୨,୦୦୦ କିମି ମଧ୍ୟରେ ଅଧିକ ୭୪୯ ଟଙ୍କା ଦେବାକୁ ହେବ ।ସେହିଭଳି ୨,୦୦୦ କିମିରୁ ଅଧିକ ଦୂରତା ପାଇଁ ଅଧିକ ୮୯୯ ଟଙ୍କା ଦେବାକୁ ହେବ…

Read More

ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏହି ସେବା ।ଏଠାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ । ଭୌଗଳିକ ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ କାର୍ଗୋ ଏୟାର ପୋର୍ଟ ପାଇଁ ଝାରସୁଗୁଡ଼ା ଉପଯୁକ୍ତ ସ୍ଥାନ । ତେବେ କମ୍ ଅବଧି ଯୁକ୍ତ ଖାଦ୍ୟସାମଗ୍ରୀ ହେଉ ଅଥବା ଅନ୍ୟ କୌଣସି ଦ୍ରବ୍ୟ ସ୍ଥାନାନ୍ତର କରିବାରେ ଏହି ସେବା ବିଶେଷ ସହାୟକ ହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ପରିବହନ ଆରମ୍ଭ କରାଯିବ ପରେ ଆବଶ୍ୟକତା ଅନୁଯାୟୀ ବୃହତ ଏୟାର କାର୍ଗୋ ପରିବହନ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Read More

ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତଥାପି, ତାଙ୍କ ଉତ୍ତରାଧିକାରୀ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ୱିଲସନ ତାଙ୍କର ଦାୟିତ୍ୱ ନିର୍ବାହ କରିବେ। ତେବେ ସିଇଓ କ୍ୟାମ୍ପବେଲ୍ କାହିଁକି ଏହି ପଦବୀ ଛାଡ଼ିଲେ ସେ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । କ୍ୟାମ୍ପବେଲଙ୍କ ଇସ୍ତଫା ପରେ ବିମାନ ସେବା ଯୋଗାଉଥିବା କମ୍ପାନୀ ଏବେ ଜଣେ ନୂତନ ସିଇଓ ଖୋଜିବାରେ ଲାଗିଛି। ବୋର୍ଡ ବର୍ତ୍ତମାନ ଅନେକ ବିଶ୍ୱସ୍ତରୀୟ ଏୟାରଲାଇନ୍ସର ମୁଖ୍ୟଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି । ଏଠାରେ କହିରଖୁଛୁ କି, ୱିଲସନ୍ ସେପ୍ଟେମ୍ବର ୨୦୨୨ ମସିହାରେ ୫ ବର୍ଷର ଚୁକ୍ତିରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ । ତେବେ ସେହି ବର୍ଷ ଏୟାରଲାଇନ୍ସର ଘରୋଇକରଣ ମଧ୍ୟ ହୋଇଥିଲା । ତାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୭ରେ…

Read More