Author: sanitelevision

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି । ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ଜମି ବ୍ୟବହାର ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର କିଛି ବର୍ଷ ତଳେ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ଧରି ଏଠାରେ ନିର୍ମାଣ ହେବା କିମ୍ବା ନହେବା ନେଇ ରାଜନୀତି ଜୋର ଧରିଥିଲା । ଏହାପରେ ରାଜ୍ୟରେ ସରକାର ପରିବର୍ତ୍ତନ ହେଲା, ନୂଆ ସରକାର କ୍ଷମତାକୁ ଆସିଲେ । ନୂଆ ସରକାର ପୁରୀରେ ବିମାନବନ୍ଦର ନିର୍ମାଣ କରିବା ସପକ୍ଷରେ ମଧ୍ୟ କାମ ଆରମ୍ଭ କରିଥିଲେ । ଏହିକ୍ରମରେ କିଛି ଦିନ ତଳେ ମାନେ ୨୦୨୫ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀରେ ବିମାନବନ୍ଦର ନିର୍ମାଣ କରିବାକୁ ଗ୍ରୀନ୍ ସିଗ୍ନାଲ ଦେଇଥିଲା । ଯାହାଫଳରେ ବିମାନବନ୍ଦର ନିର୍ମାଣ ପାଇଁ ବାଟ…

Read More

ଦିନକୁ ଦିନ ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହୋଇଛି । ଇରାନ ପ୍ରତିରକ୍ଷା ବାହିନୀ କୁଏତ ଓ ୟୁଏଇର ଶକ୍ତି କେନ୍ଦ୍ର, ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛି । ତେହେରାନର ଏହି ରଣନୈତିକ ପରିବର୍ତ୍ତନ ଉପସାଗରୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହା କେବଳ ସାମରିକ ପ୍ରତିରୋଧ ନୁହେଁ, ପାରସ୍ପରିକ ବିନାଶ ପାଇଁ ବିଧ୍ବଂସକାରୀ ରଣନୀତି ବୋଲି କୁହାଯାଉଛି । ଏହାଦ୍ୱାରା ବିଶ୍ୱବ୍ୟାପୀ ଖାଦ୍ୟପାନୀୟ ସାମଗ୍ରୀ ଦର ମାର୍ଚ୍ଚରେ ବଡ଼ ମାତ୍ରାରେ ବଢ଼ିଯାଇଛି । ଏହା ଗତବର୍ଷ ସେପ୍ଟେମ୍ବର ପରେ ସବୁଠାରୁ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି । ଏହାର କାରଣ ହେଉଛି ଇତିମଧ୍ୟରେ ତେଲ ଏବଂ ଗ୍ୟାସ ଦରରେ ଦ୍ରୁତ ବୃଦ୍ଧି । ମିଳିତ ଜାତିସଂଘର ସଂସ୍ଥା ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍‌ଏଓ)ର କହିବାନୁସାରେ, ଯଦି ଇରାନ ଯୁଦ୍ଧ ଜାରି ରୁହେ…

Read More

ଆମେରିକୀୟ ଯୁଦ୍ଧ ବିମାନ ଏଫ୍-୧୫-ଇ ଏବଂ ଏ-୧୦ କୁ ଇରାନରେ ଖସାଇ ଦିଆଯିବା ଘଟଣା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଟ୍ରମ୍ପ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯୁଦ୍ଧ ବିମାନ ଖସିବା ଯୋଗୁଁ ଇରାନ ସହିତ ଚାଲିଥିବା ଆଲୋଚନା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଏକ ଯୁଦ୍ଧ। ଆମେ ଏକ ଯୁଦ୍ଧରେ ଅଛୁ।ଇରାନର ଅର୍ଦ୍ଧ-ସରକାରୀ ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି, ଇରାନର ବାୟୁ ପ୍ରତିରକ୍ଷା ହର୍ମୁଜ୍ ପ୍ରଣାଳୀ ନିକଟରେ ଏକ ଆମେରିକୀୟ ଏ-୧୦ ବିମାନକୁ ଗୁଳି କରି ଖସାଇ ଦେଇଛି। ଇରାନ ଏହାର ଭିଡିଓ ମଧ୍ୟ ଜାରି କରିଛି। ଇରାନୀ ସେନା କହିଛି, ରଣନୈତିକ ଜଳପଥର ଦକ୍ଷିଣ ଏବଂ ଚାରିପାଖରେ ସମୁଦ୍ର ଅଞ୍ଚଳରେ ବିମାନକୁ ଟାର୍ଗେଟ କରାଯାଇଥିଲା।ପୂର୍ବରୁ ଆମେରିକୀୟ ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧ ବିମାନକୁ ଗୁଳି କରି ଇରାନ ପକ୍ଷରୁ ଖସାଇ ଦିଆଯାଇଥିବା ଖବର ପ୍ରକାଶ ପାଇଥିଲା। ଉଭୟ ପାଇଲଟ୍ ଖସି ପଳାଇଥିବା କୁହାଯାଇଥିଲା।…

Read More

ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଶନିବାର ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିପାଇଁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖଡି ଛୁଆଁଇଛନ୍ତି। ଏହି ଅବସରରେ କୁନି କୁନି ପିଲାଙ୍କ ସହ ଭାବ ବିନିମୟ ପରେ ଖଡ଼ି ଛୁଆଁଇଥିଲେ ସିଏମ୍ । କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ବର୍ଷ ମଧ୍ୟ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯାଇଛି।ଏହା ସହ ଶିକ୍ଷା ସଚେତନତା ରଥ ମଧ୍ୟ ଜିଲ୍ଲାରୁ ଜିଲ୍ଲା ଗଡିବ। ୬ ତାରିଖରୁ ୧୦ ତାରିଖ ଯାଏ ଗଡିବ ଶିକ୍ଷା ରଥ ।

Read More

ପାଣି ଭର୍ତ୍ତି କୂଅରେ ଖସିପଡ଼ିଲା କାର। ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। ମହାରାଷ୍ଟ୍ରର ନାସିକର ଡିଣ୍ଡୋରିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ, ସମସ୍ତ ମୃତକ ଦାରାଗୋଡ଼େ ପରିବାରର ସଦସ୍ୟ। ଡ୍ରାଇଭର ଗାଡ଼ିଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।ମୃତକଙ୍କ ମଧ୍ୟରେ ଗୋଟିଏ ଛୋଟ ପିଲା ଏବଂ ଦୁଇ ଜଣ ମହିଳା ଅଛନ୍ତି।ବହୁ ଚେଷ୍ଟା ପରେ କ୍ରେନ ସାହାଯ୍ୟରେ କାରଟିକୁ ବାହାର କରାଯାଇଥିଲା। ଉଦ୍ଧାର କରିବା ପାଇଁ NDRF, ସ୍ଥାନୀୟ ପ୍ରଶାସନ ଏବଂ ଲୋକ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ରାତିର ଅନ୍ଧାରରେ ସେମାନଙ୍କୁ କୂଅରୁ ବାହାର କରିବା ଅତ୍ୟନ୍ତ କଷ୍ଟକର ଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି | ସେମାନେ ଏକ ଘରୋଇ କୋଚିଂ କ୍ଲାସ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Read More

ଶନିବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୬ଟାରେ ବସିବ ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ।ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାପାଇଁ ଲକ୍ଷ୍ୟ ରହିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସରକାର ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Read More

ଏପ୍ରିଲ ପହିଲାରୁ ରାଜ୍ୟରେଡିଜିଟାଲ୍ ଜନଗଣନା ଆରମ୍ଭ ହୋଇଛି। ଏହା ଏକ ପରୀକ୍ଷାମୂଳକ ଡିଜିଟାଲ୍ ପଦକ୍ଷେପ, ଯେଉଁଥିରେ ନାଗରିକମାନେ ନିଜେ ଅନଲାଇନରେ ତଥ୍ୟ ପ୍ରଦାନ କରିପାରିବେ ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେନିଜରସ୍ଵ-ଗଣନା କରିଛନ୍ତି ।ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆସନ୍ତା ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ, ଏପ୍ରିଲ ୧୬ ତାରିଖରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।ଏହା ପୂର୍ବରୁ ଏପ୍ରିଲ ୧ ତାରିଖରୁ ଏପ୍ରିଲ ୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନା କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ସେଲ୍ଫ ଏନୁମରେସନ୍ ପୋର୍ଟାଲ https://se.census.gov.in ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି ।

Read More

ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଅଞ୍ଚଳରେ ଘରେ ଚୋର ପଶିଥିଲା । ଚୋରକୁ ଧରିବା ପାଇଁ ପରିବାର ଲୋକେ ପ୍ରୟାସ କରିଥିଲେ । ହେଲେ ଚୋର ମୋବାଇଲ ଧରି ଫେରାର ମାରୁଥିଲେ । ଦାଦା ପୁତୁରା ଚୋରକୁ ଧରିବା ପାଇଁ ଛାତ ଉପରକୁ ଦୌଡ଼ିଥିଲେ । ଚୋର ମୋବାଇଲ ଧରି ସ୍କାଏଲାଇଟ ଭାଙ୍ଗି ଛୁ ହୋଇଥିଲା । ମାତ୍ର ଛାତ ଉପରୁ ଖସିପଡ଼ି ପୁତୁରାର ଜୀବନ ଚାଲିଯାଇଛି । ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି । ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

Read More

ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ପ୍ରଫୁଲ୍ଲ କୁମାର ବିଜୁଳି ଙ୍କ ପୁଅ ଅବିନାଶ ବିଜୁଳି । ଆଜି ମଧ୍ୟାହ୍ନ ୨ଟାରେ ଅବିନାଶ ବିଜୁଳି ଗାଁ ପୋଖରୀରୁ ମାଛ ଧରିବା ସମୟରେ ତାଙ୍କ ପାଟିରେ ମାଛ ପଶିଯାଇଥିଲା । ତଣ୍ଟିରୁ ମାଛ କାଢ଼ିବା ପାଇଁ ଯୁବକଙ୍କୁ ସ୍ଥାନୀୟ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିବା ବେଳେ କିଛି ସମୟ ମଧ୍ୟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଗଙ୍ଗିରିପୋଷି ହସ୍ପିଟାଲରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା । ସୂଚନାମୁତାବକ ବନ୍ଧରେ ମାଛ ଧରିବା ସମୟରେ ଏକ ଜୀବନ୍ତ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ ଅବିନାଶ ।ହେଲେ ଅସାବଧାନତା ବଶତଃ ମାଛଟି ତାଙ୍କ ପାଟି ଭିତରକୁ ଗଳି ଯାଇଥିଲା । ବହୁ ସମୟ ଧରି ଶ୍ୱାସନଳୀରେ ଅଟକି ଯାଇଥିଲା ।

Read More

PNG ସଂଯୋଗ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସେ କହିଛନ୍ତି ଯେ ବିଭିନ୍ନ ଏଜେନ୍ସି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ପିଏନଜିରେ ସମସ୍ୟା ଦେଖାଦେଲେ କମ୍ପାନୀମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି। ନୂଆ ଟେକ୍ନୋଲୋଜିରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ।

Read More