ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିଲା । ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା । ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ପ୍ରତି ନିର୍ବାଚନ ମଣ୍ଡଳୀରେ ବୈଠକ କର । ଯୁବ, ଛାତ୍ର, ମହିଳା କମିଟି ସୁଦୃଢ କରିବାକୁ କାମ ହେଉଛି ।ଯାଜପୁର ସଂଗଠନ ଓ ଆଗକୁ ଥିବା ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ନେଇ ଆଲୋଚନା ହୋଇଛି । ଏହା ପ୍ରତି ଜିଲ୍ଲାରେ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ। ଏ ସବୁ ସମ୍ପର୍କରେ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବାକୁ ନବୀନ ନିବାସ ଯାଉଛୁ । ଦଳ ବିରୋଧୀ କାମ ଯିଏ କରିବ, ବିଦା ହେବ। ଏହାର ଆଦୌ କିଛି ଫରକ ପଡ଼ିବନି ବୋଲି କହିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ
Author: sanitelevision
ଓଡ଼ିଶା ସରକାରଙ୍କ ତରଫରୁ ସ୍କୁଲ୍ ସାନିଟେସନ୍ ଓ ମାସିକ ଋତୁସ୍ରାବକୁ ନେଇ ଆଲ୍ ହାଇଜିନ୍ ଉପରେ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସମାନତାମୂଳକ ଶିକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ସ୍କୁଲ୍ରେ ଆଲ୍ ହାଇଜିନ୍ ବ୍ୟବସ୍ଥା କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍କୁଲ୍ରେ ପୃଥକ ପୁରୁଷ ଓ ମହିଳା ଶୌଚାଳୟ, ନିର୍ବିଘ୍ନ ଜଳ ସୁବିଧା, ହାତଧୋଇବା ବ୍ୟବସ୍ଥା ଓ ସ୍ୱଚ୍ଛତା ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହା ସହିତ, ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା ଓ ଗୋପନୀୟତା ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଜ୍ୟ ବିଭାଜନ ହେବାରେ ୧୨ ବର୍ଷ ପରେ ଅମରାବତୀ ଆନୁଷ୍ଠାନିକ ଭାବେ ମାନ୍ୟତା ପାଇଛି। ପୂର୍ବରୁ ୨୦୧୪ ମସିହା ଆଇନ୍ ରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା। ବର୍ତ୍ତମାନ୍ ର ସଂଶୋଧନ ପରେ ଅମରାବତୀ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ହୋଇଛି। ନୂଆ ନିୟମ ୨୦୨୪ ଜୁନ୍ ୨ରୁ କାର୍ଯ୍ୟକାରୀ ହୋଇଛି ବୋଲି ଧରାଯିବ। ଲୋକସଭାରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ମାନିକମ୍ ଟାଗୋର କହିଛନ୍ତି ଯେ କଂଗ୍ରେସ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ କରିଛି | ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ସେମାନଙ୍କର ସରକାରୀ X…
ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭୋଟର ତାଲିକା ସମ୍ପର୍କରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅଧୀନରେ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି। ଯେଉଁଥିରେସାରା ରାଜ୍ୟରୁ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ, ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏହି ସଂଖ୍ୟା ଏତେ ବଡ଼ ଯେ ଏହା କେବଳ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିନାହିଁ ବରଂ ସୀମାନ୍ତ ଜିଲ୍ଲାଗୁଡ଼ିକର ଲକ୍ଷ ଲକ୍ଷ ପରିବାରକୁ ଚିନ୍ତାରେ ପକାଇଛି ଯେ, ସେମାନେ ଏବେ ନିଜ ଦେଶରେ ‘ଅବୈଧ’ ଭାବରେ ବିବେଚିତ ହେବେ । ରିପୋର୍ଟ ଅନୁଯାୟୀ, ଏକ ସ୍ୱଚ୍ଛ ଏବଂ ସଠିକ ଭୋଟର ତାଲିକା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ଏହି…
ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି। ଯାଜପୁର ସଂଗଠନକୁ ନେଇ ବଡ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ପ୍ରମିଳା ମଲ୍ଲିକ, ବିଶ୍ୱ ମଲ୍ଲିକ, ସୁଜାତା ସାହୁ , ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି।ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ଏହାପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ ଦୁଇ ଥର ଯାଜପୁର ବିଜେଡ଼ି ନେତାଙ୍କ ବୈଠକ ବସିଥିଲା।ଗତକାଲି ବିଜେଡିରୁ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳକୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କରାଯାଇଥିଲା । ଏହି ମେଳି ନୂଆ ନୁହେଁ ଏହା ପୂର୍ବରୁ ଦୁଇ ଦୁଇ ଥର ମେଳି ବସିଥିଲା ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ଏଲ୍ପିଜି ଗ୍ୟାସ୍ ସଙ୍କଟ ଦେଖା ଦେଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକଙ୍କ ପାଇଁ ଦୈନିକ ୫ କିଲୋଗ୍ରାମ FTL ଗ୍ୟାସ ସିଲିଣ୍ଡର ଯୋଗାଣକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ପ୍ରବାସୀ ଶ୍ରମିକ, ଛାତ୍ର, ଦିନ ମଜୁରିଆ ଶ୍ରମିକ ଏବଂ ଯେଉଁମାନଙ୍କର ସ୍ଥାୟୀ ଠିକଣା ନାହିଁ ସେମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।ବିଭାଗର ସଚିବ ଡକ୍ଟର ନୀରଜ ମିତ୍ତଲ ସମସ୍ତ ରାଜ୍ୟକୁ ଏକ ଚିଠି ପଠାଇ କହିଛନ୍ତି ଯେ ରାଜ୍ୟ ସରକାରମାନେ OMC ସହାୟତାରେ ସିଭିଲ ଯୋଗାଣ ବିଭାଗ ମାଧ୍ୟମରେ ଏହି ଯୋଗାଣ ସୁନିଶ୍ଚିତ କରିବା ଉଚିତ, ଯାହା ଦାରା ଆବଶ୍ୟକ ସମୟରେ ଗ୍ୟାସ ପହଞ୍ଚିପାରିବ।
ଦେହ ଓ ମନ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ। ସ୍ବାସ୍ଥ୍ୟ ମଣିଷର ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ। ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ଜଣେ ସୁସ୍ଥ ରହିବା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ପ୍ରକୃତରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୭ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ସହିତ, ବିଶ୍ୱ ସ୍ୱାସ୍ଥ୍ୟ ଦିବସର ମୂଳଦୁଆ ମଧ୍ୟ ସ୍ଥାପିତ ହୋଇଥିଲା। ତଥାପି, ଏହା ପ୍ରଥମେ ୧୯୫୦ ମସିହାରେ ପାଳନ କରାଯାଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। ପ୍ରତିବର୍ଷ ଏଥିପାଇଁ ଭିନ୍ନ ଭିନ୍ନ ବିଷୟବସ୍ତୁ ସ୍ଥିର କରାଯାଏ।ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସ୍ୱାସ୍ଥ୍ୟ ବିଷୟରେ ସଚେତନ…
ଶ୍ରୀମନ୍ଦିରକୁ କରାଯିବ ଆକର୍ଷଣୀୟ ଆଲୋକୀକରଣ । ୧୭ରୁ ୧୮ କୋଟି ଟଙ୍କାରେ ହେବ ଆଲୋକୀକରଣ ବ୍ୟବସ୍ଥା । ଭକ୍ତ ପାଇବେ ନୂଆ ଆଧ୍ୟାତ୍ମିକ ଅନୁଭୂତି । ଶ୍ରୀମନ୍ଦିର ସହିତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକରେ ମଧ୍ୟ ସୁନ୍ଦର ଭାବେ କରାଯିବ ଆଲୋକୀକରଣ । ଶ୍ରୀମନ୍ଦିର ଚାରି ଦ୍ବାର, ମେଘନାଦ ପାଚେରି, କୁରୁମବେଢା, ଜଗମୋହନ, ନାଟମଣ୍ଡପ, ଆନନ୍ଦ ବଜାରର ଆଲୋକୀକରଣ ହେବ । ସେହିପରି ଭିତର ବେଢା଼ରେ ମା ଲକ୍ଷ୍ମୀ, ବିମଳାଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରର ଆଲୋକୀ କରଣ କରାଯିବ । ଏହି ଆଲୋକୀକରଣ ବ୍ୟବସ୍ଥାର ପାଞ୍ଚ ବର୍ଷ ପାଇଁ ରକ୍ଷଣ ବେକ୍ଷଣ ନେଇ ମଧ୍ୟ ଖୁବ ଶୀଘ୍ର ଟେଣ୍ଡର କରାଯିବ । ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏକ ନୂଆ ଅନୁଭୂତି ପାଇପାରିବେ । ଆସନ୍ତା ତିନି ରୁ ଚାରିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ…
ଆଜି ସରୁଛି ଇରାନକୁ ଟ୍ରମ୍ପଙ୍କ ଡେଡଲାଇନ । ୮ଟା ଯାଏ ଡେଡଲାଇନ୍ ଦେଇଛନ୍ତି ଟ୍ରମ୍ପ । ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ! । କଣ୍ଟ ପୂରିବା ପରେ ଭୟଙ୍କର ଆକ୍ରମଣ କରିବ ଆମେରିକା । ଯଦି ତେହରାନ୍ ଚୁକ୍ତି ନ କରେ କିମ୍ବା ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ରାଜି ନ ହୁଏ ତେବେ ଆକ୍ରମଣ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ବୁଧବାର ଇରାନର ଶକ୍ତି କେନ୍ଦ୍ର ଓ ବ୍ରିଜ୍ ପାଳି ବୋଲି କହିଛନ୍ତି ଟ୍ରମ୍ପ ।ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇରାନ ବିରୋଧରେ ତାଙ୍କ ପାଖରେ ପୂର୍ବ ଧମକଠାରୁ ମଧ୍ୟ ଅଧିକ କଠୋର ବିକଳ୍ପ ଅଛି । ସେମାନଙ୍କ ପାଖରେ କୌଣସି ସେତୁ ରହିବ ନାହିଁ, କୌଣସି ବିଦ୍ୟୁତ୍ କେନ୍ଦ୍ର ରହିବ ନାହିଁ, କିଛି ବି ରହିବ ନାହିଁ । ମୁଁ ଆଉ ଅଧିକ କହିବି ନାହିଁ କାରଣ ଏହି ଦୁଇଟାଠାରୁ…
୪ଦିନ କାଳବୈଶାଖୀ ଆଶଙ୍କା । ଆଜି ବିଜୁଳି ଘଡ଼ଘଡ଼ି ପାଇଁ ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିରୁ କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ପବନ ଏବଂ ବଜ୍ରପାତ ଆଶଙ୍କା ରହିଛି । ଆଉ କେତେକ ସ୍ଥାନରେ ୩୦ରୁ ୪୦ କିମି ପବନ ହୋଇପାରେ।ଆଗାମୀ ଦୁଇ ଘଣ୍ଟା ପାଇଁ ବରଗଡ଼ ଓ ନୂଆପଡ଼ା ଜିଲ୍ଲା କୁ ରହିଥିଲା ୟେଲୋ ସତର୍କତା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଆଶଂକା ରହିଥିଲା ।









