ରତ୍ନଭଣ୍ତାର ଗଣତିମଣତିକୁ ନେଇ ଗଜପତି ମହାରାଜାଙ୍କ ବଡ ବୟାନ। ଗଣତିମଣତି ସମୟରେ ଟେକ୍ନିକାଲି କରାଯାଉଛି। ଥ୍ରିଡି ମ୍ୟାପିଂ କରାଯାଉଛି। ଟିକେ ସମୟ ଲାଗୁ ପଛେ , କିନ୍ତୁ ଭଲ ଭାବରେ କାମ କରାଯିବା ଦରକାର।ଭବିଷ୍ୟତରେ ଯେମିତି ଦ୍ଵନ୍ଦ୍ଵ ସୃଷ୍ଟି ନ ହେଉ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ଗଣତିମଣତି ପାଇଁ ସମୟସୀମା ରଖିପାରିବା ନାହିଁ। ରତ୍ନଭଣ୍ତାର ମୂଲ୍ୟାଙ୍କନ ହେଉନାହିଁ। ମହାପ୍ରଭୁଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ହେବା ଆଶା ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ସୂଚନାମୁତାବକ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି। ଏହାପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ପୂର୍ବ ମାର୍ଗଦର୍ଶିକାକୁ ଅନୁକରଣ…
Author: sanitelevision
ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା। ଇସ୍ତଫା ପତ୍ର ବିଜେଡି ସଭାପତି ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର।ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର ନେତୃତ୍ୱ କିଏ ନେବ, ସେ ନେଇ ଆଲୋଚନା ଆରମ୍ଭ ହେଉଛି। ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ ସଂସଦର ଏକ କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏବେ ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।
ଅପଶବ୍ଦ ବ୍ୟବହାର ଉପରେ ଲାଗିବ ରୋକ୍ । ସୋସିଆଲ ମିଡିଆ ହେଉ କିମ୍ବା ବାହାରେ । କେଉଁଠି ବି କେହି ଅପଶବ୍ଦ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ପ୍ରିଭେନସନ ଅଫ ହେଟ ସ୍ପିଚ୍ ଆଣ୍ଡ ହେଟ କ୍ରାଇମ୍ ଆକ୍ଟ ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ସୋସିଆଲ ମିଡିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି। କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି। ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି।ସେହିପରି ଯେଉଁମାନେ ସୋସିଆଲ ମିଡିଆରେ ଆଶାଳୀନ ଶବ୍ଦ ପ୍ରୟୋଗ କରୁଛନ୍ତି ସେମାନେ ହେଲେ ମାନସିକ ରୋଗୀ । ସେମାନଙ୍କୁ ପାଗଳଖାନାରେ କରେଣ୍ଟ୍ ଦିଆଯିବା ଭଳି ବ୍ୟବସ୍ଥା କରାଯିବା ଦରକାର । ଯଦି ସେମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ନରଖା…
ଓଡ଼ିଶାରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET (Common PG Entrance Test) ପ୍ରବେଶିକା ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପକ୍ଷରୁ ଏହି ସୂଚୀ ଜାରି କରାଯାଇଛି । ଆସନ୍ତା ମେ’ ୫ ତାରିଖରୁ ମେ’ ୧୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।ମୋଟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ଦିନ ୧୦ଟା ଓ ୨ୟ ସିଫ୍ଟରେ ଅପରାହ୍ଣ ୩ଟାରେ ପରୀକ୍ଷା ଦେବେ। ୩୧,୯୧୫ ପିଜି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ ଛାତ୍ରଛାତ୍ରୀ।ଏପ୍ରିଲ ୩୦ରୁ ଛାତ୍ରଛାତ୍ରୀମାନେ ଏସଏସବି ୱେଟସାଇଡ (https://ssbodisha.ac.in/)କୁ ଯାଇ ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ସ୍ନାନକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ…
କଟକ ବଡ଼ ଡାକ୍ତରଖାନାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ। ଏସସିବିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ ମେଡିକାଲରେ ପହଞ୍ଚିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ , ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ପ୍ରଫେସର, ଭାରତ ସରକାରଙ୍କ ଅଗ୍ନିସମ ବିଭାଗ ପରାମର୍ଶ ଦାତା ପ୍ରମୁଖ ଟିମରେ ସାମିଲ ଅଛନ୍ତି।ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ରାତି ପ୍ରାୟ ତିନିଟା ବେଳେ ପ୍ରଥମ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଅବହେଳା, ଏବଂ ସଠିକ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଯୋଗୁଁ ଏପରି ଅଘଟଣ ଘଟିଥିଲା
ଗୋ-ମାଫିଆଙ୍କୁ ସରକାରଙ୍କ କଡ଼ା ଚେତାବନୀ ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ବାଲେଶ୍ୱ. ମୟରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋମାଫିଆଙ୍କ ଘରେ ଚଢାଉ ଚାଲିଛି । ୪୬ ଲକ୍ଷରୁ ଅଧିକ ଟଙ୍କା, ୨ କେଜିରୁ ଅଧିକ ସୁନା ,କାର, ବାଇକ, ମାରଣାସ୍ତ୍ର ଜବତ ହୋଇଛି । ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୮ରୁ ଅଧିକ ଗୋ ମାଫିଆଙ୍କୁ ଗିରଫ କରାଯାଇଛି ସେମାନଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଥିବା କହିଛନ୍ତି ମନ୍ତ୍ରୀ । ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୋରଦାର ଚଢାଉ ଚାଲିଛି । ଗୋମାଫିଆଙ୍କ ଉପରେ ରେଡ କରି ସେମାନଙ୍କୁ ଗିରଫ କରୁଛି ପୋଲିସ ।
ରାଉରକଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏଏଆଇବି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ରାଉରକେଲାରେ ପହଞ୍ଚିବା ପୂର୍ବରୁ ବିମାନରୁ ତେଲ ସରିଆସୁଥିବା ସୂଚନା ମିଳିଛି ।ଫଳର ଇଞ୍ଚିନରେ ସମସ୍ୟା ଯୋଗୁଁ ବିମାନ ଦୁର୍ଘଟଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗତ ଜାନୁଆରୀ ୧୦ ତାରିଖରେ ଏୟାର ଇଣ୍ଡିଆ ୱାନର ବିମାନ କ୍ରାସ ହୋଇଥିଲା ।ଏହି ଦୁର୍ଘଟଣାରେ ଦୁଇ ଜଣ କ୍ରିଉ ସଦସ୍ୟଙ୍କ ସମତେ ୪ ଜଣ ଯାତ୍ରୀ ଆହତ ହୋଇଥିଲେ।
ଏବେ ଗୁଗଲ୍ କ୍ରୋମ୍ ‘ଭର୍ଟିକାଲ୍ ଟ୍ୟାବ୍’ (Vertical Tabs) ଫିଚର୍ ଆସିଯାଇଛି। ଏବେ ନିଜ ବ୍ରାଉଜର୍ରେ ଖୋଲାଥିବା ସମସ୍ତ ଟ୍ୟାବ୍କୁ ସ୍କ୍ରିନ୍ର ଉପର ଭାଗ ବଦଳରେ ବାମ ପାର୍ଶ୍ୱରେ ଥିବା ଏକ ‘ସାଇଡ୍ ବାର୍’ (Sidebar) ରେ ରଖିପାରିବେ।ସାଧାରଣତଃ ବ୍ରାଉଜରର ଉପର ଭାଗରେ ଏକାଧିକ ଟ୍ୟାବ୍ ଖୋଲିଲେ ତାହା ବହୁତ ସଂକୀର୍ଣ୍ଣ ହୋଇଯାଏ ଏବଂ କେଉଁ ପେଜ୍ କେଉଁଠି ଅଛି ତାହା ଜାଣିବା କଷ୍ଟକର ହୋଇପଡ଼େ। କିନ୍ତୁ ଭର୍ଟିକାଲ୍ ଟ୍ୟାବ୍ ସାହାଯ୍ୟରେ ସେଗୁଡ଼ିକ ଏକ ସାଇଡ୍ ବାର୍ରେ ଲମ୍ବାଲମ୍ବି ଲାଇନ୍ ହୋଇ ରହିବ, ଯାହା ଫଳରେ ସମ୍ପୂର୍ଣ୍ଣ ପେଜ୍ର ଟାଇଟଲ୍ (Title) ସ୍ପଷ୍ଟ ଭାବେ ଦେଖାଯିବ।ସୂଚନାଯୋଗ୍ୟ ଯେ, ମାଇକ୍ରୋସଫ୍ଟ ଏଜ୍ (Microsoft Edge) ଏହି ଫିଚରକୁ ୨୦୨୧ ରେ ଏବଂ ଫାୟାରଫକ୍ସ (Firefox) ଗତ ବର୍ଷ ଆଣିଥିଲା। ବ୍ରେଭ୍ ଏବଂ ଭିଭାଲ୍ଡି ଭଳି ବ୍ରାଉଜର୍ରେ ମଧ୍ୟ ଏହି ସୁବିଧା ରହିଛି। ପୂର୍ବରୁ କ୍ରୋମ୍ ୟୁଜର୍ସ ଏହାକୁ ବ୍ୟବହାର କରିବା ପାଇଁ ଥାର୍ଡ-ପାର୍ଟି…
ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହେବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି।ଏହାପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ବାହାର ଭଣ୍ଡାରର ଗଣତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।
ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ।୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରା ଉଚରା । ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି| ୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା ସାହାଣୀ। ୩ ନମ୍ବର ୱାର୍ଡର ୨ ନମ୍ବର ସେଲରେ ଥିଲେ ହାର୍ଡକୋର ଅପରାଧୀ। ରାଜାର ଗତିବିଧି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲେ। ରାଜାକୁ ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିଲା। ସୂଚନାମୁତାବକ ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା…









