Author: sanitelevision

ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ- ଓଷ୍ଟେଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଅଟେ । www.bseodisha.ac.in ଓ www.bseodisha.nic.in ରେ ଅପରାହ୍ଣ ୪ ଟାରୁ ଉପଲବ୍ଧ ହୋଇଛି ରେଜଲ୍ଟ ।ଏହାସହିତ ପାସ୍ ପରୀକ୍ଷାର୍ଥୀ ମାନେ ସେମାନଙ୍କ ସାର୍ଟିଫିକେଟ୍ ମଧ୍ୟ ୱେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇନାହାନ୍ତି OMR ସିଟ୍‌ ଡାଉନଲୋଡ୍‌ କରିପାରିବେ । ତେବେ ଯେଉଁମାନେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନେ ଆଗାମୀ ୭ ଦିନ ମଧ୍ୟରେ ଓଏମ୍‌ଆର୍‌ ସିଟ୍‌ ବୋର୍ଡରୁ ନେଇ ପାରିବେ ।

Read More

ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫାକୁ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଗ୍ରହଣ କରିଛନ୍ତି। ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ କାର୍ଯ୍ୟ କରୁଥିଲେ । ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଏହି ଇସ୍ତଫା ପତ୍ରକୁ ଦଳୀୟ ସଭାପତି ଅନୁମୋଦନ କରିଛନ୍ତି।

Read More

ଛଅ ସପ୍ତାହ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି | ଏତେ ବଡ଼ ସଙ୍କଟ କମିବା ସହିତ ସୁନା ଏବଂ ରୁପା ବଜାରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି । ଯୁଦ୍ଧବିରତି ଖବର ପରେ ନିବେଶକଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ଏବଂ ସେମାନେ ନିବେଶ କରିବା ଦିଗରେ ମନ ବଳାଇଛନ୍ତି । ଫଳସ୍ୱରୂପ, ଗୋଟିଏ ଦିନରେ ରୁପାର ମୂଲ୍ୟ ପ୍ରାୟ ୧୨,୦୦୦ ଟଙ୍କା ବଢ଼ିଥିବା ବେଳେ ସୁନାରେ ହାତ ମାରିବା କାଠିକର ପାଠ ହୋଇପଡ଼ିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୪୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୮୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୪୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍…

Read More

ଦୁର୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୁଲିସ । ଚୌଦ୍ଵାର ଜେଲ୍‌ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜାକୁ ରିମାଣ୍ଡରେ ନିଆଯାଇଛି । ମହୀଶୂର ସୁନା ଦୋକାନ ଲୁଟ୍ ଘଟଣାରେ ପଚରାଉଚରା କରିବ ପୁଲିସ। ଅଭିଯୁକ୍ତ ରାଜାକୁ ମହୀଶୂର ପୁଲିସ ଚୌଦ୍ୱାର ଜେଲ୍‌ରୁ ଆଣି ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଇବା ପରେ ନିଜ ରାଜ୍ୟକୁ ନେଇଯିବ ବୋଲି ସୂଚନା ମିଳିଛି । ଜେରା ସାରି ଆସନ୍ତା ୧୫ ତାରିଖରେ ପୁଣି ରାଜାକୁ ମହୀଶୂର ପୁଲିସ ଆଣି କୋର୍ଟରେ ହାଜର କରାଇବ ବୋଲି କଟକ କମିସନରେଟ୍ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ୨୦୨୫ ଜାନୁଆରୀ ୪ରେ ରାଜା ସାହାଣୀ ଯାଜପୁର ଜିଲା ପାଣିକୋଇଲିରେ ଅଳଙ୍କାର ଲୁଟ୍‌ ଓ ଦୁଇଜଣଙ୍କୁ ହତ୍ୟା ଘଟଣାରେ ସେଠାକାର ପୁଲିସ ତାକୁ ଗିରଫ କରି ଚୌଦ୍ବାର ଜେଲ ପଠାଇଥିଲା। ଚୌଦ୍ବାର ଜେଲରେ କିଛିଦିନ ରହିବା ପରେ ରାଜା ଓ ସହଯୋଗୀ ମଧୁକାନ୍ତ…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମ ଦେଶର ସୈନ୍ୟ ଏବଂ ଯୁଦ୍ଧଜାହାଜ ଇରାନରେ ରହିବେ । ସେ ସ୍ପଷ୍ଟ କରିଛନ୍ତି, ଯଦି ଆଲୋଚନାର ଫଳାଫଳ ଆମ ଆଶା ପୂରଣ ନ କରେ, ତେବେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇପାରେ । ଇରାନରେ ସୈନ୍ୟ ରଖିବାର ଏହି ଘୋଷଣା ଟ୍ରମ୍ପ ଇରାନରେ ଅସ୍ତ୍ରବିରତି ଘୋଷଣା କରିବାର ୨୪ ଘଣ୍ଟା ପରେ ଆସିଛି । ଅନ୍ୟପଟେ ବୁଧବାର ଦିନ ଟ୍ରମ୍ପ କହିଥିଲେ ଯେ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ସାହାଯ୍ୟ କରୁଥିବା ଯେକୌଣସି ଦେଶ ଉପରେ ସେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରୁଛନ୍ତି।ଏଥିରେ କାହାକୁ କୌଣସି ଛାଡ଼ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଇରାନ ସହିତ ଯୁଦ୍ଧବିରତି ପରେ ଆମେରିକା ରାଷ୍ଟ୍ରପତି ଏକ ସୋସିଆଲ ମିଡିଆ ପୋଷ୍ଟରେଏହି ବିବୃତ୍ତି ଦେଇଛନ୍ତି।ଟ୍ରମ୍ପ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଏବେ ଶୁଳ୍କ ହ୍ରାସ ଉପରେ ଆଲୋଚନା ଆରମ୍ଭ ହେବ।…

Read More

ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଛୁଆ । ହେଲେ ଡାକ୍ତରଙ୍କ ଯୋଗୁଁ ବଞ୍ଚିଗଲା ଜୀବନ । ମାଛ ସହିତ ଖେଳିଖେଳି ପିଲାଟି ମାଛକୁ ଗିଳିଦେଇଥିଲା । ଡାକ୍ତର ଯାହାକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି ।ସୂଚନାଯୋଗ୍ୟ, ଶିଶୁଟିର ପରିବାର ସଦସ୍ୟମାନେ ଘରେ ରଖାଯାଇଥିବା ଆକ୍ୱାରିୟମ ସଫା କରୁଥିଲେ। ସଫା କରିବା ସମୟରେ ଶିଶୁଟିର ଭାଇ ହାତରେ ଏକ ମାଛ ଧରିଥିଲେ। ପାଖରେ ଖେଳୁଥିବା ବର୍ଷକର ଶିଶୁଟି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଦୁର୍ଘଟଣାବଶତଃ ଜୀବନ୍ତ ମାଛଟି ଶିଶୁଟିର ପାଟି ଭିତରକୁ ପଶିଗଲା। ଏହା ଗଳାରେ ଅଟକିଯାଇଥିଲା।ଶିଶୁଟିକୁ ତୁରନ୍ତ MY ହସ୍ପିଟାଲକୁ ଅଣାଯାଇଥିଲା। ଶିଶୁଟି ନିଶ୍ୱାସ ନେଇପାରୁନଥିଲା, କିମ୍ବା ସେ କାନ୍ଦିପାରୁ ନ ଥିଲା। ତାଙ୍କ ପାଟିରୁ ରକ୍ତ ବାହାରୁ ଆସୁଥିଲା ଏବଂ ଅମ୍ଳଜାନର ଅଭାବରୁ ତାଙ୍କ ଶରୀର ନୀଳ ହେବାକୁ ଲାଗିଥିଲା।ମାଛଟି କେବଳ ତିନି ଇଞ୍ଚ ଲମ୍ବା ନୁହେଁ ବରଂ ଗଳା ଭିତରେ ମଧ୍ୟ ଜୀବିତ ଥିଲା । ମାଛର ଡେଣା…

Read More

ଅଙ୍ଗନୱାଡିକୁ ଆଡପ୍ଟ କରିବେ ବିଶ୍ୱବିଦ୍ୟାଳୟ । ଏଣିକି କୁନି କୁନି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଶିଶୁ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଜିସି ଏହି ନିର୍ଦ୍ଦେଶନାମା ଜାରି କରିଛି ।ବିଶ୍ୱବିଦ୍ୟାଳୟ କରିବେ ମେଣ୍ଟରସିପ୍ । ପ୍ରତି ବିଶ୍ୱବିଦ୍ୟାଳୟ ଓ କଲେଜ ଅତିକମରେ ୫ରୁ ୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଫିଲ୍ଡ ୱାର୍କ, ସାମାଜିକ ସେବା ଏବଂ ଇଣ୍ଟର୍ନସିପରେ ଛାତ୍ରଛାତ୍ରୀଙ୍କୁ ଏହା ସହାୟକ ହେବ । ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରେ ନୀତି ଆୟୋଗର କାର୍ଯ୍ୟବିବରଣୀ ପ୍ରକାଶ ପାଇଛି । ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି ୟୁଜିସି ।ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହା କେବଳ ଶିକ୍ଷା ନୁହେଁ ବରଂ ସମାଜ ପ୍ରତି ଛାତ୍ର ସମାଜର ଦାୟିତ୍ୱବୋଧକୁ ଆହୁରି ବୃଦ୍ଧି…

Read More

ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ | ଆସନ୍ତା ଏପ୍ରିଲ ୨୭ ତାରିଖ ସୁଦ୍ଧା ରାଜ୍ୟର ଶିଶୁବାଟିକାରୁ ନେଇ ମାଟ୍ରିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । ପୋଷାକର ଗୁଣାବତ୍ତା ଯାଞ୍ଚ ହେବ । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ।୨୦୨୬-୨୭ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲ ୟୁନିଫର୍ମ, ହାଉସଡ୍ରେସ୍, ଜୋତା, ମୌଜା ମିଳିବ । ସେହିପରି ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରିଚୟପତ୍ର ଓ ଟୋପି ଦିଆଯିବ । ପୂର୍ବରୁ ପୋଷାକ ତିଆରି ଦାୟିତ୍ୱରେ ଥିବା ମହିଳା ଏସଏଚଜି, ଏମଏସଇ, ଏସଏମସି, ଏସଏମଡିସି, ଭିଏମଡିସିଙ୍କୁ ପରିବର୍ତ୍ତନ କରାଯିବନି । ଜିଲ୍ଲାସ୍ତରୀୟ କମିଟି ପୋଷାକ ବଣ୍ଟନ କାମ ତଦାରଖ କରିବେ ।୨୦୨୬-୨୭ରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ । ସେଥିରେ ଛାତ୍ର, ଛାତ୍ରୀଙ୍କ ନାଁ ଅଲଗା କରି ସେହି ଅନୁସାରେ ପୋଷାକ…

Read More

ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀ ପ୍ରଭାବ । ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିଛି। ବର୍ଷା ସମ୍ଭାବନା ବି ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତାକାଲି ବି କାଁ ଭାଁ କାଳବୈଶାଖୀ ବର୍ଷା ହେବ । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ । ୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯିବ । ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ । ସମସ୍ତ ଉପକୂଳ ଜିଲ୍ଲା ଓ…

Read More

ଆଜି ଆସାମ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ। ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୨୯୬ ଆସନରେ ଭୋଟ୍ ଗ୍ରହଣ ହେଉଛି । ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।ଆସାମର ୧୨୬ ଆସନରେ ହେଉଛି ମତଦାନ। ପୁଡୁଚେରୀର ୩୦ଟି ଆସନ ପାଇଁ ହେଉଛି ଲଢେଇ। କେରଳର ୧୪୦ ଆସନ ପାଇଁ ହେଉଛି ଭୋଟ ଗ୍ରହଣ।ଫଳାଫଳ ଆସନ୍ତା ୪ ତାରିଖରେ ଆସିବ ।ଆସାମରେ ହମନ୍ତ ବିଶ୍ୱଶର୍ମା ଓ ଗୌରବ ଗୋଗେଇଙ୍କ ମଧ୍ୟରେ ମୁକାବିଲା ହେବ । ସେହିପରି କେରଳରେ ଏଲଡିଏଫ ଓ ୟୁଡିଏଫ ମଧ୍ୟ ସିଧା ସଳଖ ଟକ୍କର ହେବ । ଆଉ ପୁଡୁଚେରୀରେ ଏନଡିଏ-ୟୁପିଏ ମଧ୍ୟରେ ଲଢ଼େଇ ହେବ ।

Read More