Author: sanitelevision

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି ଗୋଟିଏ ଜିଲାରେ ମଧ୍ୟ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ।ସରକାରଙ୍କ ବଦଳି ନୀତି ଉଲ୍ଲଂଘନ କରି ସେମାନଙ୍କ ପୋଷ୍ଟିଂରେ ଅଧିକ ସମୟ ରହିଆସିଥିବା ପୋଲିସ ଅଧିକାରୀମାନେ ଏବେ ଯାଞ୍ଚର ଅଧୀନରେ ଅଛନ୍ତି। ଓଡ଼ିଶା ପୋଲିସ ମୁଖ୍ୟାଳୟ ଭୁବନେଶ୍ୱର ଏବଂ କଟକର ସମସ୍ତ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) ଏବଂ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି)ଙ୍କୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ନିଶ୍ଚିତ କରନ୍ତୁ ଯେ ତିନି ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଷ୍ଟେସନରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ରାଜ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ବଦଳି କରାଯାଉଛି।“ଆମେ ପୋଲିସ ଜିଲ୍ଲା ଏବଂ ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ପରାମର୍ଶ ଦେଇଛୁ ଯେ ଏପରି ଅଧିକାରୀମାନଙ୍କୁ ଚିହ୍ନଟ କରିବା ଏବଂ ସରକାରଙ୍କ ନୀତି ଅନୁଯାୟୀ ତୁରନ୍ତ ସ୍ଥାନାନ୍ତର…

Read More

ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି। ଆଜି ହେଉଛି ଗଣତିର ତୃତୀୟ ଦିନ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଗଣତି କରାଯାଉଛି। ୮ ତାରିଖରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଗଣତି, ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୨ ତରିଖ ଗଣତି ବନ୍ଦ ରହିବ । ଏହାପରେ ପୁଣି ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ।ଆଜି ସକାଳ ଧୂପ ପରେ ଖୋଲିଛି ଭଣ୍ଡାର ଘର । ପୂର୍ବ ନିର୍ଦ୍ଧାରିତ ଏସ ଓ ପି ଅନୁଯାୟୀ ଗଣତି ସମୟରେ ବାହାର କାଠ ରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ।

Read More

ଆଜି ବି ରାଜ୍ୟର କେତେକ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖିର ପ୍ରଭାବ । ୧୧ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତାକାଲି ଠାରୁ ବଢ଼ିବ ଦିନର ତାପମାତ୍ରା । ୪୦ ଡିଗ୍ରି ଡେଇଁବ ପାରଦ ।୧୨ ରୁ ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ। କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ।୧୧ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଏଭଳି ପୂର୍ବାନୁମାନ ଦେଖାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ୨ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ ।କିଛିଦିନ ଧରି କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ଵସ୍ତି ମିଳିଥିଲା । ହେଲେ ଏବେ ପୁଣି ଉପରମୁହାଁ ହେବ ପାରଦ ।

Read More

ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ହୋଇଥିବା ଦୁଇ ସପ୍ତାହର ଅସ୍ଥାୟୀ ଅସ୍ତ୍ରବିରତି ବର୍ତ୍ତମାନ ସଂକଟ ମଧ୍ୟ ଦେଇ ଗତି କରୁଛି। ଇରାନ କହିଛି ଯେ ଏହି ଅସ୍ତ୍ରବିରତିରେ ଇରାନ ସହିତ ଲେବାନନ୍ ଏବଂ ସମସ୍ତ ପ୍ରତିରୋଧ ଶକ୍ତି ସାମିଲ ଅଛନ୍ତି। ଆଉ ଏପରିସ୍ଥିତିରେ ଇସ୍ରାଏଲ୍ ଯଦି ଲେବାନନ୍ ଉପରେ ଆକ୍ରମଣ ଜାରି ରଖେ, ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇରାନ ଚେତାବନୀ ଦେଇଛି। ଇରାନ ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ସୋସିଆଲ ମିଡିଆ ଏକ୍ସର ପୋଷ୍ଟରେ କହିଛନ୍ତି ଯେ ଯୁଦ୍ଧବିରତିରେ ଇରାନ ପାଇଁ ଲଢେଇ କରୁଥିବା ସମସ୍ତ ଶକ୍ତିକୁ ସାମିଲ କରାଯାଇଛି। ତେଣୁ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଦ୍ବାରା ଅସ୍ତ୍ରବିରତି ଚୁକ୍ତି ଉଲ୍ଲଙ୍ଘନ ହେବ। ଆଉ ଏହି ଚୁକ୍ତି ଉଲ୍ଲଙ୍ଘନର ଭୟଙ୍କର ପରିଣାମ ଭୋଗିବାକୁ ପଡିବ। ଅନ୍ୟପଟେ ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଭିତରେ ସାମ୍ନାକୁ ଆସିଛି ବଡ଼ ଅପଡେଟ୍…

Read More

ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରି ସେ ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଛନ୍ତି। ସାଂସଦ କହିଛନ୍ତି ଯେ ଭୁବନେଶ୍ୱରର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟାକୁ ଦେଖିଲେ ମେଟ୍ରୋ ଏକ ଜରୁରୀ ଆବଶ୍ୟକତା । ପ୍ରକଳ୍ପ ବନ୍ଦ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏବେ ଏହାକୁ ବନ୍ଦ କରିଦେଲେ ଭବିଷ୍ୟତରେ ଆରମ୍ଭ କରିବା ପାଇଁ ୨ ରୁ ୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।ଏହି ପ୍ରକଳ୍ପ କେବଳ ଭୁବନେଶ୍ୱର ନୁହେଁ, ବରଂ କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ…

Read More

ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି ।ବୋର୍ଡ ଘୋଷଣା କରିଛି ଯେ OTET-2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖକୁ ମେ ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯାହା ଆଜି ଶେଷ ତାରିଖ ଥିଲା | ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । ଯୋଗ୍ୟ ପ୍ରାର୍ଥୀମାନେ (ଉଭୟ ଚାକିରୀ ଏବଂ ନୂତନ ପ୍ରାର୍ଥୀ ) ଏବେ OTET 2026 ପରୀକ୍ଷା ଦେବା ପାଇଁ ସରକାରୀ ୱେବସାଇଟ୍ www.bseodisha.nic.in ରେ ଅନଲାଇନ୍ ଆବେଦନ କରିପାରିବେ ।

Read More

ମହାକାଶକୁ ମାନବଙ୍କୁ ପଠାଇବା ପୂର୍ବରୁ ଇସ୍ରୋ ସତର୍କତା ଅବଲମ୍ବନ କରୁଛି । ପ୍ରକୃତ ମିଶନ ପୂର୍ବରୁ ପ୍ରଥମେ ତିନି ମାନବରହିତ ମିଶନ ପରୀକ୍ଷଣ କରିବ ଇସ୍ରୋ । ବେଙ୍ଗାଲୁରୁରେ ଆୟୋଜିତ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ ସ୍ପେଶକ୍ରାଫ୍ଟ ମିଶନ ଅପରେସନ୍ ଉଦଘାଟନ ଅବସରରେ, ଇସ୍ରୋ ମୁଖ୍ୟ ବି ନାରାୟଣନ କହିଛନ୍ତି ଯେ ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଆଧାରରେ ଆମେ ମିଶନ ଗଗନଯାନ ଉପରେ ଦ୍ରୁତ ଗତିରେ କାମ କରୁଛୁ । ମାନବଙ୍କୁ ମହାକାଶ ପଠାଇବା ପୂର୍ବରୁ ମାନବରହିତ ମିଶନକୁ ସଫଳ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ’’ । ସେ କହିଛନ୍ତି ଏବେ ମାନବରହିତ ମିଶନରେ କାମ ଚାଲୁଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଗତିବିଧି ଯୋଜନା ମୁତାବକ ସଠିକ ଦିଗରେ ଚାଲିଛି । ମିଶନ ଗଗନଯାନ ପାଇଁ IADT-02 ଟେଷ୍ଟ ଓ ଆବଶ୍ୟକୀୟ କାମ ଦ୍ରୁତଗତିରେ ଚାଲୁଛି । ଏହା ଛଡା କ୍ରୁ ସଦସ୍ୟଙ୍କ ସାହାଯ୍ୟ ପାଇଁ ସଖୀ ନାମକ…

Read More

୨୦୨୪ ନିର୍ବାଚରେ ମନଇଚ୍ଛା ଟିକେଟ୍ ବାଣ୍ଟିଥିଲା ବିଜେଡି। ନବୀନଙ୍କ ପ୍ରତି ନିଷ୍ଠାବାନ ଥିବା ବ୍ୟକ୍ତିଙ୍କୁ ଦିଆଯାଇନଥିଲା ଟିକେଟ୍ । କଂଗ୍ରେସ ନୀତି ଆଦର୍ଶ ରଖିଥିବା ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଲେ ବିଜେଡି ନେତା ସମ୍ବିତ ରାଉତରାୟ। ମିଛ ସତ କହି କିଏ ନିଷ୍ପତ୍ତି ନେଇଥିଲା, ଟିକେଟରେ ପାତର ଅନ୍ତର କାହିଁକି । ବିଜେଡି ନୀତି ଆଦର୍ଶ ଜାଣି ନଥିବା ଲୋକଙ୍କୁ ଟିକେଟ ଦେବାରୁ ରାଜ୍ୟସଭା ଫଳ । ନେତା ରାଜ୍ୟସଭା ନିର୍ବାଚନରେ ଘୋଡା ଭଳି ବିକ୍ରି ହୋଇଗଲେ । ଆମେ କଠିନ ରାସ୍ତାରେ ଯାଉଛୁ, ନବୀନଙ୍କ ନେତୃତ୍ୱରେ ଦଳ ଦୃଢ ହେବ । ସୁଧୁରି ଯାଆନ୍ତୁ , ନଚେତ ନବୀନ ବାବୁ ମୂଷାଙ୍କୁ ବିଦା କରିବେ ।ସେପଟେ ସମ୍ବିତଙ୍କ ବୟାନକୁ କାଉଣ୍ଟର କରିଛନ୍ତି ଖୋଦ୍ ବିଜେଡି ବିଧାୟକ ସାରଦା ଜେନା। କହିଛନ୍ତି, ୨୦୨୪ରେ ମନଇଚ୍ଛା ଟିକେଟ୍ ବଣ୍ଟନ ହୋଇନାହିଁ। ଘୋଡା ବେପାର ସହିତ ଟିକେଟର କୌଣସି ସମ୍ପର୍କ…

Read More

ବିହାର ରାଜନୀତିରେ ନୀତିଶ ଯୁଗର ଅନ୍ତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୦ ରାଜ୍ୟସଭାକୁ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ବିହାରକୁ ଏକ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି। ନୀତୀଶ ଦିଲ୍ଲୀ ଯିବା ପରେ, ରାଜ୍ୟର ମଙ୍ଗ କିଏ ସମ୍ଭାଳିବେ ? ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ରେସ୍ ରେ ୮ ବିଧାୟକ ଥିବା କୁହାଯାଉଛି । ସୂଚନା ଅନୁସାରେ, ସମ୍ରାଟ ଚୌଧୁରୀ, ସଂଜୀବ ଚୌରାସିଆ, ରମା ନିଷାଦ, ବିଜୟ ସହ୍ନା ଏବଂ ଜନକ ରାମ ରେସ୍ରେ ଅଛନ୍ତି । ଏହା ବ୍ୟତୀତ ବିଜୟ କୁମାର ସିହ୍ନା, ନିତ୍ୟାନନ୍ଦ ରାୟ, ଦିଲୀପ ଜୟସ୍ବାଲଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ନୂଆ ସରକାରରେ ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି।ବିହାରରେ ଖୁବଶୀଘ୍ର ନୂତନ ସରକାର ଗଠନ ହେବାର…

Read More

ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ଗୁରୁବାର ବାଲିଅନ୍ତା ଠାରେ ବିଦ୍ୟୁତ ସବ୍ ଷ୍ଟେସନ ଲୋକାର୍ପଣ ଅବସରରେ ଖରାଦିନେ ପାଓ୍ବାର କଟ୍ ହେବନି ବୋଲି ନିଶ୍ଚିତ କରିଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ୍ ଏକ ଦଣ୍ଡନୀୟ ଅପରାଧ । ଯେଉଁ ଅଧିକାରୀ ବିଦ୍ୟୁତ କାଟ୍ କରିବେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।ସୁଚନାମୁତାବକ ଆଜି ଭୁବନେଶ୍ଵର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଏକ ଐତିହାସିକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବାଲିଅନ୍ତା ସତ୍ୟନଗର ଏବଂ ଏସ୍‌ସିବି ମେଡ଼ିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍‌ (Gas Insulated Substation) ଗ୍ରୀଡ ସବଷ୍ଟେସନ ଗୁଡ଼ିକର ଉଦଘାଟନ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ବରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ…

Read More