୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ । ୱାର୍ଡ ମେମ୍ବର,ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବିଜ୍ଞପ୍ତିର ଅଭିଯୋଗ ଥିଲେ ଏପ୍ରିଲ ୧୭ ସୁଦ୍ଧା ସେମାନେ ଅଭିଯୋଗ ଆବେଦନ କରିବେ । ଯଦି ଅଭିଯୋଗ ଆସେ ୨୪ ଏପ୍ରିଲ ଭିତରେ ଏହାର ସମାଧାନ ବା ଶୁଣାଣି କରାଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଯାଏଁ ସଂରକ୍ଷଣ ରହିବ । ମହିଳାଙ୍କ ପାଇଁ…
Author: sanitelevision
ଗହୀରମଥା ସମୁଦ୍ର କୂଳରୁ ମୃତ ତିମି ଉଦ୍ଧାର । ୩୨ ଫୁଟ ଲମ୍ବ ଓ ସାଢ଼େ ୩ ଫୁଟ ଓସାର ତିମିର ମୃତଦେହ ମୁହାଣରୁ ମିଳିବା ପରେ ବନବିଭାଗ ପକ୍ଷରୁ ହୋଇଛି ତନାଘନା ଓ ତଦନ୍ତ।ସୂଚନାନୁଯାୟୀ, ଗହୀରମଥା ଅଭୟାରଣ୍ୟ ମାଦେଲି ମୁହାଣରେ ଗତକାଲି ଏକ ବିରାଟ ତିମିର ମୃତ ଦେହ ଲାଗିଥିଲା। ଏହା ମୁହାଣରେ ଲାଗିବା ପରେ ବନବିଭାଗ ଏହାର ବ୍ୟବଚ୍ଛେଦ ପାଇଁ ଗତକାଲି ରାଜନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିଠି ଲେଖିଥିଲା।ତିମିଟି ଗଭୀର ସମୁଦ୍ରରେ ଥିଲା ଏବଂ ପ୍ରାୟ ୧୫ଦିନ ଆଗରୁ ଏହାର ମୃତ୍ୟୁ ହୋଇଛି। ଏହି ତିମି ଶରୀରରୁ ପ୍ରାୟ ୬୦-୭୦% ନଷ୍ଟ ହୋଇଯାଇଛି। ଏହି ତିମିର ବୟସ ଖୁବ କମ ଏହାର ଲମ୍ବା ୩୨ଫୁଟ ଓ ଓସାର ସାଢ଼େ ୩ ଫୁଟ ଅଛି। ତଦନ୍ତ ସମୟରେ ଶରୀରର ଅଧିକାଂଶ ଅଂଶ ନଷ୍ଟ ହୋଇଯିବା କାରଣରୁ କିଛି ଅଂଶକୁ ସଂଗ୍ରହ କରି ଗୋପାଳପୁରରେ ଥିବା ବନବିଭାଗ ଲ୍ୟାବକୁ…
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବରେ ବାଜିଲା ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।କ୍ୟାବିନେଟ ବୈଠକରେ ପାର୍ବତୀ ଗିରି ମେଗା ଜଳପ୍ରକଲ୍ପକୁ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ୩୪୦୦ କୋଟିର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ପରିଚାଳନା ଓ ରକ୍ଷଣବେକ୍ଷଣ ନୀତି ଉପରେ ଗୁରୁତ୍ୱ ଦିଆଯାଇଛି ।କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମି ବଡମ୍ବାର ୭୬ ଗାଁ, ନରସିଂହପୁର, ତିଗିରିଆର ୫ ଗାଁରେ ପାଣି ମାଡ଼ିବ ।ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ୬୨୧୦ ହେକ୍ଟର ସମ୍ବଲପୁରରେ ଜଳସେଚିତ ହେବ । ସୋନପୁର ତେଲ ନଦୀରେ ୧୭୦ କୋଟିର କ୍ଲଷ୍ଟର ୩୦ ପ୍ରକଳ୍ପ ୬ ହଜାର ହେକ୍ଟର…
ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି ରାଜ୍ୟ ସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସେ ସଂସଦ ଭବନରେ ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ। ଶପଥ ନେବା ପରେ ଚାରିଟି ଗୃହର ସଦସ୍ୟ ତାଲିକାରେ ହେଲେ ସାମିଲ । ଅର୍ଥାତ ବିଧାନସଭା, ବିଧାନପରିଷଦ, ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ତାଲିକାରେ ସାମିଲ ହେଲେ ନୀତିଶ । ଆଜି ପାଟନା ଫେରିବା ପରେ ବିହାର ସରକାର ଗଠନ ନେଇ ପ୍ରକ୍ରିୟା ଜୋରଦାର ହେବ । ତେବେ ନୀତିଶ କୁମାର ରାଜ୍ୟସଭାରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ । ତାଙ୍କ ସହିତ ଲଲନ ସିଂ ଏବଂ ସଂଜୟ ଝା ଉପସ୍ଥିତ ରହିବେ । ରାଜ୍ୟସଭା ପ୍ରାର୍ଥୀ ଭାବେ ଶପଥ ନେବା ପୂର୍ବରୁ ନୀତିଶ…
ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ । ଦିଲ୍ଲୀରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବେ । ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ସେ କେତେ ଦିନ ଦିଲ୍ଲୀରେ ରହିବେ, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହି ଗସ୍ତ ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିବା ସହ ସଂସଦୀୟ ଦଳ ନେତା ବାଛିପାରନ୍ତି ବୋଲି କୁହାଯାଇଛି।ବିଜେଡି ସଂସଦୀୟ ଦଳରେ ବିବାଦକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସଂସଦୀୟ ଦଳ ନେତା ପଦବୀରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି | ତାଙ୍କ ଇସ୍ତଫାପତ୍ରକୁ ସଭାପତି ନବୀନ ପଟ୍ଟନାୟକ ଗ୍ରହଣ କରିଛନ୍ତି। କେଉଁ ପରିସ୍ଥିତିରେ ସସ୍ମିତଙ୍କୁ…
ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । । ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ ପଡ଼ିଥିଲେ। ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ସ୍ଥାନାନ୍ତର କରାଯାଇଥିଲା। ଗତ ୫ ତାରିଖରେ ଶପଥ ନେଇଥିଲେ ଜଷ୍ଟିସ୍। ବର୍ତ୍ତମାନ ଆଭ୍ୟନ୍ତରୀଣ ତଦନ୍ତର ସମ୍ମୁଖୀନ ହେଉଛନ୍ତି ବୋଲି ସୂଚନା ମିଳିଛି।ଜଷ୍ଟିସ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ସଂସଦରେ ବହିଷ୍କାର ପ୍ରକ୍ରିୟା (Impeachment) ଚାଲିଥିଲା । ଯଦି ସଂସଦ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ବହିଷ୍କାର କରିଥାନ୍ତା, ତେବେ ସେ ନିଜର ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ହରାଇଥାନ୍ତେ । ତେଣୁ ଏହି ସରକାରୀ ସୁବିଧାଗୁଡ଼ିକୁ ବଞ୍ଚାଇବା ପାଇଁ ସେ ବହିଷ୍କାର ପ୍ରକ୍ରିୟା ଶେଷ ହେବା ପୂର୍ବରୁ ନିଜ ଆଡ଼ୁ ଇସ୍ତଫା ପତ୍ର ଦେଇଛନ୍ତି । ଗତ ମାର୍ଚ୍ଚ ୧୪ ତାରିଖରେ ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ…
ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି। ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରହିଛି। ଆଜି ନ ହେଲେ କାଲି ମେଟ୍ରୋର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତା ଓ ସହଯୋଗରେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।ପୂର୍ବରୁ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ ।
ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ରାହତ’ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୁଲିସ୍ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଯୋଜନା ଅଧୀନରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି ବ୍ୟବସ୍ଥାରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଯାଇଛି । ଏହି ବ୍ୟବସ୍ଥାରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ, ସାଧାରଣ ଆହତଙ୍କ କ୍ଷେତ୍ରରେ ୨୪ ଘଣ୍ଟା ଏବଂ ଗୁରୁତର ଆହତଙ୍କ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ଇ-ଡିଏଆର୍ (eDAR)…
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି ଗୋଟିଏ ଜିଲାରେ ମଧ୍ୟ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ।ସରକାରଙ୍କ ବଦଳି ନୀତି ଉଲ୍ଲଂଘନ କରି ସେମାନଙ୍କ ପୋଷ୍ଟିଂରେ ଅଧିକ ସମୟ ରହିଆସିଥିବା ପୋଲିସ ଅଧିକାରୀମାନେ ଏବେ ଯାଞ୍ଚର ଅଧୀନରେ ଅଛନ୍ତି। ଓଡ଼ିଶା ପୋଲିସ ମୁଖ୍ୟାଳୟ ଭୁବନେଶ୍ୱର ଏବଂ କଟକର ସମସ୍ତ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) ଏବଂ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି)ଙ୍କୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ନିଶ୍ଚିତ କରନ୍ତୁ ଯେ ତିନି ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଷ୍ଟେସନରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ରାଜ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ବଦଳି କରାଯାଉଛି।“ଆମେ ପୋଲିସ ଜିଲ୍ଲା ଏବଂ ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ପରାମର୍ଶ ଦେଇଛୁ ଯେ ଏପରି ଅଧିକାରୀମାନଙ୍କୁ ଚିହ୍ନଟ କରିବା ଏବଂ ସରକାରଙ୍କ ନୀତି ଅନୁଯାୟୀ ତୁରନ୍ତ ସ୍ଥାନାନ୍ତର…
ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି। ଆଜି ହେଉଛି ଗଣତିର ତୃତୀୟ ଦିନ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଗଣତି କରାଯାଉଛି। ୮ ତାରିଖରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଗଣତି, ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୨ ତରିଖ ଗଣତି ବନ୍ଦ ରହିବ । ଏହାପରେ ପୁଣି ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ।ଆଜି ସକାଳ ଧୂପ ପରେ ଖୋଲିଛି ଭଣ୍ଡାର ଘର । ପୂର୍ବ ନିର୍ଦ୍ଧାରିତ ଏସ ଓ ପି ଅନୁଯାୟୀ ଗଣତି ସମୟରେ ବାହାର କାଠ ରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ।









