Author: sanitelevision

ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି। ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି।ଚାଲୁ ରହିଥିବା ପାଞ୍ଚ ଦିନିଆ ବିଧାନସଭା ଅଧିବେଶନର ଶେଷ ଦିନରେ ଏହି ବିବାଦୀୟ ବିଲ୍ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। କଂଗ୍ରେସ, ରାଇଜୋର ଦଳ ଓ ତୃଣମୂଳ କଂଗ୍ରେସ (ଟିଏମସି) ଭଳି ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏହି ଆଇନକୁ ସିଲେକ୍ଟ କମିଟି ନିକଟକୁ ପଠାଇବା ସହ ଅଧିକ ସମୀକ୍ଷା ପାଇଁ ଦାବି କରିଥିଲେ ହେଁ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହାକୁ ଗୃହରେ ଗୃହୀତ କରାଇଛନ୍ତି। ଯଦିଓ ଏହି ଆଇନ ଆସାମରେ ବସବାସ କରୁଥିବା କୌଣସି ଅନୁସୂଚିତ ଜନଜାତି (ଏସଟି) ବା ଆଦିବାସୀ ସମ୍ପ୍ରଦାୟ ପାଇଁ ଲାଗୁ ହେବ ନାହିଁ ବୋଲି…

Read More

ଓଡ଼ିଶାକୁ ମିଳିଲା ଆଉ ଏକ ମେଗା ଗ୍ଲୋବାଲ୍ ଇଭେଣ୍ଟ । ୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଓଡ଼ିଶାକୁ ମିଳିଛି । ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା । ହଂକଂରେ ନିଆଗଲା ବଡ଼ ନିଷ୍ପତ୍ତି । ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି । ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି ।ଓଡ଼ିଶା ସହିତ ଚଣ୍ଡୀଗଡ଼କୁ ୨୦୨୮ ଏସିଆନ୍ ରିଲେ ଆୟୋଜନର ଦାୟିତ୍ୱ ମଧ୍ୟ ମିଳିଛି । ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରତୀୟ ଆଥଲେଟିକ୍ସ ସଂଘକୁ ଶୁଭେଚ୍ଛା ଜଣାଇଛନ୍ତି । ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ସମଗ୍ର ଭାରତ ଏବଂ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ।

Read More

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଭୀଷଣ ଗୁଳୁଗୁଳି। ଜୁନ୍ ୨ ଯାଏଁ ହିଟୱେଭ୍ ସତର୍କତା ଜାରି କଲା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।ତେବେ ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଅଂଶୁଘାତରେ ତିନୋଟି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିରୁ ରକ୍ଷା ପାଇବାକୁ ଭ୍ରାମ୍ୟମାଣ ହିଟୱେଭ୍ ଶେଲଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ ଶେଲଟର ନିର୍ମାଣ ହେବ। ଝାରସୁଗୁଡା NH 49ରେ ଅସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ ହୋଇଛି। ସ୍ଥାୟୀ ହିଟୱେଭ ଶେଲଟର ପାଇଁ ଡିଜାଇନ ପ୍ରସ୍ତୁତ ସରିଲାଣି। ଆସନ୍ତା ବର୍ଷ ଖରା ଦିନ ପୂର୍ବରୁ ସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ କାମ ସରିବ। ଏହି ଶେଲଟରକୁ ବହୁମୁଖୀ କରିବାକୁ ବି ଯୋଜନା ରହିଛି। ଗ୍ରୀଷ୍ମ ଦିନରେ ହିଟୱେଭ ଶେଲଟର ଓ ଅନ୍ୟ ସମୟରେ ଅଲଗା କାମରେ ବ୍ୟବହାର ହୋଇ…

Read More

ପରିବହନ ମନ୍ତ୍ରୀଙ୍କ ଚେତାବନୀ । ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ । ତେଲ ଦର ବୃଦ୍ଧି ଯୋଗୁଁ ୨% ବସ୍ ଭଡ଼ା ବୃଦ୍ଧି ହୋଇଛି। ଏହା ସତ୍ତ୍ବେ ବି ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ ମନଇଚ୍ଛା ବସ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ଆସୁଛି ।ଅଧିକ ନଦେଇ ସଠିକ ଭଡା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ଦେଶରେ ଯୁଦ୍ଧ ପାଇଁ ଡିଜେଲ , ପେଟ୍ରୋଲ ଦର ବୃଦ୍ଧି ପାଉଛି । ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Read More

୧୫ ହଜାର ଟଙ୍କା ଲାଞ୍ଚ ନେଇ ACSO ଧରାପଡ଼ିଲେ । ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର । କେନ୍ଦୁଝର ଚମ୍ପୁଆ ACSO ଧୁମାରାମ ମୁର୍ମୁଙ୍କୁ ଧରିଲା ଭିଜିଲାନ୍ସ । ଧାନକିଣା କାରବାରରେ ଭୂଇଁପୁର ଲ୍ୟାମ୍ପ୍ ଏମଡି ହିରାମୋହନ ନାଏକ ଲାଭ ପାଇଥିବା କହି ACSO ଧୂମାରାମ ମୁର୍ମୁ ତାଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ହିରାମୋହନ ନାଏକ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା କାରବାର ଚାଲିଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ACSOଙ୍କୁ ଧରିଛି। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିଥିବା ସହିତ ଅଧିକ ତଦନ୍ତ ଜାରି ରଖିଛି। । ଏହି ଘଟଣା ପରେ ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Read More

ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଭୋଟର ତାଲିକା ସଂଶୋଧନ ପାଇଁ ଲାଗୁ କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିଛନ୍ତି।ଇସିଆଇଙ୍କର ଏସ୍‌ଆଇଆର୍‌ କରିବାର ଅଧିକାର ଅଛି ଓ ଏହା କୌଣସି ବୈଧାନିକ କିମ୍ବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ସମ୍ବିଧାନ ଏବଂ ଜନପ୍ରତିନିଧି ଆଇନ ଅଧୀନରେ ନିର୍ବାଚନ କମିଶନଙ୍କ ପାଖରେ ଭୋଟର ତାଲିକା ସଂଶୋଧନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ବିହାରରେ ଭୋଟର ତାଲିକାର ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନଗୁଡ଼ିକ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କର ରାୟ ପ୍ରଦାନ କରିଛନ୍ତି।ଆୟୋଗ ଭୋଟରଙ୍କ ନାଁ କାଟି ପାରିବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଆଉ ଭାରତର ନାଗରିକ ନୁହଁନ୍ତି। ନାଗରିକତ୍ୱ ନିର୍ଣ୍ଣୟ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମ‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ବିଚାରପତି…

Read More

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। କନଷ୍ଟେବଳରୁ ଆରମ୍ଭ କରି ସବଇନ୍ସପେକ୍ଟର ପର୍ଯ୍ୟନ୍ତ ନିଯୁକ୍ତି ହେବ । ୭,୬୬୪ଟି ଖାଲି ପଡ଼ିଥିବା ପଦବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ନୂଆ କରି ଗଠନ ହୋଇଥିବା ଓଡ଼ିଶା ୟୁନିଫର୍ମଡ ସର୍ଭିସେସ ଷ୍ଟାଫ ସିଲେକ୍ସନ କମିଶନ ବା OUSSSC (Odisha Uniformed Services Staff Selection Commission) ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରାଯିବ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ଏକ ଅଧିକୃତ ଆଦେଶ ଜାରି ହୋଇଛି ।ସରକାରୀ ଆଦେଶ ଅନୁଯାୟୀ, ମୋଟ ଚାରି ପ୍ରକାର ପଦବୀରେ ନିଯୁକ୍ତି ହେବ । ସେଥିରେ ୩୦୦ଟି କନଷ୍ଟେବଳ (କମ୍ୟୁନିକେସନ) ପଦ, ୨,୨୧୨ଟି OISF କନଷ୍ଟେବଳ ପଦ, ୪,୨୧୯ଟି ସିଭିଲ କନଷ୍ଟେବଳ ପଦ ଏବଂ ୯୩୩ଟି SI ଓ ଏଏସଆଇ rank ପଦ ରହିଛି । ଏହା ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପୋଲିସ ନିଯୁକ୍ତି ପ୍ରକ୍ରିୟା ମଧ୍ୟରୁ…

Read More

ପଶ୍ଚିମବଙ୍ଗ ପରେ ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍ ରେ ଓଡ଼ିଶା ସରକାର। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।ରାଜସ୍ଵ କହିଛନ୍ତି ଯେ, ଏସଆଇଆର କାମ ଚାଲିଛି। ଯେଉଁମାନେ ପ୍ରକୃତରେ ଭାରତୀୟ ନୁହନ୍ତି ସେମାନଙ୍କର ଭୋଟର ତାଲିକାରୁ ନାଁ କାଟିବାର ପ୍ରକ୍ରିୟା ଚାଲିଛି। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଅନୁପ୍ରବେଶକାରୀଙ୍କୁ ଠାବ କରିବା ପାଇଁ ସାରା ଦେଶ ଚଳଚଞ୍ଚଳ ହେବ। ଓଡ଼ିଶାରୁ ଏବଂ ଦେଶରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯିବ। ସୂଚନାମୁତାବକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ଚେତାବନୀ ପରେ ବେଆଇନ ଭାବେ ଅନୁପ୍ରବେଶ କରିଥିବା ଶତାଧିକ ବାଂଲାଦେଶୀ ନାଗରିକ ଏବେ ନିଜ ଦେଶକୁ ଫେରିଯିବା ପାଇଁ ସୀମାନ୍ତରେ ପ୍ରବଳ ଭିଡ଼ ଜମାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ‘ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ’ (ଚିହ୍ନଟ କର, ବାଦ୍ ଦିଅ ଏବଂ ବାହାର…

Read More

ପୌର ନିଗମରେ କାର୍ଯ୍ୟରତ ୨୬ଜଣ କର୍ମଚାରୀଙ୍କ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରେ ୧୦ ଜଣ ସିନିୟର ଆସିଷ୍ଟାଣ୍ଡ, ୮ଜଣ ଜୁନିୟର ଆସିଷ୍ଟାଣ୍ଟ ଓ ୮ଜଣ ଟ୍ୟାକ୍ସ କଲେକ୍ଟର ସାମିଲ ଅଛନ୍ତି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ଟି ପୃଥକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା କାଲି ସୁଦ୍ଧା କର୍ମଚାରୀମାନେ ସେମାନଙ୍କ ନୂତନ କର୍ମକ୍ଷେତ୍ରରେ ଯୋଗ ଦେବାକୁ ଏଥିରେ ନିର୍ଦ୍ଦେଶ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୮ଜଣ ଟ୍ୟାକ୍ସ କଲେକ୍ଟରଙ୍କ ମଧ୍ୟରୁ ଜଣେ ଟ୍ୟାକ୍ସ କଲେକ୍ଟରଙ୍କ ଗତ ବର୍ଷ ଅକ୍ଟୋବରରେ ମୃତ୍ୟୁ ହୋଇସାରିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ କଟକ ପୌର ନିଗମରୁ ଦଶପଲ୍ଲା ଏଏସିକୁ ବଦଳି କରାଯାଇଥିବା ବିଜ୍ଞପ୍ତିରେ ଦେଖିବାକୁ ମିଳିଛି । ଜଣେ ମୃତ ସରକାରୀ କର୍ମଚାରୀଙ୍କ ଆବଶ୍ୟକୀୟ କାଗଜପତ୍ର କଣ ନଗର ଉନ୍ନୟନ ବିଭାଗ ପାଖରେ ନାହିଁ। ନା ଅଜାଣତରେ ଏଭଳି ଭୁଲ ହୋଇଛି ନା ଆଉ…

Read More

ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ। ଓଡ଼ିଶା ଶ୍ରେଷ୍ଠ ବିଧାୟକ ପୁରସ୍କାର-୨୦୦୨ର ନିୟମ ୩ ଅନୁଯାୟୀ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ମନୋନୀତ କରିବ।କମିଟିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର, ଭାସ୍କର ମଢ଼େଇ, ପୂର୍ବତନ ସଦସ୍ୟ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଏବଂ ବରିଷ୍ଠ ଖବରଦାତା ରାଜାରାମ ଶତପଥୀ ସଭ୍ୟ ରହିଛନ୍ତି। ଏହି କମିଟି ପକ୍ଷରୁ ଖୁବ୍‌ଶୀଘ୍ର ଏକ ବୈଠକ ବସିବ। ବୈଠକରେ ୨୦୧୬ ପରଠାରୁ ଅଦ୍ୟାବଧି ଯେଉଁ ବିଧାୟକମାନେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ଏନେଇ ସୋମବାର ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଦର୍ଶାଇଛନ୍ତି, ଓଡ଼ିଶା ବେଷ୍ଟ ଲେଜିସ୍‌ଲେଟର ଆଓ୍ବାର୍ଡ ନିୟମ-୨୦୦୨ ଅନୁଯାୟୀ, ଉକ୍ତ କମିଟି ଶ୍ରେଷ୍ଠ…

Read More